5 causes of Divorce: କ’ଣ ପାଇଁ ପତି-ପତ୍ନୀଙ୍କ ମଧ୍ଯରେ ସମ୍ପର୍କ ବିଶାକ୍ତ ହୋଇଯାଏ ? ଜାଣନ୍ତୁ ସମ୍ପର୍କ ବଜାୟ ରଖିବାର ସ୍ୱର୍ଣ୍ଣିମ ନିୟମ କ’ଣ
Advertisement
Article Detail0/zeeodisha/odisha1928039

5 causes of Divorce: କ’ଣ ପାଇଁ ପତି-ପତ୍ନୀଙ୍କ ମଧ୍ଯରେ ସମ୍ପର୍କ ବିଶାକ୍ତ ହୋଇଯାଏ ? ଜାଣନ୍ତୁ ସମ୍ପର୍କ ବଜାୟ ରଖିବାର ସ୍ୱର୍ଣ୍ଣିମ ନିୟମ କ’ଣ

  ପ୍ରତ୍ୟେକ ଦମ୍ପତି ଚିରଦିନ ପାଇଁ ସୁଖୀ ଦାମ୍ପତ୍ୟ ଜୀବନର ଇଛା ରଖନ୍ତି ।  ତଥାପି, ବେଳେବେଳେ ଏହି ଇଚ୍ଛା ପୁରଣ ହୁଏନା । ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଅଲଗା ହେବାକୁ ସବୁ ପ୍ରକାର ଉଦ୍ୟମ କରନ୍ତି । ଘରକଥା ଚାରିକାନ୍ଥ ଭିତରୁ ବାହାରି ଅଦାଲତରେ ପହଞ୍ଚେ । ସମ୍ପର୍କରେ ଏହି ତିକ୍ତତା ପଛରେ ରହି

SOCIAL MEDIA

5 causes of Divorce: 

ପ୍ରତ୍ୟେକ ଦମ୍ପତି ଚିରଦିନ ପାଇଁ ସୁଖୀ ଦାମ୍ପତ୍ୟ ଜୀବନର ଇଛା ରଖନ୍ତି ।  ତଥାପି, ବେଳେବେଳେ ଏହି ଇଚ୍ଛା ପୁରଣ ହୁଏନା । ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ୱାମୀ-ସ୍ତ୍ରୀ ପରସ୍ପରଠାରୁ ଅଲଗା ହେବାକୁ ସବୁ ପ୍ରକାର ଉଦ୍ୟମ କରନ୍ତି । ଘରକଥା ଚାରିକାନ୍ଥ ଭିତରୁ ବାହାରି ଅଦାଲତରେ ପହଞ୍ଚେ । ସମ୍ପର୍କରେ ଏହି ତିକ୍ତତା ପଛରେ ରହିଛି ସେମାନଙ୍କ ନିଜ ତିଆରି ପରିସ୍ଥିତି । ଆଜି ଆମେ ଦାମ୍ପତ୍ୟ ଜୀବନର ଏପରି କିଛି ତ୍ରୁଟି ବିଷୟରେ ନିମ୍ନରେ ଆଲୋଚନା କରିବା  ଯାହା ସମ୍ପର୍କକୁ ନଷ୍ଟ କରିଥାଏ, ଯେଉଁ ଭୂଲରୁ ସବୁ ଦମ୍ପତି କରିବା ଠାରୁ ଦୂରେଇ ରହିବା ଉଚିତ ।

 

ସବୁଥିରେ ଦୋଷ ଖୋଜା

ଯେତେବେଳେ ସ୍ୱାମୀ ଏବଂ ସ୍ତ୍ରୀ ସର୍ବଦା ପରସ୍ପରର ବ୍ୟକ୍ତିତ୍ୱ କିମ୍ବା କାର୍ଯ୍ୟରେ ତ୍ରୁଟି ଖୋଜନ୍ତି, ସେତେବେଳେ ସେମାନେ ସମ୍ପର୍କରେ ସକରାତ୍ମକତା ଖୋଜିବାରେ ସକ୍ଷମ ହୁଅନ୍ତି ନାହିଁ । ସ୍ୱାମୀ ଓ ସ୍ତ୍ରୀ ଯେତେବେଳେ ପରସ୍ପରର ଭଲ ଗୁଣ ପରିବର୍ତ୍ତେ କେବଳ ଖରାପ ଗୁଣକୁ ଦେଖନ୍ତି ସେତେବେଳେ  ନକାରାତ୍ମକତା ଏତେ ବଢ଼ିଯାଏ ଯେ କିଛି ସମୟ ପରେ ଦୁହେଁ ଅଲଗା ହେବା ହିଁ ଠିକ ବୋଲି ଭାବନ୍ତି । ତେଣୁ ପରସ୍ପର ମଧ୍ଯରେ ଦୋଷ ଖୋଜିବା ବଦଳରେ ସେହି ଭଲ ଗୁଣକୁ ଖୋଜନ୍ତୁ ଯାହା ଆପଣଙ୍କ ଜୀବନରେ ସକରାତ୍ମକତା ଆଣିବ ।

 

କେବଳ ‘ମୁଁ‘ ର ଭାବନା ମାରାତ୍ମକ

 ଦାମ୍ପତ୍ୟ ଜୀବନରେ ଉଭୟ ପତିପତ୍ନୀଙ୍କର ସମାନ ସହଭାଗିତା ଜରୁରୀ । ଯେତେବେଳେ ସମ୍ପକରେ ଜଣକର ଦବଦବା ରୁହେ ବା ସମ୍ପର୍କକୁ ଚଳାଇ ରଖିବା ପାଇଁ ଜଣକ ପଟୁ ଉଦ୍ୟମ ହୁଏ କିମ୍ବା ଯେତେବେଳେ ପତି ପତ୍ନୀଙ୍କ ମଧ୍ଯରୁ ଜଣେ କେହି ନିଜକୁ ହିଁ ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରନ୍ତି ସେତେବେଳେ ସମ୍ପର୍କରେ ଫାଟ ପଡ଼ିବା ଆରମ୍ଭ ହୁଏ । ଉଭୟଙ୍କ ମଧ୍ଯରେ ସାମଞ୍ଜସ୍ୟ ନରହିଲେ  ଦାମ୍ପତ୍ୟର ଅନୁଭବ ଆସେନାହିଁ । ଏଭଳି ସମ୍ପର୍କ ବଜାୟ ରଖିବା କଷ୍ଟକର ହୋଇପଡ଼େ । ତେଣୁ ସଫଳ ଦାମ୍ପତ୍ୟ ଜୀବନ ପାଇଁ  ‘ମୁଁ’କୁ ତ୍ୟାଗ କରନ୍ତୁ ଓ ‘ଆମେ’ ହୋଇ ରୁହନ୍ତୁ ।

ସାଥିଠାରୁ  ଫୋନକୁ ଅଧିକ ଗୁରୁତ୍ୱ

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେତେବେଳେ ଜଣେ ବ୍ୟକ୍ତି ତାଙ୍କ ପତି କିମ୍ବା ପତ୍ନୀଙ୍କ ଅପେକ୍ଷା ନିଜ ଫୋନକୁ ଅଧିକ ଗୁରୁତ୍ୱ ଦିଅନ୍ତି, ସେତେବେଳେ ଏହା ସେମାନଙ୍କ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଅଭ୍ୟାସ ବୈବାହିକ ଜୀବନର ଶାନ୍ତିକୁ ନଷ୍ଟ କରିଥାଏ । ଏଭଳି ପରିସ୍ଥିତି ଜଣକୁ ଉଦାସୀନତା ଆଡକୁ ନେଇଥାଏ । ମୋବାଇଲ ଫୋନ୍ ଆଡିକ୍ସନ ବୈବାହିକ ଜୀବନକୁ ନଷ୍ଟ କରିଦିଏ । ଜଣକର ଫୋନକୁ ଅଧିକ ଗୁରୁତ୍ୱ ଦ୍ୱାରା ଆଉ ଜଣେ ଗୁରୁତ୍ୱହୀନ ଅନୁଭବ କରେ । ଯାହା ଆଗକୁ ଚାଲି ମତାନ୍ତର ଓ ମନାନ୍ତରର କାରଣ ହୋଇପାରେ । ତେଣୁ ଏକଠି ଥିବା ବେଳେ ଫୋନକୁ ଗୋଟିଏ ପଟେ ରଖିଦେଇ ନିଜ ସାଥିଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତୁ ।

 

ଟଙ୍କା ମ୍ୟାନେଜ୍ କରିବାରେ ଅକ୍ଷମତା

ଯେଉଁମାନେ ଭାବନ୍ତି ଯେ ସେମାନଙ୍କର ସାଥୀ ଟଙ୍କା ମ୍ୟାନେଜ କରିବାରେ ସଫଳ ନୁହନ୍ତି, ସେମାନେ ନିଜ ସମ୍ପର୍କ ପ୍ରତି କମ୍ ପ୍ରତିବଦ୍ଧ ଅନୁଭବ କରନ୍ତି । ଏହି ପରିସ୍ଥିତି ହେତୁ, ସେମାନେ ସର୍ବଦା ଅସ୍ଥିରତାର ଅନୁଭବ କରନ୍ତି, ଯାହା ଏକ ଅସୁରକ୍ଷିତତାର ଭାବନାରେ ମଧ୍ୟ ପରିବର୍ତ୍ତିତ ହୋଇପାରେ ।  ଏପରିକି ଟଙ୍କା ପାଇଁ ଦାମ୍ପତ୍ୟ ଜୀବନରେ ଦୈନିକ ଝଗଡା ମଧ୍ୟ ସାଧାରଣ  ଘଟଣା ହୋଇଯାଏ  । ଏଭଳି ପରିସ୍ଥିତିରେ ନିଜ ସାଥିଙ୍କୁ ସାହାଯ୍ୟ କରନ୍ତୁ । ତାଙ୍କୁ ମନି ମ୍ୟାନେଜ କରିବାର କଳା ଶିଖାନ୍ତୁ ଯଦି ଆପଣଙ୍କୁ ଜଣା । କିନ୍ତୁ ଏମିତି ଶିଖାନ୍ତୁ ଯେମିତି ସେ ଜାଣିବେ ନାହିଁ ଯେ, ଆପଣ ତାଙ୍କୁ ଶିଖାଉଛନ୍ତି ।

 

ହିସାବ ରଖିବା

କିଛି ଦମ୍ପତିଙ୍କ ମଧ୍ଯରେ ଏଭଳି ପତି କିମ୍ବା ପତ୍ନୀ ଥାଆନ୍ତି ଯେଉଁମାନେ ହିସାବି ହୋଇଥାନ୍ତି । ସେମାନେ ନିଜ ସାଥି ପାଇଁ କ’ଣ କରିଛନ୍ତି,କେତେ ଖର୍ଚ୍ଚ କରିଛନ୍ତି ତା’ର ହିସାବ ରଖନ୍ତି । ସେମାନେ ଏହାର ମଧ୍ଯ ହିସାବ କରନ୍ତି ଯେ, ବଦଳରେ ସେମାନେ କ’ଣ ପାଉଛନ୍ତି । ଏଭଳି ମନୋଭାବ ଯୋଗୁ ସମ୍ପର୍କ ମରିଯାଏ । ସବୁ କଥାରେ ହିସାବ ରଖିବା ଓ ହିସାବ ଦେବାର ଅଭ୍ଯାସ ପାଇଁ ସମ୍ପର୍କ ବିଶାକ୍ତ ହୋଇଯାଏ । ଏତେ ବିଶାକ୍ତ ହୋଇଯାଏ ଯେ, କଥା ବିବାହ ବିଛେଦ ପର୍ଯ୍ୟନ୍ତ ଯାଏ ଯାଇଥାଏ । ତେଣୁ ଦାମ୍ପତ୍ୟ ଜୀବନରେ ଆପଣ ନିଜ ସାଥିପାଇଁ କେତେ ଖର୍ଚ୍ଚ କଲେ,କେତେ ସମୟ ଦେଲେ ତା’ର ହିସାବ ରଖନ୍ତୁ ନାହିଁ । କିଛି ଜିନିଶର ହିସାବ ନରଖିବା ହିଁ ସମ୍ପର୍କକୁ ବଜାୟ ରଖିଥାଏ । କ’ଣ କଲେ ବା କ’ଣ କରିଛନ୍ତି ସେବାବଦରେ କେବେ ମଧ୍ଯ ଭାବନ୍ତୁ ନାହିଁ ।