Top 10 News Headlines: ସଂକ୍ଷେପରେ ନଜର ପକାନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ
Advertisement
Article Detail0/zeeodisha/odisha2507839

Top 10 News Headlines: ସଂକ୍ଷେପରେ ନଜର ପକାନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ

Top 10 News Headlines: ସଂକ୍ଷେପରେ ନଜର ପକାନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ

Top 10 News Headlines: ସଂକ୍ଷେପରେ ନଜର ପକାନ୍ତୁ ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ

1.Accident News: ଭୁବନେଶ୍ୱର ଡମଣା ଛକରେ କାର୍ ଦୁର୍ଘଟଣା। ସ୍କୁଟିକୁ ବାଡ଼େଇ ଡିଭାଇଡରରେ ପିଟିହେଲା କାର୍। ଉଭୟ ସ୍କୁଟି ଓ କାର୍ ଚାଳକ ଆହତ ହୋଇଥିବା ସୂଚନା। ଉଦ୍ଧାର କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ।

2.Anla Nabami: ଆଜି ପବିତ୍ର ଅଁଳା ନବମୀ । ଆଜି ପବିତ୍ର ଅଁଳା ନବମୀରେ ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର। ଭକ୍ତ ରାଧାପାଦ ଦର୍ଶନ କରୁଛନ୍ତି। ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ। ସେପଟେ ନଟବର ବେଶରେ ସାକ୍ଷୀଗୋପାଳ ଠାକୁର। ହଜାର ହଜାର ଭକ୍ତଙ୍କ ସମାଗମ।

3.Odisha News: ରାଜଧାନୀ ଭୁବନେଶ୍ୱର ହାଇୱେରେ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ । ଖଣ୍ଡଗିରି(Khandagiri) ଅଞ୍ଚଳରେ ଗ୍ୟାସ ଗନ୍ଧମୟ, ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ। ରାସ୍ତାରେ ଅଟକିଲା ଶତାଧିକ ଗାଡ଼ି। ଘଣ୍ଟାଏର କସରତ ପରେ ସ୍ଥିତି ନିୟନ୍ତ୍ରଣ କରାଯାଇଛି। ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।

4.Baliyatra: ପାରାଦୀପରେ କଳିଙ୍ଗ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତ ଜୋରଦାର ଚାଲିଛି। ଚଳିତ ଥର କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜଗତସିଂହପୁର ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟି ଅଧ୍ୟକ୍ଷ ଜେ. ସୋନାଲ୍ ପାରାଦୀପ ଆସି ବାଲିଯାତ୍ରାର ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ମୂଖ୍ୟମନ୍ତ୍ରୀଙ୍କ ପାରାଦୀପ ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବା କହିଛନ୍ତି। 

5.Weather Report: ଉତ୍ତର ଭାରତର ଅନେକ ସହରରେ ରାତି ପରେ ଶୀତର ପ୍ରଭାବ ଦିନରେ ମଧ୍ୟ ଦେଖାଯିବାରେ ଲାଗିଲାଣି। ଥଣ୍ଡା ପବନ ଧୀରେ ଧୀରେ ବହୁଥିବା ଅନୂଭୁତ ହେଉଛି। କୁହୁଡ଼ିର ଏକ ଆସ୍ତରଣ ମଧ୍ୟ ଆକାଶକୁ ଆଚ୍ଛାଦନ କରିବା ଆରମ୍ଭ କରିଛି। ଟ୍ରେନ୍ ଗୁଡିକ ବିଳମ୍ବ ହେବାର ପ୍ରକ୍ରିୟା ମଧ୍ୟ ଆଗାମୀ ଦିନରେ ଆରମ୍ଭ ହେବାକୁ ଯାଉଛି। ନଭେମ୍ବରର ଦ୍ୱିତୀୟ ସପ୍ତାହରେ ରାତିର ତାପମାତ୍ରା ୧୦ ରୁ ୨୦ ଡିଗ୍ରୀ ମଧ୍ୟରେ ରେକର୍ଡ କରାଯାଉଛି। ଉତ୍ତର ଭାରତର ଲୋକମାନେ ସାମାନ୍ୟ ଥଣ୍ଡା ଅନୁଭବ କରୁଛନ୍ତି। ଦିନରେ କେତେବେଳେ ଥଣ୍ଡା ତ କେତେବେଳେ ଗରମ ମଧ୍ୟ ଅନୁଭୂତ ହେଉଛି। 

6.National Education Policy 2020: ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି।

7.Subhadra money: ଆସନ୍ତା ୨୪ ତାରିଖରେ ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ଏ ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ଏହି ପର୍ଯ୍ୟାୟରେ ୨୦ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଟଙ୍କା ଯିବ। ୨୪ ତାରିଖ ଦିନ ସୁନ୍ଦରଗଡ଼ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।

8.Muslim Reservation: ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇଛନ୍ତି। ଝାଡଖଣ୍ଡର ପାଲାମୁ ଠାରେ ଏକ ରାଲିରେ ସମ୍ବୋଧିତ କରି ଅମିତ ଶାହା ପ୍ରଶ୍ନ କରିଛନ୍ତି ଯେ ଧର୍ମ ଆଧାରରେ ସଂରକ୍ଷଣ ଦିଆଗଲେ ଦଳିତ ଓ ଆଦିବାସୀଙ୍କ ସହ କ'ଣ ହେବ? ସେ କହିଛନ୍ତି ଯେ କଂଗ୍ରେସ ଦଳ ଆପଣଙ୍କ ସଂରକ୍ଷଣର ଅଂଶ କାଟି ମୁସଲମାନମାନଙ୍କୁ ଦେବାକୁ ଚାହୁଁଛି। ଶାହା କହିଛନ୍ତି ଯେପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଭାରତରେ ଅଛି, ସଂଖ୍ୟାଲଘୁ ସମ୍ପ୍ରଦାୟ ଧର୍ମ ଆଧାରରେ ସଂରକ୍ଷଣ ପାଇବ ନାହିଁ।

9.Team India will not go to Pakistan: ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ ନା ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଭାଗ ନେବ ସେ ସମ୍ବନ୍ଧରେ ପ୍ରାୟ ସବୁକିଛି ସ୍ପଷ୍ଟ ହୋଇଛି। ବିସିସିଆଇ ଆଇସିସିକୁ କହିଛି ଯେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଭାଗ ନେବାକୁ ଭାରତ ପାକିସ୍ତାନ ଯିବ ନାହିଁ। ଇଏସପିଏନ୍ କ୍ରିକିନଫୋ ଅନୁଯାୟୀ ବିସିସିଆଇ ଆଇସିସିକୁ କହିଛି ଯେ ପାକିସ୍ତାନକୁ ଟିମ୍ ଇଣ୍ଡିଆ ନ ପଠାଇବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି। ଆସନ୍ତା ବର୍ଷ ଫେବୃଆରୀ ୧୯ ରୁ ୯ ମାର୍ଚ୍ଚ ମଧ୍ୟରେ ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ଏବଂ ତିନୋଟି ସ୍ଥାନରେ ମ୍ୟାଚ୍ ଖେଳାଯିବ।

10.Entertainment News:ରିଲିଜ ସମୟରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ପ୍ରଣୟ ଜେଠୀ ଓ ପ୍ରଯୋଜିକା ସଙ୍ଘମିତ୍ରା ବେହେରା ନିର୍ଦ୍ଦେଶକ ବାବୁ ବାବୁ ଅଭିନେତା ବନି ଭାଇ, ଜ୍ୟୋତି , ମଧୁସ୍ମିତା, ପ୍ରଜ୍ଞା ଉପସ୍ଥିତ ରହି ସିଡି ଉନ୍ମୋଚନ କରିଥିଲେ । ଏହି ଭଜନ ଟିରେ ଅଭିନେତା ବନି ଭାଇ ଙ୍କ  ଚାମତ୍କର ଅଭିନୟ ଦେଖିବାକୁ ମିଳିଛି ତାସହ ଗୀତଟି କୁ ଖୁବ୍ ସୁନ୍ଦର ଭାବରେ ସଙ୍ଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଜୟଦେବ ମିଶ୍ର । ସେହିପରି ୧୧ ମାସରେ ନିର୍ଦ୍ଦେଶକ ବାବୁ ବାବୁ ଙ୍କ ୧୨ଟି ଭଜନ ରିଲିଜ ସରିଛି ହେଲେ ଏହି ଭଜନ ଟି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି କହିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ।