Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2353606

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ଦେଶ ପାଳୁଛି ୨୫ତମ କାର୍ଗିଲ ବିଜୟ ଦିବସ
୧୯୯୯ ମସିହାରେ ମେ ଏବଂ ଜୁନ୍ ମାସରେ କାର୍ଗିଲ୍ ଯୁଦ୍ଧ ହୋଇଥିଲା। ଏହି ବର୍ଷ କାର୍ଗିଲ ଯୁଦ୍ଧର ୨୫ ବର୍ଷ ସମାପ୍ତ ହୋଇଛି। ପ୍ରତିବର୍ଷ ୨୬ ଜୁଲାଇରେ କାର୍ଗିଲ ଦିବସ ପାଳନ କରାଯାଏ। ଦେଶର ବୀରମାନଙ୍କ ସାହସିକତା ଏବଂ ବୀରତ୍ୱକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଦିନ ପାଳନ କରାଯାଏ। ଏଥର ଦେଶ ୨୫ତମ କାର୍ଗିଲ ଦିବସ ପାଳନ କରିବ। ଏହି ଦିନ ଦେଶର ସେହି ସାହସୀ ପୁତ୍ରମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏବଂ ସମସ୍ତ ଅସୁବିଧାକୁ ଅତିକ୍ରମ କରିଥିଲେ ଏବଂ ଜୁଲାଇ ୨୬, ୧୯୯୯ରେ କାର୍ଗିଲରେ ପାକିସ୍ତାନୀ ସେନାଙ୍କୁ ପରାସ୍ତ କରି ବିଜୟର ପତାକା ଉତ୍ତୋଳନ କରିଥିଲେ। ପ୍ରତିବର୍ଷ ୨୬ ଜୁଲାଇରେ ଏହି ଦିନ କାର୍ଗିଲ ବିଜୟ ଦିବସ ଭାବରେ ପାଳନ କରାଯାଏ ଯାହା ଦେଶର ହିରୋମାନଙ୍କ କାହାଣୀକୁ ସାରା ଦେଶରେ ପହଞ୍ଚାଇଥାଏ।

H2. ଆଜି ବାଜିବ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ବିଗୁଲ୍
ଆଜି ବିଶ୍ୱ କ୍ରୀଡ଼ା ମହାକୁମ୍ଭର ବାଜିବ ବିଗୁଲ୍। ମହାସମାରୋହରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ୱ ପ୍ରସିଦ୍ଧ ଆଇଫିଲ୍ ଟାୱାର୍। ଫ୍ରାନ୍ସ ରାଜଧାନୀରେ ଅଗଷ୍ଟ ୧୧ ଯାଏଁ ଅଲିମ୍ପିକ୍ସ ଆୟୋଜିତ ହେଉଥିବା ବେଳେ, ଏଥିରେ ୧୦ ହଜାର ୫ଶହ ଆଥଲେଟ୍ ଭାଗ ନେଉଛନ୍ତି। ଭାରତରୁ ଭାଗ ନେଉଛନ୍ତି ୧୧୭ ଜଣିଆ କଣ୍ଟିନଜେଣ୍ଟ। ସେଥିରେ ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି । ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ସର୍ବାଧିକ ୨୯ ଜଣ ଏବଂ ସୁଟିଂରେ ୨୧ ଜଣ ପ୍ରତିଦ୍ୱନ୍ଦ୍ୱିତା କରିବେ।

H3. ୨ ଲକ୍ଷ ୬୫ ବଜାର କୋଟିର ବଜେଟ
ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନା କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ଯାହା ୨୦୨୩-୨୪ ବଜେଟ ପରିମାଣ ତୁଳନାରେ ୧୫% ଅଧିକ ଅଟେ। ବଜେଟ୍ ଉପସ୍ଥାପନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, "ଆମ ପ୍ରଧାନମନ୍ତ୍ରୀ ୪ଟି ବର୍ଗକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଗରିବ, ମହିଳା, ଯୁବବର୍ଗ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡ଼ିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି।

H4. ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ରେକର୍ଡ କଲେ ମୋହନ ମାଝୀ
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ ଲକ୍ଷ କୋଟି ଟଙ୍କାର ବଜେଟରେ ଓଡ଼ିଶା ସରକାର ଅନେକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ଏଥିସହ ବିଧାନସଭାରେ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ମୋହନ ମାଝୀ ରେକର୍ଡ଼ କରିଛନ୍ତି। ଯାହା ବିଧାନସଭାର ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ କୃଷକ, ମହିଳା, ଯୁବକ ଓ ଗରିବ ଲୋକଙ୍କ ବିକାଶକୁ ପ୍ରାଥମିକତା ଦିଆଯାଇଛି ଏବଂ ସରକାର ଲୋକଙ୍କ ଆକାଂକ୍ଷା ପୂରଣ କରିବେ। ବିଜେପି ସରକାରଙ୍କ ଉଦ୍ଦେଶ୍ୟ ହେଉଛି ରାଜ୍ୟର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ବୋଲି ସେ କହିଛନ୍ତି।

H5. ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟିର ବ୍ୟୟବରାଦ
ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟିର ବ୍ୟୟବରାଦ ହୋଇଛି। ନିର୍ବାଚନ ଇସ୍ତାହାରରେ ବିଜେପି ସୁଭଦ୍ରା ଯୋଜନା ନେଇ ଘୋଷଣା କରିଥିଲା। ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୧୭ ହଜାର ୯୪୨ କୋଟି ବ୍ୟୟବରାଦ କରାଯାଇଛି। ସେହିପରି ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ‘ଯଶୋଦା’ର ଘୋଷଣା ହୋଇଛି। ଏଥିପାଇଁ ବଜେଟରେ ୮୩ କୋଟିର ପ୍ରାବଧାନ ରଖାଯାଇଛି। ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଏହି ‘ଯଶୋଦା’ ଯୋଜନା।

