Road Accident: ପାର୍ଟିରୁ ଫେରୁଥିବା ବେଳେ ଘଟିଲା ଭୟଙ୍କର ଦୁର୍ଘଟଣା , ଚାଲିଗଲା ୪ ଜୀବନ
Advertisement
Article Detail0/zeeodisha/odisha1813222

Road Accident: ପାର୍ଟିରୁ ଫେରୁଥିବା ବେଳେ ଘଟିଲା ଭୟଙ୍କର ଦୁର୍ଘଟଣା , ଚାଲିଗଲା ୪ ଜୀବନ

Road Accident: ପାର୍ଟିରୁ ଫେରୁଥିବା ବେଳେ ଘଟିଗଲା ବଡ ଅଘଟଣ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ପରିସ୍ଥିତି ଏଭଳି ଥିଲା ଯେ,ମୃତକଙ୍କର ମୃତଦେହ ରାସ୍ତା ଉପରେ ଖଣ୍ତ ବିଖଣ୍ତିତ ହୋଇ ପଡିଥିଲା। ରକ୍ତରେ ବୁଡି ଯାଇଥିଲା ରାଜରାସ୍ତା । ସଡ଼କ ଦୁର୍ଘଟଣାରେ (road accident) ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସମସ୍ତ ମୃତକ ଛାତ୍ର ହୋଇଥିବା ଜଣପଡିଛି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ଏ-ମିତିବି ଆସେ ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗଲା ୪ ନୀରିହ ଜୀବନ (4 killed) । ପାର୍ଟିରୁ ଫେରୁଥିବା ବେଳେ ଘଟିଗଲା ବଡ ଅଘଟଣ(road accident) । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ପରିସ୍ଥିତି ଏଭଳି ଥିଲା ଯେ,ମୃତକଙ୍କର ମୃତଦେହ ରାସ୍ତା ଉପରେ ଖଣ୍ତ ବିଖଣ୍ତିତ ହୋଇ ପଡିଥିଲା। ରକ୍ତରେ ବୁଡି ଯାଇଥିଲା ରାଜରାସ୍ତା । ସଡ଼କ ଦୁର୍ଘଟଣାରେ (road accident) ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସମସ୍ତ ମୃତକ ଛାତ୍ର ହୋଇଥିବା ଜଣପଡିଛି । ମୃତକମାନେ ହେଲେ,ମୋହନ ରେଡ୍ଡୀ(୨୭),ବିଷ୍ଣୁ ଚୌଧୁରୀ(୨୪),ନରେଶ ରେଡ୍ଡୀ(୨୮) ଓ ମରୁ ସାଗର ରେଡ୍ଡୀ( ୨୮)। ଏବଂ ଆହତ ଜଣକ ହେଲେ ଶ୍ରୀନିବାସ ରେଡ୍ଡୀ। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆନ୍ଧ୍ର ପ୍ରଦେଶର ଅନନ୍ତପୁରାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। 

Also Read: Horoscope Today Aug 7 2023: ଏହି ତିନି ରାଶିର ରହିଛି ଧନପ୍ରାପ୍ତିର ଯୋଗ ,ଏହି ୨ ରାଶିଙ୍କ ଲାଗି ବଢିପାରେ ସମସ୍ୟା! ଜାଣନ୍ତୁ କେମିତ କଟିବ ଆଜିର ଦିନ

ସୂଚନା ଅନୁସାରେ,  ମୋହନ ରେଡ୍ଡୀ ନାମଜ ଜଣେ ଛାତ୍ର ଗତ କିଛି ଦିନ ତଳେ ଏକ ନୂଆ କାର୍ କିଣିଥିଲେ। ଏନେଇ ସେ ନିଜ ସାଙ୍ଗ ମାନଙ୍କୁ ପାର୍ଟି ଦେବା ପାଇଁ ରବିବାର ରାତିରେ ଆନ୍ଧ୍ରର (Tadipatri) ତାଡିପାତ୍ରୀ ସହରକୁ ଯାଇଥିଲେ। ପାର୍ଟି କରି ବିଳମ୍ବିତ ରାତିରେ ସେହି ନୂଆ କାରରେ  ତାଙ୍କ ସାଙ୍ଗ ବିଷ୍ଣୁ ଚୌଧୁରୀ (୨୪),ନରେଶ ରେଡ୍ଡୀ(୨୮) ଓ ମରୁ ସାଗର ରେଡ୍ଡୀ( ୨୮)ଙ୍କ ସହ ନିଜ ଘରକୁ ଫେରୁଥିଲେ। କିନ୍ତୁ  ସମସ୍ତ ନିଶାରେ ଚୁର ଥିବାରୁ ଗାଡିର ସ୍ପିଡ୍ ମଧ୍ୟ ଅଧିକ ଥିଲା।  ଏହି ସମୟରେ ଗାଡି଼ ଚଲାଉଥିବା  ମୋହନ ନିଶାରେ ଚୁର୍ ଥିବାରୁ ଭାରସାମ୍ୟ ହରାଇ ଗାଡିଟିକୁ ରାସ୍ତା କଡରେ ଥିବା ଏକ ଗଛରେ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ କାରରେ ଥିବା ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଛ ମୂଳରେ ଆଶ୍ରୟ ନେଇଥିବା ଜଣେ ଯାତ୍ରୀ ଏଥିରେ ଆହତ ହୋଇଥିଲେ। ଆନ୍ଧ୍ର ପ୍ରଦେଶର ଅନନ୍ତପୁରାରେ ଜାତୀୟ ରାଜପଥ (national highway) ରବି ଭେଙ୍କଟମପଲ୍ଲୀ (Ravi Venkatampalli village) ନିକଟରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛଦ ପାଇଁ ପଠାଇବା ସହ ଆହତଙ୍କୁ ଉଦ୍ଧାର କରି ସରକାରୀ ମେଡିକାଲରେ ଭର୍ତ୍ତୀ କରିଛି। ମଦ୍ୟପାନ କରି ଦ୍ରୃତଗତିରେ ଗାଡି ଚଲାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି । ପୋଲିସ୍ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।  

ନିକଟରେ  ସୁନ୍ଦରଗଡ (Sundargarh ) ଟାଉନ ଥାନା କୁନାଲ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) ଘଟିଛି । ଗୋଟିଏ ଟ୍ରକ ଉପରେ ଅନ୍ୟ ଏକ ଟ୍ରକଟି ଚଢିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଗୁରୁତର ମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଛାନଭିନ୍ ଜାରି ରଖିଛି । ସୁଚନା ଅନୁଯାୟୀ, ଶୁକ୍ରବାର ଦିନ ବିଳମ୍ବିତ ରାତିରେ ରାଜଗାଙ୍ଗପୁରରୁ ସିମେଣ୍ଟ ଆଣି ଆସୁଥିବା ଏକ ଟ୍ରକଟି ସୁନ୍ଦରଗଡ଼ ଟାଉନ ଥାନା କୁନାଲ ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ଅନ୍ୟ ଏକ ଟ୍ରକ ଉପରକୁ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଟ୍ରକ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁଇ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।  ଦୁର୍ଘଟଣା ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ (fire brigade) ଘଟଣାସ୍ଥଳରେ ପହଁଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।