Top 10 News: ଗୁଣ୍ଡିଚା ମନ୍ଦିରକୁ ବିଜେ ହେବେ ୩ ରଥ, ପ୍ରଧାନ ବିଚାରପତି ଶୁଣିବେ ନିଟ୍‍ ପେପର ଲିକ୍‍ ଏବଂ ଅନ୍ୟ ଖବର
Advertisement
Article Detail0/zeeodisha/odisha2326279

Top 10 News: ଗୁଣ୍ଡିଚା ମନ୍ଦିରକୁ ବିଜେ ହେବେ ୩ ରଥ, ପ୍ରଧାନ ବିଚାରପତି ଶୁଣିବେ ନିଟ୍‍ ପେପର ଲିକ୍‍ ଏବଂ ଅନ୍ୟ ଖବର

Top 10 News: ଗୁଣ୍ଡିଚା ମନ୍ଦିରକୁ ବିଜେ ହେବେ ୩ ରଥ, ପ୍ରଧାନ ବିଚାରପତି ଶୁଣିବେ ନିଟ୍‍ ପେପର ଲିକ୍‍ ଏବଂ ଅନ୍ୟ ଖବର

 

Top 10 News: ଗୁଣ୍ଡିଚା ମନ୍ଦିରକୁ ବିଜେ ହେବେ ୩ ରଥ, ପ୍ରଧାନ ବିଚାରପତି ଶୁଣିବେ ନିଟ୍‍ ପେପର ଲିକ୍‍ ଏବଂ ଅନ୍ୟ ଖବର

1.ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ସୁପ୍ରିମ୍‍ କୋର୍ଟଙ୍କ ବେଞ୍ଚ ଆଜି ନିଟ୍‍ ପ୍ରଶ୍ନପତ୍ର ଲିକ୍‍ ଘଟଣାକୁ ନେଇ ଅଭିଯୋଗ ଶୁଣାଣି କରିବେ। ବିଶେଷକରି ଆଉଥରେ ନିଟ୍‍ ପରୀକ୍ଷା ହେବ କି ନା ସେ ସମ୍ବନ୍ଧରେ ରାୟ ପ୍ରଦାନ କରିବେ। ଏ ଭିତରେ ସରକାରଙ୍କ ପକ୍ଷରୁ ଆଉଥରେ ନିଟ୍‍ ପରୀକ୍ଷା ଅନାବଶ୍ୟକ ବୋଲି କୁହାଯାଇଛି। ଦେଶର ବିଭିନ୍ନ ମେଡିକାଲ୍‍ କଲେଜ୍‍ ର ଏମ୍‍ବିବିଏସ୍‍, ବିଡିଏସ୍‍ ଭଳି ଅଣ୍ଡର ଗ୍ରାଜୁଏଟ୍‍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଏହି ପରୀକ୍ଷା ଉଦ୍ଦିଷ୍ଟ। କିଛିଦିନ ପୂର୍ବେ ଏହି ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପୂର୍ବରୁ ଲିକ୍‍ ହୋଇଥିବା ନେଇ ବିବାଦ ସୃଷ୍ଟି ହୋଇଛି। 

2.ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ। ଆଜି ସେ ଖଣ୍ଡଗିରି ଓ ଉଦୟଗିରି ଗସ୍ତରେ ରହିବେ। ଉଦୟଗିରି ଗୁମ୍ଫା  ପରିଦର୍ଶନ କରିବା ସହ ବିଭୁତି କାନୁନଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଆସନ୍ତା କାଲି ନାଇଜର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେବା ପରେ ସେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। 

3.ଆଜି ସକାଳ ୮ଟାରେ ପୁଣିଥରେ ରଥଟଣା ଆରମ୍ଭ ହୋଇଛି। ଗତକାଲି ବଳଭଦ୍ରଙ୍କ ରଥ ମରିଚିକୋଟଠାରେ ଅଟକିଥିବାବେଳେ ସୁଭଦ୍ରାଙ୍କ ରଥ ଶ୍ରୀନଅରଠାରେ ଏବଂ ଶ୍ରୀ ଜଗନ୍ନାଥଙ୍କ ରଥ ସିଂହଦ୍ୱାରଠାରୁ ଅଳ୍ପ କିଛି ପାହୁଣ୍ଡ ଦୂରରେ ରହିଛି। ନିର୍ଦ୍ଧାରିତ ନୀତି ଅନୁସାରେ ପୋଲିସ ସୁରକ୍ଷାରେ ଆଜି ରଥଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚାଯିବ। ଏହାପରେ ତିନି ଠାକୁରଙ୍କ ଗୋଟି ପହଣ୍ଡି କାର୍ଯ୍ୟ ହେବ। 

4.ଗତକାଲି ରଥଟଣା ସମୟରେ ଜଣ ଭକ୍ତଙ୍କ ଶ୍ୱାସରୁଦ୍ଧ ହେବା କାରଣରୁ ମୃତ୍ୟୁ ଘଟିଛି। ତାଙ୍କ ନାଁ ଲଳିତ ବଗର୍ତ୍ତି ଏବଂ ସେ ସଇଁତଳା ବାସିନ୍ଦା। ବଳଭଦ୍ରଙ୍କ ରଥ ଟାଣୁଥିବା ବେଳେ ସୃଷ୍ଟି ହୋଇଥିବା ଦଳା ଚକଟା ପରିସ୍ଥିତିରେ ସେ ଶିକାର ହୋଇଥିଲେ। ପରେ ତାଙ୍କୁ ତତ୍‍କ୍ଷଣାତ୍‍ ହସ୍‍ପିଟାଲ୍‍ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିରୁ ତାଙ୍କ ନିକଟତମ ପରିବାର ସଦସ୍ୟଙ୍କ ଲାଗି ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରାଯାଇଛି। 

5.ରଥଯାତ୍ରା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବେଶ୍‍ ସାଧାରଣ ଭାବେ ଦେଖିବାକୁ ମିଳିଛି। ତିନିଠାକୁରଙ୍କୁ ଦର୍ଶନ କରିବା ପରେ ଶ୍ରୀ ପଟ୍ଟନାୟକ ସ୍ୱତନ୍ତ୍ର ମଞ୍ଚ ଉପରେ ବସିଥିବା ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ନିକଟକୁ ଯାଇ ଅଭିବାଦନ ଜଣାଇଥିଲେ। 

6.କଟକ ସଂସଦୀୟ ନିର୍ବଚନ ମଣ୍ଡଳୀରୁ ଲୋକସଭା ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେ ମଧ୍ୟ ଦଳର ଜାତୀୟ ମୁଖପାତ୍ର ଦାୟିତ୍ୱ ତୁଲାଇବେ। ଏହା ସହ ଦଳର ବିଭିନ୍ନ ସାଂଗଠନିକ କମିଟିକୁ ପୁନର୍ଗଠନ କରାଯାଇଛି। 

7.ବ୍ରହ୍ମପୁତ୍ର ନଦୀରେ ଆସିଥିବା ବନ୍ୟା ଆସାମରେ ବ୍ୟାପକ ଧନଜୀବନ କ୍ଷତି କରିଛି। ଗତକାଲି ୮ ଜଣଙ୍କ ଜୀବନ ଯିବା ନିଶ୍ଚିତ କରାଯିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ପ୍ରାୟ ୬୦ରେ ପହଞ୍ଚିଛି। ସହସ୍ରାଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। 

8.ଆଜି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସାମ ଓ ମଣିପୁର ଗସ୍ତ କରିବେ। ଆସାମର ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ପରିଚାଳନା ବ୍ୟବସ୍ଥାକୁ ନିରୀକ୍ଷଣ କରିବେ। ଏହା ସହ ସେ ମଣିପୁରଗସ୍ତରେ ଆସି ହିଂସା ପୀଡ଼ିତଙ୍କ ଭେଟିବା କାର୍ଯ୍ୟକ୍ରମ ରହିଛି। ଥଇଥାନ କ୍ୟାମ୍ପ ପରିଦର୍ଶନ ମଧ୍ୟ ତାଙ୍କ ଗସ୍ତରେ ସାମିଲ ରହିଛି। 

9.ହାଥରସ୍‍ ଦୁର୍ଘଟଣା ପ୍ରସଙ୍ଗରେ ବିଷାକ୍ତ ଗ୍ୟାସ୍‍ ସ୍ପ୍ରେ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ବାବା ସୁରଜପାଲଙ୍କ ଓକିଲ ଏପି ସିଂହ। ସେ କହିଛନ୍ତି ସତ୍‍ସଙ୍ଗ ସମୟରେ କେହି ଏପରି ବିଷାକ୍ତ ଗ୍ୟାସ ପ୍ରୟୋଗ କରିଥିଲେ। ଯାହାଫଳରେ ଭକ୍ତଙ୍କ ଶ୍ୱାସରୁଦ୍ଧ ଜନିତ ମୃତ୍ୟୁ ହୋଇଥିଲା। 

10.କଶ୍ମୀରର କୁଲଗାଓଁଠାରେ ଗୁଳି ବିନିମୟ ହେତୁ ୬ ଜଣ ଆତଙ୍କୀଙ୍କ ସମେତ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି।  ଏକ ବଙ୍କରରେ ଲୁଚିଥିବା ଏହି ଆତଙ୍କୀଙ୍କୁ ଠାବ କରି ଭାରତୀୟ ଯବାନ ଆକ୍ରମଣ କରିଥିଲେ।