Odisha Accident: ରାଜଧାନୀରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର, ଗାଡ଼ି ଭାଙ୍ଗି ଚୁରମାର
Advertisement
Article Detail0/zeeodisha/odisha2288673

Odisha Accident: ରାଜଧାନୀରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର, ଗାଡ଼ି ଭାଙ୍ଗି ଚୁରମାର

ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ଵରର ସିରିପୁର ଅଞ୍ଚଳରେ ଆଜି ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ସିରିଜ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ତେବେ ଦୁର୍ଘଟଣାରେ ୩ଟି ବାଇକ୍ ଓ ୨ଟି କାର ଭାଙ୍ଗି ଚୁରମାର୍ ହୋଇ ଯାଇଥିବା ସୂଚନା ମିଳିଛି। ଜଣେ ବାଇକ୍ ଚାଳକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ପରି

Odisha Accident: ରାଜଧାନୀରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର, ଗାଡ଼ି ଭାଙ୍ଗି ଚୁରମାର

Odisha Accident: ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ଵରର ସିରିପୁର ଅଞ୍ଚଳରେ ଆଜି ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ସିରିଜ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ତେବେ ଦୁର୍ଘଟଣାରେ ୩ଟି ବାଇକ୍ ଓ ୨ଟି କାର ଭାଙ୍ଗି ଚୁରମାର୍ ହୋଇ ଯାଇଥିବା ସୂଚନା ମିଳିଛି। ଜଣେ ବାଇକ୍ ଚାଳକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ପରିଚୟ ମିଳିପାରି ନାହିଁ। ଅନ୍ୟପଟେ ଗୁରୁତରଙ୍କୁ ଉଦ୍ଧାର୍ କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଦୁର୍ଘଟଣା ପରେ ଟ୍ରାଫିକ ସଂପୂର୍ଣ୍ଣ ଜାମ୍ ହୋଇଯାଇଛି, ପୁଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଛି। 

ଘଟଣାନୁଯାୟୀ, ଆଜି ମଧ୍ୟାହ୍ନ ୧୧ଟା ସମୟରେ ଶିରିପୁର ରାସ୍ତାରେ ଏକ କାରର ଡ୍ରାଇଭର ପ୍ରଚୁର ମଦ୍ୟପାନ କରି ଗାଡ଼ି ଚଳାଉ ଥିଲେ। ଏହି ସମୟରେ ଭାରସାମ୍ୟ ହରାଇ କାର ଆଗରେ ଯାଉଥିବା ଗୋଟିଏ ବାଇକକୁ ପଛରୁ ଧକ୍କା ଦେଇଥିଲା। ପୁଣି ଆଗକୁ ଦୃତଗତିରେ ଯାଇ ଆଉ ୨ଟି ବାଇକ୍ ଓ ଗୋଟିଏ କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋର ଥିଲା ଯେ କାର ଓ ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଥିଲା। ଘଟଣାସ୍ଥଳରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ରହିଛି। ଅନ୍ୟ ଦୁଇ ବାଇକ୍ ଚାଳକ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ଦୁଇଟି କାରରେ ବସିଥିବା ଯାତ୍ରୀମାନେ ମଧ୍ୟ ଆହତ ହୋଇଛନ୍ତି। 

ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ହସ୍ପିଟାଲକୁ ପଠାଇଥିଲେ। ଦୁର୍ଘଟଣାକୁ ନେଇ ରାସ୍ତା ସଂପୂର୍ଣ୍ଣ ଜାମ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାଗସ୍ତ ଗାଡ଼ି ଗୁଡ଼ିକୁ ରାସ୍ତା କଡ଼କୁ ଉଠାଇ ଆଣିଥିଲା। ପରେ ଟ୍ରାଫିକ ନିୟନ୍ତ୍ରଣ ସ୍ଵାଭାବିକ ହୋଇଥିଲା। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି।