Top 10 News Today:ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ, କାର୍ଯ୍ୟକୁ ଫେରିଲେ ଡାକ୍ତର, ଡୋଭାଲ୍‌ଙ୍କୁ ଆମେରିକା କୋର୍ଟର ସମନ ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2438220

Top 10 News Today:ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ, କାର୍ଯ୍ୟକୁ ଫେରିଲେ ଡାକ୍ତର, ଡୋଭାଲ୍‌ଙ୍କୁ ଆମେରିକା କୋର୍ଟର ସମନ ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today:ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ, କାର୍ଯ୍ୟକୁ ଫେରିଲେ ଡାକ୍ତର, ଡୋଭାଲ୍‌ଙ୍କୁ ଆମେରିକା କୋର୍ଟର ସମନ ଏବଂ ଅନ୍ୟ ମୁଖ୍ୟ ଖବର

କାର୍ଯ୍ୟକୁ ଫେରିଲେ ଡାକ୍ତର
ଦୀର୍ଘ ୪୧ ଦିନର ଆନ୍ଦୋଳନରେ ଲାଗିଛି ବିରାମ। ଆନ୍ଦୋଳନରୁ ଉଠିବେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର। ଆରଜି କର ମେଡିକାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଚାଲିଥିବା ଡାକ୍ତର ଆନ୍ଦୋଳନ ଆଜି ଆଶିଂକ ରୂପେ ସମାପ୍ତ ହେବ । ଅଭୟାଙ୍କୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିବା ଜୁନିଅର ଡାକ୍ତର ସଂଘ ନିଜ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି। ଆଜିଠାରୁ ଡାକ୍ତରମାନେ ଜରୁରୀ ମେଡିକାଲ୍ ସେବାରେ ଯୋଗ ଦେବେ। ହେଲେ OPDରେ ସେବା ଯୋଗାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

୨୩ରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
ଦୀର୍ଘ ୬ ସପ୍ତାହ ପରେ ଖୋଲିବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଆସନ୍ତା ୨୩ ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗ ଶଣୁଣିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଏଥର କେବଳ ୧୦୦୦ ଲୋକଙ୍କ ଅଭିଯୋଗକୁ ଶୁଣାଣି ପାଇଁ ଗ୍ରହଣ କରାଯିବ। ଏଥିପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। 

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ
ଆଜିଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ୩ ଦିନରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ମୁଖ୍ୟମନ୍ତ୍ରୀ ସକାଳ ୧୦ ଟା ୨୦ମିନିଟ୍‌ରେ ରିଜର୍ଭ ପଡ଼ିଆ ହେଲିପ୍ୟାଡ଼ରେ ଅବତରଣ କରିବା ପରେ ବାଇକ ରାଲିରେ ଅଡିଟୋରିୟମ ହଲରେ ପହଞ୍ଚିବେ। ସେଠାରେ ଲାଇଫ୍ ସେଭର୍ସ ଗ୍ରୁପ୍ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ। ସନ୍ଧ୍ୟାରେ ନିଜ ଗାଁ ରାଇକଳା ସ୍ଥିତ ଘରକୁ ଯିବେ। ପରେ ସ୍ଥାନୀୟ ହୋଟେଲରେ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି।

୨୨ ବେଳକୁ ଆଉ ଏକ ଲଘୁଚାପ
ଆସନ୍ତା ୨୨ ଓ ୨୩ ତାରିଖ ବେଳକୁ ଉତ୍ତର ପୂର୍ବ ବଙ୍ଗୋପସାଗର ତଥା ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ତାହା ପାରାଦୀପ ପାଖାପାଖି ଓଡ଼ିଶା ଉପକୂଳରେ ପହଞ୍ଚିବ ଏବଂ ଏହା ପରବର୍ତ୍ତୀ ୧୨ରୁ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ନିକଟ ଦେଇ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ। ଯଦି ଏହି ଲଘୁଚାପଟି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ତାହା ହେଲେ ସମୁଦ୍ରରେ ଅଧିକା ୨୪ ଘଣ୍ଟା ରହିପାରେ। ପ୍ରଭାବରେ ୨୩ ତାରିଖଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ। 

ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ
ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ। ଖୁବ୍ ଶୀଘ୍ର ଏଥିପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ କାମ ଆରମ୍ଭ ହେବ। ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଥିବା ବେଳେ ଏପରି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବା ବେଳେ ଖୁବଶୀଘ୍ର ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ ହେବ। ଏଥିପାଇଁ କାମ ଆରମ୍ଭ ହୋଇଛି।

ତିରୁପତି ତିରୁମାଲା ପ୍ରସାଦକୁ ନେଇ ହଇଚଇ
ତିରୁପତି ତିରୁମାଲା ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ। ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ବିଫ୍ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପିର ଅଭିଯୋଗ। ଘିଅର ଲ୍ୟାବ୍ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆଣି ପୂର୍ବ ସରକାରକୁ ନିଶାନା। ଗୁଜରାଟର ସେଣ୍ଟର୍ ଅଫ୍ ଆନାଲିସିସ୍ ଆଣ୍ଡ୍ ଲର୍ଣ୍ଣିଂ ଇନ୍ ଲାଇଭଷ୍ଟକ ଆଣ୍ଡ୍ ଫୁଡ୍ ବା କାଫ୍ ନାମକ ଏକ ଲାବ୍ରୋଟରିର ଜୁଲାଇ ୧୭ର ଏହି ଟେଷ୍ଟ ରିପୋର୍ଟ ସାମ୍ନାକୁ ଆଣିଛି ଟିଡିପି। 

ଡୋଭାଲ୍‌ଙ୍କୁ ଆମେରିକା କୋର୍ଟର ସମନ
ଖଲିସ୍ତାନୀ ଆତଙ୍କବାଦୀ ତଥା  ‘ଶିଖ୍‌ସ ଫର ଜଷ୍ଟିସ୍‌’ର ନେତା ଗୁରୁପତୱନ୍ତ ସିଂହ ପନ୍ନୁକୁ  ହତ୍ୟା ଉଦ୍ୟମ ମାମଲାରେ ଆଜି ଆମେରିକାର ନ୍ୟୁୟର୍କ ଦକ୍ଷିଣ ଜିଲ୍ଲା କୋର୍ଟ ଭାରତ ସରକାର, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଓ ପୂର୍ବତନ ‘ର’ ମୁଖ୍ୟ ସାମନ୍ତ ଗୋୟଲଙ୍କୁ ସମନ ଜାରି କରିଛି। ଏହାକୁ ନେଇ ପୁଣିଥରେ ଭାରତ ଓ ଆମେରିକା ମଧ୍ୟରେ କୂଟନୈତିକ ବିବାଦ ଆରମ୍ଭ ହୋଇଯାଇଛି। ସମନ ବିରୋଧରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ତୀବ୍ର ପ୍ରତିବାଦ କରିଛି। 

ତିରୁପତି ଲଡୁ କୁ ନେଇ ଏବେ ବିବାଦ
ବିଶ୍ୱ ପ୍ରସିଦ୍ଧ ତିରୁପତି ଲଡୁରେ ଖରାପ ଉପାଦାନ ଏବଂ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ଉପୁଜିଛି। ଗୁରୁବାର ଦିନ ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି ଯେ ଗୁଜୁରାଟର ଏକ ପଶୁପାଳନ ଲ୍ୟାବ ଦ୍ୱାରା ଲଡୁରେ ପଶୁ ଚର୍ବି ମିଶାଯାଇଥିବା ଜଣାପଡିଛି। ଟିଡିପି ମୁଖପାତ୍ର ଅନାମ ଭେଙ୍କଟା ରମଣ ରେଡ୍ଡୀ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦିଷ୍ଟ ଲ୍ୟାବ ରିପୋର୍ଟ ଦର୍ଶାଇଛନ୍ତି ଯାହା ପ୍ରଦାନ କରାଯାଇଥିବା ଘିଅ ନମୁନାରେ ଗୋମାଂସ ଚର୍ବିର ଉପସ୍ଥିତି ନିଶ୍ଚିତ କରିଛି।

