Top 10 News Today: ଆଜିଠୁ ନୀଳାଚଳ ଅବଢା, ଶଙ୍ଖ ଭବନର ହେବ ତଦନ୍ତ, ଇସ୍ତଫା ଦେଲେ ମନୋଜ ସୋନୀ ଏବଂ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2344892

Top 10 News Today: ଆଜିଠୁ ନୀଳାଚଳ ଅବଢା, ଶଙ୍ଖ ଭବନର ହେବ ତଦନ୍ତ, ଇସ୍ତଫା ଦେଲେ ମନୋଜ ସୋନୀ ଏବଂ ଅନ୍ୟ ଅପଡେଟ

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଆଜିଠୁ ନୀଳାଚଳ ଅବଢା, ଶଙ୍ଖ ଭବନର ହେବ ତଦନ୍ତ, ଇସ୍ତଫା ଦେଲେ ମନୋଜ ସୋନୀ ଏବଂ ଅନ୍ୟ ଅପଡେଟ

H1. ଅବପାତରେ ପରିଣତ ହୋଇଛି ଲଘୁଚାପ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି । ଏବେ ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୦ କିମି ଦୂର ଓ ଗୋପାଳପୁରରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୬୦ କିମି ଦୂରରେ ରହିଛି ଅବପାତ। ଆଜି ସକାଳ ସୁଦ୍ଧା ଅବପାତ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ପୁରୀ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିଛି । ଫଳରେ ପୁରୀ ସମେତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ଆଗାମୀ ଦୁଇ ଦିନ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

H2. ଆଜିଠୁ ନୀଳାଚଳ ଅବଢା
ଆଜିଠୁ ନୀଳାଚଳ ଅବଢା। ମହାପ୍ରଭୁ ରତ୍ନବେଦୀକୁ ବିଜେ ପରେ ପୁଣି ଦୈନନ୍ଦିନ ନୀତିକାନ୍ତି ସ୍ବାଭାବିକ ହୋଇଛି। ୧୩ ଦିନ ପରେ ନୀଳାଚଳ ଅବଢା ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ଶ୍ରୀଜିଉଙ୍କ ଠାରେ ଲାଗି ପରେ ଅପରାହ୍ନରେ ବାହାରିବ ମହାପ୍ରସାଦ। ଗତକାଲି ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଆସିଥିଲେ । ରସଗୋଲା ଖୁଆଇ ମାଆ ଲକ୍ଷ୍ମୀଙ୍କର ମାନଭଞ୍ଜନ କରିଥିଲେ ବ୍ରହ୍ମାଣ୍ଡ ଠାକୁର।

H3. ଶଙ୍ଖ ଭବନର ହେବ ତଦନ୍ତ
ଜେଡିର ପାର୍ଟି ଅଫିସ୍ ତଥା ଶଙ୍ଖ ଭବନର ତଦନ୍ତ ହେବ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ କରାଯିବ। ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ। ମନ୍ତ୍ରୀ କହିଛନ୍ତି ଯେ, ସଡ଼କ କିସମର ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରି ଶଙ୍ଖ ଭବନ ନିର୍ମାଣ ହୋଇଛି। ଏହା ବେଆଇନ ଭାବେ ନିର୍ମାଣ କରଯାଇଛି। ଏହି ଜାଗାକୁ ସରକାରଙ୍କଠାରୁ କମ୍‌ ଦରରେ କିଣି ନେଇଥିବା ଅଭିଯୋଗ ହୋଇଛି। 

H4. ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ, ଆଗରେ ରେଭେନ୍ସା
ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ ବାଣିଜ୍ୟରେ ରେଭେନ୍ସା ଓ ରାଉରକେଲା HSS ମିଳିତ ଭାବେ ଶୀର୍ଷରେ ରହିଛନ୍ତି। କଳା ଓ ବାଣିଜ୍ୟରେ ରାଉରକେଲା HSS ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ବିଜ୍ଞାନରେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୨ୟ ସ୍ଥାନରେ ରହିଛି।

