Indian Politics: ୨୦୨୪ ଫାଇନାଲ ପୂର୍ବରୁ ୨୦୨୩ ସେମି ଫାଇନାଲ ଖେଳିବେ ସବୁ ଦଳ, ଜାଣନ୍ତୁ କିପରି
Advertisement
Article Detail0/zeeodisha/odisha1907834

Indian Politics: ୨୦୨୪ ଫାଇନାଲ ପୂର୍ବରୁ ୨୦୨୩ ସେମି ଫାଇନାଲ ଖେଳିବେ ସବୁ ଦଳ, ଜାଣନ୍ତୁ କିପରି

Lok Sabha Election 2024: ସୋମବାର ନିର୍ବାଚନ ଆୟୋଗ ୫ ରାଜ୍ୟରେ ହେବାକୁ ଯାଉଥିବା ୨୦୨୩ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି। ବିଧାନସଭା ନିର୍ବାଚନ ନଭେମ୍ବର ୭ ତାରିଖରୁ ୩୦ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ୫ ଦିନ ସ୍ଥିର କରାଯାଇଛି। ଏହା ପରେ ଡିସେମ୍ବର ୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Indian Politics: ୨୦୨୪ ଫାଇନାଲ ପୂର୍ବରୁ ୨୦୨୩ ସେମି ଫାଇନାଲ ଖେଳିବେ ସବୁ ଦଳ, ଜାଣନ୍ତୁ କିପରି

Assembly Election 2023: ଆସନ୍ତା ବର୍ଷ ଦେଶର ହେବାକୁ ଯାଉଛି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଚଳିତ ବର୍ଷ ଶେଷରେ ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ବର୍ଷ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ପାଇଁ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବରେ ଦେଖାଯାଉଛି। ୨୦୨୩ ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ କ'ଣ ତାହା ଜାଣି ନିଅନ୍ତୁ। ଅକ୍ଟୋବର ୯ ତାରିଖ ସୋମବାର ନିର୍ବାଚନ ଆୟୋଗ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି। ଛତିଶଗଡ ଠାରେ ଦୁଇଟି ପର୍ଯ୍ୟାୟରେ ଏବଂ ଅବଶିଷ୍ଟ ଚାରୋଟି ରାଜ୍ୟରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ।

ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ 
ନିର୍ବାଚନ କମିଶନର ରାଜୀବ କୁମାର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନଭେମ୍ବର ୧୭ ତାରିଖରେ ମଧ୍ୟ ପ୍ରଦେଶ, ନଭେମ୍ବର ୨୩ ତାରିଖରେ ରାଜସ୍ଥାନ, ନଭେମ୍ବର ୭ ତାରିଖରେ ମିଜୋରାମ, ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ୨୦୨୩ ଲାଗି ମତଦାନ ଅନୁଷ୍ଠିତ ହେବ। ସେହିପରି ଛତିଶଗଡ଼ ଠାରେ ନଭେମ୍ବର ୭ ଏବଂ ୧୩ ତାରିଖରେ ମତଦାନ ହେବ। ଏହି ସମସ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ଆସିବ। ଯାହାର ଅର୍ଥ ହେଉଛି ୫ ରାଜ୍ୟରେ ୫ ଦିନ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ  ଦେଶର ଏହି ୫ ରାଜ୍ୟର ସମସ୍ତ ୬୭୯ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।

କ'ଣ ରହିଛି ସଂଖ୍ୟା ଗଣିତ?
ଯଦି ମଧ୍ୟ ପ୍ରଦେଶ କଥା କୁହାଯାଏ ତାହେଲେ ଏହି ରାଜ୍ୟରେ ୫.୬ କୋଟି ଭୋଟର ଅଛନ୍ତି। ସେହିପରି ରାଜସ୍ଥାନରେ ୫.୨୫ କୋଟି, ଛତିଶଗଡ଼ରେ ୨.୦୩ କୋଟି, ମିଜୋରାମ୍ ଠାରେ ୮.୨୫ ଲକ୍ଷ ଭୋଟର ଅଛନ୍ତି। ଏହି ରାଜ୍ୟରେ ଏପରି ୬୦.୨ ଲକ୍ଷ ଭୋଟର ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବେ। ଯଦି ସମସ୍ତ ୬୭୯ ନିର୍ବାଚନମଣ୍ଡଳୀ କଥା କହିବା, ତାହେଲେ ମଧ୍ୟ ପ୍ରଦେଶରେ ସର୍ବାଧିକ ୨୩୦ ବିଧାନସଭା ଆସନ ରହିଛି। ରାଜସ୍ଥାନର ୨୦୦, ତେଲେଙ୍ଗାନାର ୧୧୯, ଛତିଶଗଡ଼ର ୯୦ ଏବଂ ମିଜୋରାମର ୪୦ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।

ସୁରକ୍ଷିତ ନିର୍ବାଚନ କରିବା ପାଇଁ ହୋଇଛି ସମ୍ପୂର୍ଣ୍ଣ ପ୍ରସ୍ତୁତି
ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ନିରାପଦ ନିର୍ବାଚନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ନିର୍ବାଚନ ଆୟୋଗ ସେହି ସମସ୍ତ ୫ ରାଜ୍ୟ ପରିଦର୍ଶନ କରିଛନ୍ତି ଯେଉଁଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସମସ୍ତ ଦଳର ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିଛନ୍ତି ଆୟୋଗ। ଯଦି ଆମେ ୫ ରାଜ୍ୟରେ ମତଦାନ କେନ୍ଦ୍ର ବିଷୟରେ ଆଲୋଚନା କରିବା ତାହେଲେ ଛତିଶଗଡ଼ରେ୨୪,୧୦୯ ମତଦାନ କେନ୍ଦ୍ର, ମଧ୍ୟପ୍ରଦେଶରେ ୬୪, ୫୨୩, ମିଜୋରାମରେ ୧୨୭୬, ରାଜସ୍ଥାନରେ ୫୧,୭୫୬ ଏବଂ ତେଲେଙ୍ଗାନାରେ ୩୫,୩୫୬ ମତଦାନ କେନ୍ଦ୍ର ନିର୍ମାଣ ହେବ।

୨୦୨୪ ଫାଇନାଲ ପୂର୍ବରୁ ୨୦୨୩ ହେଉଛି ସେମି ଫାଇନାଲ
ଦେଶର ଯେଉଁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ତାହାକୁ ଆସନ୍ତା ବର୍ଷ ହେବାକୁ ରହିଥିବା ଲୋକସଭା ନିର୍ବାଚନ ଲାଗି ସେମିଫାଇନାଲ ଭାବରେ ବିବେଚନା କରାଯାଉଛି। ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଛନ୍ତି। ବିଜେପି ବର୍ତ୍ତମାନ ଏନଡିଏ ମେଣ୍ଟର ମୁଖ୍ୟ ରହିଥିବା ବେଳେ କଂଗ୍ରେସ ଏହାର ପୁରୁଣା ୟୁପିଏ ମେଣ୍ଟର ନାଁ ବଦଳାଇ ଏହାର ନାମ "ଇଣ୍ଡିଆ" ରଖିଛି। ପ୍ରମୁଖ ବିରୋଧି ଦଳ "ଇଣ୍ଡିଆ" ମଞ୍ଚରେ ଅନ୍ତର୍ଭୂକ୍ତ ହୋଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଏହି ବିଧାନସଭା ନିର୍ବାଚନରେ କେଉଁ ଦଳ କେତେ ସିଟ୍ ଜିତି ନିର୍ବାଚନରେ ବିଜୟ ବାନା ଉଡ଼ାଇବ।