ଭାରତୀୟ ଗୁଳିଗୋଳା ବ୍ୟବହାର କରୁଛି ୟୁକ୍ରେନ
ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୨ ବର୍ଷ ପୁରିସାରିଥିଲେ ବି ସମାଧାନର କିଛି ରାସ୍ତା ଦେଖାଯାଉନାହିଁ। ଏପରି ସମୟରେ ଭାରତ ଶାନ୍ତି ଫେରାଇ ଆଣିବାକୁ ମଧ୍ୟସ୍ଥତା କରିବାକୁ ରାଜି ହୋଇଛି। ଆଉ ଏନେଇ ପ୍ରୟାସ ଆରମ୍ଭ କରିଛି। ଠିକ୍ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତ ବିରୋଧରେ ଅଭିଯୋଗ ଆସିଛି। ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ୟୁକ୍ରେନ ଯାଉଥିବା ଓ ଆଉ ଏହା ରୁଷ୍ ବିରୋଧରେ ବ୍ୟବହୃତ ହେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଖୁବ୍ ସାଂଘାତିକ କାରଣ, ରୁଷ୍ ଭାରତର ଘନିଷ୍ଠ ବନ୍ଧୁ ରାଷ୍ଟ୍ରା ତେଣୁ ଭାରତ ନିଜ ବନ୍ଧୁ ରାଷ୍ଟ୍ର ରୁଷକୁ କେବେ ହେଲେ ନାରାଜ କରିବାକୁ ଚାହିଁବ ନାହିଁ ଅଭିଯୋଗ ହୋଇଛି ଯେ, ଭାରତୀୟ ଗୋଳିଗୋଳା ନିର୍ମାଣ କାରୀ କମ୍ପାନୀମାନେ ୟୁରୋପକୁ ଯେଉଁ ଅସ୍ତ୍ରଶସ୍ତ୍ର ପଠାଇଥିଲେ, ସେଠାକାର ଗ୍ରାହକମାନେ ତାକୁ ୟୁକ୍ରେନକୁ ପଠାଇଦେଇଛନ୍ତି। 

ଓଡିଶା ଆଥଲେଟିକ୍ସ ଚାମ୍ପିୟନଶିପ: ୪ ନୂଆ ମିଟ ରେକର୍ଡ
କଳିଙ୍ଗ ଷ୍ଟାଡିୟମରେ ଓଡିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଅନୁଷ୍ଠିତ ହେଉଛି । ଦ୍ୱିତୀୟ ଦିବସରେ ୪ଟି ନୂଆ ମିଟ ରେକର୍ଡ ସ୍ଥାପନ ହୋଇଛି । ଓଡିଶା ଆଥଲେଟିକ୍ସ ଆସୋସିଏଶନ ଏବଂ ରାଜ୍ୟ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ଏହାକୁ ମିଳିତ ଭାବେ ଆୟୋଜିତ କରୁଛନ୍ତି । ୩୦ ଜିଲ୍ଲାର ୯୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରୁଛନ୍ତି । ୨୩ ବର୍ଷରୁ କମ ୧୦୦ ମିଟର ବାଳକ ବିଭାଗରେ ଭୁବନେଶ୍ୱରର ଅନୀମେଶ କୁଜୁର ୧୦.୩୮ ସେକେଣ୍ଡ ସମୟ ନେଇ ନୂତନ ମିଟ ରେକର୍ଡ ସ୍ଥାପନ କରିଛନ୍ତି ।