Top 10 News Headlines: ଆସନ୍ତା ୨୪ରେ ଭୁବନେଶ୍ୱର ବନ୍ଦ, ଟେଷ୍ଟ ମ୍ୟାଚ ଜିତିଲା ଭାରତ ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2441748

Top 10 News Headlines: ଆସନ୍ତା ୨୪ରେ ଭୁବନେଶ୍ୱର ବନ୍ଦ, ଟେଷ୍ଟ ମ୍ୟାଚ ଜିତିଲା ଭାରତ ଓ ଅନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ଅପରାହ୍ଣର ୧୦ ଟି ବଡ଼ ଖବର

Top 10 News Headlines: ଆସନ୍ତା ୨୪ରେ ଭୁବନେଶ୍ୱର ବନ୍ଦ, ଟେଷ୍ଟ ମ୍ୟାଚ ଜିତିଲା ଭାରତ ଓ ଅନ୍ୟ ଖବର
Odisha BJD: ଭରତପୁର ବର୍ବରତା ଘଟଣାକୁ ନେଇ ରାଜ୍ୟ ସରକାର ଓ ବିଜେପି ଉପରେ ବର୍ଷିଛି ବିଜେଡି । ଏହି ଘଟଣାକୁ ପ୍ରଦିବାଦ କରି  ଆଜି ଏକ ସମ୍ବାଦିକ ସମ୍ମିଳନୀରେ ୬ ଘଣ୍ଡିଆ ବନ୍ଦ ଡାକରା ଦେଇଛି ବିଜେଡି । ବିଜେଡି ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ଭୁବେନଶ୍ବରରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି  । ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ପ୍ରସଙ୍ଗ ନେଇ ଏହି ବନ୍ଦ ଡାକରା ଦେଇଛି ବିଜେଡି। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ  ଅସଦାଚରଣ କରାଯାଇଥିବା ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ  ତୀବ୍ର ଭାବେ ବର୍ଷିଛି ବିଜେଡି। 
 
Odisha Weather Report: ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ ! ଆଗାମୀ ୨୪ ଘଣ୍ଟାରେ ଉପକୂଳ ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ସଲଗ୍ନ ଜିଲ୍ଲା ଖୋର୍ଦ୍ଧା, କଟକ, ଯାଜପୁର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲା ସମ୍ବଲପୁର, ଦେଓଗଡ, ଅନୁଗୋଳ ଆଦିର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । 
 
Naxal Surrender: ଛତିଶଗଡ ସୁରକ୍ଷା ବାହିନୀକୁ ବଡ ସଫଳତା  । ୩ ହାର୍ଡକୋର ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ଉପରେ ମୋଟ ୧୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ପୋଲିସ ।  ହତ୍ୟା, ଆଇଇଡି ବିସ୍ଫୋରଣ, ପୁଲିସ୍ ପାର୍ଟିରେ ଗୁଳି ଚଳାଇବା, ରାସ୍ତା ଅବରୋଧ ଇତ୍ୟାଦି ଭଳି ଅନେକ ପ୍ରମୁଖ ନକ୍ସଲ ଘଟଣାରେ ଜଡ଼ିତ ଥିଲେ ଏହି ନକ୍ସଲ। ଚଳିତ ବର୍ଷ ସୁଦ୍ଧା ୧୭୮ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ବିଭିନ୍ନ ମାଓବାଦୀ ଘଟଣାରେ ସମ୍ପୃକ୍ତ ୩୭୮ ମାଓବାଦୀଙ୍କୁ ଗିରଫ କରିଛି ପୋଲିସ।
 
Fish Price 15Lakhs: ମାଛ କଲା ଲକ୍ଷପତି । ୯ ଟି ମାଛର ଦାମ ୧୫ ଲକ୍ଷ ଟଙ୍କା । କିଲୋ ପ୍ରତି ୨୫ ହଜାର ୫୦୦ ଟଙ୍କାରେ ହେଲା ବିକ୍ରି । ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ  ଟ୍ରଲର ଜାଲରେ ଧରା ପଡ଼ିଥିଲା ଏହି ତେଲିଆ ଶିଳା ମାଛ । ଶନିବାର ଦୀଘା ମୁହାଣରେ ନିଲାମ ପାଇଁ  ୯ଟି ତେଲିଆ ଶିଳା ମାଛ ଆସିଥିବା ବେଳେ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ପ୍ରଥମ ୨ଟି ମାଛ ୪୮କେଜି ହୋଇଥିଲା ବେଳେ ଏହା କିଲୋ ପ୍ରତି ୧୩ ହଜାର ୫ଶହ ଟଙ୍କା ଦରରେ ବିକ୍ରି ହୋଇ ଥିଲା । 
 
Ratna Bhandar Reopen: ରତ୍ନ ଭଣ୍ଡାରରେ ଦ୍ଵିତୀୟ ଦିନରେ ବୈଷୟିକ ସର୍ଭେ ପାଇଁ ଶ୍ରୀମନ୍ଦିର ଭିତରକୁ ଗଲେ ଏନ୍ ଜି ଆର୍ ଇ ଟିମ୍ ।ଏନ୍ ଜି ଆର୍ ଆଇ ବୈଜ୍ଞାନିକ, ଏଏସଆଇ ବିଶେଷଜ୍ଞ ଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜଷ୍ଟିସ ବିଶ୍ୱନାଥ ରଥ ମଧ୍ୟ ଟିମ୍ ସହିତ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ।ଦ୍ଵିତୀୟ ଦିନରେ ଜି ପି ଆର ସିଷ୍ଟମ ବ୍ୟବହାର କରି ଇଲେକ୍ଟ୍ର ମ୍ୟାଗ୍ନେଟିକ ୱେଭ ସାହାଯ୍ୟରେ ଅଧିକ ତଥ୍ୟ ସଂଗ୍ରହ କରିବ ଏନ୍ ଜି ଆର ଆଇ ।ପୂର୍ଣ୍ଣାଙ୍ଗ ବୈଷୟିକ ସର୍ଭେ ପରେ ୧୦ ଦିନ ଭିତରେ ଆସିବ ଚୁଡାନ୍ତ ରିପୋର୍ଟ ।
 
Indian Railway: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ରବିବାର ଦିନ ସକାଳେ ଉତ୍ତରପ୍ରଦେଶର ପ୍ରେମପୁର ଷ୍ଟେସନ ନିକଟରେ ରେଳ ଟ୍ରାକ ଉପରେ ଏକ ଗ୍ୟାସ୍ ସିଲିଣ୍ଡର ଦେଖିବା ପରେ ଏକ ମାଲବାହୀ ଟ୍ରେନର ଲୋକୋ-ପାଇଲଟ୍ ଏମରଜେନ୍ସି ବ୍ରେକ୍ ଲଗାଇଥିଲେ। ଏହି ଟ୍ରେନ କାନପୁରରୁ ପ୍ରୟାଗରାଜ ଅଭିମୁଖେ ଯାଉଥିଲା। ରେଳ ପୋଲିସ ସିଲିଣ୍ଡରକୁ ଟ୍ରାକରୁ ବାହାର କରି ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ଏହା ଏକ ଷଡଯନ୍ତ୍ର ନା ସଂଯୋଗ ତାହା ତଦନ୍ତ ପରେ ହିଁ ଜଣା ପଡିବ।
 
