Advertisement
Photo Details/zeeodisha/odisha2511934
photoDetails0hindi

Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

Horoscope Today 13 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୩ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ :  ଆଜି ଦିନଟି ଶୁଭ ରହିବ। ସକାଳୁ ସକାଳୁ ଦେବ ଦର୍ଶନର ଯୋଗ ରହିଛି। କୌଣସି କାମ ହାସଲ ସକାଶେ ଅନ୍ୟମାନଙ୍କୁ ମନେଇବାକୁ ବିଭିନ୍ନ ଚେଷ୍ଟା କରିବେ । ଜମିଜମା ସମ୍ବନ୍ଧୀୟ ବିବାଦୀୟ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ । ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ଅର୍ଥାଭାବ ଅନୁଭବ କରି ଚିନ୍ତିତ ରହିବେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ଆପଣଙ୍କ ମତ ଓ ମନ୍ତବ୍ୟର ବିରୋଧ କରିପାରେ । 

ALSO READ: Kartik Purnima 2024: କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ତିନି ଶୁଭଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ!

ALSO READ: Weekly Special Horoscope: ନୂଆ ସପ୍ତାହରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କୁ ମିଳିବ ଖୁସି ଖବର, ବ୍ୟବସାୟୀ ହେବେ ଧନବାନ୍!

2/12

ବୃଷ :  ଆଜି ଆପଣ ଖୁସି ରହିବେ । ଭୋଗ, ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶର ସୁଯୋଗ ପାଇବେ । କିନ୍ତୁ ସ୍ଵାସ୍ଥ୍ୟ ସମ୍ପର୍କୀୟ ଚିନ୍ତା ସୃଷ୍ଟି ହେବ । ଆନୁଷ୍ଠାନିକ କାମରେ ସଫଳତା ପାଇବା କ୍ଷେତ୍ରରେ ଜଣେ ପୁରାତନ ବନ୍ଧୁଙ୍କ ସାହାଯ୍ୟ ମିଳିବ । ଉପରିସ୍ଥ କର୍ମଚାରୀଙ୍କ ସହିତ ଅତ୍ୟଧିକ ଭ୍ରମଣ ଯୋଗୁ କ୍ଲାନ୍ତି ଅନୁଭବ କରିପାରନ୍ତି । 

3/12

ମିଥୁନ : ଆର୍ଥିକ ଅନଟନ ଲାଗି ରହିବା ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଅବହେଳା ଯୋଗୁ ଦୀର୍ଘଦିନରୁ ଅଟକି ରହିଥିବା କାମ ସକାଶେ ଅନୁତାପ କରିବେ । ବନ୍ଧୁଙ୍କ ସହିତ ପ୍ରାତଃଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ । ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।

4/12

କର୍କଟ : ଦିନଟି  ମିଶ୍ରିତ ଫଳ ପ୍ରଦାନ କରିବ।  ଯାହା ଭାବୁଛନ୍ତି ତାହାକୁ ବାସ୍ତବତାରେ ପରିଣତ କରିବା ସକାଶେ କୌଣସି ଅସୁବିଧା ରହିବ ନାହିଁ । ମାତ୍ର କେତେକ କ୍ଷେତ୍ରରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ କରିପାରନ୍ତି । ପରିବାର ଭିତରେ ବିନା କାରଣରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ସହକର୍ମୀଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ବାରମ୍ବାର କରଜଦାତାଙ୍କ ଚାପରେ ଅତିଷ୍ଠ ହୋଇ ଋଣ ପରିଶୋଧ ଚିନ୍ତାରେ ଦୁଶ୍ଚିନ୍ତାଗ୍ରସ୍ତ ହେବେ । 

 

5/12

ସିଂହ : ଆଜି କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ବ୍ୟବସାୟୀମାନେ ଦୂରଯାତ୍ରା କରିବେ। ଆଜିର ଯାତ୍ରା,ବାଣିଜ୍ୟ,ବ୍ୟବସାୟ ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିଥିବା କାରଣରୁ ଅସୁବିଧା ସମୟରେ ସହଯୋଗ ପାଇପାରିବେ । 

 

6/12

କନ୍ୟା :   ଯେଉଁ କାର୍ଯ୍ୟ ପାଇଁ ଅପେକ୍ଷା କରିଥିଲେ ଦେଖିବେ ସବୁ ଠିକ୍‌ ହୋଇଯିବ । ପରିବାର ସହିତ ଖୁସିର ସମୟ କାଟିବେ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡପୂରାଇ ସମସ୍ୟାକୁ ଡାକି ଆଣିପାରନ୍ତି । ବନ୍ଧୁ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବେ । 

 

7/12

ତୁଳା :  ପରୋକ୍ଷରେ ବିରୁଦ୍ଧାଚରଣ କରୁଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି ।  ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡିପାରେ । ଆନୁଷ୍ଠାନିକ କାମରେ ନୀଚ ମନୋଭାବର ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି । ବ୍ୟବସାୟିକ ଦୃଷ୍ଟିକୋଣରୁ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ ।

 

8/12

ବିଛା : ଦିନଟି ଫଳଦାୟୀ ରହିବ।  କଳା,ସାହିତ୍ୟ କ୍ଷେତ୍ରରେ ଲାଗି ରହିଥିବା ବିବାଦୀୟ ସମସ୍ୟା ସମାଧାନ ହୋଇପାରିବ । ଭାବପ୍ରବଣବଶତଃ ଆଲୋଚନା କ୍ଷେତ୍ରରେ ଭିନ୍ନ ପ୍ରକାରର କଥାବାର୍ତ୍ତାକରି ଅପଦସ୍ଥ ହେବେ । ଭଲ ସମ୍ପର୍କ ଥିବା ବନ୍ଧୁ ନିଜର ସୁବିଧା ହାସଲ କରିବା ସକାଶେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି । ସହନଶୀଳତା ଆଚରଣ ପୂର୍ବକ ଅନ୍ୟମାନଙ୍କର ସେବାରେ ମନ ଦେବେ ।

 

9/12

ଧନୁ : କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିଥିବା କାରଣରୁ ଅସୁବିଧା ସମୟରେ ସହଯୋଗ ପାଇପାରିବେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ ।

 

10/12

ମକର :  ଦେହ ଓ ମନ ଆଦୌ ଭଲ ରହିବ ନାହିଁ।  ଭ୍ରମଣ ଓ କଠିନ ଶ୍ରମ ହେତୁ ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବା ଠିକ୍‌ ହେବନାହିଁ । ବହୁତ ଦିନହେଲା ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।

 

11/12

କୁମ୍ଭ : ଆଜି ବିଭିନ୍ନ ସମସ୍ୟାମୂଳକ କାମରେ ଅନୁପ୍ରବେଶ କରି ଅନୁତାପ କରିପାରନ୍ତି । ବନ୍ଧୁମିଳନ ଅବକାଶରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ନୂତନ କାର୍ଯ୍ୟାରମ୍ଭ ସକାଶେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିପାରନ୍ତି । ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ ।

12/12

ମୀନ :  ପ୍ରତ୍ୟେକ ସମୟରେ ନିଜ ପାଖରେ ରହୁଥବା କର୍ମଚାରୀଟିର ମନୋଭାବ ବଦଳିଯାଇପାରେ । ବ୍ୟବସାୟ, ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇବେ । ଭାବୁଥିବା ବିଷୟଟିକୁ ଉପରିସ୍ଥ ଅଧିକାରୀଙ୍କ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ । ସନ୍ତାନଙ୍କ ବୈବାହିକ ସମ୍ପର୍କ ସ୍ଥାପନ ପାଇଁ ଆଲୋଚନା କରିପାରନ୍ତି ।