H5. ସୋମବାରଠାରୁ ଅଧିବେଶନ
ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ଲୋକସଭାର ଦ୍ୱିତୀୟ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନରେ ଅର୍ଥନୀତିକ ସର୍ଭେ ରିପୋରତ୍ଟ ଉପସ୍ଥାପନ ହେବ। ଏହାପରଦିନ ବଜେଟ୍‍ ଉପସ୍ଥାପନ ହେବ। ନିର୍ବାଚନ ପୂର୍ବରୁ ସାମୟିକ ବଜେଟ୍‍ ଉପସ୍ଥାପନ କରାଯାଇଥିଲା। ବଜେଟ୍‍ ସହ କେନ୍ଦ୍ର ସରକାର ଏହି ଅଧିବେଶନରେ ୬ଟି ନୂଆ ବିଲ୍‍ ଆଣିବାକୁ ଯୋଜନା ରଖିଥିବା ସୂଚନା ମିଳିଛି। ବିଶେଷକରି ବିମାନ ଯାନ ନୀତିରେ ପରିବର୍ତ୍ତନ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

H6. ୟୁପିଏସ୍‌ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ
ୟୁପିଏସ୍‌ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ। ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ ମସିହାରେ ଶେଷ ହୋଇଥାନ୍ତା। ମାତ୍ର ପ୍ରାୟ ୫ ବର୍ଷ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପଛର କାରଣ ଜଣାପଡ଼ି ନ ଥିବା ବେଳେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଜଣାଯାଇଛି। ବର୍ତ୍ତମାନ ୟୁପିଏସ୍‌ସି ପରୀକ୍ଷାରେ ଜାଲ୍‌ ସାର୍ଟିଫିକେଟ ଦେଇ ଆଶାୟୀମାନେ ଚାକିରି ହାତଉଥିବା ଅଭିଯୋଗ ହେଉଥିବା ବେଳେ ଏପରି ଘଟଣା ସାମନାକୁ ଆସିଛି। ତେବେ ମନୋଜ ସୋନୀଙ୍କ ଇସ୍ତଫା ସହ ଏହାର କୌଣସି ସମ୍ପର୍କ ନ ଥିବା କୁହାଯାଉଛି। କାରଣ ମନୋଜ ସୋନୀ ପ୍ରାୟ ମାସେ ପୂର୍ବରୁ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ସାରିଛନ୍ତି। ତେବେ ତାହା ଏପର୍ଯ୍ୟନ୍ତ ଗୃହୀତ ହୋଇଛି ନା ନାହିଁ ତାହାର ସୂଚନା ମିଳି ପାରିନି।

H7. ପ୍ରକାଶ ପାଇଲା ନିଟ ୟୁଜି ପରୀକ୍ଷା ଫଳ
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜି ପ୍ରକାଶ ପାଇଛି ନିଟ-ୟୁଜି ପରୀକ୍ଷା ରେଜଲ୍ଟ । ଶନିବାର ମଧ୍ୟାହ୍ନ ସୁଦ୍ଧା ସହରୱାରୀ ଓ ପରୀକ୍ଷା କେନ୍ଦ୍ରୱାରୀ ନିଟ ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସର୍ବୋଚ୍ଚ ଅଦାଲତ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ପ୍ରକାଶ କରାଯାଇଛି। ନିଟ-ୟୁଜି ରେଜଲ୍ଟ ଏବେ NEET UG 2024ର ଅଫିସିଆଲ ୱେବସାଇଟ୍‌ https://exams.nta.ac.in/NEET/ ରେ ଉପଲବ୍ଧ ଅଛି। ୱେବସାଇଟ୍‌ର ହୋମପେଜ୍‌କୁ ଯାଇ ଛାତ୍ରଛାତ୍ରୀମାନେ 'NEET (UG) RESULT 2024 CITY/CENTRE WISE' ଅପସନ୍‌କୁ କ୍ଲିକ୍‌ କରି  ନିଜ ରେଜଲ୍ଟ ପାଇପାରିବେ।  

H8. ବାଂଲାଦେଶରେ ହିଂସା, ଭାରତୀୟଙ୍କ ପାଇଁ ହେଲପଲାଇନ ନମ୍ବର ଜାରି
ବାଂଲାଦେଶରେ ଲାଗି ରହିଛି ହିଂସା। ଏହାରି ମଧ୍ୟରେ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଦୃଷ୍ଟିରେ ରଖି ହେଲପ ଲାଇନ ନମ୍ବର ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ। ଢାକା ସ୍ଥିତ ହାଇକମିଶନଙ୍କ ସହିତ ଯୋଗାଯୋଗ ପାଇଁ +୮୮୦-୧୯୩୭୪୦୦୫୯୧ ନମ୍ବର ଜାରି କରାଯାଇଛି। ସେହିପରି ଚିଟାଗଙ୍ଗଠାରେ ଥିବା ଭାରତୀୟ ଆସିଷ୍ଟାଣ୍ଟ ହାଇକମିଶନରଙ୍କ କାର୍ଯ୍ୟାଳୟ ପାଇଁ +୮୮୦-୧୮୧୪୬୫୪୭୯୭/+୦୮୮-୧୮୧୪୬୫୪୭୯୯, ରାଜସାହସ୍ଥିତ ଆସିଷ୍ଟାଣ୍ଟ ହାଇ କମିଶନରଙ୍କ କାର୍ଯ୍ୟାଳୟ ପାଇଁ +୮୮୦-୧୭୮୮୧୪୮୬୯୬, ସିଲହେଟସ୍ଥିତ ଆସିଷ୍ଟାଣ୍ଟ କମିଶନର କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ +୮୮୦-୧୩୧୩୦୭୬୪୧୧ୟ+୮୮୦-୧୩୧୩୦୭୬୪୧୭, ଖୁଲଣାସ୍ଥିତ ଆସିଷ୍ଟାଣ୍ଟ ହାଇ କମିଶନର କାର୍ଯ୍ୟାଳୟ ପାଇଁ +୮୮୦-୧୮୧୨୮୧୭୭୯୯ରେ ଯୋଗାଯୋଗ କରିବାକୁ ନମ୍ବର ଜାରି କରାଯାଇଛି। 

H9. ବ୍ୟବସାୟିକ ପ୍ରତିଷ୍ଠାନକୁ ମିଳିବନି ବ୍ୟାଙ୍କିଙ୍ଗ ଲାଇସେନ୍ସ
ବ୍ୟବସାୟିକ ପ୍ରତିଷ୍ଠାନ ତଥା କର୍ପୋରେଟ୍‍ ହାଉସ୍‍ଗୁଡ଼ିକୁ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ ଲାଇସେନ୍ସ ଦେବାକୁ ରିଜର୍ଭ ବ୍ୟାଙ୍କ ଏବେ ଚିନ୍ତା କରୁନାହିଁ। ଏହା ବ୍ୟାଙ୍କିଙ୍ଗ୍ ସେବାର ସ୍ୱାର୍ଥ ରକ୍ଷା ଦିଗରେ ବ୍ୟାହତ ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ୱସ୍ତରରେ ଏହାର ଅନେକ ଉଦାହରଣ ରହିଥିବାରୁ ରିଜର୍ଭ ବ୍ୟାଙ୍କ ଏ ଦିଗରେ ଏବେ ଚିନ୍ତା କରୁନାହିଁ ବୋଲି କହିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। 

H10. କାର୍ଗୋ ଜାହାଜରେ ନିଆଁ, ଜଣଙ୍କର ମୃତ୍ୟୁ
ଗୋଆ ଉପକୂଳରେ ଏକ କାର୍ଗୋ ଜାହାଜରେ ନିଆଁ ଲାଗି ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ସେ ଫିଲିଫାଇନ୍ସ ନାଗରିକ ବୋଲି ଜଣାପଡ଼ିଛି। ଜାହାଜଟି ମୁନ୍ଦ୍ରା ବନ୍ଦରରୁ ଶ୍ରୀଲଙ୍କା ରାସ୍ତାରେ ଯାଉଥିବା କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି। ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ଏହି ଘଟଣା ଘଟିଥାଇପାରେ ବୋଲି ଭାରତୀୟ ନୌସେନା ଆଶଙ୍କା କରିଛି।