Top 10 News Headlines 28 July 2024: ରବିବାର ଦିନ ଯାଜପୁର ଜିଲ୍ଲାର ବୈତରଣୀ ବଲ୍ଲଭୀ ଘାଟରୁ ପାଣି ଆଣିବା ବେଳେ ଜଣେ କାଉଡିଆଙ୍କ ମୃତ୍ୟୁ ଘଟିଛି। ମୃତ କାଉଡିଆଙ୍କ ନାମ ପ୍ରଶାନ୍ତ ବେହେରା ତାଙ୍କ ଘର ଭଦ୍ରକ ଭଣ୍ଡାରିପୋଖରୀ ପୁରୁଷୋତ୍ତମପୁର ଗାଁରେ ବୋଲି ଜଣାପଡିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 28 July 2024: H1. Kanwariya drowns in Baitarani river: ରବିବାର ଦିନ ଯାଜପୁର ଜିଲ୍ଲାର ବୈତରଣୀ ବଲ୍ଲଭୀ ଘାଟରୁ ପାଣି ଆଣିବା ବେଳେ ଜଣେ କାଉଡିଆଙ୍କ ମୃତ୍ୟୁ ଘଟିଛି। ମୃତ କାଉଡିଆଙ୍କ ନାମ ପ୍ରଶାନ୍ତ ବେହେରା ତାଙ୍କ ଘର ଭଦ୍ରକ ଭଣ୍ଡାରିପୋଖରୀ ପୁରୁଷୋତ୍ତମପୁର ଗାଁରେ ବୋଲି ଜଣାପଡିଛି। ଆଖଣ୍ଡଳମଣୀ ପୀଠରେ ଜଳ ଲାଗି କରିବା ପାଇଁ ପ୍ରଶାନ୍ତ ବୈତରଣୀ ବଲ୍ଲଭୀ ଘାଟରୁ ପାଣି ଉଠାଉଥିଲେ । କିନ୍ତୁ ଗୋଡ ଖସିଯିବା କାରଣରୁ ସେ ଗଭୀର ଜଳକୁ ଭାସିଯାଇଥିଲେ ।
H2. Odisha Law Minister On Puri Srimandir Ratna Bhandar: ଖୁବ୍ ଶୀଘ୍ର ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ଆଜି କହିଛନ୍ତି । ସେ କହିଛନ୍ତି ପ୍ରାଥମିକ ଯାଞ୍ଚ ସରିଛି, "ଆଗକୁ ASI ମରାମତି କାର୍ଯ୍ୟ ଆରମ୍ଭ କରିବ। SOPରେ କିଛି ସଂଶୋଧନର ଆବଶ୍ୟକ ଥିଲା ବର୍ତ୍ତମାନ ସେନେଇ ନିଷ୍ପତ୍ତି ହୋଇ ସାରିଛି। ମହାପ୍ରଭୁଙ୍କ ରିତିନୀତିରେ ଯେପରି ଅସୁବିଧା ନ ହୁଏ ତାହାକୁ ଗୁରୁତ୍ବ ମଧ୍ୟ ଦିଆଯିବ ।"
H3. Water released from Odisha's Hirakud Dam: ରବିବାର ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ସକାଳ ୯.୩୦ ରେ ୭ ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ପରେ ପର୍ଯ୍ୟାୟକ୍ରମେ ଆଉ ମୋଟ ୨୦ ଟି ଗେଟ୍ ଖୋଲାଯାଇଛି। ଅନ୍ୟପଟେ ନଦୀକୂଳକୁ ଯିବା ସମୟରେ ସାବଧାନତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
H4. Sambalpuri saree mention in PM Modi’s Mann Ki Baat: ଆଜି ୧୧୨ ତମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ କି ବାତ୍' କାର୍ଯ୍ୟକ୍ରମ କରିଛନ୍ତି। ଏହି‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଶାଢ଼ି ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ ହସ୍ତକାରିଗରି ଶାଢ଼ିର ଚାହିଦା ବଢ଼ିବାରେ ଲାଗିଛି। ଲୋକଙ୍କ ମଧ୍ୟରେ ହସ୍ତକାରିଗରି ଏକ ସ୍ବତନ୍ତ୍ର ସ୍ଥାନ ବନାଇଛି।"
H5. Delhi IAS Coaching Centre Flooded: ଦିଲ୍ଲୀର ଓଲ୍ଡ ରାଜେନ୍ଦ୍ର ନଗରରେ ଅବସ୍ଥିତ ଏକ କୋଚିଂ ପ୍ରତିଷ୍ଠାନରେ ଦୁର୍ଘଟଣା ଘଟିବା ପରେ କୋଚିଂ ସେଣ୍ଟରର ମାଲିକ ତଥା ସଂଯୋଜକଙ୍କୁ ପୋଲିସ ଗିରଫ କରିଛି। ପୋଲିସ ଉଭୟଙ୍କୁ ଗିରଫ କରିଛି। ଶନିବାର ଦିନ ସନ୍ଧ୍ୟାରେ କୋଚିଂ ସେଣ୍ଟରର ତଳ ମହଲାରେ ପାଣି ଲଗାଇବା କାରଣରୁ ଜଣେ ଛାତ୍ର ଓ ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