India VS Ban: ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଭାରତ ଓ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରି ଇତିହାସ ରଚିଛି । ଚତୁର୍ଥ ଦିନରେ ବାଂଲାଦେଶକୁ ପରାସ୍ତ କରି ଭାରତ ନିଜ ନାମରେ ଏକ ବଡ଼ ସଫଳତା ହାସଲ କରିଛି। ଏହି ସଫଳତା ହାସଲ କରିବା ପାଇଁ ଭାରତକୁ ୯୨ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ବାଂଲାଦେଶକୁ ପରାସ୍ତ କରି ଭାରତ ଟେଷ୍ଟ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛି। ୧୯୩୨ ମସିହାରେ ଭାରତୀୟ କ୍ରିକେଟ ଦଳ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିଲା। ସେବେଠାରୁ ଭାରତ ଏପର୍ଯ୍ୟନ୍ତ ମୋଟ ୫୮୦ଟି ମ୍ୟାଚ୍ ଖେଳିସାରିଛି।
 
Srilanka New President: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଅନୁରା କୁମାର ଦିଶାନାୟକେ । ଶନିବାର ଦିନ ନିର୍ବାଚନ ହୋଇଥିବା ବେଳେ ଆଜି ଗଣତି ହୋଇଥିଲା । ଜାତୀୟ ପିପୁଲ୍ସ ପାୱାର ଅନୁରା କୁମାର ଦିଶାନାୟକେ ଆଗୁଆ ରହିଛନ୍ତି । ତାଙ୍କୁ ୫୩% ମିଳିଥିବା ସୂଚନା ରହିଛି । ଶ୍ରୀଲଙ୍କାରେ ପ୍ରାୟ ୭୫ ପ୍ରତିଶତ ମତଦାତା ଭୋଟ ଦେଇଥିଲେ । ୨୦୧୯ ରାଷ୍ଟ୍ରପତି ନିର୍ବାଚନରେ ୮୩ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଅନୁଷ୍ଠିତ ପରେ ରାତିର କର୍ଫ୍ୟୁ ମଧ୍ୟରେ ଗଣତି ଆରମ୍ଭ ହୋଇଥିଲା । ଜାତୀୟ ପିପୁଲ୍ସ ପାୱାର ଅନୁରା କୁମାର ଦିଶାନାୟକେ ଆଗୁଆ ଅଛନ୍ତି । ଅନୁରା କୁମାର ଦିଶାନାୟକେ କଲମ୍ବୋ ଜିଲ୍ଲାର ସାଂସଦ ଅଟନ୍ତି ।
 
Iran Coal Mine Blast: ପୂର୍ବ ଇରାନ୍‌ରେ ଏକ କୋଇଲା ଖଣିରେ ମିଥେନ୍‌ ଗ୍ୟାସ ଲିକ୍‌ ହେତୁ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ଇରାନର ସରକାରୀ ନ୍ୟୁଜ୍‌ ଏଜେନ୍ସି ‘ଆଇଆରଏନ୍ଏ’ର ରିପୋର୍ଟ ମୁତାବକ, ରାଜଧାନୀ ତେହେରାନଠାରୁ ପାଖାପାଖି ୩୩୫ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ତବାସ୍‌ଠାରେ ଥିବା ଏକ କୋଇଲା ଖଣିରେ ଏହି ଦୁର୍ଘଟଣା ଘଟିଛି ।
 
US Firing Case: ଆମେରିକାରେ ଭୟଙ୍କର ଗୁଳିକାଣ୍ଡ । ଅଲବାମାର ବର୍ମିଙ୍ଗହମରେ ଏକ ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ଘଟଣା ଶନିବାର ବିଳମ୍ବିତ ରାତିରେ ଘଟିଥିବା କୁହାଯାଉଛି । ବର୍ମିଂ ହମ ପୋଲିସ ରେ ଏକ ପୋଷ୍ଟରେ ଲେଖିଛି ଯେ ଏକାଧିକ ଲୋକଙ୍କୁ ଗୁଳି କରାଯାଇଛି । ଏହି ଘଟଣା ପରେ ଅଧିକାରୀମାନେ ଘଟଣାସ୍ଥଳରେ ଅଛନ୍ତି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି ।