Road Accident: ଦର୍ଶନ ସାରି ଫେରିବା ବାଟେ ଘଟିଲା ବଡ଼ ଦୁର୍ଘଟଣା, ଚଲିଗଲା ୬ ଜୀବନ
Advertisement
Article Detail0/zeeodisha/odisha1772817

Road Accident: ଦର୍ଶନ ସାରି ଫେରିବା ବାଟେ ଘଟିଲା ବଡ଼ ଦୁର୍ଘଟଣା, ଚଲିଗଲା ୬ ଜୀବନ

Road Accident: ଏମିତି ବି ଆମେ ମୃତ୍ୟୁ ।  ମନ୍ଦିର ଫେରିବା ବାଟରେ ହେଲା ଦୁର୍ଘଟଣା(road accident) । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଏହି ଛାତିଥରା ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ ।  ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ଏମିତି ବି ଆମେ ମୃତ୍ୟୁ ।  ମନ୍ଦିର ଫେରିବା ବାଟରେ ହେଲା ଦୁର୍ଘଟଣା(road accident) । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଏହି ଛାତିଥରା ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ ।  ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି । ଆଉ ଦୁର୍ଘଟଣାରୁ ବଞ୍ଚି ଯାଇଛି ୧୬ ବର୍ଷର ପୁଅ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି । ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା (road accident in Andhra Pradesh)। 

Also Read: Horoscope Today 10 July 2023: ଆଜି ସାବଧାନ୍ ରୁହନ୍ତୁ ଏହି ସବୁ ରାଶି ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?

Also Read: Sawan 2023: ଆଜି ଶ୍ରାବଣ ପ୍ରଥମ ସୋମବାର, କମ୍ପୁଛି ଲିଙ୍ଗରାଜଙ୍କ ପୀଠ, କାଉଡିଆଙ୍କ ପାଇଁ ହୋଇଛି ଏଭଳି ବ୍ୟବସ୍ଥା

ସୂଚନା ଅନୁସାରେ, ବିଜୟଓ୍ବାଡାର ଏକ ପରିବାର ରବିବାର ଦିନ ତିରୁପତି ଦର୍ଶନ ପାଇଁ ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାକୁ ଆସିଥିଲେ। ମନ୍ଦିରେ ଦର୍ଶନ କରି ଭଗବାନଙ୍କ କୃପା ଲାଭ କରି ଫେରୁ ଥିଲେ। ମନ୍ଦିର ଦର୍ଶନ ସାରି ଘରୁକୁ ଫେରୁ ଥିବା ସମୟରେ ସମସ୍ତଙ୍କ ମନ ବେଶ୍ ଖୁସିଥିଲା। ଆଉ କିଛି ସମୟ ପରେ ସେମାନେ ଘରେ ପହଞ୍ଚି ଥାଆନ୍ତେ । କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ସହ ଘଟିଗଲା ବଡ ଅଘଟଣ । ସେମାନଙ୍କ କାରଟି ତିରୁପତି ଜିଲ୍ଲାର ମିଟା କାଣ୍ତ୍ରିଗା ଗାଁ ନିକଟରେ ପହଞ୍ଚି ଥିବା ବେଳେ  ଏକ ଟ୍ରକ୍ ତାଙ୍କ କାରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ କାର ଭିତରେ ଥିବା ୭ ସଦସ୍ୟଙ୍କ ଭିତରୁ ୬ ଜଣଙ୍କର ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଉ ଏହି ବଡ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲା ୧୬ ବର୍ଷର ନାବାଳକ । ନିଜ ବାପା, ମାଆ, ତିନି ଭଉଣୀ ଓ ଗୋଟିଏ ଭାଇକୁ ହରାଇ ଭାଙ୍ଗି ପଡିଛି ୧୬ ବର୍ଷର ନାବାଳକ । ତେବେ, ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ କାଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଏବଂ ଆହତ ଜଣଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି। ଏବଂ କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ ।   

ନିକଟରେ ମହାରାଷ୍ଟ୍ରରେ ଏଭଳି ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା। ଗୋଟିଏ ଟ୍ରକ୍ ତିନୋଟି ଗାଡିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଆହତ ହୋଇଥିଲେ । ମହାରାଷ୍ଟ୍ର ହଇୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଚଲାଇଛି । ପ୍ରାଥମିକ ରିପୋର୍ଟ ଅନୂଯାୟୀ ଟ୍ରକ ଟିର ବ୍ରେକ ଫେଲ ହୋଇଥିବାରୁ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ମୁମ୍ବାଇ-ଆଗ୍ରା ହାଇୱେର ପଲାସନେର ଗାଁ ନିକଟରେ ଗୋଟିଏ କଣ୍ଟେନର ବୋଝେଇ ଟ୍ରକ୍ ବିପରୀତ ଦିଗରୁ ଆସି ତିନୋଟି ଗାଡିକୁ ଧକ୍କା ଦେଇଥିଲା । ଦର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହୋଇଥିବା କାର ଓ ୨ଟି ବାଇକ ସମ୍ପୁର୍ଣ୍ଣ ଭାବରେ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା । ଆଉ ଘଟଣାସ୍ଥଳରେ ହିଁ ଦୁର୍ଘଟଣାରେ ଚାଲିଯାଇଥିଲା ୧୦ ଜଣଙ୍କ ଜୀବନ ।