Top News Headlines: ବିଷ୍ଣୁ ଦେବ ସାୟଙ୍କୁ ମିଳିଲା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦାୟିତ୍ୱ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2004148

Top News Headlines: ବିଷ୍ଣୁ ଦେବ ସାୟଙ୍କୁ ମିଳିଲା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦାୟିତ୍ୱ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ବିଷୟରେ ନଜର ପକାଇବା। 

 Top News Headlines: ବିଷ୍ଣୁ ଦେବ ସାୟଙ୍କୁ ମିଳିଲା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦାୟିତ୍ୱ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top News Headlines 

1.Vishnu Dev Sai Appointed as Chhattisgarh CM: ଦଳର ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁ ଦେବ ସାୟଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବିଜେପି କେନ୍ଦ୍ରୀୟ ନେତତ୍ୱ। ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ନେତା ବିଷ୍ଣୁ ଦେବ ସାୟ ରାଜ୍ୟର କୁନକୁରି ଆସନରୁ ନିର୍ବାଚିତ ହୋଇଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେପି ବିଧାୟକ ଦଳ ବୈଠକରେ ଛତିଶଗଡ଼ କମାଣ ବିଷ୍ଣୁ ଦେବ ସାୟଙ୍କୁ ମିଳିଛି। ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ବିଷ୍ଣୁ ଦେବ ସାୟ ୧୯୮୦ ମସିହାରେ ବିଜେପି ହାତ ଧରିଥିଲେ।

2.India vs South Africa 1st T20 Match 2023: ଡିସେମ୍ବର ୧୦ ତାରିଖ ରବିବାର ଖେଳାଯିବାକୁ ରହିଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଛି। ବର୍ଷା ସହ ଖରାପ ପାଗ କାରଣରୁ କୌଣସି ଗୋଟିଏ ବଲ୍ ବୋଲିଂ ନ ହୋଇୁପାରିବା କାରଣରୁ ମ୍ୟାଚ୍ ବାତିଲ ହୋଇଯାଇଥିଲା। ରବିବାର ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରଥମ ଟି୨୦ ମ୍ୟାଚ୍ ପାଇଁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ। ହେଲେ ଅପେକ୍ଷା କରିବା ସତ୍ତ୍ୱେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା।   

3. Climate Change Performance Index India: ପ୍ରକାଶ ପାଇଛି ଚଳିତ ବର୍ଷର ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏଥର ଭାରତ ଲାଗି ଆସିଛି ଆଶ୍ୱସ୍ତିକର ଖବର। ଭାରତ ଚଳିତ ବର୍ଷ ସପ୍ତମ ସ୍ଥାନରେ ପହଞ୍ଚିଛି। ଗତ ଥର ତୁଳନାରେ ଗୋଟିଏ ସ୍ଥାନ ଉପରକୁ ଉଠି ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସ୍ଥାନ ପାଇଛି। ଡିସେମ୍ବର ୮ ତାରିଖ ଶୁକ୍ରବାର ବିଶ୍ୱ ଜଳବାୟୁ ସମ୍ମିଳନୀ COP28 ସମୟରେ ପ୍ରକାଶିତ ଏକ ରିପୋର୍ଟ ମାଧ୍ୟମରେ ଏହି ତଥ୍ୟ ସାମ୍ନାକୁ ଆସିଛି।

4. Maryam Moshiri Viral Video: ବିଭିନ୍ନ ସମୟରେ ଲାଇଭ ବୁଲେଟିନ୍ ବେଳେ ନ୍ୟୁଜ ଆଙ୍କର୍ ଏଭଳି କିଛି କାମ କରି ଦେଇଥାନ୍ତି ଯାହାକୁ ନେଇ ସୃଷ୍ଟି ହୋଇଥାଏ ହଙ୍ଗାମା। ଏଭଳି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ବିବାଦ ଆହୁରି ତେଜିଥାଏ। ସଦ୍ୟ ବିଶ୍ୱର ପ୍ରମୁଖ ଗଣମାଧ୍ୟମ ଭାବେ ଜଣାଶୁଣା ବିବିସି ଚ୍ୟାନେଲ ସହ ଜଡ଼ିତ ନ୍ୟୁଜ୍ ଆଙ୍କର୍ ମରିୟମ୍ ମୋଶରୀଙ୍କ ସହ ଘଟିଯାଇଛି ଏଭଳି ଘଟଣା। ଯିଏ ଲାଇଭ ବୁଲେଟିନ୍ ବେଳେ ନିଜର  ମଝି ଆଙ୍ଗୁଠି ଦେଖାଇଥିଲେ। ଯାହାକୁ କ୍ୟାମେରା କଏଦ କରି ନେଇଥିଲା। ମରିୟମ୍ ମୋଶରୀ ଅପରାହ୍ନର ଖବର ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏଭଳି ଘଟଣା ଘଟିଥିଲ। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ସେ କ୍ଷମ ପ୍ରାର୍ଥନା କରିଛନ୍ତି।

5. Assam Cabinet Decision on Assamese Muslim Community: ରାଜ୍ୟରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟ ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର। ରାଜ୍ୟରେ ବସବାସ କରୁଥିବା ଗୋରିୟା, ମୋରିୟା, ଦେଶୀ, ସୟଦ ଏବଂ ଜୋହ୍ଲା ଆଦି ୫ ସ୍ୱଦେଶୀ ମୁସଲମାନ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ କରାଯିବ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଉଥିବା କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। 

6. Ayodhya Ram Mandir Darshan will stop from 20 January 2024: ଅଯୋଧ୍ୟା ଯାତ୍ରା କରିବାକୁ ଯୋଜନା କରିଥିବା ତୀର୍ଥଯାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ଭକ୍ତଙ୍କ ଦ୍ୱାରା କରାଯାଉଥିବା ଦର୍ଶନ ୨୦୨୪ ଜାନୁଆରୀ ୨୦ ତାରିଖରୁ ବନ୍ଦ ହୋଇଯିବ। ଭକ୍ତ ଆସନ୍ତା ବର୍ଷ ଜାନୁଆରୀ ୨୩ ତାରିଖରୁ ଦର୍ଶନ ପାଇପାରିବେ। ୨୦୨୩ ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ରାମଲାଲା ଧର୍ମ ନଗରୀ ଅଯୋଧ୍ୟା ଠାରେ ପ୍ରତିଷ୍ଠା ହୋଇଥିବା ଭବ୍ୟ ମନ୍ଦିରରେ ବିରାଜମାନ ହୋଇ ସାରିଥିବେ। ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରର ଗର୍ଭଗୃହରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏନେଇ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶର ୭ ହଜାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି।

7. Onion Price Hike: ସମୟ ସମୟରେ ହୁ ହୁ ହୋଇଥିବା ବଢୁଥିବା ପିଆଜ ମୂଲ୍ୟରୁ ମିଳିବ ଆଶ୍ୱସ୍ତି। ଘରୋଇ ଉପଲବ୍ଧତା ବୃଦ୍ଧି ପାଇଁ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯାହା ଦ୍ୱାରା ପିଆଜ ମୂଲ୍ୟ ନିୟନ୍ତ୍ରଣ ବାହାରକୁ ଯିବ ନାହିଁ। ଏନେଇ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପିଆଜ ପାଇଁ ରପ୍ତାନି ନୀତି ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ନିଷେଧ କରାଯାଇଛି। ହେଲେ ଅନ୍ୟ ଦେଶର ଅନୁରୋଧକୁ ଆଧାର କରି ସରକାର ଦେଇଥିବା ଅନୁମତି ଅନୁଯାୟୀ ପିଆଜ ରପ୍ତାନି ଅନୁମତି ଦିଆଯିବ। 

8. Telangana CM Revanth Reddy meets KCR: ହାଇଦ୍ରାବାଦର ଯଶୋଦା ହସ୍ପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ। ରବିବାର ତାଙ୍କୁ ଭେଟିବା ପାଇ ପହଞ୍ଚିଥିଲେ ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡୀ। କିଛିଦିନ ତଳେ ନିଜ ଫାର୍ମ ହାଉସ ଠାରେ ପଡ଼ିଯାଇଥିଲେ କେସିଆର୍। ପରେ ତାଙ୍କର ହିପ୍ ସର୍ଜରୀ କରାଯାଇଥିଲା। ସର୍ଜରୀ ପରେ ପ୍ରଥମ ଭିଡିଓ ସେୟାର କରିଥିଲା ହସ୍ପିଟାଲ। ଏବେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ତାଙ୍କୁ ଭେଟି ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସହଯୋଗ ଯୋଗାଇ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡୀ।

9. Srimandir gets Invitation from Ram Mandir Trust: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସିଛି ନିମନ୍ତ୍ରଣ। ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାରୁ ଚାଉଳ ଏବଂ ଗୁଆ ସହିତ ନିମନ୍ତ୍ରଣ ପତ୍ର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ପୁରୀ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା ହେବା ପରେ ଏପରି କାର୍ଯ୍ୟକ୍ରମ ପୁରୀରେ ଅନୁଷ୍ଠିତ ହୋଇଛି। ଅନ୍ୟପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସମଗ୍ର ଦେଶକୁ ଅକ୍ଷତ କଳସ ଯାତ୍ରା ଆରମ୍ଭ ହୋଇଛି। 

10. BSP Supremo Mayawati Announced her Successor: ବହୁଜନ ସମାଜ ପାର୍ଟି ସୁପ୍ରିମୋ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ତାଙ୍କ ରାଜନୈତିକ ଉତ୍ତରାଧିକାରୀଙ୍କ ସର୍ବସାଧାରଣରେ ଘୋଷଣା କରିଛନ୍ତି। ନିଜ ପୁତୁରା ତଥା ନିଜ ସାନ ଭାଇଙ୍କ ପୁଅ ଆକାଶ ଆନନ୍ଦ ଆଗକୁ ବିଏସପି ନେତୃତ୍ୱ ନେବେ ସ୍ପଷ୍ଟ କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ।