Balasore Bus Accident: ଜଳେଶ୍ବରରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୪୦ରୁ ଅଧିକ ଯାତ୍ରୀ ଆହତ
Advertisement
Article Detail0/zeeodisha/odisha1778860

Balasore Bus Accident: ଜଳେଶ୍ବରରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୪୦ରୁ ଅଧିକ ଯାତ୍ରୀ ଆହତ

Balasore Bus Accident: ପୁଣି ଘଟିଲା ଅଘଟଣ। ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ (Balasore Bus Accident) । ବାଲେଶ୍ବର (Balasore) ଜିଲ୍ଲା ଜଳେଶ୍ବର ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ଏହି ଦୁର୍ଘଟଣା (Accident) ଘଟିଛି । ଏଥିରେ ୪୦ ରୁ (40 injured) ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ପଢନ୍ତୁ ଏହି ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Balasore Bus Accident: ଅଶୁଭ ଶୁକ୍ରବାର !  ପୁଣି ଘଟିଲା ଅଘଟଣ। ଭାରସାମ୍ୟ ହରାଇ ଓଲଟିଲା  ଯାତ୍ରୀବାହୀ ବସ୍ (Balasore Bus Accident) । ବାଲେଶ୍ବର (Balasore) ଜିଲ୍ଲା ଜଳେଶ୍ବର  ୬୦ ନମ୍ବର  ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ଏହି ଦୁର୍ଘଟଣା (Accident) ଘଟିଛି । ଏଥିରେ ୪୦ ରୁ (40 injured) ଅଧିକ ଯାତ୍ରୀ ଆହତ ହୋଇଛନ୍ତି।  ସେଥିମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । 

Also Read: Shukra Gochar 2023: ଶୁକ୍ରଙ୍କ ଗୋଚର କାରଣରୁ ମାଲେମାଲ୍ ହେବେ ଏହି ତିନି ରାଶି!

Also Read: Horoscope Today 14 July 2023: ଏହି ୪ ରାଶି ରୁହନ୍ତୁ ସାବଧାନ୍, ଏହି ୩ ରାଶି ଉପରେ ଆଜି ହେବ ଟଙ୍କାର ବର୍ଷା! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ସୂଚନା ଅନୁସାରେ, ଏକ ଘରୋଇ ବସଟି ଗୁରୁବାର ବିଳମ୍ବିତ ରାତିରେ ୪୦ରୁ (40 injured) ଅଧିକ ଯାତ୍ରୀଙ୍କୁ ନେଇ  ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା। ବାଲେଶ୍ବର ଜିଲ୍ଲା ଜଳେଶ୍ବର  ୬୦ ନମ୍ବର  ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ ପହଞ୍ଚିବା ସମୟରେ ହଠାତ୍ ବସଟି ଭାରସାମ୍ୟ ହରାଇ ଥିଲା। ଫଳରେ ରାସ୍ତା କଡକୁ ଓଲଟି ପଡିଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଯୋଗାଯୋଗ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ମଧ୍ୟରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା। ତେବେ, ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

Also Read: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଡିଏ ବୃଦ୍ଧି କରିବାକୁ ଘୋଷଣା କଲେ ସରକାର, ଜାଣନ୍ତୁ କେତେ ବଢ଼ିବ ଦରମା

Also Read: Hyperion Tree: ଏହା ହେଉଛି ଦୁନିଆର ସବୁଠାରୁ ଉଚ୍ଚା ଗଛ, ଏପରିକି କୁତୁବ୍ ମିନାର୍- ଷ୍ଟାଚ୍ୟୁ ଅଫ୍ ଲିବର୍ଟି ମଧ୍ୟ ଏହାର ସାମ୍ନାରେ କିଛି ନୁହେଁ!

ନିକଟରେ. ମୟୂରଭଞ୍ଜ ଜିଲ୍ଲାରେ ଏକ ବସ ଦୁର୍ଘଟଣାଗସ୍ତ ହୋଇଥିଲା। ଟ୍ରକଟି ଧକ୍କା ଦେବା ଫଳରେ ବସଟି ଘାଟି ଭିତରକୁ ଓଲଟି ପଡ଼ିଥିଲା । ତେବେ ଏହି ଦୁର୍ଘଟଣା ଅନେକ ଯାତ୍ରୀ ଗୁରୁତର ହୋଇଥିଲେ । ସୂଚନା ଅନୁଯାୟୀ, ଏକ ଘରୋଇ ଯାତ୍ରୀବାହୀ ବସଟି ପାଖାପାଖି ୪୫ ଜଣ ଯାତ୍ରୀଙ୍କୁ ଧରି ସୋମବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ଜାମଦାରୁ ଭୁବନେଶ୍ବର (Bhubaneswar) ଅଭିମୁଖେ ଯାଉଥିଲା । ତେବେ ରାତି ପ୍ରାୟ ଗୋଟାଏ ବେଳକୁ ଜାମଦା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଗୋଡ଼ଭଙ୍ଗା ଘାଟିରେ (Godabhanga Ghati) ଏକ ଅଜଣା ଟ୍ରକ୍ ବସକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଯାତ୍ରୀବାହୀ ବସଟି ଘାଟିର ପ୍ରାୟ ୨୦ ଫୁଟ୍ ତଳକୁ ଖସିପଡ଼ିଥିଲା । ଫଳରେ ଏଥିରେ ଥିବା ଅନେକ ଯାତ୍ରୀ ଗୁରୁତର ଆହତ (severely injured)ହୋଇଥିଲେ ।  ଖବର ପାଇ ଆନନ୍ଦପୁର ପୋଲିସ (Anandapur police) ଘଟଣାସ୍ଥଳରେ ପହଁଞ୍ଚିଥିଲା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଓ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାକୁ ପଠାଯାଇଛି ।