Top 10 News: ସକାଳର କିଛି ତାଜା ଖବର ସହ ଆରମ୍ଭ କରନ୍ତୁ ଆପଣଙ୍କର ଦିନ..
Advertisement
Article Detail0/zeeodisha/odisha2069894

Top 10 News: ସକାଳର କିଛି ତାଜା ଖବର ସହ ଆରମ୍ଭ କରନ୍ତୁ ଆପଣଙ୍କର ଦିନ..

ଭାରତ ମ୍ୟାଁମାର ମଧ୍ୟରେ ମୁକ୍ତ ଯାତାୟାତ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବ। ସମ୍ପୂର୍ଣ୍ଣ ମ୍ୟାଁମାର ସୀମାରେ ବାଡ଼ ଘେରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।   ଏହି ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦକୁ ପ୍ରତିହତ କରିବା ଲାଗି ନରେନ୍ଦ୍ର ମୋଦୀଙ୍କ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। 

Top 10 News: ସକାଳର କିଛି ତାଜା ଖବର ସହ ଆରମ୍ଭ କରନ୍ତୁ ଆପଣଙ୍କର ଦିନ..

1.India to scrap free movement regime with Myanmar: ଭାରତ ମ୍ୟାଁମାର ମଧ୍ୟରେ ମୁକ୍ତ ଯାତାୟାତ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବ। ସମ୍ପୂର୍ଣ୍ଣ ମ୍ୟାଁମାର ସୀମାରେ ବାଡ଼ ଘେରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।   ଏହି ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦକୁ ପ୍ରତିହତ କରିବା ଲାଗି ନରେନ୍ଦ୍ର ମୋଦୀଙ୍କ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।  ଏହିକ୍ରମରେ ସମୁଦାୟ ୧୬୪୩ କିଲୋମିଟର ସୀମାକୁ ସୁରକ୍ଷିତ କରାଯିବ ବୋଲି ସେ ସୂଚନା ନେଇଛନ୍ତି।

2.6th day of Pran Pratistha: ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଷଷ୍ଠ ଦିନ। ନୀତି ନିର୍ଦ୍ଧାହରଣ ଅନୁସାରେ ଆଜିଶ୍ରୀ ରାମଲାଲାଙ୍କ ନୂତନ ବିଗ୍ରହକୁ ସ୍ନାନ କରାଯିବ। ଏଥିପାଇଁ ସୁଗନ୍ଧିତ ଜଳକୁ ମନ୍ତ୍ରରେ ଶୁଦ୍ଧି କରାଯିବ। ଆସନ୍ତା କାଲି ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହାପରେ ସେ ସମସ୍ତଙ୍କୁ ଦର୍ଶନ ଦେବେ। ଏ ଭିତରେ ଶ୍ରୀ ରାମଲାଲାଙ୍କ ପୂର୍ବତନ ମୁର୍ତ୍ତିକୁ ଦର୍ଶନ ବନ୍ଦ କରିଦିଆଯାଇଛି।

3.Butter chicken and Dal makhani reaches Delhi Hicourt to get Rights: ଉତ୍ତର ଭାରତରେ ବେଶ ଲୋକପ୍ରିୟ ଖାଦ୍ୟ ବଟର ଚିକେନ୍‍ ଓ ଡାଲ୍‍ ମଖାନୀ ପ୍ରଥମେ କିଏ କରିଥିଲେ? ଏହାକୁ ନେଇ ବିବାଦ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ମୋତି ମହଲ ଏବଂ ଦରିୟାଗଞ୍ଜ ରେଷ୍ଟୁରାଣ୍ଟ ଭିତରେ ଏହି ଯୁଦ୍ଧ ଚାଲିଛି। ମୋତି ମହଲ ତରଫରୁ ତାଙ୍କ ପୂର୍ବ ପୁରୁଷ ଏହି ଖାଦ୍ୟ ପ୍ରଥମେ ପ୍ରସ୍ତୁତ କରୁଥିବାରୁ ଏହାର ଉଦ୍ଭା ବନ ଅଧିକାର ତାଙ୍କୁ ଦେବାକୁ ଦାବି କରାଯାଇଛି। ଅପରପକ୍ଷେ ଦରିୟାଗଞ୍ଜ ରେଷ୍ଟୁରାଣ୍ଟ ଏହାକୁ ବିରୋଧ କରିଛି।

4.Cadaver or deceased donation programme increases in India: ଭାରତରେ ମର ଶରୀର ଦାନ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ସେମାନଙ୍କ ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗକୁ ଅନ୍ୟ ଶରୀରରେ ରୋପଣ କରାଯାଇପାରୁଛି। ଏହିକ୍ରମରେ ୨୦୨୩ ମସିହାରେ ସମୁଦାୟ ୧୦୨୮ଟି ମର ଶାରୀର ଡାକ୍ତରୀ ବ୍ୟବହାର ଉଦ୍ଦେଶ୍ୟରେ ଦାନ କରାଯାଇଥିବା ଜାତୀୟ ଅଙ୍ଗ ଓ ଟିସୁ ପ୍ରତିରୋପଣ ସଂସ୍ଥାନ ପକ୍ଷରୁ କୁହାଯାଇଛି।