H6. ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାକୁ ନଜରରେ ରଖି ୨୬ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡି଼କ ହେଲା ବୌଦ୍ଧ, ବରଗଡ଼଼, ସମ୍ବଲପୁର, ଦେବଗଡ଼଼,ବଲାଙ୍ଗିର, କନ୍ଧମାଳ, ସୋନପୁର,  ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଢ଼େଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ କରାଇଛ ପାଣିପାଗ ବିଭାଗ । ଏବଂ ବରଗଡ଼, ସମ୍ବଲପୁର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ଏହି ଜିଲ୍ଲା ଗୁଡିକରେ ୧୨ ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

H7. ମୁମ୍ବାଇ ଓ ଦିଲ୍ଲୀରେ ବର୍ଷା ପାଇଁ ଆଲର୍ଟ ଜାରି
ଅବିଶ୍ରାନ୍ତ ବର୍ଷା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହ ପଡ଼ୋଶୀ ପୁଣେର ସ୍ଥିତି ବେହାଲ କରିଛି। ପୁଣେ ଲଗାଣ ବର୍ଷା ଯୋଗୁ ୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ମୁମ୍ବାଇ ସ୍ଥିତି ମଧ୍ୟ ଠିକ ନାହିଁ। ଦିନ ତମାମ ଲଗାଣ ବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏସବୁ ଭିତରେ ମୁମ୍ବାଇ ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏଠାରେ ଭୀଷଣ ବର୍ଷାର ଆଶଙ୍କା ଆସନ୍ତାକାଲି ସକାଳ ୮.୩୦ ଯାଏ ରହିଛି। ପାଣିପାଗ ବିଭାଗ ରେର୍ଡ ଆଲର୍ଟ ଜାରି କରିବା ପରେ ମୁମ୍ବାଇ ପୁଲିସ୍‌ ସହରବାସୀଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି।

H8. ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତା ଅଗଷ୍ଟ ୧ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରତିବର୍ଷ ପରି ଚଳିତ ବର୍ଷ ମେ’ ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା। ତେବେ ଅଗଷ୍ଟ ୧ରୁ ଏହା ଖୋଲି‍‍‍ବ। ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ।

H9. ବଦଳିଲା ରାଷ୍ଟ୍ରପତି ଭବନର ଦୁଇଟି ହଲର ନାଁ
ରାଷ୍ଟ୍ରପତି ଭବନର ଦରବାର ହଲ୍ ଓ ଅଶୋକା ହଲ୍ ର ନାମ ଏବେ ବଦଳି ଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ହଲର ନାମ ‘ଦରବାର ହଲ୍’ ଓ ‘ଅଶୋକା ହଲ୍’କୁ ‘ଗଣତନ୍ତ୍ର ମଣ୍ଡପ’ ଏବଂ‘ଅଶୋକ ମଣ୍ଡପ’ରେ ପରିବର୍ତ୍ତନ କରିଛନ୍ତି। ରାଷ୍ଟ୍ରପତି ଭବନ ସହିତ ସାଧାରଣ ଲୋକଙ୍କ ସଂଯୋଗ ବୃଦ୍ଧି ପାଇଁ ଆହୁରି ଅନେକ ନିଷ୍ପତ୍ତି ନିଆଯାଉଛି। 

H10. ପ୍ୟାରିସ ଅଲିମ୍ପିକ୍ସରେ ଆତଙ୍କବାଦୀ ଭୟ 
ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆଜିଠୁ ଆରମ୍ଭ ହୋଇଛି ବିଶ୍ବର ସବୁଠୁ ବଡ଼ କ୍ରୀଡା ପ୍ରତିଯୋଗୀତା ଅଲମ୍ପିକ୍ସ ୨୦୨୪। ଅଗଷ୍ଟ ୧୧ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଅଲମ୍ପିକ୍ସର ସୁରକ୍ଷା, ଫ୍ରାନ୍ସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅଲମ୍ପିକ୍ସ ପାଇଁ ପ୍ୟାରିସରେ ଖେଳାଳୀଙ୍କ ସହ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଅଲମ୍ପିକ୍ସ ଇତିହାସରେ ଏହା ସବୁଠୁ ଅଧିକ ବିପଦପୂର୍ଣ୍ଣ ଅଲମ୍ପିକ୍ସ ବୋଲି ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଆକଳନ କରିଛନ୍ତି। ବିଶ୍ବରେ ଲାଗି ରହିଥିବା ଯୁଦ୍ଧ ସ୍ଥିତି ଏହି ଭୟକୁ ଅଧିକ ବଢାଇ ଦେଇଛି। ସୁରକ୍ଷା ପାଇଁ ପ୍ୟାରିସକୁ ହାଇ ଆର୍ଲଟରେ ରଖିଯାଇଛି। ୪ ସ୍ତପାହ ଧରି ହେବାକୁ ଥିବା ଏହି ଅଲିମ୍ପିକ୍ସରେ ସୁରକ୍ଷା ଦାୟୀତ୍ବରେ ୩୦ ହଜାରରୁ ୪୫ ହଜାର ପୋଲିସ ଫୋର୍ସ ମୁତୟନ କରାଯାଇଛି।