Top News Headlines: ଦିନଯାକର ୧୦ ପ୍ରମୁଖ ଖବର
Advertisement

Top News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 11th January 2024 | ବାଲେଶ୍ୱର ସିମୁଳିଆ ବ୍ଲକର ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ମୃତଦେହ ତାଙ୍କ ସରକାରୀ କ୍ୱାର୍ଟରରେ ଝୁଲୁଥିବା ଦେଖିବାକୁ ମିଳିଛି। ସଂକ୍ଷେପରେ ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର...

 

Top 10 News Headlines of Odisha late evening 11th January 2024

Top 10 News Headlines Today in Odia | 11th January 2024 | Evening | 1. Parliament Budget Session: ସଂସଦର ବଜେଟ୍ ଅଧିବେଶନ ୩୧ ଜାନୁଆରୀରୁ ଆରମ୍ଭ ହୋଇପାରେ ଏବଂ ଏହା ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ। ୩୧ ଜାନୁଆରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅବିଭାଷଣ ସହିତ ଏହି ଅଧିବେଶନ ଆରମ୍ଭ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ରେ ଲୋକସଭାରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ।

2. Earthquake In Delhi NCR: ଦିଲ୍ଲୀ-ଏନସିଆର ଭୂକମ୍ପର ଜୋରଦାର କମ୍ପନ ଅନୁଭୂତ ହୋଇଛି। ଭୂକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ଆସିଯାଇଥିଲେ। ଏଥିସହ ଜମ୍ମୁରେ କମ୍ପନ ମଧ୍ୟ ଅନୁଭୂତ ହୋଇଥିଲା। ସୂଚନାନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ବୋଲି ଜଣାପଡିଛି। କିଛି ସେକେଣ୍ଡ ପାଇଁ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ପାକିସ୍ତାନର ଅନେକ ସହରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି।

3. Mehbooba Mufti Car Accident: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭୟଙ୍କର କାର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ମେହବୁବା ମୁଫତିଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣା ପରେ ଆସିଥିବା କାରର ଚିତ୍ରରୁ ଅନୁମାନ କରାଯାଇପାରେ ଏହି ଦୁର୍ଘଟଣା କେତେ ଭୟଙ୍କର ହୋଇଥିବ। ମେହବୁବା ମୁଫତି ଯାତ୍ରା କରୁଥିବା କଳା ସ୍କର୍ପିଓର ଡ୍ରାଇଭର ଆହତ ହୋଇଛନ୍ତି।

4. Army Chief General Manoj Pandey: ଭାରତ-ଚୀନ୍ ସୀମାରେ ଉତ୍ତେଜନା ମଧ୍ୟରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ଦିନ ଦେଶର ସୀମା ସୁରକ୍ଷା ଉପରେ ଏକ ପ୍ରମୁଖ ଅପଡେଟ୍ ଦେଇଛନ୍ତି। ଉତ୍ତର ସୀମା ଉପରେ କଥାବାର୍ତ୍ତା କରି ସେ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମିଆଁମାରର ଅବସ୍ଥା ନିଶ୍ଚିତ ଭାବେ ଆମ ପାଇଁ ଚିନ୍ତାର ବିଷୟ। କିନ୍ତୁ ଆମେ ଏହା ଉପରେ ଅତି ନଜର ରଖିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମିଆଁମାର ସେନାର ୪୧୬ ସୌନିକ ସୀମା ଅତିକ୍ରମ କରିଛନ୍ତି।

5. Passport Index Ranking: ଭାରତରେ ପାସପୋର୍ଟର ଶକ୍ତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ପ୍ରକାଶିତ ନୂତନ ର଼୍ୟାଙ୍କିଙ୍ଗ ଅନୁଯାୟୀ ଭାରତର ପାସପୋର୍ଟ ବିଶ୍ୱର ୮୦ ତମ ସ୍ଥାନରେ ରହିଛି। କେବଳ ଏତିକି ନୁହେଁ, ଭାରତର ପାସପୋର୍ଟର ଏହା ଶକ୍ତି ପାଇଁ ବର୍ତ୍ତମାନ ଦେଶର ନାଗରିକମାନେ ଭିସା ବିନା ବିଶ୍ୱର ୬୨ଟି ଦେଶକୁ ଯାଇପାରିବେ । ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁଯାୟୀ ପାକିସ୍ତାନର ପାସପୋର୍ଟର ଅବସ୍ଥା ଖରାପ ଓ ଏହା ବିଶ୍ୱରେ ତଳଆଡୁ ଚତୁର୍ଥ ନମ୍ବରରେ ରହିଛି।