5.⁠ED questions Jharkhand Cm 7 hours: ଝାଡ଼ଖଣ୍ଡରେ ଜମି ଦୁର୍ନୀତିକୁ କେନ୍ଦ୍ର କରି ତଦନ୍ତ କରୁଥିବା ଇଡି ଅଧିକାରୀଙ୍କୁ ନିଜ ବୟାନ ଦେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍। ନିଜ ସରକାରୀ ବାସ ଭବନରେ ପୂର୍ବ ନିର୍ଦ୍ଧାରଣ ଅନୁସାରେ ଇଡି ଅଧିକାରୀ ମାନେ ପହଞ୍ଚିଥିଲେ। ଏଡାପରେ ୭ ଘଣ୍ଟା ବିଭିନ୍ନ ପ୍ରଶ୍ନ ସମ୍ପର୍କରେ ତାଙ୍କ ଉତ୍ତର ଜାଣିବାକୁ ଚାହିଁଥିଲେ। ପୂର୍ବରୁ ଇଡି ନୋଟିସ୍କୁା  ବେଆଇନ କହି ବାରମ୍ବାର ପ୍ରତ୍ୟାଖ୍ୟାନ କରୁଥିଲେ ହେମନ୍ତ।

6.AIIMS shuts down OPD on 22nd till 2.30pm citing Govt Order: ଆସନ୍ତା କାଲି ନୂଆଦିଲ୍ଲୀସ୍ଥିତ ଏମ୍ସର ବର୍ହିବିଭାଗ ବନ୍ଦ କରହିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକଏହି ନିଷ୍ପତ୍ତି ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି। କିନ୍ତୁ ଜଟିଳ ଚିକିତ୍ସା ବିଭାଗଗୁଡ଼ିକ ପୂର୍ବ ଭଳି କାର୍ଯ୍ୟ କରିବ। ଏହିଦିନ କର୍ମଚାରୀଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପାଳନ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏଥିନେଇ ସମସ୍ତ ପୂର୍ବ ନିରଦ୍ଧାରିତ ଆବଏଣ୍ଟମେଣ୍ଟକୁ ପୁନଃ ନିର୍ଦ୍ଧାରଣ କରାଯାଇଛି।  ଏମ୍ସ ସହ ଅନ୍ୟ କେନ୍ଦୀୟ ହସ୍ପିବଟାଲ୍‍ ମଧ୍ୟ୍ ଅନୁରୂପ ଭାବେ ବନ୍ଦ ରହିବ।

7.Former MP and police officer Anadi Sahu dies at 84: ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ପୁଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ ହୋଇଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଚାକିରିରୁ ଅବସର ନେବା ପରେ ସେ ରାଜନୀତିରେ ଯୋଗ ଦେଇଥିଲେ। ବିଜେପି ଟିକଟରେ ୧୯୯୯ ମସିହାରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

8.Two boards in One class: ସିବିଏସ୍ଇଯ ୧୦ମ ଓ ଦ୍ୱାଦଶ ଶ୍ରଣୀରେ ଦୁଇଟି ଲେଖାଏଁ ବୋର୍ଡ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ୨୦୨୪-୨୫ ଶିକ୍ଷା ବର୍ଷରେ ଏହାକୁ ଲାଗୁ କରାଯିବ। ନଭେମ୍ବର-ଡିସେମ୍ବରରେ ପ୍ରଥମ ବୋର୍ଡ ପରୀକ୍ଷା ଏବଂ ଫେବୃୟାରୀ- ମାର୍ଚ୍ଚରେ ଦ୍ୱିତୀୟ ପରୀକ୍ଷା ଅନୁଷ୍ଠିତ ହେବ।

9.Nippon to set steel plant in Kendrapara: ଖୁବ୍ଶୀିଘ୍ର କେନ୍ଦ୍ରାପଡ଼ାରେ ନିପ୍ପନ ଷ୍ଟିଲ୍‍ କାରଖାନା ପାଇଁ ଶୁଭ ଦିଆଯିବ। ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‍ ଏହା ପ୍ରକାଶ କରିଛନ୍ତି। ଏହାଦ୍ୱାରା କେନ୍ଦ୍ରାପଡ଼ାର ଅନେକ ଦିନର ସ୍ୱପ୍ନ ସାକାର ହେବ ବୋଲି ଆଶା କରାଯାଇଛି।

10.Weather Alert in Odisha: ରାଜ୍ୟରେ ଆସନ୍ତା ଦୁଇଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍‍ ହେବାର ସମ୍ଭାବନା ରହିଛି। ଏହାସହ ଆକାଶ ମେଘୁଆ ରହିବ ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି। ଏହାସହ ଏହି ସପ୍ତାହରେ କୁହୁଡ଼ି ବଢ଼ିବା ଆଶଙ୍କା ବି ରହିଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି।