Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାଜସ୍ଥାନରୁ ଆସିଲା ୬ଶହ କିଲୋ ଦେଶୀ ଘିଅ
Advertisement
Article Detail0/zeeodisha/odisha1999663

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାଜସ୍ଥାନରୁ ଆସିଲା ୬ଶହ କିଲୋ ଦେଶୀ ଘିଅ

Ayodhya Ram Mandir: ଯୋଧପୁରରୁ ଆସିଥିବା ରଥରେ ଭର୍ତ୍ତି ହୋଇଛି ଦେଶୀ ଘିଅ କଳସ । ଅଯୋଧ୍ୟା ପରିକ୍ରମା କରିବା ପରେ ଏହି ଘିଅକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ ।

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାଜସ୍ଥାନରୁ ଆସିଲା ୬ଶହ କିଲୋ ଦେଶୀ ଘିଅ

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସାହ ଦେଶ ତଥା ସାରା ବିଶ୍ୱରେ ବୃଦ୍ଧି ପାଉଛି। ଏହି ଅବସରରେ ଲୋକମାନେ ବିଭିନ୍ନ ପ୍ରକାରର ଜିନିଷ ଅର୍ପଣ କରୁଛନ୍ତି । ପ୍ରଭୁଙ୍କ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଧାର୍ମିକ ପୂଜାପାଠ ପାଇଁ ଯୋଧପୁରରୁ ୬୦୦ କିଲୋଗ୍ରାମ ଶୁଦ୍ଧ ଦେଶୀ ଘିଅ ଆସିଛି, ଯାହା ଅଖଣ୍ଡ ଜ୍ୟୋତିରେ ଶ୍ରୀରାମ ମନ୍ଦିରରେ ତଥା ଧାର୍ମିକ ରୀତିନୀତିରେ ବ୍ୟବହୃତ ହେବ।

୧୦୮ କଳସରେ ୬୦୦ କିଲୋଗ୍ରାମ ଦେଶୀ ଘିଅ ସହିତ ୫ ଟି ବଳଦ ରଥ ୨୭ ନଭେମ୍ବରରେ ଯୋଧପୁର ଛାଡିଥିଲା, ଯାହାକୁ ଯୋଧପୁରର ସନ୍ଥ ମହାରାଜ ସନ୍ଦିପନି ମହାରାଜ ଅଯୋଧ୍ୟାକୁ ଆଣି ଆସିଛନ୍ତି । ରାଜସ୍ଥାନର ଯୋଧପୁରରୁ ୬୦୦ କିଲୋଗ୍ରାମ ଘିଅ ଆଣି ଆସିଥିବା ସନ୍ଦିପନି ମହାରାଜ କହିଛନ୍ତି ଯେ, ନଭେମ୍ବର ୨୭ ରେ ଆମେ ଘିଅ ନେଇ ଯାତ୍ରା ଆରମ୍ଭ କରିଥିଲୁ ଏବଂ ଆଜି ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ପହଞ୍ଚିବା ପରେ ଆମେ ଟ୍ରଷ୍ଟର ଅଧିକାରୀମାନଙ୍କୁ ଭେଟି ତାଙ୍କୁ ଘିଅ ଉତ୍ସର୍ଗ କରିଥିଲୁ । ଏହି ଯାତ୍ରାରେ, ଶୁଦ୍ଧ ଗାଇ ଘିଅ କୁ ୧୦୮ ଟି କଳସରେ ରଖାଯାଇଛି ଯେଉଁଥିରେ ଏକତ୍ର ପ୍ରାୟ ୬୦୦ କିଲୋଗ୍ରାମ ଘିଅ ରହିଛି । ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ଏବଂ  ଗର୍ଭଗୃହରେ ଜଳୁଥିବା ଆଖଣ୍ଡ ଜ୍ୟୋତିରେ ଏହି ଘିଅକୁ ବ୍ୟବହାର କରାଯିବ। କେବଳ ଏତିକି ନୁହେଁ, ଏହି ଘିଅକୁ ୯ ବର୍ଷ ହେବ ସଂଗ୍ରହ କରାଯାଇଛି, ଯେତେବେଳେ ଲୋକମାନେ ନିଜ ସ୍ୱପ୍ନରେ ଭାବିବି ନଥିବେ ଯେ, ପ୍ରଭୁ ରାମଙ୍କ ମନ୍ଦିର କେବେ ନିର୍ମାଣ ହେବ, ସେବେଠାରୁ ଆମେ ଘିଅ ସଂଗ୍ରହ କରୁଛୁ ।

ସନ୍ଥ ମହାରାଜ ସନ୍ଦିପନି କହିଛନ୍ତି ଯେ, ଏହି ଘିଅକୁ ଯୋଧପୁରରୁ ଅଣାଯାଇଛି ଏବଂ ଭଗବାନ ଶ୍ରୀ ରାମଙ୍କ ପାଦତଳେ ଉତ୍ସର୍ଗୀକୃତ ହେବାକୁ ଯାଉଛି। ଏହି ରଥ ପଦ ଯାତ୍ରା ୨୭ ନଭେମ୍ବରରେ ଯୋଧପୁରରୁ ବାହାରି ଆଜି ଡିସେମ୍ବର ୭ ରେ ଅଯୋଧ୍ୟାରେ ପହଞ୍ଚିଛି। ଏହି ଘିଅ ହେଉଛି ୬୦୦ କିଲୋଗ୍ରାମ ଘିଅ ୧୦୮ ଟି କଳସ ଭିତରେ ଭର୍ତ୍ତି ହୋଇଛି ଯେଉଁଥିରେ ଅନ୍ୟ ଔଷଧ ବ୍ୟବହାର କରାଯାଇଛି । ପ୍ରତି ୩ ବର୍ଷରେ ଥରେ, ଏହା ଭିତରେ ପାଞ୍ଚ ପ୍ରକାରର ଔଷଧ ମିଶା ଯାଉଛି। ଯାହା ଦ୍ୱାରା ଏହି ଘିଅ ଦୀର୍ଘ ଦିନ ପର୍ଯ୍ୟନ୍ତ ନଷ୍ଟ ନହେବ ଓ ଏହି ଘିଅ ପ୍ରଥମେ ହାଣ୍ଡିରେ ଭର୍ତ୍ତି ହୋଇ ହାଣ୍ଡିରୁ ଲିକ୍ ହେବା ପରେ ଏକ ଷ୍ଟିଲ୍ ଟ୍ୟାଙ୍କରେ ସଂଗ୍ରହ କରାଯାଇଥିଲା ।

ସେ କହିଛନ୍ତି ଯେ, ଶହ ଶହ ବର୍ଷ ଧରି ନିର୍ମାଣ ହୋଇପାରି ନ ଥିବା ମନ୍ଦିର ଆଜି ଆମ ସମସ୍ତଙ୍କ ସାମ୍ନାରେ ନିର୍ମାଣ ହେବାକୁ ଯାଉଛି। ପ୍ରଭୁ ଶ୍ରୀରାମ ୨୨ ଜାନୁୟାରୀ ୨୦୨୪ ରେ ସ୍ଥାପନା ହେବେ । ସେହି ସମୟରେ ଭଗବାନ ଶ୍ରୀରାମଙ୍କୁ ଯେଉଁ ପ୍ରଥମ ଆରତୀ ସମର୍ପିତ ହେବ ସେଥିରେ ଆସିଥିବା ଏକ ସ୍ଵତନ୍ତ୍ର ଘିଅ ଭରାଯିବ । ଏହା ସହିତ, ଏହି ଘିଅ ପ୍ରଭୁ ଶ୍ରୀ ରାମଙ୍କ ଯଜ୍ଞରେ, ନୈବେଦ୍ୟରେ, ସ୍ନାନରେ ପଞ୍ଚାମୃତରେ ବ୍ୟବହୃତ ହେବ । କାରଣ ଏତେ ମୂଲ୍ୟବାନ ଘିଅ, ଏହି ଗୋ ମାତା ୨୪ ଘଣ୍ଟା ଭଗବତ ଗୀତା ଶୁଣୁଛନ୍ତି । ଭଗବାନଙ୍କ ବ୍ୟତୀତ ଆଉ କାହା ଠାରେ ଏପରି ଇଶ୍ୱରୀୟ ଘିଅ ଉପଯୋଗୀ ହେବ? ଆଜି ପର୍ଯ୍ୟନ୍ତ ଆମେ ଏହି ଘିଅକୁ କେବେ ବିକ୍ରୟ କରିନାହୁଁ ଏବଂ ଏହା ଭଗବାନ ଶ୍ରୀ ରାମଙ୍କ ପାଦରେ ଏହି ଶୁଭ ଅବସରରେ ଉତ୍ସର୍ଗ କରାଯିବ ।

Also Read- UCO ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟକୁ ଆସିଲା ୮୨୦ କୋଟି, ତଦନ୍ତ କରୁଛି ସିବିଆଇ

Also Read- ଗଙ୍ଗୁଆ ଓ ଦୟା ନଦୀର ସଂଯୋଗ ସ୍ଥାନରେ ହେବ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