Top 10 News Headlines: ସକାଳର 10ଟି ବଡ଼ ଖବର
Advertisement
Article Detail0/zeeodisha/odisha2294641

Top 10 News Headlines: ସକାଳର 10ଟି ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ସକାଳର 10ଟି ବଡ଼ ଖବର

CM Mohan Majhi: ବିଜେପି ସରକାରର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ନେବାର ୪ଦିନ ପରେ ଆଜି ସେମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ରଘୁବର ଦାସ ଆଜି ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ୬ଟି ବିଭାଗ ରଖିଛନ୍ତି। ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଅର୍ଥ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ସମେତ ଅନ୍ୟ ଯେଉଁ ବିଭାଗ ମନ୍ତ୍ରୀମାନଙ୍କୁ ବଣ୍ଟା ହୋଇନି ସେଗୁଡ଼ିକୁ ନିଜ ପାଖରେ ରଖିଛନ୍ତି।

Cabinet Ministry: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ: କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ବିଭାଗ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା: ମହିଳା ଓ ଶିଶୁବିକାଶ ମିଶନ୍ ଶକ୍ତି ଓ ପର୍ଯ୍ୟଟନ
କ୍ୟାବିନେଟ୍ ମନ୍ତ୍ରୀ: ସୁରେଶ ପୂଜାରୀ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ରବିନାରାୟଣ ନାଏକ: ଗ୍ରାମ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ
ନିତ୍ୟାନନ୍ଦ ଗଣ୍ଡ: ବିଦ୍ୟାଳୟ ଓ ଗଣଶିକ୍ଷା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ
(୨) ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତୀକରଣ ସେହିପରି  କୃଷ୍ଣଚନ୍ଦ୍ର ପାତ୍ରଙ୍କୁ: ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଓ ବୈଷୟିକ, ପୃଥ୍ୱୀରାଜ ହରିଚନ୍ଦନ: ଆଇନ୍ , ପୂର୍ତ୍ତ ଓ ଅବକାରୀ ବିଭାଗ, 
ଡ. ମୁକେଶ ମହାଲିଙ୍ଗ: (୧) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର,  (୨) ବୈଦ୍ୟୁତିକ ଓ ସୂଚନା ବୈଷୟିକ
ବିଭୂତି ଭୂଷଣ ଜେନା : ବାଣିଜ୍ୟ ଓ ପରିବହନ ଇସ୍ପାତ ଓ ଖଣି,  ଡ. କୃଷ୍ଣଚନ୍ଦ୍ର ମହାପାତ୍ର: ଗୃହ ଓ ନଗର ଉନ୍ନୟନ ସାଧାରଣ ଅଭିଯୋଗ ବିଭାଗ ବଣ୍ଟନ କରାଯାଇଛି।

Muralidhar Bhandare Dies: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ହୋଇଛି। ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ରଘୁବର ଦାଶ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ(Muralidhar Bhandare Dies) ଓଡ଼ିଶାର ୪୩ତମ ରାଜ୍ୟପାଳ ରୂପେ କାର୍ୟ୍ୟନିର୍ବାହ କରିଥିଲେ। ସେ ୨୧ ଅଗଷ୍ଟ ୨୦୦୭ରୁ ୦୯ ମାର୍ଚ ୨୦୧୩ ପର୍ୟ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ୟକ୍ଷ ରୂପେ କାମ କରିଥିବା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ତିନି ଥର (୧୯୮୦-୮୨, ୧୯୮୨-୮୮,୧୯୮୮-୯୪) ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

