Top 10 News Headlines: ସକାଳର 10ଟି ବଡ଼ ଖବର
Advertisement
Article Detail0/zeeodisha/odisha2204607

Top 10 News Headlines: ସକାଳର 10ଟି ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

Top 10 News Headlines: ସକାଳର 10ଟି ବଡ଼ ଖବର

Sri Mandira New Panji: ଶ୍ରୀମନ୍ଦିରରେ ଗତକାଲି ପବିତ୍ର ମହାବିଷୁବ ସଂକ୍ରାନ୍ତି ପାଳନ ପୂର୍ବକ ନୂଆ ପାଞ୍ଜି ପ୍ରଚଳନ ହୋଇଛି। ତେବେ ପ୍ରଚଳିତ ପାଞ୍ଜିରେ ପର୍ବପର୍ବାଣିର ତିଥି, ନକ୍ଷତ୍ର, ଗ୍ରହଚଳନକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିଛି। ଚଳିତବର୍ଷ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି। ତେଣୁ ଚଳିତବର୍ଷ ଭକ୍ତମାନେ ନବଯୌବନ ଦର୍ଶନ କରିବା ସୌଭାଗ୍ୟରୁ ବଞ୍ଚିତ ହେବା ସମ୍ଭାବନା ଦେଖାଦେଇଛି। ଏଣୁ ପୂର୍ବରୁ ଏଭଳି ସଂଯୋଗ ବେଳେ କେଉଁଭଳି ନୀତିକାନ୍ତି କରାଯାଇଛି, ତାର ତର୍ଜମା ପରେ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆଣି ସିଂହଦ୍ୱାରକୁ ତିନିରଥର ବିଜେ ପର୍ବ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି।

Netra Festival: ଆଜି ପଡ଼ୁଛି ପବିତ୍ର ନେତ୍ର ଉତ୍ସବ। ବିଧି ଓ ପରମ୍ପରା ଅନୁସାରେ ଏହି ପବିତ୍ର ତିଥିରେ ମରୀଚି କୁଣ୍ଡ ଜଳରେ ରୁକୁଣା ରଥ ପ୍ରତିଷ୍ଠା କରାଯାଏ ଏବଂ ମରୀଚି କୁଣ୍ଡ ଜଳ ନିଲାମ କରାଯ‌ାଏ। ଏଥିପାଇଁ ବିଏମ୍‌ସି, ଲିଙ୍ଗରାଜ ମନ୍ଦିର ଓ ମୁକ୍ତେଶ୍ବର ମନ୍ଦିର ପ୍ରଶାସନ ଏବଂ ବଡ଼ୁ ନିଯୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ବିଶ୍ବାସ ଉପରେ ହିଁ ଆମ ଭାରତୀୟ ତଥା ଓଡ଼ିଆ ଲୋକଙ୍କ ବହୁ ପରମ୍ପରା ତିଷ୍ଠି ରହିଛି। 

Odisha Weather Update: ରାଜ୍ୟ ମଧ୍ଯକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବେଶ କରୁଥିବାରୁ ଗରମ ଓ ଗୁଳୁଗୁଳି ଆହୁରି ବଢିବ । ତେବେ ଆସନ୍ତା ୪ରୁ ୫ ଦିନ ମଧ୍ଯରେ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟ ମଧ୍ଯକୁ ପ୍ରବେଶ କରୁଥିବା ଏହି ଉତ୍ତର ତଥା ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗର ଶୁଷ୍କ ପବନ ଧୀରେ ଧୀରେ ବଢୁଛି । ଏହା ପ୍ରଭାବରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି । ଏହି ପବନର ପ୍ରଭାବ ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବା ନେଇ ସମ୍ଭାବନା ଥିବାରୁ ଆସନ୍ତା ୪ରୁ ୫ ଦିନ ମଧ୍ଯରେ ରାଜ୍ଯରେ ତାପମାତ୍ରା ୪ରୁ ୬ଡିଗ୍ରୀ ବୃଦ୍ଧି ପାଇବ। ରବିବାର ରାଜ୍ୟର ୧୦ ସହରର ତାପମାତ୍ରା ୩୯ ଡିଗ୍ରୀ ଓ ଏହାଠାରୁ ଅଧିକ ରେକର୍ଡ କରାଯାଇଥିବାବେଳେ ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ତି ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।

Congress MLA Candidate List: ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ୟ୍ୟାୟରେ ଦଳ ୪୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ, ଆଜିର ୭୫ଟି ଆସନକୁ ମିଶାଇ ଦଳ ମୋଟ ୧୨୨ ବିଧାନସଭା ଆସନରେ ଏବେ ପ୍ରାର୍ଥୀ ଘୋଷଣା କରିଛି । ତେବେ ଦଳର ଟାଣୁଆ ନେତା ଜୟଦେବା ଜେନାଙ୍କୁ ଦଳ ଏଥର ଆନନ୍ଦପୁରରୁ ପ୍ରାର୍ଥୀ କରିଛି । ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭଣ୍ଡାରପୋଖରୀରୁ ପ୍ରାର୍ଥୀ କରିଛି ଦଳ । ତା ସହିତ ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ବେଗୁନିଆରୁ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ପୁରୀରୁ ସୁଜାତା ମହାପାତ୍ର, ଜଟଣୀରୁ ସନ୍ତୋଷ ଜେନାଙ୍କୁ ଦଳ ଟିକେଟ୍ ଦେଇଛି । 

Janaki Ballav Son Gets Ticket: ଓଡ଼ିଶାର ଜନସାଧାରଣଙ୍କ ନେତୃତ୍ୱ ନେଇ ତିନି ତିନିଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଦିବଙ୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ । ଦୀର୍ଘ ୧୪ ବର୍ଷ ଧରି ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିବା ସହ ନିଜକୁ ଜଣେ ଜନପ୍ରିୟ ନେତା ଭାବେ ପ୍ରତିଷ୍ଠିତ କରିପାରିଥିଲେ ଜାନକୀ ବଲ୍ଲଭ।ଆଉ ଏବେ ତାଙ୍କ ପୁଅକୁ ଟିକେଟ ଦେଇଛି କଂଗ୍ରେସ।  ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ ଏଥର ବେଗୁନିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବେ । 

BJP Manifesto Update: ବିଜେପି ମୁଖ୍ୟାଳୟରେ ‘ସଙ୍କଳ୍ପ ପତ୍ର’ ନାଁରେ ଦଳର ଇସ୍ତାହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିରେ ଦେଶର ଯୁବଗୋଷ୍ଠୀ, ମହିଳା ବିଶେଷ କରି ଗରୀବଙ୍କ ପାଇଁ ମୋଦି ଖାସ୍ ଘୋଷଣା କରିଛନ୍ତି । ମୋଦିଗରିବ, ମହିଳା ଓ କୃଷକଙ୍କ ବିକାଶକୁ ଗୁରୁତ୍ୱ ଦେଇଛନ୍ତି । ଇସ୍ତାହାର ମୁତାବକ, ଗରିବଙ୍କ ପାଇଁ ଅଧିକ ୩ କୋଟି ଘର ନିର୍ମାଣ ହେବ । ସେମାନଙ୍କ ସହ ଯୁବ ଗୋଷ୍ଠୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଗରୀବଙ୍କୁ ଆୟୁଷ୍ମାନ ଯୋଜନା ଅଧିନରେ ଶସ୍ତାରେ ଔଷଧ ମିଳିବ । ମାଗଣାରେ ବିଜୁଳି ମିଳିବ । ଏହାସହ ବିଜୁଳି ଦ୍ୱାରା କର୍ମ ମଧ୍ୟ ଯୋଗାଇ ଦିଆଯିବ । ମୋଦି ଆହୁରୀ ମଧ୍ୟ ଘୋଷଣା କରିଛନ୍ତି ଯେ, ପ୍ରତି ଘରକୁ ଶସ୍ତା ପାଇପ ଲାଇନ୍ ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ ।

Israel Iran Conflict: ଦୀର୍ଘ ଦିନ ଧରି ଚାଲିଆସୁଥିବା ଉତ୍ତେଜନା ପରେ ଇରାନ ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ କରିଥିଲା। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଅନୁଯାୟୀ ଡ୍ରୋନ୍ ଆକ୍ରମଣ ସେମାନଙ୍କ ଦେଶ ସୀମା ମଧ୍ୟରେ କରାଯାଇଥିଲା। ଇରାନର ନ୍ୟୁଜ୍ ଏଜେନ୍ସି ଆଇଆରଏନ୍ଏ ଦାବି କରିଛି, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ବାରା ଇସ୍ରାଏଲ୍ ସ୍ଥିତିକୁ ଟାର୍ଗେଟ କରାଯାଇଛି। ଏହି ଘଟଣାକୁ ଜାତିସଂଘ ଘୋର ନିନ୍ଦା କରିଛି । ଏହାସହ ମଧ୍ୟପ୍ରାଚ୍ୟ ଦେଶ ଯେପରି ଏହି ଘଟଣାରେ ପ୍ରଭାବିତ ନହୁଅନ୍ତି ସେନେଇ ଚିନ୍ତା ପ୍ରକଟ କରାଯାଇଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ବିବାଦ ମଧ୍ୟରେ ଭାରତ ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ଇସ୍ରାଏଲ ଏବଂ ଇରାନରେ ରହୁଥିବା ଭାରତୀୟମାନଙ୍କୁ ଶାନ୍ତି ବଜାୟ ରଖିବା ଏବଂ ସୁରକ୍ଷା ପ୍ରୋଟୋକଲ ଅନୁସରଣ କରିବାକୁ ଭାରତୀୟ ଦୂତାବାସ ପରାମର୍ଶ ଦେଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନଦେବା ପର୍ଯ୍ୟନ୍ତ ଏହି ଦୁଇ ଦେଶକୁ ନ ଯିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ପରାମର୍ଶ ଦେଇଛି। ଏହା ବ୍ୟତୀତ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଭାରତ ପକ୍ଷରୁ ଜାରି କରାଯାଇଛି। 

17 Indian Crew On Board: ଶନିବାର ଆରବ ଉପକୂଳରୁ ଇରାନ ସେନା ଏକ ଇସ୍ରାଏଲି କାର୍ଗୋ ଜାହାଜକୁ ଜବତ କରିନେଇଛି । ଏହା ଏବେ ଆରବ ସାଗରରେ ଇରାନ ସେନା କବଜାରେ ରହିଛି । ସେଥିରେ ୧୭ ଭାରତୀୟ ନାବିକଙ୍କ ସହ ଏକାଧିକ ଦେଶର ମୋଟ ୨୫ ନାବିକ ଥିଲେ । ସମସ୍ତ ଭାରତୀୟ ନାବିକଙ୍କ ମୁକ୍ତି ପାଇଁ ଇରାନ ବିଦେଶ ମନ୍ତ୍ରୀଙ୍କ ସହ ଆଜି କଥା ହୋଇଛନ୍ତି ବିଦେଶ ବ୍ୟାପାର ମନ୍ତ୍ରୀ ଜୟଶଙ୍କର । ଭାରତୀୟଙ୍କୁ ସୁରକ୍ଷିତ ମୁକ୍ତ କରିବା ପାଇଁ ରବିବାର ଏହି ଆଲୋଚନା ହୋଇଥିବା ଜୟଶଙ୍କର ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଭାରତ ଇରାନ ସହ ଯୋଗାଯୋଗରେ ରହିଥିବା ଜୟଶଙ୍କର କହିଛନ୍ତି । 

Russia Ukraine War: ରୁଷ୍‌ ଅଧିକୃତ ଏକ ସହର ଉପରେ ଆଜି ସକାଳେ ୟୁକ୍ରେନ୍‌ ଆକ୍ରମଣ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ରୁଷ୍‌ ସେନାର ବରିଷ୍ଠ ଅଧିକାରୀ ୟେଭେଗ୍ନି ବାଲ୍‌ଟ୍‌ସ୍କି ଏନେଇ‌ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ୍‌ରେ ସୂଚିତ କରିଛନ୍ତି। ସେ କହିଛନ୍ତି, ଶୁକ୍ରବାର ରାତିରୁ ‌ରୁଷ୍‌ ସେନାବାହିନୀ ଅବସ୍ଥିତ ଥିବା ଟୋକ୍‌ମାକ୍‌ ସହର ଓ ୟୁକ୍ରେନ୍‌ର ଦକ୍ଷିଣପ୍ରାନ୍ତର ଅଧିକୃତ ଜାପୋରି ଝିଆରେ ୟୁକ୍ରେନ୍‌ ପକ୍ଷରୁ ବୋମାମାଡ଼ ହୋଇଛି। ଏଥିରେ ୨୦ଜଣ ଆହତ‌ ହୋଇଥିବା ବେଳେ ୧୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରବିବାର ଜାପୋରିଝାଝିଆରେ ହୋଇଥିବା ‌ବୋମାମାଡ଼ରେ ୧୬ଜଣଙ୍କ ମୃତ୍ୟୁ ଘଟିଛି।

IPL Match 2024: ଆଇପିଏଲରେ ବେକାର ହେଲା ରୋହିତ ଶର୍ମାଙ୍କ ଧୂଆଁଧାର ଶତକ । ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପର କିଙ୍ଗସ । ସେପଟେ କ୍ୟାପଟେନ କୁଲ୍ ଧୋନିଙ୍କ ତିନୋଟି ଛକାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଅନ୍ୟପଟ ଦ୍ୱିତୀୟ ମ୍ୟାଚ୍ ରେ ଲକ୍ଷ୍ନୌକୁ ୮ ୱିକେଟରେ ହରାଇଲା କେକେଆର୍ । ଯଦି ଦେଖିବା ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।