Top News Headlines: ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2081930

Top News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 27th January 2024: ସଂକ୍ଷେପରେ ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର...

 

Top 10 News Headlines of Odisha late evening 27th January 2024

Top 10 News Headlines Today in Odia | 27th January 2024 | Evening: Freedom fighter Nilamani Samal Passes Away: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ପରଲୋକ ହୋଇଛି। କଟକର ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ୍‍ କଲେଜ୍‍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁଘଟିଛ। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ଏହି ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାସହ ସମ୍ପନ୍ନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

SAMALEI Project: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ ମା’ ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ମା’ଙ୍କ ପାଖରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରକଳ୍ପ ଲୋକାର୍ପଣ ସହ ସମ୍ବଲପୁର ସମେତ ସାରା ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି । ୪୦ ଏକର ଜମିରେ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ସମଲେଇ ପ୍ରକଳ୍ପ କାର୍ଯ୍ୟ ହୋଇଛି । ୨୦୨୧ ମସିହାରେ ସମଲେଇ ପ୍ରକଳ୍ପର ପରିକଳ୍ପନା କରିଥିଲେ ମୁଖ୍ୟମନ୍ତ୍ରୀ।

Odisha Accident News: ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ RMCAର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଆଜି କାମାକ୍ଷାନଗର ଥାନା ରେକୁଳା ନିକଟରେ ଜୁଏଲ ଓରାମଙ୍କ ଇନୋଭା ଗାଡି ଯୁବକଙ୍କୁ ଧକ୍କା ଦେଇଥିଲା। ମିଳିଥିବା ଖବର ମୁତାବକ, ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ଭୁବନେଶ୍ୱରରୁ ରାଉରକେଲା ଯାଉଥିଲେ। ସେହି ସମୟରେ କାମାକ୍ଷାନଗର ରେକୁଳା ଛକ ପାଖରେ ଜଣେ ଆରଏମସିଏ କର୍ମଚାରୀଙ୍କୁ ଜୁଏଲ ଓରାମଙ୍କ ଇନୋଭା ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଜୁଏଲ ଓରାମ ତୁରନ୍ତ ଗୁରୁତର ଯୁବକଙ୍କୁ କାମାକ୍ଷାନଗର ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। 

BJP New State Incharge List Released: ଶନିବାର ଦିନ ବିଜେପି ସଭାପତି ଜେପି ନାଡ୍ଡା ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀ ତାଲିକା ପ୍ରକାଶ କରିଛନ୍ତି। ଏଥିରେ ଓଡ଼ିଶା, ବିହାର, ୟୁପି, ପଶ୍ଚିମବଙ୍ଗ ସମେତ ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାମ ରହିଛି। ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶର ଦାୟିତ୍ୱ ବୈଜୟନ୍ତ ପଣ୍ଡାଙ୍କୁ ଦିଆଯାଇଛି। ବିଜୟପାଲ ସିଂ ତୋମାରଙ୍କୁ ଓଡି଼ଶାର ପ୍ରଭାରୀ ଦାୟିତ୍ୱ ନିଯୁକ୍ତ କରାଯାଇଥିବା ବେଳେ ସୁଶ୍ରା ଲତା ଉସେଣ୍ଡିଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି।

IND vs ENG Day 3 Full Highlights: ହାଇଦ୍ରାବାଦର ଗ୍ରାଉଣ୍ଡରେ ଯେଉଁଠାରେ ଭାରତୀୟ ବୋଲରମାନେ ସେମାନଙ୍କ ମାରାତ୍ମକ ବୋଲିଂରେ ହଇଚଇ ସୃଷ୍ଟି କରୁଛନ୍ତି, ସେଠାରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଓଲି ପୋପ୍ ଏଠାରେ ଏକ ଚତ୍ମକାର ଶତକ ମାରି ନିଜ ଦଳ ପାଇଁ ସଙ୍କଟ ମୋଚକ ସାଜିଛନ୍ତି। କଠିନ ପରିସ୍ଥିତିରେ, ପୋପ୍ ଧୌର୍ଯ୍ୟର ସହିତ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ଲଗାଇଥିଲେ। ଏହି କାରଣରୁ ଇଂଲଣ୍ଡ ଭାରତ ବିପକ୍ଷ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ପାଇଁ ୩୧୬ ରନ୍ ସଂଗ୍ରହ କରିଥିଲା ଏବଂ ବର୍ତ୍ତମାନ ଇଂଲଣ୍ଡ ଟିମ୍ ଇଣ୍ଡିଆ ଉପରେ ୧୨୬ ରନର ଅଗ୍ରଣୀ ହାସଲ କରିଛି।

Manoj Jarange: ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ସମସ୍ତ ଦାବି ଗ୍ରହଣ କରାଯିବା ପରେ ଅନଶନରୁ ହଟିଲେ ମରାଠା ସଂରକ୍ଷଣକୁ ନେଇ ଆନ୍ଦୋଳନତର କର୍ମକର୍ତ୍ତା ମନୋଜ ଜରାଙ୍ଗେ। ମରାଠା ସମ୍ପ୍ରଦାୟର ଲୋକଙ୍କ ପାଇଁ ସଂରକ୍ଷଣ ଦାବିରେ ଆନ୍ଦୋଳନ କରୁଥିବା ମନୋଜଙ୍କ ସମସ୍ତ ଦାବିକୁ ପୂରଣ କରିବାକୁ ସ୍ବୀକାର କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ୬ ଦିନର ସଙ୍ଘର୍ଷ ପରେ ଜରାଙ୍ଗେ ଏବଂ ମରାଠା ସମ୍ପ୍ରଦାୟର ଆନ୍ଦୋଳନ ସଫଳ ହୋଇଛି।

Supremecourt News: ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟରେ ଦୁଇଟି ବେଞ୍ଚ ଆଗରେ ଚାଲିଥିବା ସମସ୍ତ ପ୍ରକ୍ରିୟାକୁ ସୁପ୍ରିମକୋର୍ଟ (ଏସସି) ସ୍ଥଗିତ ରଖିଛନ୍ତି। ପଶ୍ଚିମବଙ୍ଗରେ ମିଥ୍ୟା ଜାତିର ସାର୍ଟିଫିକେଟ୍ ସ୍କାମରେ ସିବିଆଇ ଯାଞ୍ଚ ଉପରେ ଏକକ ବିଚାରପତି ଏବଂ ଡିଭିଜନ୍ ବେଞ୍ଚ ମଧ୍ୟରେ ସଂଘର୍ଷ ପରେ ସୁପ୍ରିମକୋର୍ଟ ଏହି ମାମଲାର ସ୍ୱତଃ ସଜ୍ଞାନ ନେଇଥିଲେ। ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ କଲିକତା ହାଇକୋର୍ଟରେ ସମସ୍ତ ଶୁଣାଣି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। 

Parliament Security Breach Case: ଡିସେମ୍ବର ୧୩ ତାରିଖରେ ହୋଇଥିବା ସଂସଦରେ ସୁରକ୍ଷା ଉଲ୍ଲଂଘନ ମାମଲାରେ ତୁରନ୍ତ ୬ଜଣଯାକ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାକୁ ଓ୍ୱାରେଣ୍ଟ ଜାରି ହୋଇଛି। ଦିଲ୍ଲୀ ପଟିଆଲା କୋର୍ଟ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ କାରି କରିଛନ୍ତି। ପୁଲିସବଳ ଅଭାବ ହେତୁ ୬ଜଣଙ୍କୁ କୋର୍ଟରେ ହାଜର କରାଯାଇପାରୁ ନାହିଁ। ଏବେ ଏହି ୬ଜଣଯାକ ଅଭିଯୁକ୍ତ ଜେଲ୍‍ ଭିତରେ ଅଛନ୍ତି। ସେମାନଙ୍କୁ କୋର୍ଟରେ ଏକସଙ୍ଗ ହାଜର କରିବା ଲାଗି କୋର୍ଟଙ୍କ ଓ୍ୱାରେଣ୍ଟ ଦାବି କରି ଦିଲ୍ଲୀ ପୁଲିସ ଦାବି କରିଥିଲା। ବିଚାରପତି ସୁଧାଂଶୁ କୌଶିକ  ଏ ବାବଦରେ ନିର୍ଦ୍ଦେଶ ଜାରି କରି ଜାନୁୟାରୀ ୩୧ ତାରିଖଦିନ ସମସ୍ତଙ୍କୁ କୋର୍ଟରେ ଉପସ୍ଥାପନ କରିବାକୁ କହିଛନ୍ତି। 

Deep Grace Ekka announces Retirement: ଭାରତୀୟ ମହିଳା ହକି ଦଳର ଡିଫେଣ୍ଡର ତଥା ପେନାଲ୍ଟି କର୍ଣ୍ଣର ସ୍ପେଶାଲିଷ୍ଟ ତଥା ସୁନ୍ଦରଗଡ଼ ଜିଲ୍ଲାର ଲୁଲକିଡିହି ଗାଁର ବାସିନ୍ଦା ଦୀପ ଗ୍ରେସ ଏକ୍କା ଶନିବାର ଦିନ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ୨୦୧୧ ମସିହାରେ ଓଡ଼ିଶାର ଦୀପ ଗ୍ରେସ୍ ଏକ୍କା ୧୭ ବର୍ଷ ବୟସରେ ଆନ୍ତର୍ଜାତୀୟ ସର୍କିଟରେ ପ୍ରବେଶ କରିଥିଲେ।

Australian Open Mens Doubles: ଶନିବାର ଦିନ ଅଷ୍ଟ୍ରେଲୀୟ ଓପନ୍ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଭାରତର ୪୩ ବର୍ଷୀୟ ଟେନିସ୍ ତାରକା ରୋହନ ବୋପାନ୍ନା ଦେଶ ପାଇଁ ଗୌରବ ଆଣିଛନ୍ତି। ସେ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲୀୟ ଓପନ୍ ଟାଇଟଲ୍ ଜିତିଛନ୍ତି। ସେ ଏପରି କରିବାରେ ସାନିଆ ମିର୍ଜାଙ୍କ ସମେତ ଚତୁର୍ଥ ଭାରତୀୟ ହୋଇଛନ୍ତି। ଗ୍ରାଣ୍ଡସ୍ଲାମ ଜିତିବାରେ ବୋପାନ୍ନା ସର୍ବ ପୁରାତନ ଖେଳାଳି ହେବା ସହିତ ଅଷ୍ଟ୍ରେଲୀୟ ଓପନ୍ ପୁରୁଷ ଡବଲ୍ସ ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି।