Gold Silver Price: ବର୍ଷ ଶେଷ ସୁଦ୍ଧା ୬୫ ହଜାରରେ ପହଞ୍ଚିପାରେ ସୁନା ଦର, ୬୬ ହଜାର ପାର କରିପାରେ ରୂପା ମୂଲ୍ୟ
Advertisement

Gold Silver Price: ବର୍ଷ ଶେଷ ସୁଦ୍ଧା ୬୫ ହଜାରରେ ପହଞ୍ଚିପାରେ ସୁନା ଦର, ୬୬ ହଜାର ପାର କରିପାରେ ରୂପା ମୂଲ୍ୟ

Gold Price Raise: ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ ମାର୍ଚ୍ଚ ୧୬ ତାରିଖରେ ସୁନା ମୂଲ୍ୟ ୨୧୩ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୮ ହଜାର ୧୧୫ ଟଙ୍କାରେ ପହଞ୍ଚିଛି। ଆଇଆଇଏଫଏଲ୍ ସିକ୍ୟୁରିଟିଜ୍ ଉପାଧ୍ୟକ୍ଷ ଅନୁଜ ଗୁପ୍ତା କହିଛନ୍ତି ଯେ ଷ୍ଟକ୍ ମାର୍କେଟ ଠାରେ ଚାଲିଥିବା ଉତ୍ଥାନ ପତ୍ତନ କାରଣରୁ ସୁନା ମୂଲ୍ୟ ବଢିବାକୁ ସମର୍ଥନ ମିଳୁଛି। 

Gold Silver Price: ବର୍ଷ ଶେଷ ସୁଦ୍ଧା ୬୫ ହଜାରରେ ପହଞ୍ଚିପାରେ ସୁନା ଦର, ୬୬ ହଜାର ପାର କରିପାରେ ରୂପା ମୂଲ୍ୟ

Gold Price Hike: ଗୁରୁବାର ସୁନା ମୂଲ୍ୟରେ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଛି। ମୂଲ୍ୟ ବଢିବା କାରଣରୁ ସୁନା ଦର ୫୮ ହଜାର ପାର କରିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ ମାର୍ଚ୍ଚ ୧୬ ତାରିଖରେ ସୁନା ମୂଲ୍ୟ ୨୧୩ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୮ ହଜାର ୧୧୫ ଟଙ୍କାରେ ପହଞ୍ଚିଛି। ଆଇଆଇଏଫଏଲ୍ ସିକ୍ୟୁରିଟିଜ୍ ଉପାଧ୍ୟକ୍ଷ ଅନୁଜ ଗୁପ୍ତା କହିଛନ୍ତି ଯେ ଷ୍ଟକ୍ ମାର୍କେଟ ଠାରେ ଚାଲିଥିବା ଉତ୍ଥାନ ପତ୍ତନ କାରଣରୁ ସୁନା ମୂଲ୍ୟ ବଢିବାକୁ ସମର୍ଥନ ମିଳୁଛି। ଏହି କାରଣରୁ ଚଳିତ ବର୍ଷ ଶେଷ ସୁଦ୍ଧା ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୫ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। 

କ୍ୟାରେଟ୍ ପିଛା ସୁନା ମୂଲ୍ୟ 
୨୪ କ୍ୟାରେଟ: ୫୮ ହଜାର ୧୧୫ ଟଙ୍କା 
୨୩ କ୍ୟାରେଟ: ୫୭ ହଜାର ୮୮୨ ଟଙ୍କା
୨୨ କ୍ୟାରେଟ:  ୫୩ ହଜାର ୨୨୩ ଟଙ୍କା
୧୮ କ୍ୟାରେଟ: ୪୩ ହଜାର ୫୮୬ ଟଙ୍କା 

ଗୋଟିଏ ପଟେ ସୁନା ମୂଲ୍ୟ (Gold Price) ବଢୁଥିବା ବେଳେ ଅନ୍ୟପଟେ ରୂପା ମୂଲ୍ୟ (Silver Price) ହ୍ରାସ ପାଇଛି। ଯଦି ଆମେ ୯୯୯ ପ୍ରତିଶତ ଶୁଦ୍ଧତ ରୂପା ବିଷୟରେ କହିବା, ତାହେଲେ ଗୁରୁବାର ଏହାର ମୂଲ୍ୟରେ ହ୍ରାସ ଘଟିଛି। ଗୁରୁବାର ରୂପା ମୂଲ୍ୟ ୩୬୧ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ଏହାର ମୂଲ୍ୟ ୬୬ ହଜାର ୫୦୦ ଟଙ୍କା ହୋଇଛି। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୫ ମାର୍ଚ୍ଚରେ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୬୬ ହଜାର ୮୮୧ ଟଙ୍କା ରହିଥିଲା। ଗୁରୁବାର ହୋଇଥିବା ବୃଦ୍ଧି ପରେ ସୁନା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗତ ୨ ଫେବୃଆରୀରେ ସୁନା ସର୍ବକାଳୀନ ସ୍ତରରେ ପହଞ୍ଚିଥିଲା। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (India Bullion And Jewelers Association) ୱେବସାଇଟ୍ ଅନୁଯାୟୀ ସେତେବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୫୮ ହଜାର ୮୮୨ ଟଙ୍କାରେ ପହଞ୍ଚିଥିଲା।  

ନୂତନ ନିୟମ ଅନୁଯାୟୀ ଅପ୍ରେଲ ୧ ତାରିଖରୁ ଛଅ ଅଙ୍କ ବିଶିଷ୍ଟ ଆଲଫାନୁମେରିକ୍ ହଲମାର୍କିଂ (Gold Alphanumeric Hallmarking) ବିନା ସୁନା ବିକ୍ରି ହେବ ନାହିଁ। ଯେପରି ଆଧାର କାର୍ଡ ୧୨ ଅଙ୍କ ବିଶିଷ୍ଟ କୋଡ୍ ସହ ଯୋଡ଼ି ହୋଇଛି, ସେହିଭଳି ସୁନାରେ ୬ ଅଙ୍କ ବିଶିଷ୍ଟ ହଲମାର୍କ କୋଡ୍ (Gold Hallmark Code) ରହିବ। ଏହାକୁ ସୁନାର ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର (Gold Hallmark Unique Identification Number) ଅର୍ଥାତ୍ ଏଚୟୁଆଇଡ଼ି (HUID) କୁହାଯାଏ। ଏହି ସଂଖ୍ୟା ବର୍ଣ୍ଣମାଳା ହୋଇପାରେ ଯେପରକି- AZ4524। ଏହି ସଂଖ୍ୟା ମାଧ୍ୟମରେ ସୁନା କେତେ କ୍ୟାରେଟ୍ (Gold Karat) ତାହା ଜାଣିବା ସମ୍ଭବ ହେବ। ସମଗ୍ର ଦେଶରେ ସୁନା ଉପରେ ଟ୍ରେଡ ମାର୍କ ( Gold Trade Mark) ଦେବା ପାଇଁ ୯୪୦ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ ୪ ଅଙ୍କ ବିଶିଷ୍ଟ ହଲମାର୍କିଂ ବ୍ୟବସ୍ଥା (Gold Hallmarking Sysytem) ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।