Top News Headlines: ମୋହନ ଯାଦବ ହେବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2005956

Top News Headlines: ମୋହନ ଯାଦବ ହେବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ବିଷୟରେ ନଜର ପକାଇବା। 

 

 Top News Headlines: ମୋହନ ଯାଦବ ହେବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News headlines in Odia | December 11 | Evening 

1.Madhyapradesh CM: ଉଜ୍ଜୈନ ଦକ୍ଷିଣ ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ। ୪ ଥର ବିଧାୟକ ହୋଇଥିବା ଶିବରାଜ ସିଂହ ଚୌହାନଙ୍କୁ ସେ ଅପସାରିତ କରିବେ। ଆଜି ଅନୁଷ୍ଠିତ ହୋଇଥିବା ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଚୟନ କରି ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ଅବସାନ ଆଣିଛି। ୫୮ ବର୍ଷ ବୟସର ଶ୍ରୀ ଯାଦବ ଓବିସି ସମ୍ପ୍ରଦାୟର ପ୍ରତିନିଧି ଭାବେ ନିକଟବର୍ତ୍ତୀ ପ୍ରାର୍ଥୀଙ୍କୁ ୧୩ ହଜାର ଭୋଟରେ ପରାସ୍ତ କରିଛନ୍ତି।  

2.Parliament clears J&K Bill on Reservation and Re-Organisation: ରାଜ୍ୟସଭାରେ ଆଜି ଜମ୍ମୁ କଶ୍ମୀର ପୁନର୍ଗଠନ ବିଧେୟକ ଏବଂ ଆରକ୍ଷଣ ବିଧେୟକ ପାରିତ ହୋଇଛି।  ବିଧେୟକ ବାବଦରେ ଆଲୋଚନା ପରେ ଗୃହମନ୍ତ୍ରୀ ଅମିତ ଶାହ ପୁଣିଥରେ ନେହରୁଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଏହି ବିଧେୟକ ଆଇନରେ ପରିଣତ ହେବା ପରେ ଗଲା ୭୦ ବର୍ଷ ହେଲା ବଞ୍ଚିତ ଥିବା ବର୍ଗ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବା ସୁଯୋଗ ପାଇବେ।  ଗତ ସପ୍ତାହରେ ଏହି ବିଧେୟକ ଲୋକସଭାରେ ପାରିତ ହୋଇଥିଲା। 

3.Inflation is Stable says FM: ଦେଶରେ ଖୁଚୁରା ମୁଦ୍ରାସ୍ଫିତୀ ହାର ସ୍ଥିର ଏବଂ ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ନିଜର ବକ୍ତବ୍ୟ ରଖିବା ଅବସରରେ ସେ କହିଛନ୍ତି, ୨୦୨୨ ଏପ୍ରିଲ୍‍ରୁ ଅକ୍ଟୋବର ଭିତରେ ମୁଦ୍ରାସ୍ଫିତିହାର ୭.୧ ପ୍ରତିଶତ ଥିବାବେଳେ ଏହା ୨୦୨୩ରେ ୫.୪ ପ୍ରତିଶତ ରହିଛି। ଏହା ବିଜ୍ଞପ୍ତି ସହ୍ୟ ମୁଦ୍ରାସ୍ଫିତିହାର ପରିଧିଭୁକ୍ତ। ସରକାରଙ୍କ ଦ୍ୱାରା ନିକଟ ଅତୀତରେ ଗ୍ରହଣ କରାଯାଇଥିବା ବିଭିନ୍ନ ଗଠନମୂଳକ ପଦକ୍ଷେପ ଯୋଗୁଁ ମୁଦ୍ରାସ୍ୱିତି ନିୟନ୍ତ୍ରଣକୁ ଆସିପାରିଛି ବୋଲି ସେ କହିଛନ୍ତି।  

4.JNU Bans Protest on Campus: ନୂଆଦିଲ୍ଲୀସ୍ଥିତ ଜବାହାରଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟରେ ସବୁ ପ୍ରକାର ପ୍ରତିବାଦକୁ ବାରଣ କରାଯାଇଛି। ଏକ ବିଜ୍ଞପ୍ତି ଜାରି କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଏଥିରେ କୁହାଯାଇଛ ଯେ, ବିଶ୍ୱବିଦ୍ୟାଳୟ ଶୈକ୍ଷିକ ସୌଧ ଠାରୁ ୧୦୦ ମିଟର ବ୍ୟବଧାନ ଭିତରେ କୌଣସି ପ୍ରକାର କାନ୍ଥ ପୋଷ୍ଟର ଲଗାଯାଇ ପାରିବ ନାହିଁ କିମ୍ବା ଧାରଣା ଅଥବା ବିରୋଧ ପ୍ରଦର୍ଶନ କରାଯାଇ ପାରିବ ନାହିଁ। ଏହାକୁ ଉଲ୍ଳଂଘନ କରିଲେ ୨୦ ହଜାର ଟଙ୍କର ଜରିମାନା ସହ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯିବ।  

5.Sai To take Oath on 13th: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ବିଜେପି ବିଧାୟକ ବିଷ୍ଣୁ ଦେବ ସାଏ ଡିସେମ୍ବର ୧୩ ତାରିଖ ବୁଧବାର ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତିଥି ଭାବେ ଯୋଗଦେବେ। ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି। ସଦ୍ୟ ଶେଷ ହୋଇଥିବେ ବିଧାନସଭା ନିର୍ବାଚନରେ ଜିତି ବିଜେପି ତିନି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ଛତିଶଗଡ଼ ପରେ ଆଜି ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଦଳ ସ୍ପଷ୍ଟ କରିଥିବାବେଳେ ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ ସସ୍‍ପେନ୍ସ ଜାରି ରହିଛି।  

