Sad News: ସଡ଼କ ଦୁର୍ଘଟଣାରେ, ଏଏସଆଇଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha1967985

Sad News: ସଡ଼କ ଦୁର୍ଘଟଣାରେ, ଏଏସଆଇଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

Rajasthan Churu Accident: ଚୁରୁର ସୁଜଙ୍ଗର ନିକଟ କାନୋଟା ନିକଟରେ ଟ୍ରକ ସହିତ ଏକ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଏଏସଆଇ ସମେତ ୫ ଜଣ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି।

Sad News: ସଡ଼କ ଦୁର୍ଘଟଣାରେ, ଏଏସଆଇଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

Sujangarh road accident: ରାଜସ୍ଥାନର ନିର୍ବାଚନ ମାହୋଲ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସକାଳ ପ୍ରାୟ ୬ଟା ସମୟରେ ଚରୁର ସୁଜଙ୍ଗର ସଦର ପୋଲିସ ଷ୍ଟେସନ ଅଂଚଳର ବାଗସାରା  ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଦୁଇଜଣ ପୋଲିସ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ଯୋଧପୁର ଚିକିତ୍ସାଳୟ (Jodhpur hospital)କୁ ସ୍ଥାନାନ୍ତରଣ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଖିନଭସର ପୋଲିସ ଷ୍ଟେସନରେ ପୋଷ୍ଟିଂ ହୋଇଥିବା ୭ଜଣ ପୋଲିସ କର୍ମଚାରୀ ନିର୍ବାଚନ ଡ୍ୟୁଟି ପାଇଁ ତରୁଣଗର ଯାଉଥିଲେ । ପୋଲିସ କର୍ମଚାରୀଙ୍କ କାର ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବାରୁ ଏଏସଆଇ ସମେତ ୫ ଜଣ ପୋଲିସ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ସିଏମ୍ ଅଶୋକ ଗେହଲୋଟ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୋଲିସ କର୍ମଚାରୀଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି । ଆହତ ତଥା ଗୁରୁତର ପୋଲିସ କର୍ମଚାରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଡିଏସପି ଶକିଲ ଅହମ୍ମଦ ଦୁର୍ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଘଟଣାସ୍ଥଳରୁ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଦୁର୍ଘଟଣା ପରେ ଏସପିଙ୍କ ସମେତ ପୋଲିସ ବିଭାଗର ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। 

ମୃତକଙ୍କ ମଧ୍ୟରେ ଏଏସଆଇ ରାମଚନ୍ଦ୍ର, କନଷ୍ଟେବଳ କୁମ୍ଭାରାମ, ଥାନାରାମ ସୁରେଶ ମୀନା, ମହେନ୍ଦ୍ରଙ୍କ ନାମ ରହିଛି । ଆହତମାନଙ୍କ ମଧ୍ୟରେ ହେଡ କନଷ୍ଟେବଳ ଶୁଭାରାମ, ଖିନଭସରର କନଷ୍ଟେବଳ ସୁଖରାମ ବାସିନ୍ଦା ଅଛନ୍ତି।

Also Read- ଦିଲ୍ଲୀ ମେଟ୍ରୋରେ ୨.୭ ଲକ୍ଷ କ୍ୟାସ ଭର୍ତ୍ତି ବ୍ୟାଗ ଭୁଲିଗଲେ ବ୍ୟକ୍ତି, ସୁରକ୍ଷିତ ଭାବେ ଫେରସ୍ତ କଲେ CISF

Also Read- World Cup 2023: ଭାରତର ବିଜୟ ପାଇଁ ୧୦ ଯୁବକ ରଖିଛନ୍ତି ନିର୍ଜଳା ଉପବାସ, ବିଶ୍ୱକପ ଆଣିବା ପରେ କରିବେ ଖାଦ୍ୟ ଗ୍ରହଣ