Road Accident: ବସକୁ ପଛରୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ
Advertisement
Article Detail0/zeeodisha/odisha1791573

Road Accident: ବସକୁ ପଛରୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୬ ମୃତ

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା (road accident)। ଯାତ୍ରୀବାହୀ ବସକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୬ ଜଣଙ୍କର (6 dead)ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଯାତ୍ରୀ ଆହତ (several injured)ହୋଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା (road accident)। ଚାହୁଁଚାହୁଁ ଚାଲିଗଲା ଅକାଳରେ ୬ ଜୀବନ(6 dead) । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି ।  ଏହି ଦୁର୍ଘଟଣା ଏତେ ଭୟଙ୍କର (road accident) ଥିଲା ଯେ,ଯାତ୍ରୀଙ୍କ ମୃତଦେହ ରାସ୍ତାରେ ଖଣ୍ତି ବିଖଣ୍ତିତ ଅବସ୍ଥାରେ ପଡିଥିଲା । ଯାତ୍ରୀବାହୀ ବସକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୬ ଜଣଙ୍କର (6 dead)ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଯାତ୍ରୀ ଆହତ (several injured)ହୋଇଛନ୍ତି । ଆନ୍ଧ୍ର ପ୍ରଦେଶର ଆନାମାୟା ଜିଲ୍ଲାରେ(Annamayya district) ପୁଲାମପେଟା ମଣ୍ତଳରେ ଘଟିଛି ଏହି ଦୁର୍ଘଟଣା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । ବସଟି କାଡାପା ଜିଲ୍ଲାରୁ ତିରୁପତି ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟାଣା ଘଟିଥିବା ଜଣାପଡିଛି। 

Also Read: Horoscope Today 23 July 2023: ଆଜି ଏହି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

Also Read: Vigilance Raid: ଲୋଭ ହେଲା କାଳ, ଲକ୍ଷେ ଟଙ୍କା ନେଇ ଫସିଲେ ହରଭଙ୍ଗା IIC

ସୂଚନା ଅନୁସାରେ, ଶନିବାର ସଂନ୍ଧ୍ୟାରେ (APSRTC bus) ଆନ୍ଧ୍ର ପ୍ରଦେଶର ଏକ ସରକାରୀ ବସ୍ ପ୍ରାୟ ୬୦ରୁ ଅଧିକ ଯାତ୍ରୀଙ୍କୁ ନେଇ  ଆନାମାୟା ଜିଲ୍ଲାରୁ ପୁଲାମପେଟ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।  ବସଟି ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଆଉ କିଛି ସମୟ ବାକି ଥିଲା। ଏନେଇ ବସର ସମସ୍ତ ଯାତ୍ରୀ ମାନେ ମଧ୍ୟ ବେଶ୍ ଖୁସିଥିଲେ। କାହିଁକିନା ବସଟି କିଛି ଘଣ୍ଟା ମଧ୍ୟରେ ଠିକଣା ସ୍ଥାନରେ ପହଞ୍ଚିଥାଆନ୍ତା । କିନ୍ତୁ ବସଟି ପୁଲାମପେଟା ମଣ୍ତଳରେ ପହଞ୍ଚିବା ସମୟରେ ଦ୍ରୃତଗତିରେ ଆସୁଥିବା ଏକ ଟ୍ରକ୍ ପଛପଟୁ ହଠାତ୍ ଧକ୍କା ଦେଇଥିଲା । ଫଳରେ ବସଟି ରାସ୍ତା କଡକୁ ଖସି ପଡିଥିଲା। ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ବସଟି ଦୁର୍ଘଟଣାଗସ୍ତ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଅନ୍ୟଯାତ୍ରୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଏବଂ ମୃତଯାତ୍ରୀଙ୍କ ଖଣ୍ତବିଖଣ୍ତିତ ମୃତଦେହ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ଥିବା ଜଣାପଡିଛି। 

ନିକଟରେ ଏଭଳି ଏକ ଦୁର୍ଘଟଣା ଦିଲ୍ଲୀରେ ଘଟିଥିଲେ। ଟ୍ରକକୁ ଟ୍ରକ୍ ଧକ୍କା ଦେବାରୁ ୪ କାଉଡିଆଙ୍କ ମୃତ୍ୟୁ ହୋଇଥିଲା ବେଳେ ବେଳେ ୧୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଟ୍ରକ୍‌ ଦୁଇଟିରୁ ଗୋଟିଏ କାଉଡ଼ିଆଙ୍କୁ ନେଇ ହରିଦ୍ୱାର ଅଭିମୁଖେ ଯାଉଥିଲା ।  ଦିଲ୍ଲୀକୁ ଆସୁଥିବା ଟ୍ରକ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ‘ଡିଭାଇଡର୍‌’ ଟପି ହରିଦ୍ୱାର ଯାଉଥିବା ଟ୍ରକ୍‌ ସହିତ ଧକ୍କା ହୋଇଥିଲା । ଅଭିଯୁକ୍ତ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଆଲିପୁର ଥାନାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଚିତ୍ର ଦେଖିଲେ ସ୍ପଷ୍ଟ ବାରି ହେଉଛି । ଟ୍ରକ ଦୁଇଟି ଚୁରମାର ହୋଇ ଯାଇଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଟ୍ରକଟି କିପରି ହଠାତ୍ ଭାରସାମ୍ୟ ହରାଇଲା ପୋଲିସ ଜାଣିବାକୁ ଚେଷ୍ଟା କରୁଛି । ଏହା ଡ୍ରାଇଭରଙ୍କ ତ୍ରୁଟି ନା ଯାନ୍ତ୍ରିକ ତ୍ରୁଟି ?