H6. CUET UG 2024 result announced: ଜାତୀୟ ପରୀକ୍ଷା ଏଜେନ୍ସି (NTA) ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା-ଅଣ୍ଡର ଗ୍ରାଜୁଏଟ୍ (CUET-UG) ର ଫଳାଫଳ ଘୋଷଣା କରିଛି। ବର୍ତ୍ତମାନ ସ୍ନାତକୋତ୍ତର ଆଡମିଶନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାସ୍ତା ସଫା ହୋଇଛି। ଚଳିତ ବର୍ଷ ଆଡମିଶନ ପ୍ରକ୍ରିୟାରେ ବହୁତ ବିଳମ୍ବ ହୋଇଛି।
H7. India wins first medal at Paris Olympics 2024: ଆଜି ପ୍ୟାରିସ ଅଲିମ୍ପିକ୍ସରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ହରିୟାଣାର ୨୨ ବର୍ଷୀୟ ସୁଟର ପ୍ରଥମ ଭାରତୀୟ ମହିଳା ସୁଟର ହୋଇଛନ୍ତି, ଯିଏ ମହିଳା ୧୦ ମିଟର ଏୟାର ପିସ୍ତଲ ଫାଇନାଲରେ ତୃତୀୟ ସ୍ଥାନ ହାସଲ କରିବା ପରେ ଏହି ଗେମ୍ସରେ ପଦକ ଜିତିଛନ୍ତି।
H8. PM Modi Spoke To Manu Bhaker: ରବିବାର ଦିନ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ତାରକା ସୁଟର ମନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୧୦ ମିଟର ଏୟାର ପିସ୍ତଲରେ ଏହି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହିପରି ଭାବରେ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପ୍ରଥମ ପଦକ ପାଇଲା। ତେବେ ବ୍ରୋଞ୍ଜ ପଦକ ବିଜେତା ମନୁ ଭକରଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନରେ କଥା ହୋଇଥିଲେ। ଏହି ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ମନୁ ଭାକରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ପରେ ମନୁ ଭାକର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
H9. Women’s Asia Cup 2024 Final IND W vs SL W: ଶ୍ରୀଲଙ୍କା ଦଳ ମହିଳା ଏସିଆ କପରେ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଛି। ରବିବାର ଦିନ ଡାମବୁଲ୍ଲା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ଦଳ ୮ ୱିକେଟରେ ଜିତିଛି। ଏହା ସହ ସେ ମହିଳା ଏସିଆ କପ୍ ଟ୍ରଫି ହାସଲ କରିଛି।
H10. IND vs SL 2nd T20I Match Updates: ପାଲଲେକେ ଷ୍ଟାଡିୟମରେ ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ଖେଳାଯାଉଛି। ଭାରତ ପାଇଁ ଶ୍ରୀଲଙ୍କା ୧୬୨ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଶ୍ରୀଲଙ୍କା ୨୦ ଓଭରରେ ୯ ୱିକେଟ୍ ପାଇଁ ୧୬୧ ରନ୍ ସଂଗ୍ରହ କରିଥିଲା। ଖବର ଲେଖିବା ପର୍ଯ୍ୟନ୍ତ ବର୍ଷା ଯୋଗୁଁ ବର୍ତ୍ତମାନ ମ୍ୟାଚ୍ ବନ୍ଦ ରହିଛି ।