TOP 10 NEWS TODAY: ୩.୦ ମୋଦି ସରକାର ପାଇଁ ପ୍ରସ୍ତୁତ ହେଉଛି କାର୍ଯ୍ୟ ଯୋଜନା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2196956

TOP 10 NEWS TODAY: ୩.୦ ମୋଦି ସରକାର ପାଇଁ ପ୍ରସ୍ତୁତ ହେଉଛି କାର୍ଯ୍ୟ ଯୋଜନା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।    

TOP 10 NEWS TODAY: ୩.୦ ମୋଦି ସରକାର ପାଇଁ ପ୍ରସ୍ତୁତ ହେଉଛି କାର୍ଯ୍ୟ ଯୋଜନା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 9 April | Evening 

1.Modi 3.0 Plan for India: ନୂତନ ସରକାର ପାଇଁ ୧୦୦ ଦିନିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରଣାଳୟକୁ ଜଣାଇ ଦେଇଛନ୍ତି। ଏନେଇ ମିଳିଥିବା ଖବର ଅନୁସାରେ ବିଭିନ୍ନ ମନ୍ତ୍ରଣାଳୟ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ବିଚାର କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ସେମାନଙ୍କ ଯୋଜନା ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ ସଚିବ ଏହାର ସମୀକ୍ଷା କରୁଛନ୍ତି। 

2.Odisha Police Massive Drive against Ganja: ରାଜ୍ୟରେ ଗଞ୍ଜେଇ ଚୋରାଚାଲାଣକୁ ରୋକିବା ପାଇଁ ଅଭିଯାନ ଜାରି ରଖିଛି ଓଡ଼ିଶା ପୋଲିସ। ଚଳିତ ବର୍ଷ ପ୍ରଥମ ତ୍ରୈମାସରେ ଗଞ୍ଜେଇ ଚୋରାଚାଲାଣରେ ସର୍ବାଧିକ ସଂଖ୍ୟକ ମାମଲା ରୁଜୁ କରିବା ସହ ବହୁ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ଚଳିତ ବର୍ଷ ଜାନୁୟାରୀ ୧ ତାରିଖରୁ ୩୧ ମାର୍ଚ୍ଚ ମଧ୍ୟରେ ପାଖାପାଖି ୫୦୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ। ଚଳିତ ବର୍ଷ ପ୍ରଥମ ତୈମାସରେ ଗଞ୍ଜେଇ ଚୋରାଚାଲାଣ ମାମଲାରେ ପୋଲିସ ପକ୍ଷରୁ ମୋଟ ୪୨୫ କେସ ଦାଏର ହୋଇଛି। ସେହିପରି ୫୨୯ ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି।

3.Eid ul Fitr 2024 in India: ଚଳିତ ବର୍ଷ କେବେ ପାଳନ କରାଯିବ ଇଦ-ଉଲ-ଫିତର ସେ ନେଇ ତାରିଖ ଘୋଷଣା କରାଯାଇ ସାରିଛି। ଏହି ତାରିଖ ଇସଲାମ ଧର୍ମର ମୁଖ୍ୟାଳୟ କୁହାଯାଉଥିବା ସାଉଦି ଆରବ ପକ୍ଷରୁ ଘୋଷଣା କରାଯାଇଛି। ଇଦ୍-ଉଲ୍-ଫିତର ପର୍ବ ଚଳିତ ବର୍ଷ ଅପ୍ରେଲ ୧୦ ତାରିଖ ବୁଧବାର ଦିନ ସାଉଦି ଆରବ ଠାରେ ପାଳନ କରାଯିବ। ଗତ ସୋମବାର (ଅପ୍ରେଲ ୮) ସାଉଦି ଆରବ ଠାରେ ଇଦ୍ ଚନ୍ଦ୍ର ଦେଖାଯିବା ପରେ ଏହି ଘୋଷଣା କରାଯାଇଛି। ସେହିପରି ଭାରତରେ ଇଦ୍-ଉଲ୍-ଫିତର ପର୍ବ ଅପ୍ରେଲ ୧୧ ତାରିଖ ଗୁରୁବାର ପାଳନ କରାଯିବ। ସାଉଦି ଆରବରେ ଇଦ୍ ପାଳନ ହେବାର ଗୋଟିଏ ଦିନ ପରେ ଭାରତରେ ଏହି ପର୍ବ ପାଳିତ ହୋଇଥାଏ।

4.Delhi High Court: ବହୁଚର୍ଚ୍ଚିତ ମାମଲାରେ ଦିଲ୍ଲୀ ହାଇକୋର୍ଟ ପାଖରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ଜବରଦସ୍ତ ଝଟକା। ମଦ ଦୁର୍ନୀତି ସହ ଜଡ଼ତି ମନି ଲଣ୍ଡରିଂ ମାମଲାରେ ଗିରଫ ହେବା ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ହାଇକୋର୍ଟ ଏହି ମାମଲାର ରାୟ ଶୁଣାଇବା ବେଳେ ଅନେକ କଥା କହିଛନ୍ତି। ଗିରଫ ପରେ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ବେଆଇନ ହୋଇପାରିବ ନାହିଁ ବୋଲି କୁହାଯାଇଛି। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ ନୁହେଁ।

5.Dilip Ray will contest in 2024 Election: ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ଦିଲ୍ଲୀପ ରାୟ। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଦିଲ୍ଲୀପ ରାୟଙ୍କୁ ଟିକେଟ୍ ଦେବା ପାଇଁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ନିଷ୍ପତ୍ତି ନେଇଛି। ପୂର୍ବରୁ ଦିଲ୍ଲୀପ ରାୟଙ୍କ ନାମରେ ରହିଥିବା କେସ କାରଣରୁ ତାଙ୍କୁ ଟିକେଟ ମିଳିବା ନେଇ ସନ୍ଦେହ ଉପୁଜିଥିଲା। ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସ୍ୱରନ କାନ୍ତ ଶର୍ମା ଦିଲ୍ଲୀପଙ୍କ ଦୋଷୀ ସାବ୍ୟସ୍ତ ଉପରେ ରହିତାଦେଶ ଜାରି କରିଥିଲେ।

6. Chaitra Navratri 2024: ଚୈତ୍ର ନବରାତ୍ରୀର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର କଟକ ଗସ୍ତରେ ଯିବା ସହ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ମାଆଙ୍କ ନିକଟରେ ଦୀପଦାନ କରି ରାଜ୍ୟବାସୀଙ୍କ ପାଇଁ ଶୁଭକାମନା ମନାସିଛନ୍ତି ରାଜ୍ୟପାଳ।

7.Tata Domestic Satellite TSAT-1A: ଦେଶର ପ୍ରଥମ ଘରୋଇ ଉପଗ୍ରହ ସ୍ଥାପନ କରିଛି ଟାଟା। ଯାହାର ନାଁ ରହିଛି "ଟିସାଟ-୧ଏ" ( TSAT-1A)। ଏହା ଏକ ପୃଥିବୀ ପ୍ରଦକ୍ଷଣ କରୁଥିବା ଉପଗ୍ରହ। ଭାରତୀୟ ସେନା ବାହିନୀକୁ ଉଚ୍ଚ ମାନର ଫଟୋ ପ୍ରଦାନ ଏହାଦ୍ୱାରା ସମ୍ଭବ ହେବ। ଏହା ପୂର୍ବରୁ ଇସ୍ରୋ ମଧ୍ୟ ଆବଶ୍ୟକ ସୂଚନା ନିଜ ଦ୍ୱାରା ସ୍ଥିପିତ ଉପଗ୍ରହରୁ ପ୍ରଦାନ କରୁଥିଲା। କିନ୍ତୁ ଏହି ଉଚ୍ଚମାନର ଫଟୋ ଉତ୍ତୋଳନ ସମ୍ଭବ ହେଉ ନଥିଲା। ରବିବାର ସ୍ପେସ୍ ଏକ୍ସ ଫାଲକନ୍-୯ ରକେଟ୍ (Spacex Falcon 9 Rocket) ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟର ଠାରୁ TSAT-1A ଉପଗ୍ରହ ଉତକ୍ଷେପଣ କରିଛି ବୋଲି ଟାଟା ଆଡଭାନ୍ସ ସିଷ୍ଟମ୍ ଲିମିଟେଡ୍ (TASL) ପକ୍ଷରୁ କୁହାଯାଇଛି।

8.Puri Jagannath Temple: ଆସନ୍ତାକାଲି ତଥା ୧୦ ଏପ୍ରିଲ ୨୦୨୪ (ବୁଧବାର) ଦିନ ଚୈତ୍ର ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀ ବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଛଅଟାରୁ ରାତି ଦଶଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଜଣାଇଛି।

9.Weather Update: ଆସନ୍ତା ୧୩ ତାରିଖ ପର ଠାରୁ ରାଜ୍ୟରେ ପୁଣି ବଢିବ ତାତି! ଶନିବାର ପର ଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତଥା ରାଜ୍ୟର ଆଭ୍ୟନ୍ତରୀଣ ତଥା  ପଶ୍ଚିମ ଭାଗରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। 

10. IPL 2024 Todays Match: ମଙ୍ଗଳବାର (ଅପ୍ରେଲ ୯) ଚଣ୍ଡିଗଡ଼ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ଠାରେ ମୁହାମୁହିଁ ହଇଛନ୍ତି ପଞ୍ଜାବ କିଙ୍ଗ୍ସ ବନାମ ସନ ରାଇଜର୍ସସ ହାଇଦ୍ରାବାଦ। ଆଜିର ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭର ରେ ୯ ୱିକେଟ ହରାଇ ହାଇଦ୍ରାବାଦ ୧୮୨ ରନ୍ ସଂଗ୍ରହ କରିଛି। ଅନ୍ୟପକ୍ଷରେ ୧୮୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ ୫ ଓଭର ଖେଳ ପର୍ଯ୍ୟନ୍ତ ୩ ୱିକେଟ ହରାଇ ୨୪ ରନ୍ ସଂଗ୍ରହ କରିଛି।