6. NIA Raid: ଆତଙ୍କବାଦୀ ଏବଂ ଗ୍ୟାଙ୍ଗଷ୍ଟର ବିରୋଧରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବ୍ୟାନ ଲାଗିଥିବା ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ଏବଂ ଅନ୍ୟ ତିନୋଟି ଅଲଗା ଆତଙ୍କବାଦୀ ଗ୍ୟାଙ୍ଗଷ୍ଟର ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପୃକ୍ତି ସଂପର୍କରେ କାର୍ଯ୍ୟ କରୁଥିବା ଏଜେନ୍ସି ଗୁରୁବାର ଦିନ ଜାତୀୟ ରାଜଧାନୀ ସମେତ ଚାରୋଟି ରାଜ୍ୟ ଓ ଦୁଇଟି ୟୁନିଅନ ଅଞ୍ଚଳରେ ୩୨ ଟି ସ୍ଥାନରେ ସର୍ଚ୍ଚ କରିଥିଲା। ଏହି ସମୟ ମଧ୍ୟରେ ଏଜେନ୍ସି ବେଆଇନ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରିଛି।

7. Suchana Seth Son Murder Case Update: ବେଙ୍ଗାଲୁରୁର AI କମ୍ପାନୀର CEO ସୂଚନା ସେଠ୍ ନିଜ ଅପରାଧ ସ୍ୱୀକାର କରିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ସେ ହିଁ ନିଜ ୪ ବର୍ଷର ପୁଅ ଚିନ୍ମୟଙ୍କୁ ହତ୍ୟା କରିଛନ୍ତି କାରଣ ତାଙ୍କ ଚେହେରା ସ୍ୱାମୀଙ୍କ ଭଳି ଥିଲା। ସେ ତାଙ୍କ ସ୍ୱାମୀ ଭେଙ୍କଟରମଣଙ୍କୁ ଘୃଣା କରନ୍ତି। ତାଙ୍କ ପୁଅକୁ ଦେଖି ତାଙ୍କ ସ୍ୱାମୀଙ୍କ କଥା ମନେ ପଡୁଥିଲା। ତାଙ୍କ ଭାଙ୍ଗିଯାଇଥିବା ସମ୍ପର୍କ ମନେ ପଡିଯାଉଥିଲା, ଯେଉଁଥିପାଇଁ ତାଙ୍କୁ ବହୁତ ରାଗ ଆସୁଥିଲା। ଯାହାପାଇଁ ସେ ନିଜ ପୁଅକୁ ହତ୍ୟା କରିଛନ୍ତି।

8. Naveen Patnaik Unveils Logo For First World Odia Language Conference: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି। ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। 

9. Simulia BDO Found Hanging Inside Govt. Quarters: ଗୁରୁବାର ଦିନ ବାଲେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବାଲେଶ୍ୱର ସିମୁଳିଆ ବ୍ଲକର ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ମୃତଦେହ ତାଙ୍କ ସରକାରୀ କ୍ୱାର୍ଟରରେ ଝୁଲୁଥିବା ଦେଖିବାକୁ ମିଳିଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ପୋଲିସ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

10. IND vs AFG 1st T20i: ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା। ଟସ୍ ଜିତି ରୋହିତ୍ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ଏହାପରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୫୯ ରନର ଲକ୍ଷ୍ୟ ଦେଇଥିଲା। ଆଫଗାନିସ୍ତାନ ଦଳ ପାଇଁ ମହମ୍ମଦ ନବୀ ଚମତ୍କାର ବ୍ଯାଟିଂ କରି ୪୨ ରନର ସର୍ବାଧିକ ସ୍କୋର କରିଥିଲେ। ଏହାର ଜବାବରେ ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ୬ ୱିକେଟରେ ବିଜୟ ପଞ୍ଜିକରଣ କରିଛି।