Top 10 News: ସୁନା ପୁଅ ନୀରଜଙ୍କ ଉପରେ ନଜର ଓ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha2374444

Top 10 News: ସୁନା ପୁଅ ନୀରଜଙ୍କ ଉପରେ ନଜର ଓ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Top 10 News: ସୁନା ପୁଅ ନୀରଜଙ୍କ ଉପରେ ନଜର ଓ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Top 10 News: ସୁନା ପୁଅ ନୀରଜଙ୍କ ଉପରେ ନଜର ଓ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

N.1-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ବୁଧବାର ପ୍ରଦୀପଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହା ସହିତ ଆଜି ଭୁବନେଶ୍ବର ଏସବିଆଇ ମୁଖ୍ୟ ଶାଖାରେ ଥିବା ତାଙ୍କର ଲକରକୁ ମଧ୍ୟ ଯାଞ୍ଚ କରିଥିଲା। ଏହା ପରେ ଡାଇରେକ୍ଟ ଆକ୍ସନ ଚାର୍ଜରେ ବିଡିଓଙ୍କୁ ବାନ୍ଧିଛି ଭିଜିଲାନ୍ସ। 

N.2-ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ। ଏଥିସହ ଚୋରା ମଦ କାରବାର ବି ସମ୍ପୂର୍ଣ୍ଣ ବନ୍ଦ ହେବ। ଏଥିପାଇଁ ଅବକାରୀ ନୀତିରେ ଆଗକୁ ଆମୂଳଚୁଳ ପରିବର୍ତ୍ତନ କରାଯିବ। ଆସନ୍ତା ବର୍ଷା ଯେଉଁ ମଦନୀତି ହେବ, ସେଥିରେ ଓଡ଼ିଶାରୁ ଚୋରମଦ ବିକ୍ରି ବନ୍ଦ କରିବାକୁ ନୀତି ପ୍ରଣୟନ କରାଯିବ। ଆଜି ଏପରି ବଡ଼ ମନ୍ତବ୍ୟ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟରେ ଚୋରା ମଦ ବିକ୍ରି କିପରି ବନ୍ଦ ହେବ ତାହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି। ଆଗାମୀ ବର୍ଷଠାରୁ ଓଡ଼ିଶାରେ ଚୋରା ମଦ ଚାଲାଣ ବନ୍ଦ କରିବା ପାଇଁ ଯୋଜନା ହୋଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

N.3-ଗୁରୁବାର ଦିନ ଜାପାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଦକ୍ଷିଣ-ପଶ୍ଚିମ ଜାପାନରେ ୭.୧ ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ଲୋକମାନେ ଥରି ଉଠିଥିଲେ। ଭୂକମ୍ପ ଯୋଗୁଁ ଜାପାନରେ ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ କିମ୍ବା ଦେଶରେ କୌଣସି ବଡ଼ କ୍ଷୟକ୍ଷତିର ଖବର ଆସିନାହିଁ।

N.4- ଚେକ୍ କ୍ଲିୟରାନ୍ସ ବର୍ତ୍ତମାନ କିଛି ଘଣ୍ଟା ମଧ୍ୟରେ ଘଟିବ। ଚେକ୍ କ୍ଲିୟରାନ୍ସ ସମୟକୁ କିଛି ଘଣ୍ଟାକୁ ହ୍ରାସ କରିବା ଓ ଏହା ସହ ଜଡିତ ବିପଦକୁ ହ୍ରାସ କରିବା ଲକ୍ଷ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଏକ ପଦକ୍ଷେପ ନେଇଥିବା ଘୋଷଣା କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚେକ୍ ଜମା ଠାରୁ କ୍ଲିୟରାନ୍ସ ଓ ଭେରିଫିକେସନ୍ କରିବାକୁ ଦୁଇ ଦିନ ଲାଗୁଥିଲା। କିନ୍ତୁ ନୂଆ ସିଷ୍ଟମରେ ଜମା ହେବାର କିଛି ଘଣ୍ଟା ମଧ୍ୟରେ ଚେକ୍ 'କ୍ଲିୟର' (Cheque Clearance) ହେବ।

N.5-ଆଳୁକୁ ନେଇ ବ୍ୟବସାୟୀ ଓ ସାଧାରଣ ଜନତା ଚିନ୍ତାରେ। ଏଥିପାଇଁ ଦିନେ ଦୁଇ ଦିନ ସମୟ ଲାଗିବ। ଲୋକେ ଆଳୁର ଅଭାବ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଆଳୁ ଆସିବ। ଏନେଇ କଥାବାର୍ତ୍ତା ଚାଲିଛି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଅନ୍ୟପଟେ ସରକାରଙ୍କ ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରୁନି। ଦିନକୁ ଦିନ ବଜାରରେ ଆଳୁ ଦର ବଢିଚାଲିଛି। କିଛି କିଛି ଖୁଚୁରା ଦେକାନୀ ୬୦ ଟଙ୍କା ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି। ଯାହା ବି ଅଛି ତାହା ନିମ୍ନ ମାନର। ତେଣୁ ଚଢା ଦରରେ ନ ବିକିଲେ ତାଙ୍କର କ୍ଷତି ହେବ କହି ନିଜ ମନମାନି କରୁଛନ୍ତି ବେପାରୀ।

N.6-ଶେଖ୍ ହାସିନା ସରକାରର ପତନ ପରେ ଜଳୁଛି ବାଂଲାଦେଶ। ବାଂଲାଦେଶରେ ବ୍ୟାପକ ଅରାଜକତା ବଢ଼ିଥିବା ବେଳେ ହିଂସାକାଣ୍ଡ ଏବଂ ପୋଡାଜଳା ମଧ୍ୟ ଜାରି ରହିଛି। ଭାରତ ବିରୋଧୀ କାର୍ଯ୍ୟକଳାପ ବଢ଼ି ଚାଲିଥିବାବେଳେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରାଯାଉଛି। ତେବେ ଏହି ଅପ୍ରୀତିକର ସ୍ଥିତି ସମୟରେ ଭାରତ ବାଂଲାଦେଶ ସୀମା ଏବଂ ସମୁଦ୍ର ପଥରେ ଭାରତ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। 

N.7-ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ର ୧୩ତମ ଦିନରେ ନୀରଜ ଚୋପ୍ରା ନିଜର ଫାଇନାଲ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ବର୍ତ୍ତମାନ ଭାରତୀୟ ପ୍ରଶଂସକମାନେ କେବଳ ନୀରଜ ଚୋପ୍ରାଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଛନ୍ତି। କାରଣ ମହିଳା ରେସଲର ଭିନେଶ ଫୋଗାଟ ଫାଇନାଲରେ ପ୍ରବେଶ କରିବା ପରେ ଅଯୋଗ୍ୟ ହୋଇଥିଲେ। ବର୍ତ୍ତମାନ ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଏକମାତ୍ର ଭାରତୀୟ ଖେଳାଳି ଯିଏକି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିପାରିବେ। ନୀରଜ ଚୋପ୍ରାଙ୍କ ଏହି ଫାଇନାଲ୍ ମ୍ୟାଚ୍ ଆଜି ରାତି ୧୧:୫୫ ରେ ଅନୁଷ୍ଠିତ ହେବ।

N.8-ଦେଶର ଏବେ ଅନେକ ସ୍ଥାନରେ ବର୍ଷା ବିତ୍ପାତ ଦେଖିବାକୁ ମିଳୁଛି।ଉତ୍ତର ଭାରତର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ରାଜଧାନୀ ଦିଲ୍ଲୀ ସମେତ ରାଜସ୍ଥାନ, ଉତ୍ତରପ୍ରଦେଶ(UP), ମଧ୍ୟପ୍ରଦେଶ(MP), ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନେକ ସ୍ଥାନରେ ହାଲୁକା ବର୍ଷା ଏବଂ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରାଯାଇଛି। କେତେକ ସ୍ଥାନରେ ବର୍ଷା ହେତୁ ଲୋକଙ୍କୁ ଗ୍ରୀଷ୍ମ ଦାଉରୁ ଆଶ୍ୱସ୍ତି ମିଳିଥିବା ବେଳେ କେତେକ ସ୍ଥାନରେ ନଦୀ ଜଳ ପ୍ରବାହିତ ହେତୁ ବନ୍ୟା ପରିସ୍ଥିତି ଦେଖାଦେଇଛି। 

N.9-ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ସୁପରଷ୍ଟାର ନାଗାର୍ଜୁନଙ୍କ ବଡ଼ ପୁଅ ତଥା ଅଭିନେତା ନାଗା ଚୈତନ୍ୟ। ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୁଲିପାଲା ଶେଷରେ ସେମାନଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ଆଜି ଅର୍ଥାତ୍ ଅଗଷ୍ଟ ୮ରେ ଏହି କପଲ୍ ପରିବାର ମଧ୍ୟରେ ସେମାନଙ୍କ ଏନଗେଜମେଣ୍ଟ ଶେଷ ହୋଇଛି।ରିପୋର୍ଟ ଅନୁସାରେ ଦୁହେଁ ଗତ ୩ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ। ନାଗାଙ୍କ ବାପା ତଥା ଭେଟେରାନ୍ ଅଭିନେତା ନାଗାର୍ଜୁନ ଅକ୍କିନେନି ନାଗା-ଶୋଭିତାଙ୍କ ଏନଗେଜମେଣ୍ଟର ପ୍ରଥମ ଦୁଇଟି ଫୋଟ ସେୟାର କରିଛନ୍ତି। ଏହି ଦମ୍ପତିଙ୍କ ଏନଗେଜମେଣ୍ଟ ଫଟୋ ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ମାଧ୍ୟମରେ ନାଗାର୍ଜୁନ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ସହ ଶୋଭିତାଙ୍କୁ ଅକ୍କିନେନୀ ପରିବାରକୁ ସ୍ୱାଗତ କରିଛନ୍ତି।

10- ଋଣରେ ବୁଡି ରହିଥିବା ବ୍ୟକ୍ତିବିଶେଷମାନେ ପୁଣିଥରେ ନିରାଶ ହୋଇଛନ୍ତି। ଋଣ ଶସ୍ତା ହେବା ଏବଂ EMI ଭାର ହ୍ରାସ ପାଇଁ ଅପେକ୍ଷାରତ ବ୍ୟକ୍ତିବିଶେଷଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ରେକର୍ଡ 9ମ ବୈଠକରେ ମଧ୍ୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ହ୍ରାସ କରି ନାହିଁ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର କହିଛନ୍ତି ଯେ ରେପୋ ହାର ସ୍ଥିର ରଖିବାକୁ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟି ପୁଣି ଥରେ ନିଷ୍ପତ୍ତି ନେଇଛି