6. China Eastern Airlines Flight Engine Failed during Boarding: ଦୀର୍ଘ ଦୂରତା ବିଶିଷ୍ଟ ସ୍ଥାନକୁ ଯାତ୍ରା କରିବା ପାଇଁ ବିମାନ ହେଉଛି ଏକ ସାଧାରଣ ଏବଂ ସୁବିଧାଜନକ ଉପାୟ। ବିମାନ ଯାତ୍ରା କେବଳ ଆପଣଙ୍କ ସମୟ ସଞ୍ଚୟ କରେ ନାହିଁ ବରଂ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିଥାଏ। ହେଲେ ନିକଟରେ ବିମାନ ଯାତ୍ରା ବେଳେ ଘଟିଥିବା ଏକ ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛି ଚୀନୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ। ଯାହାର ଏକ ବିମାନ ଯାତ୍ରା ବେଳେ ଏକ ଗୁରୁତର ଯାନ୍ତ୍ରିକ ସମସ୍ୟାର ସାମ୍ନା କରିଥିବାର କୁହାଯାଉଛି। ଏହି ଘଟଣାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

7.Namaz Break in Rajya Sabha Abolished: ଚଳିତ ବର୍ଷ ସଂଦର ଶୀତକାଳୀନ ଅଧିବେଶନରେ ବଦଳି ଯାଇଛି ରାଜ୍ୟସଭା ସହ ଜଡ଼ିତ ନିୟମ। ରାଜ୍ୟସଭାରେ ସଂସଦ ଅଧିବେଶନ ସମୟରେ ପ୍ରତ୍ୟେକ ଶୁକ୍ରବାର ନମାଜ ପାଇଁ ମିଳୁଥିବା ଅଧ ଘଣ୍ଟିଆ ବିରତି ରଦ୍ଦ କରାଯାଇଛି। ଏ ସମ୍ପର୍କରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜଣାଇଛନ୍ତି। ଏହା ସହ ଜଡିତ ନିୟମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ।

8. Blackout Across Kenya for the third time in 3 Months: ବିଦ୍ୟୁତ କାଟ ପାଇଁ ଚର୍ଚ୍ଚାକୁ ଆସିଛି ଆଫ୍ରିକୀୟ ଦେଶ କେନିଆ। ରବିବାର ସନ୍ଧ୍ୟାରେ ଦେଶର ଅଧିକାଂଶ ଅଂଶ ଅନ୍ଧକାରରେ ବୁଡ଼ି ଯାଇଥିଲା। ରାଜଧାନୀ ନାଇରୋବି ସ୍ଥିତ ମୁଖ୍ୟ ବିମାନବନ୍ଦର ମଧ୍ୟ ବିଦ୍ୟୁତ କାଟ ପ୍ରଭାବରୁ ବର୍ତ୍ତି ପାରିନଥିଲା। ଯାହା ପୂର୍ବ ଆଫ୍ରିକାକୁ ଏସିଆ, ୟୁରୋପ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରୁଥିବା ଏକ ପ୍ରମୁଖ ପରିବହନ କେନ୍ଦ୍ର ଭାବରେ ଜଣାଶୁଣା। ରବିବାର ରାତିରେ ସ୍ଥାନୀୟ ସମୟ ରାତି ଆଠଟାରୁ ସାରା ଦେଶରେ ବିଦ୍ୟୁତ୍ ସଙ୍କଟ ଆରମ୍ଭ ହୋଇଥିଲା। ବିଗତ ୩ ମାସ ମଧ୍ୟରେ ତୃତୀୟ ଥର ସମଗ୍ର ଦେଶରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ବିଫଳତା ହୋଇଥିବାର ଜଣାପଡ଼ିଛି। ବିଦ୍ୟୁତ କାଟ କାରଣରୁ ପ୍ରଭାବିତ ହୋଇଥିବା ପ୍ରମୁଖ ପ୍ରତିଷ୍ଠାନ ମଧ୍ୟରେ ରହିଛି ରାଜଧାନୀ ନାଇରୋବି ସ୍ଥିତ ଜୋମୋ କେନ୍ୟାଟା ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଦେଶର ପଶ୍ଚିମ ଭାଗରେ ଅବସ୍ଥିତ ଏଲ୍ଡୋରେଟ୍ ବିମାନବନ୍ଦର। ଯେଉଁଠାରେ ବିଦ୍ୟୁତ୍ ଗ୍ରୀଡ୍ ବିଫଳ ହେବା ପରେ ଜରୁରୀକାଳୀନ ବିଦ୍ୟୁତ୍ ଉତ୍ପାଦନକାରୀ ଜେନେରେଟର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ବିଫଳ ହୋଇଥିଲା।

9. India vs South Africa 2nd T20 Match 2023: ଡିସେମ୍ବର ୧୨ ତାରିଖ ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି୨୦ ମ୍ୟାଚ୍। ମଙ୍ଗଳବାର ଗକେବରହା ଠାରେ ଖେଳାଯିବ। ଡିସେମ୍ବର ୧୦ ତାରିଖ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ରହିଥିବା ପ୍ରଥମ ଟି୨୦ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଥିଲା। 

10. U19 World Cup 2024 Schedule: ଆଇସିସି ସୋମବାର ଦିନ ଆସନ୍ତା ବର୍ଷର ହେବାକୁ ଥିବା ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକା ଠାରେ ଆୟୋଜିତ ହେବ। ୟେଉଁଥିରେ ଭାରତ ସମେତ ମୋଟ ୧୬ ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ ୨୦୨୪ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ। ଯେଉଁଠାରେ ଫାଇନାଲ ମ୍ୟାଚ୍ ୨୦୨୪ ଫେବୃଆରୀ ୧୧ ତାରିଖରେ ଖେଳାଯିବ।