Top 10 News Today: ରାଜ୍ୟରେ ଡିପଥେରିଆ ଆତଙ୍କ, ଓ ସକାଳର ୧୦ଟି ପ୍ରମୁଖ ଖବର....
Advertisement
Article Detail0/zeeodisha/odisha2451163

Top 10 News Today: ରାଜ୍ୟରେ ଡିପଥେରିଆ ଆତଙ୍କ, ଓ ସକାଳର ୧୦ଟି ପ୍ରମୁଖ ଖବର....

Top 10 News Today: ରାଜ୍ୟରେ ଡିପଥେରିଆ ଆତଙ୍କ, ଓ ସକାଳର ୧୦ଟି ପ୍ରମୁଖ ଖବର....

Top 10 News Today: ରାଜ୍ୟରେ ଡିପଥେରିଆ ଆତଙ୍କ, ଓ ସକାଳର ୧୦ଟି ପ୍ରମୁଖ ଖବର....

1.Diphtheria: ମାଲକାନଗିରିରେ ଚିହ୍ନଟ ହେଲା ଡିପଥେରିଆ। ଡିପଥେରିଆ ରୋଗକୁ ନେଇ ମାଲକାନଗିରିରେ ଆତଙ୍କ। ମାଲକାନଗିରି(Malkangiri) ଜିଲ୍ଲା କାଲିମେଳା ବ୍ଲକର ଚିତ୍ରାଙ୍ଗପାଲୀ ପଞ୍ଚାୟତର ତଙ୍ଗଗୁଡା ଆବାସିକ ବିଦ୍ୟାଳୟରେ ବ୍ୟାପିଛି ଡିପଥେରିଆ(diphtheria) ରୋଗ। ଗତ ୧୩ ତାରିଖରେ ଚତୁର୍ଥ ଶ୍ରେଣୀ ଛାତ୍ର ଶିବ ମାଡକାମୀଙ୍କ ଠାରୁ ଚିହ୍ନଟ ହେଲା

2.Srimandira:ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ସବୁଭକ୍ତଙ୍କୁ ମିଳିବ ମହାପ୍ରସାଦ। ଦର୍ଶନ ସରିବାପରେ ସାଙ୍ଗରେ ମହାପ୍ରସାଦ(Mahaprasad) ନେଇ ଘରକୁ ଯାଇପାରିବେ ଭକ୍ତ। ଏ ବାବଦରେ ଆଲୋଚନା ଆରମ୍ଭ ହୋଇଛି। ଏହା କହିଛନ୍ତି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ(Pruthwiraj harichandan)।

3.Weather:ପୂର୍ବାପେକ୍ଷା ବର୍ଷାର ପରିମାଣ କମ୍ ହୋଇଥିଲେ ମଧ୍ୟ କିଛି କିଛି ସ୍ଥାନରେ ଏହାର ପ୍ରଭାବ ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ। ଆଜି ଅର୍ଥାତ୍ ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ନୂଆପଡ଼ାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଏହି ସବୁ ସ୍ଥାନ ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

4.Rice export ban: ଅଣ-ବାସମତି ଧଳା ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର କଷ୍ଟମ୍ସ ଶୁଳ୍କ ରଦ୍ଦ କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ରାଜସ୍ୱ ବିଭାଗ ଉଷୁନା ଚାଉଳ, ଅରୁଆ ଚାଉଳ ଉପରେ ରପ୍ତାନି ଶୁଳ୍କକୁ ୧୦ ପ୍ରତିଶତକୁ ହ୍ରାସ କରିଛି। ଏହି କିସମର ଚାଉଳ ଏବଂ ଅଣ-ବାସମତି ଧଳା ଚାଉଳ ଉପରେ ରପ୍ତାନି ଶୁଳ୍କ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ପ୍ରତିଶତ ଥିଲା। ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଏହି ନୂତନ ହାର ୨୭ ସେପ୍ଟେମ୍ବର ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି।

5.Srimandira:ଶ୍ରୀମନ୍ଦିରର ସୁରକ୍ଷା ଓ ସୃଙ୍ଖଳିତ ଦର୍ଶନ ବ୍ଯବସ୍ଥାକୁ ନେଇ ପୁରୀ ପାଇଁ ସ୍ୱତନ୍ତ୍ର ବାଟାଲିୟନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୧୪୩ଜଣ ସୁରକ୍ଷା କର୍ମୀଙ୍କୁ ନେଇ ସ୍ୱତନ୍ତ୍ର ବାଟାଲିୟନ ଉପରେ ମୋହର ଲଗାଇଛନ୍ତି ନୂଆ ସରକାର। ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୃଙ୍ଖଳିତ ଦର୍ଶନ  ଓ ସୁରକ୍ଷା ବ୍ଯବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିସ୍ପତ୍ତି ଗ୍ରହଣ କରିଛନ୍ତି।

6.Hezbollah: ଇରାନ(Iran) ସହାୟତାରେ  ଏକ ବିଶାଳ  ତଥା ଶକ୍ତିଶାଳୀ ସାମରିକ ସଂଗଠନ ପାଲଟିଥିବା ହେଜବୁଲ୍ଲାକୁ ମୂଳପୋଛ କରିବା ପାଇଁ ଏବେ ଇସ୍ରାଏଲ ନିର୍ଣ୍ଣାୟକ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି। ଇତିମଧ୍ୟରେ ଇସ୍ରାଏଲ ‘ଅପରେସନ୍ ନ୍ୟୁ ଅର୍ଡର’ ଅଧୀନରେ ଏହି ବିପଜ୍ଜନକ ଆତଙ୍କବାଦୀ ସଂଗଠନର ମୁଖ୍ୟ ହସନ ନସ୍‌ରଲ୍ଲା ନିପାତ ହୋଇଥିବାରୁ ଏବେ ତା’ର ଉତ୍ତରାଧିକାରୀ ଖୋଜା ଚାଲିଛି। ନସ୍‌ରଲ୍ଲା ସମେତ ଦଳର ସମସ୍ତ ପ୍ରମୁଖ କମାଣ୍ଡରମାନଙ୍କ ମୃତ୍ୟୁ ଇରାନକୁ ମଧ୍ୟ ସ୍ତବ୍ଧ କରିଦେଇଛି।

7.UNGA:ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବିବୃତ୍ତି ଉପରେ ଭାରତ ଶନିବାର ଶକ୍ତ ଜବାବ ଦେଇଛି। ଯେଉଁଥିରେ ସେ ନୂଆଦିଲ୍ଲୀକୁ କାଶ୍ମୀରରେ ଉତ୍ତେଜନା ବୃଦ୍ଧି କରୁଥିବା ଅଭିଯୋଗ ଆଣିଛନ୍ତି। ଆତଙ୍କବାଦ, ଆନ୍ତର୍ଜାତୀୟ ଅପରାଧ, ହିଂସା ଏବଂ ଡ୍ରଗ୍ସ ବିସ୍ତାର କରି ସେନା ଦ୍ୱାରା ପରିଚାଳିତ ଏକ କପଟୀ ଦେଶ ବୋଲି ଭାରତ ପାକିସ୍ତାନକୁ ନିନ୍ଦା କରିଛି।

8.Jaishankar warns Pakistan: ଭାରତ ଶନିବାର ପାକିସ୍ତାନକୁ ଚେତାବନୀ ଦେଇ କହିଛି ଯେ ସୀମାବର୍ତ୍ତୀ ଆତଙ୍କବାଦକୁ ପଡୋଶୀ ଦେଶର 'ନୀତି' କଦାପି ସଫଳ ହେବ ନାହିଁ ଏବଂ ଏହାର 'କାର୍ଯ୍ୟକଳାପର ପରିଣାମ ନିଶ୍ଚିତ ହେବ'। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର 79 ତମ ଅଧିବେଶନକୁ ସମ୍ବୋଧିତ କରିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି, 'ଅନେକ ଦେଶ ସେମାନଙ୍କ ନିୟନ୍ତ୍ରଣ ବାହାରେ ରହିଯାଇଛନ୍ତି, କିନ୍ତୁ କେତେକ ଦେଶ ଜାଣିଶୁଣି ଏଭଳି ନିଷ୍ପତ୍ତି ନିଅନ୍ତି, ଯାହାର ବିପର୍ଯ୍ୟସ୍ତ ପରିଣାମ ରହିଛି। ଏହାର ସବୁଠାରୁ ବଡ ଉଦାହରଣ ହେଉଛି ଆମର ପଡୋଶୀ ଦେଶ ପାକିସ୍ତାନ।

9.Odisha News:୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ ପୃଥକ ଦୁଇଟି ସ୍ଥାନରେ ଗଣଦୁଷ୍କର୍ମ ଘଟଣା ଇସ୍ପାତ ସହର ରାଉରକେଲାରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ୫ ଦିନ ଭିତରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍।

10.IPL 2025: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ର ମେଗା ନିଲାମ ପୂର୍ବରୁ ବିସିସିଆଇ ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ଚୁକ୍ତି ବ୍ୟତୀତ ପ୍ରତ୍ୟେକ ମ୍ୟାଚ୍ ଖେଳିବା ପାଇଁ ଖେଳାଳିମାନଙ୍କୁ ବର୍ତ୍ତମାନ ଅଲଗା ଫିସ୍ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଜୟ ଶାହ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।