Sri Mandira News: ଶ୍ରୀମନ୍ଦିରରେ ଅସମ୍ଭବ ଭିଡ଼ । ଚାରିଦ୍ବାରରେ ପ୍ରବେଶ ଯୋଗୁ ଅସମ୍ଭାଳ ସ୍ଥିତି । ସେବାୟତଙ୍କ ରାସ୍ତା ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଶ୍ରଦ୍ଧାଳୁଙ୍କ ଉଦ୍ଯମ । ବାରଣ କରିବାରୁ ଜେଟିପିଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆଜି ରଜ ସଂକ୍ରାନ୍ତି ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି । ସିଂହଦ୍ବାର ସମ୍ମୁଖରେ ସେବାୟତଙ୍କ ରାସ୍ତା ଦେଇ ଭକ୍ତ ମାନେ ଯିବାକୁ ଉଦ୍ଯମ କରୁଥିଲେ । ଏହି ସମୟରେ ପୋଲିସ ଓ ଜେଟିପି ବାରଣ କରିଥିଲେ । ଫଳରେ ଶ୍ରଦ୍ଧାଳୁ ଓ ସୁରକ୍ଷାକର୍ମୀଙ୍କ ମଧ୍ଯରେ ବଚସା ହୋଇଥିଲା ।ଦେଖନ୍ତୁ କିଭଳି ଶ୍ରଦ୍ଧାଳୁ ଓ ଜେଟିପିଙ୍କ ମଧ୍ଯରେ ମୁହାଁମୁହିଁ ସ୍ଥିତି ଉପୁଜିଛି । କିଛି ଶ୍ରଦ୍ଧାଳୁ ଜେଟିପିଙ୍କ ଉପରକୁ ଆକ୍ରମଣ କରିଥିବା ନେଇ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଛି ।

Odisha Weather Report: ଜଳୁଛି ଦିନ। କଲବଲ କରୁଛି ରାତିର ତାତି । ୧୭ ତାରିଖରୁ ରାଜ୍ୟରେ ବର୍ଷା ବୋଲି ପାଣିପାଗ ବିଭାଗ ଆକଳନ କରିଛି ।  ବର୍ଷା ହେଲେ ମଧ୍ୟ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗରମ ସ୍ଥିତି ରହିବା ସମ୍ଭାବନା ରହିଛି । ଜୁନ୍ ମାସରେ ଦୁଇ ରୁ ତିନିଟି ଲଘୁଚାପ ସୃଷ୍ଟି ହେବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ବି ଲଘୁଚାପ ସୃଷ୍ଟି ହୋଇ ନାହିଁ । ଆସନ୍ତା ୨୫ ତାରିଖ ମଧ୍ୟରେ ବି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ। ସେପଟେ ଆସନ୍ତା ୧୭ ତାରିଖରୁ ରାଜ୍ୟରେ ବଡ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉତ୍ତର ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ । ୧୯ ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

Sesha Raja 2024: ରଜ ପାଇଁ ଉତ୍ସଵ ମୁଖର ଓଡିଶା । ଆଜି ହେଉଛି ଶେଷ ରଜ ବା ଭୂମି ଦହନ । ସବୁଠି ମହାଆଡମ୍ବରରେ ହେଉଛି ଉତ୍ସବ । ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ। କୂଆଁରିଙ୍କ ମନରେ ଅସୁମାରି ଆନନ୍ଦ ଉଲ୍ଲାସ । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ। ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି ।

Delhi Metro Time Change: ପର୍ବପର୍ବାଣୀ ଏବଂ ଛୁଟିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ଦୁଇ ଦିନ ପାଇଁ ଟ୍ରେନ୍ ଚାଳନା ସମୟରେ ପରିବର୍ତ୍ତନ କରିଛି । ଦିଲ୍ଲୀ ମେଟ୍ରୋର ‘ୟେଲୋ ଲାଇନ୍‌’ ୪ର୍ଥ ପର୍ଯ୍ୟାୟର ଜନକପୁରୀ ପଶ୍ଚିମରୁ ଆର. କେ ଆଶ୍ରମ କରିଡରରେ ୪୯୦ ମିଟର ବିଭାଗରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରବିବାର ଏବଂ ସୋମବାର ପ୍ରଥମ ଏବଂ ଅନ୍ତିମ ଟ୍ରେନ୍ ସମୟରେ କିଛି ପରିବର୍ତ୍ତନ କରାଯାଇଥିବା ଅଧିକାରିକ ସୂଚନାରୁ ପ୍ରକାଶ । ଦିଲ୍ଲୀ ମୋଟ୍ରୋ ରେଳ କର୍ପୋରେସନର ମୁଖ୍ୟ କାର୍ଯ୍ୟକାରୀ ନିର୍ଦ୍ଦେଶକ(କର୍ପରେଟ ସଂଚାର) ଅନୁଜ ଦୟାଲଙ୍କ କହିବାନୁଯାୟୀ ରବିବାର ସମୟପୁର ବାଦଲିରୁ ମିଲେନିୟମ ସିଟି ସେଣ୍ଟର, ଗୁରୁଗ୍ରାମ ପାଇଁ ଶେଷ ଟ୍ରେନ୍ ରାତି ୧୧ଟା ପରିବର୍ତ୍ତେ ରାତି ୧୦ଟା ୪୫ରେ ପ୍ରସ୍ଥାନ କରିବ ଏବଂ ମିଲେନିୟମ ସିଟି ସେଣ୍ଟର ଗୁରୁଗ୍ରାମରୁ ସମୟପୁର ବାଦଲି ପାଇଁ ଶେଷ ଟ୍ରେନ୍ ରାତି ୧୧ଟା ପରିବର୍ତ୍ତେ ରାତି ୯ଟା ୩୦ରେ ପ୍ରସ୍ଥାନ କରିବ ।

Uttarakhand Bus Accident Update: ଉତ୍ତରାଖଣ୍ଡର ରୁଦ୍ରପୟାଗ ଜିଲ୍ଲାରେ ଗତକାଲି ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ‌ହୋଇଛନ୍ତି। ୨୬ ଜଣ ଯାତ୍ରୀ ଏକ ଟେମ୍ପୋ ଟ୍ରାଭେଲର‌ରେ ଯାତ୍ରା କରୁଥିବା ବେଳେ ସେମାନଙ୍କ ଗାଡ଼ି ରୁଦ୍ରପ୍ରୟାଗ ଜିଲ୍ଲାର ରାଇତୋଲି ଅଞ୍ଚଳରେ ଏକ ଗଭୀର ଖାଇକୁ ଖସିବା ପରେ ସିଧା ଯାଇ ଏକ ଅଳକାନନ୍ଦା ନଦୀଗର୍ଭରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।  

Modi Meloni Video Viral: ଗତବର୍ଷ ଡିସେମ୍ବର ମାସରେ ଇଣ୍ଟରନେଟରେ ‘ମେଲୋଡି ଟ୍ରେଣ୍ଡ’ ଭାଇରାଲ ହେବା ପରେ ଗତକାଲି ଇଟାଲିରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଇଟାଲି ପ୍ରତିପକ୍ଷ ଜର୍ଜିଆ ମେଲୋନି ଏକ ନୂଆ ସେଲ୍ଫି ଉଠାଇଥିଲେ। ମେଲୋନି ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଉଭୟ ନେତାଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ କ୍ଲିପ୍‌ରେ ଉଭୟ ନେତା କ୍ୟାମେରା ଆଗରେ ହାତ ହଲାଉଥିବା ବେଳେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋଦୀ ଟିମ୍‌ରୁ ନମସ୍କାର କରୁଥିବା ଦେଖିବାକୁ ମିଳିଛି। 

India Afganistan Match: ଚଳିତ ଟି-୨୦ ବିଶ୍ୱକପରେ ଗତକାଲି ଭାରତ-କାନାଡ଼ା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯାଇଛି । ଫ୍ଲୋରିଡ଼ାର ସେଣ୍ଟ୍ରାଲ ବ୍ରୋଭାର୍ଡ ରିଜନାଲ ପାର୍କ ଷ୍ଟାଡିୟମରେ ଦୁଇ ଟିମ୍ ପରସ୍ପରକୁ ଭେଟିବାର ଥିଲା । ମାତ୍ର ବର୍ଷା ଓ ଖରାପ ଫିଲ୍ଡ କାରଣରୁ ଏହି ମ୍ୟାଚ ହୋଇପାରିନଥିଲା । ରାତି ୯ଟା ସମୟରେ ଅମ୍ପାୟାରମାନେ ପଡ଼ିଆକୁ ନିରୀକ୍ଷଣ କରିବା ପାଇଁ ମ୍ୟାଚକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏବେ ଭାରତ ସୁପର-୮ରେ ଆସନ୍ତା ୨୦ ତାରିଖରେ ଆଫଗାନିସ୍ତାନକୁ ଭେଟିବାକୁ ଯାଉଛି।