Dolphins Death: ନଦୀରୁ ମିଳିଲା ୧୨୦ଟି ଡଲଫିନର ମୃତ ଶରୀର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
Advertisement

Dolphins Death: ନଦୀରୁ ମିଳିଲା ୧୨୦ଟି ଡଲଫିନର ମୃତ ଶରୀର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Dolphins Death: ବୈଜ୍ଞାନିକ କାରଣ ଅନୁଯାୟୀ ଅତ୍ୟଧିକ ଉତ୍ତାପ ଏବଂ ମରୁଡ଼ି କାରଣରୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଆମାଜନ ନଦୀ ଜଳରେ ଅମ୍ଳଜାନ ସ୍ତର ହ୍ରାସ ପାଇଥିବା କାରଣରୁ ମଧ୍ୟ ଏପରି ହୋଇଥିବା ଚର୍ଚ୍ଚା ହେଉଛି । କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ଡଲଫିନ୍ ଏପରି ଏକ ଜୀବ ଯିଏ ଅଧିକ ତାପମାତ୍ରାକୁ ସହ୍ୟ କରିପାରେନାହିଁ ।

Dolphins Death: ନଦୀରୁ ମିଳିଲା ୧୨୦ଟି ଡଲଫିନର ମୃତ ଶରୀର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Dolphins Death: ଗତ ଏକ ସପ୍ତାହ ମଧ୍ୟରେ ବ୍ରାଜିଲର ଆମାଜନ ନଦୀ (Amazon River in Brazil) ଏବଂ ଏହାର ଶାଖା ନଦୀ ଗୁଡ଼ିକରେ ଅନେକ ଡଲଫିନ ମରି ଭାସୁଥିବା ଦେଖିବାକୁ ମିଳିଛି । ଗଣନା ଅନୁଯାୟୀ ମିଳିଥିବା ମୃତ ଡଲଫିନଙ୍କ ସଂଖ୍ୟା ୧୨୦ ବୋଲି କୁହାଯାଉଛି । ଆଗକୁ ମୃତ ଡଲଫିନଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି କୁହାଯାଉଛି । ବୈଜ୍ଞାନିକଙ୍କ ମତ ଅନୁଯାୟୀ (According to scientists) ଅତ୍ୟଧିକ ଉତ୍ତାପ ଏବଂ ଜଳାଭାବ କାରଣରୁ ଆମାଜନର ନଦୀର ଅବସ୍ଥା ବିଗିଡିବାରେ ଲାଗିଛି । ଉତ୍ତାପ ବୃଦ୍ଧି କାରଣରୁ ଜଳର ତାପମାତ୍ରା ବୃଦ୍ଧି ପାଉଛି ଯେଉଁ କାରଣରୁ ଅମ୍ଳଜାନ ସ୍ତର କମିବାରେ ଲାଗିଛି (Oxygen levels are decreasing)।

ଡଲଫିନ୍ ଏପରି ଏକ ଜୀବ ଯିଏ ଅସହ୍ୟ ଗରମକୁ ସହ୍ୟ କରିପାରେ ନାହିଁ । ତେଣୁ ଅମ୍ଳଜାନ ଅଭାବ କାରଣରୁ ହିଁ ଆମାଜନ ନଦୀରେ ଏପରି ହୋଇଥିବା କଥା କୁହାଯାଉଛି । ଆମାଜନ ନଦୀରେ ବହୁ ପରିମାଣରେ ଡଲଫିନ୍ ଦେଖିବାକୁ ମିଳିଥାଏ । ଅନେକ ପ୍ରଜାତିର ଡଲଫିନ ରହିଛନ୍ତି ଏହି ନଦୀରେ । କିନ୍ତୁ ବର୍ତ୍ତମାନ ଡଲଫିନ ସଂଖ୍ୟା ହ୍ରାସ ନେଇ ଅନେକ ବ୍ୟକ୍ତି ଚିନ୍ତା ପ୍ରକାଶ କରୁଥିବା ଜଣାପଡିଛି । ଏଥିସହିତ ଧୀର ପ୍ରଜନନ କାରଣରୁ ଭବିଷ୍ୟତରେ ଡଲଫିନ ସଂଖ୍ୟା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସୀମିତ ପ୍ରଜାତିର ଡଲଫିନ (limited species of dolphin) ଦେଖିବାକୁ ମିଳିଥାଏ ଆମାଜନ ନଦୀରେ ଯାହା ଅନ୍ୟ କେଉଁଠାରେ ପ୍ରାୟତଃ ଦେଖାଯାଏ ନାହିଁ ।

ଡଲଫିନ ମଡକ ପରେ ସେମାନଙ୍କର ମୃତଦେହକୁ ପୋଷ୍ଟମର୍ଟମ (Postmortem) କରାଯାଉଥିବା ଦେଖିବାକୁ ମିଳିଛି । ସେମାନଙ୍କର ମୃତ୍ୟୁର ପ୍ରକୃତ କାରଣ କଣ ତାହା ଜାଣିବା ପାଇଁ ପୋଷ୍ଟମର୍ଟମ କରାଯାଉଥିବା କୁହାଯାଉଛି । ପୋଷ୍ଟମର୍ଟମ ପରେ ମୃତ ଡଲଫିନ ଗୁଡିକୁ ମାଟି ତଳେ ପୋତି ଦିଆଯାଉଛି । ଅନ୍ୟପଟେ ଆମାଜନ ନଦୀର ଜଳ ପରୀକ୍ଷା (Water test) କରାଯାଉଛି । ଗତ ଗୁରୁବାର ଦିନ ଟେଫେ ନଦୀରୁ ୭୦ ଟି ଡଲଫିନଙ୍କର ମୃତଦେହ ମିଳିଥିଲା। ସେହି ସମୟରେ ଟେଫର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ଥିଲା। ଏହାର ଅର୍ଥ ହାରାହାରି ତାପମାତ୍ରା ଠାରୁ ୧୦ ଡିଗ୍ରୀ ସେଲସିୟସ୍ ଅଧିକ । ପୂର୍ବରୁ ଜଳର ତାପମାତ୍ରା କମ୍ ଥିବା ସମୟରେ ପରେ ଏହା ୩୭ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଛୁଇଁଥିଲା ।  ଆମାଜନର ନଦୀର ପରିବେଶ ବଞ୍ଚାଇବା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଏଥିପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରୁଛନ୍ତି । ଗ୍ଲୋବାଲ ୱାର୍ମିଂର ପ୍ରଭାବ କେବଳ ମଣିଷ ନୁହେଁ ସମଗ୍ର ଜୀବଜଗତ ଉପରେ ପଡୁଛି ବୋଲି ମତ ପ୍ରକାଶ ପାଇଛି । ମୃତ ଡଲଫିନ୍ ମଧ୍ୟରୁ ୮ ଟି ଗୋଲାପୀ ରଙ୍ଗର ଡଲଫିନ୍ (pink dolphin) ଦେଖିବାକୁ ମିଳିଛି । ବ୍ରାଜିଲରେ ଏମାନଙ୍କୁ ବୋଟୋ ବୋଲି କୁହାଯାଇଥାଏ । ବଟୋ ବ୍ୟତୀତ ଆମାଜନ ନଦୀରେ ଧୂସର ରଙ୍ଗର ଡଲଫିନ୍ ମଧ୍ୟ ଅଛନ୍ତି  ଯାହାକୁ ଟାକୁସି କୁହାଯାଇଥାଏ । ଏହି ଉଭୟ ପ୍ରଜାତିକୁ IUCN ରେଡ୍ ତାଲିକାରେ ରଖିଛି । ଅର୍ଥାତ ସେମାନଙ୍କ ପ୍ରଜାତି ଖୁବ କମ ସଂଖ୍ୟାରରେ ଦେଖିବାକୁ ମିଳେ । ସେମାନଙ୍କ ପାଇଁ ସଠିକ ପରିବେଶ ନମିଳିଲେ ପ୍ରାୟ ବିଲୁପ୍ତ ହୋଇପାରନ୍ତି ।

Also Read- ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିଆଲିଟି ଶୋ ‘ଗୃହଲକ୍ଷ୍ମୀ’

Also Read- Maharashtra Case: ମହାରାଷ୍ଟ୍ର ଡାକ୍ତରଖାନାରେ ଅଭାବନୀୟ ଘଟଣା, ମେଡିସିନ ଅଭାବରୁ ଗଲା ୩୧ ଜୀବନ