Top 10 News Today: ଦେଶରେ ମୁଦ୍ରାସ୍ଫିତୀ ଜୁନରେ ସର୍ବାଧିକ, ସମୀର ଦେ’ଙ୍କୁ ଫୁଟବଲ ଏକାଡେମୀ ସଭାପତି ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2333431

Top 10 News Today: ଦେଶରେ ମୁଦ୍ରାସ୍ଫିତୀ ଜୁନରେ ସର୍ବାଧିକ, ସମୀର ଦେ’ଙ୍କୁ ଫୁଟବଲ ଏକାଡେମୀ ସଭାପତି ଓ ଅନ୍ୟ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଦିନ ତମାମର ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଦେଶରେ ମୁଦ୍ରାସ୍ଫିତୀ ଜୁନରେ ସର୍ବାଧିକ, ସମୀର ଦେ’ଙ୍କୁ ଫୁଟବଲ ଏକାଡେମୀ ସଭାପତି ଓ ଅନ୍ୟ ଖବର

1. ଦେଶରେ ଖୁଚୁରା ମୁଦ୍ରା ସ୍ଫିତୀ ବଢ଼ଧିବାରେ ଲାଗିଛି। ଜୁନ୍‍ ମାସରେ ସର୍ବାଧିକ ୫.୦୮% ରେକର୍ଡ କରାଯାଇଛି। ରବିଋତୁରେ କୃଷିଜାତ ପଦାର୍ଥର ଉତ୍ପାଦନ କମିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି।  ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ  ପକ୍ଷରୁ ପ୍ରକାଶିତ ଏହି ତଥ୍ୟ ଅନୁସାରେ ଏହି ମୁଦ୍ରାସ୍ୱୀତିର ପ୍ରଭାବ ଖାଦ୍ୟ ସାମଗ୍ରୀ ବିଶେଷକରି ପନିପରିବା ଦର ବୃଦ୍ଧି ଉପରେ ପଡ଼ିଥିବା ସୂଚନା ଦେଇଛି। ଏହି ସମୟରେ ପିଆଜ ଉତ୍ପାଦନ ପ୍ରାୟ  ୨୦ ପ୍ରତିଶତ ଉତ୍ପାଦନ କମିଛି। 

2. ରଥାଯାତ୍ରାରେ ପହଣ୍ଡି ଓ ରଥ ପରିଚାଳନାକୁ ସୁରୁଖୁର କରିବା ଲାଗି ରଥ ଉପରକୁ ମୋବାଇଲ୍‍ ବାରଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। କିଛି ସେବାୟତଙ୍କ ସେଲଫି ନେବା ନିଶା ଯୋଗୁ ବଳଭଦ୍ରଙ୍କ ପହଣ୍ଡିରେ ଅଘଟଣ ଘଟିଥିବା ନେଇ ଅଭିଯୋଗ ହୋଇଥିଲା।  ରାଜ୍ୟ ସରକାରଙ୍କୁ ଏ ନେଇ ଦୁର୍ନାମ ଭୋଗ କରିବାକୁ ପଡ଼ିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସରକାର ତୁରନ୍ତ ବଦଳି କରିଥିଲେ। ଆଜି ନୂଆ କରି ଦାୟିତ୍ୱ ନେବା ପରେ ଡ. ଅରବିନ୍ଦ ପାଢ଼ୀ ରଥ ଉପରକୁ ମୋବାଇଲ୍‍ ଫୋନ୍‍ ବାରଣ କରିଛନ୍ତି। 
 
3. ଆଜି ପୁରୀରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପ୍ରସ୍ତୁତି ସ୍ୱରୂପ ତିନି ରଥଙ୍କର ଶରଧା ବାଲିଠାରେ ଦକ୍ଷିଣ ମୋଡ଼ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁସାରେ ହେରା ପଞ୍ଚମୀ ପରଦିନ ଏହି ଦକ୍ଷିଣ ମୋଡ଼ ଅନୁଷ୍ଠିତ ହୋଇଥାଏ। ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ପ୍ରଶାସନ ଦକ୍ଷିଣ ମୋଡ଼ ଆରମ୍ଭ କରିଥିଲେ। ଏହି ରୀତିରେ ଗୁଣ୍ଡିଚା ମନ୍ଦିରକୁ ମୁହାଁଇଥିବା ରଥଙ୍କୁ ଶ୍ରୀମନ୍ଦିର ମୁହାଁ କରାଯାଏ। ଆଜି ଦର୍ପଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହେବ। 

4. ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ର ଲଳିତ କୁମାରଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ପୁରୀ ରାଜଭବନର କର୍ମଚାରୀ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏେନଇ ବୈକୁଣ୍ଠ ରାଜ୍ୟପାଳଙଘ୍କ ପ୍ରମୁଖ ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ୭ ତାରିଖ ରାତି ୧୧ଟା ୪୫ ବେଳକୁ ତାଙ୍କୁ ଏକ ପ୍ରକୋଷ୍ଠକୁ ଡାକି ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। 

