Top 10 afternoon News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha1950655

Top 10 afternoon News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର

1.

Top 10 afternoon News Headlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର
1. ଉପବାଚସ୍ପତିଙ୍କ ଇସ୍ତଫା: ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂହ ନିଜ ପଦବୀରୁ ଆଜି ଇସ୍ତଫା ଦେଇଛନ୍ତି। ସାଂଗଠନିକ କାର୍ଯ୍ୟରେ ମନୋନିବେଶ କରିବା ଲାଗି ସେ ନିଜ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି। ଏହି ପଦବୀ ଏକ ସାମ୍ବିଧାନିକ ପଦବୀ ହୋଇଥିବାରୁ ସେ ଦଳୀୟ ବା ସାଂଗଠନିକ କାର୍ଯ୍ୟ କରିପାରୁ ନଥିବା ପ୍ରତିକ୍ରିୟାରେ କହିଛନ୍ତି। ତେବେ ତାଙ୍କୁ ଏଯାଏ ଦଳ କୌଣସି ସାଂଗଠନିକ କାର୍ଯ୍ୟରେ ନିଯୁକ୍ତି ଦେଇ ନାହାନ୍ତି।
 
2. ସିନେ ପ୍ରଯୋଜକ ସଞ୍ଜୟ ନାୟକଙ୍କୁ ଜାମିନ: ଚାରିଦିନ ଜେଲ୍‍ ରେ ରହିବା ପରେ ଓଡ଼ିଆ ସିନେମା ପ୍ରଯୋଜକ ସଞ୍ଜୟ ଓରଫ୍‍ ଟୁଟୁ ନାୟକଙ୍କୁ ଜାମିନ ମିଳିଛି। ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ତାଙ୍କୁ ଭୁବନେଶ୍ୱର ପୁଲିସ ଶନିବାରଦିନ ଗିରଫ କରିଥିଲା। ଏହି ଦିନ କୋର୍ଟ ତାଙ୍କ ଜାମିନ ଆବେଦନ ଶୁଣି ରାୟ ସଂରକ୍ଷିତ ରଖିଥିଲେ। ଆଜି ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ଦିଆଯାଇଛି। ଦେବସ୍ମିତାଙ୍କୁ ମାଡ଼ ମାରିବା ଘଟଣାରେ ଥିବା ଭିଡିଓ ଫୁଟେଜ୍‍ ମିଡିଆାରେ ପ୍ରସାର ହେବା ପରେ ପୁଲିସ ଉପରେ ଚାପ ବଢ଼ିଥିଲା। ମାଡ଼ ମାରି ନାହାନ୍ତି ବରଂ ସ୍ନେହରେ ହାତ ଲଗାଇଥିବା ନେଇ ଟୁଟୁ କହିଥିଲେ। ହେଲେ ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କୁ ଗିରଫ କରିଥିଲା। ଏହାପରେ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ମାମଲା ରୁଜୁ କରାଯାଇଛି।
 
3. ପ୍ରକାଶ ପାଇଲା ୨୦୨୪ର ଛୁଟି କ୍ୟାଲେଣ୍ଡର: ଆସନ୍ତା ବର୍ଷ ପାଇଁ ପ୍ରକାଶ ପାଇଲା ସରକାରୀ ଛୁଟି କ୍ୟାଲେଣ୍ଡର।ଏହି କ୍ୟାଲେଣ୍ଡରରେ ଆସନ୍ତା ବର୍ଷ ପଡ଼ୁଥିବା ବିଭିନ୍ନ ପୂଜା ପାର୍ବଣ ସହ ଜାତୀୟ ଦିବସଗୁଡ଼ିକୁ ମିଶାଇ ମୋଟ୍ ୩୦ ଟି ସରକାରୀ ଛୁଟି ରହିଛି। ୨୦୨୪ ବର୍ଷ ପାଇଁ ଛୁଟିର ଏକ ତାଲିକା କ୍ୟାଲେଣ୍ଡ ଜରିଆରେ ଜାରି କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ।ଏହି ତାଲିକା ଅନୁସାରେ ଆସନ୍ତା ବର୍ଷ ୩୦ଟି ସରକାରୀ ଛୁଟି ଦିନ ଓ ୬ଟି ଇଚ୍ଛାଧୀନ ଛୁଟି ଦିନ ରହିଛି। କର୍ମଚାରୀମାନେ ୬ଟି ଇଚ୍ଛାଧୀନ ଛୁଟିରୁ ଗୋଟିଏ ଦିନ ନିଜ ସୁବିଧା ଅନୁସାରେ ଛୁଟି ନେଇପାରିବେ।
 
4. ଭିଜିଲାନ୍ସ ଜାଲରେ ସରକାରୀ ବାବୁ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକରୀ । ଭୁବନେଶ୍ବର ପିଏଚ୍ ଡ଼ିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ। ସୂଚନା ଅନୁଯାୟୀ, ଭିଜିଲାନ୍ସ ଫାଶରେ ଛନ୍ଦି ହୋଇଛନ୍ତି ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ସୁପରିଟେଣ୍ତେଣ୍ଟ ଇଞ୍ଜିନିୟର ବିଶ୍ବବନ୍ଧୁ ପାଣିଗ୍ରାହୀ। ବୁଧବାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଏକକାଳୀନ ୬ଟି ସ୍ଥାନରେ ରେଡ଼ କରିଛି ଭିଜିଲାନ୍ସ । ରାଜଧାନୀ ସ୍ଥିତ ଭିଏସଏସ ନଗରରେ ଥିବା ୨ଟି ବିଲ୍ଡିଂ, ରୁଦ୍ରପୁରରେ ଥିବା ଘରେ, ଭଦ୍ରକ ମଠସାହି ଓ ପୈତୃକ ଗାଁ ତୋରଣ ପଡ଼ାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି କରାଯାଇଛି ।
 
5. ପୂରଣ ହେବ ୩ ବିଚାରପତି ପଦବୀ: ସୁପ୍ରିମକୋର୍ଟରେ ଖାଲିପଡ଼ିଥିବା ୩ ବିଚାରପତି ପଦବୀ ପୂରଣ ହେବ। ଏବେ ୩୧ ଜଣ ବିଚାରପତି ଦାୟିତ୍ୱ ତୁଲାଉଛନ୍ତି। ଏହିକ୍ରମରେ କୋର୍ଟଙ୍କ ପାଖରେ ଦିନକୁ ଦିନ  ବିଚାର ଅପେକ୍ଷାରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। କୋର୍ଟଙ୍କ ଉପରେ ମାମଲା ସଂଖ୍ୟା ଚାପକୁ କମାଇବା ଲାଗି କଲିଜିୟମ୍‍ ଖାଲିପଡ଼ିଥିବା ୩ ବିଚାରପତି ପଦବୀ ପୂରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ୩ଜଣ ବିଚାରପତିଙ୍କ ନାମ ସୁପାରିସ କରାଯାଇଛି। ସେମାନେ ହେଲେ, ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଅଗଷ୍ଟାଇନ୍‍ ଜର୍ଜ ମସିହ ଏବଂ ଗୌହାଟି ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ସନ୍ଦୀପ ମେହେଟ୍ଟା।
 
6. ଆଜି ବନକଲାଗି: ଆଜି ଶ୍ରୀମନ୍ଦିରରେ ବନକଲାଗି ଅନୁଷ୍ଠିତ ହେବ। ସନ୍ଧ୍ୟା ୫ଟାରୁ ଏହି ସ୍ୱତନ୍ତ୍ର ପରମ୍ପରା ଆରମ୍ଭ ହେବ। ଏଥିଲାଗି ୪ ଘଣ୍ଟା ଶ୍ରୀମନ୍ଦିରରେ ଶ୍ରୀଜିୀଉଙ୍କ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି।
 
7. ଅଳ୍ପକେ ବର୍ତ୍ତିଲେ ଅମିତ ଶାହ: ରାଜସ୍ଥାନର ନାଗପୁରରେ ଏକ ରଥ ଶୋଭାଯାତ୍ରାରେ ଯାଉଥିବା ସମୟରେ ଗୃହମନ୍ତ୍ରୀ ଅମିତ ଶାହ ଅଳ୍ପକେ ବର୍ତ୍ତିଛନ୍ତି। ପର୍ବତସରଠାରେ ଯାଉଥିବା ସମୟରେ ସେ ବସିଥିବା ରଥର ଶୀର୍ଷ ବିଜୁଳି ତାର ସଂସ୍ପର୍ଶରେ ଆସିଥିଲା। ଏହାପରେ ତୁରନ୍ତ ଶ୍ରୀ ଶାହଙ୍କୁ ପଛରେ ଏକ ଗାଡ଼ିକୁ ସ୍ଥାନାନ୍ତର କରାଯାଇ ବିଜୁଳି କାଟ କରାଯାଇଥିଲା।
 
8. ଜାନୁୟାରୀରେ ବଂଶଧାରା ଚୂଡ଼ାନ୍ତ ଶୁଣାଣି:  ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ ୨୦୧୭ ମସିହାରୁ ଲାଗି ରହିଥିବା ବଂଶଧାରା ନଦୀ ବିବାଦର ଚୂଡ଼ାନ୍ତ ଶୁଣାଣି ଆସନ୍ତା ଜାନୁୟାରୀରେ ଅନୁଷ୍ଠିତ ହେବ। ଏହି ସମୟରେ ସୁପ୍ରିମ୍‍ କୋର୍ଟ ରାୟ ପ୍ରକାଶ କରିବା ସମ୍ଭାବନା ରହିଛି। ବଂଧଶଧାରା ଉପରେ ନେରେଡ଼ି ବ୍ୟାରେଜ୍‍ ନିର୍ମାଣ ନେଇ ଓଡ଼ିଶା ସୁପ୍ରିମ୍‍କୋର୍ଟଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହିକ୍ରମରେ ଏକ ଟ୍ରିବ୍ୟୁନାଲ୍‍ ଗଠନ ହୋଇଥିଲା। ଟ୍ରିବ୍ୟୁନାଲ୍‍ଙ୍କ ଶୁଣାଣି ଶେଷ ହୋଇ ରାୟ ପ୍ରଦାନ ହୋଇଥିଲେ ମଧ୍ୟ ଓଡ଼ିଶା ପକ୍ଷରୁ ଦାଖଲ ଲିଭ୍‍ ପିଟିସନ୍‍କୁ ଆଖିରେ ରଖି ଏହି ରାୟ ପ୍ରକାଶ କରାଯାଇ ନାହିଁ। ଉଭୟ ଆନ୍ଧ୍ର ଓ ଓଡ଼ିଶା ପକ୍ଷରୁ ବିବାଦର ଶୁଣାଣି  ୨୦୨୪ ଜାନୁୟାରୀରେ କରାଇବାକୁ ହୋଇଥିବା ଅନୁରୋଧକୁ କୋର୍ଟ ସ୍ୱୀକାର କରିଛନ୍ତି।
 
9. ନମ୍ବର 1 ହେଲେ ଶୁବମନ: ବାବର ଆଜାମଙ୍କ ଗର୍ବ ଭାଙ୍ଗିଦେଲେ ଭାରତର ୨୪ ବର୍ଷୀୟ ଶୁବମନ ଗିଲ। ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ଶୁବମାନ ଗିଲ ଆଇସିସି ODI ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସଦ୍ୟ ପ୍ରକାଶିତ ସୂଚନା ଅନୁଯାୟୀ ଆଇସିସି ମାନ୍ୟତା ଅନୁଯାୟୀ ଶୁଭମାନ ଗିଲ ବିଶ୍ୱର ଏକ ନମ୍ବର ODI ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ବାବର ଆଜାମଙ୍କୁ ପଛରେ ପକାଇଦେଇଛନ୍ତି। ୮୩୦ ରେଟିଂ ପଏଣ୍ଟ ସହିତ ଶୁବମନ ଗିଲ ୧ ନମ୍ବର ସ୍ଥାନରେ ଅଛନ୍ତି। ଯେତେବେଳେ କି ବାବର ଆଜାମ ୩୨୪ ରେଟିଂ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। କ୍ୱିଣ୍ଟନ୍ ଡି କକ୍ ତୃତୀୟ ସ୍ଥାନରେ ଏବଂ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଅଛନ୍ତି।
 
10. ନେଦରଲ୍ୟାଣ୍ଡ ବନାମ ଇଂଲଣ୍ଡ: ଚଳିତ ବିଶ୍ୱକପର ୪୦ତମ ମ୍ୟାଚରେ ଆଜି ନେଦରଲ୍ୟାଣ୍ଡସ ଓ ଇଂଲଣ୍ଡ ପରସ୍ପରକୁ ଭେଟିଛନ୍ତି। ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ୨୯ ଓଭର ଖେଳି ଇଂଲଣ୍ଡ ୪ ୱିକେଟ ବିନିମୟରେ ୧୭୮ ରନ କରି ଖେଳ ଜାରି ରଖିଛି। ଦଳ ପକ୍ଷରୁ ଡାଭିଡ଼ ମଲାନ ୮୭ ରନ କରିଥିବା ବେଳେ ଜୋର ରୁଟ ୨୮, ଜନି ବେୟାରଷ୍ଟୋ ୧୫, ହ୍ୟାରି ବ୍ରୁକ ୧୧ ରନ କରି ଆଉଟ ହୋଇଛନ୍ତି। ନେଦର ଲ୍ୟାଣ୍ଡ ପକ୍ଷରୁ ଆର୍ଯ୍ୟାନ ଦତ୍ତ, ଲୋଗାନ ଭାନ ବିକ, ପଲ ଭାନ ମିକେରେନ, ବାସ ଡେ ଲିଡେ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।