5. ରାଜ୍ୟରେ ଆଉ ୩ଟି ମେଡିକାଲ୍‍ କଲେଜ କାର୍ଯ୍ୟକ୍ଷମ ହେବ। ଗୋଟିଏ ଯାଜପୁରରେ ଖୋଲିବାକୁ ଥିବା ବେଳେ କନ୍ଧମାଳ ଏବଂ ତାଳଚେରଠାରେ ମଧ୍ୟ ପୃଥକ ପୃଥକ ମେଡିକାଲ୍‍ କଲେଜ ଖୋଲିବାକୁ ପଦକ୍ଷେପ ନିଆଯାଇଛି। ଯାଜପୁର ମେଡିକାଲ୍‍ କଲେଜ ଲାଗି ୫୦ ଆସନ ଅନୁମତି ମିଳିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। 

6. ବିଜେପି ନେତା ସମୀର ଦେ’ଙ୍କୁ ଫୁଟ୍‍ବଲ ଆସୋସିଏସନ୍‍ ଅଫ ଓଡ଼ିଶାର ସଭାପତି ଭାବେ ଦାୟିତ୍ୱ ମିଳିବ । ବିନା ପ୍ରତିଦ୍ୱନ୍ଦ୍ୱିତାରେ ସେ ନିର୍ବାଚିତ ହୋଇଛନ୍ତି। ସେହିପରି ଆଶୀର୍ବାଦ ବେହେରା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। 

7. ଜୁନ୍‍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାନଳ କରିବାକୁ ଭାରତ ସରକାର ଗେଜେଟ୍‍ ନୋଟିଫିସନ୍‍ କରିଛନ୍ତି। ୧୯୭୫ ମସିହାର ଏହି ଦିନରେ ଦେଶରେ ସମ୍ବିଧାନକୁ ବଳି ଦିଆଯାଇ ଜରୁରୀ କାଳୀନ ପରିସ୍ଥିତି ଲଗାଯାଇଥିଲା। ସେହି କଳା ଇତିହାସକୁ ମନେ ରଖିବା ଲାଗି ଏହି ଦିବସ ପାଳନ କରାଯିବ ବୋଲି ବିଜେପି କହିଛି। ଅପରପକ୍ଷେ  କଂଗ୍ରେସ ଏହାକୁ ସମାଲୋଚନା କରିଛି। 

8. ଋଷର ସେଣ୍ଟ ପିଟର୍ସବର୍ଗଠାରେ ଚାଲିଥିବା ବାଲୁକା କଳା ପ୍ରତିଯୋଗୀତାରେ ପୁରୀର ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱର୍ଣ୍ଣ ପଦକ ମିଳିଛି। ୨୧ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ। ସେ ଏହି ପ୍ରତିଯୋଗୀତାରେ ପିଟର ଓ ପଲ୍‍ ଦୁର୍ଗକୁ ବାଲୁକାରେ ତିଆରି କରିଥିଲେ। 

9. ରାଜ୍ୟରେ ବଢ଼ି ଚାଲିଛି ଡେଙ୍ଗୁ ଆତଙ୍କ । ଏ ଭିତରେ ୫୧୬ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଘର ପାଖେ ପାଣି ନଜମିବା ଏବଂ ଡେଘଙ୍ଗୁ ହେଲେ ତୁରନ୍ତ ପରୀକ୍ଷା ସହ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। 

10. ଦୂରଗାମୀ ଟ୍ରେନରେ ସାଧାରଣ ବର୍ଗର ଯାତ୍ରୀଙ୍କୁ ଅଧିକ ସୁବିଧା ଦେବା ତଥା ଅଧିକ ଯାତ୍ରରୀ ପରିବହନ ଲାଗି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସାଧାରଣ ବଗି ଲଗାଇବାର ବ୍ୟବସ୍ଥା କରାଯାଇଛି। ଏ ଭିତରେ ୪୬ଟି ଗୁରୁତ୍ୱପୂର୍ଣ୍ଣ ଦୂରଗାମୀ ଟ୍ରେନ୍ ରେ ୯୨ଟି ନୂଆ ସାଧାରଣ ଶ୍ରେଣୀର କୋଚ୍ ଲଗାଇ କୋଚ୍ ସଂଖ୍ୟା ବୃଦ୍ଧି କରାଯାଇଛି।  ଆଗକୁ ଅନ୍ୟ ୨୨ଟି ଟ୍ରେନ୍ କୁ ଚିହ୍ନଟ କରାଯାଇଛି ଏବଂ ଖୁବ୍ ଶୀଘ୍ର ସେଥିରେ ଅତିରିକ୍ତ ସାଧାରଣ ଶ୍ରେଣୀ କୋଚ୍ ଲଗାଇବାକୁ ଯୋଜନା କରାଯାଇଛି।