Top 10 News Headlines: ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1925711

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ ପ୍ରମୁଖ ଖବର

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

1-Durga Puja 2023: ଆଜି ପୀଠରେ ମହାନବମୀ, ହେଲେ ମଣ୍ଡପରେ ମହାଷ୍ଟମୀ। ଏନେଇ ରାଜ୍ୟର ପ୍ରମୁଖ ସହର କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା ଓ ସମ୍ବଲପୁରରେ ପୂଜା ମଣ୍ଡପ ଗୁଡିକରେ ମା’ଙ୍କୁ ଆବାହନ କରାଯାଉଛି। ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗି ରହିଛି।

2-Maha Ashtami 2023: ନବରାତ୍ରୀର ଅଷ୍ଟମ ଦିନରେ ମା’ ଦୁର୍ଗାଙ୍କୁ ମହାଗୌରୀ (Maa Mahagauri) ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ ଅଟେ। ଏହି ସ୍ବରୂପରେ ମାଆଙ୍କ ସଂପୂର୍ଣ୍ଣ ଶରୀରର ଗୌର ବର୍ଣ୍ଣ ଅଟେ । ଶ୍ୱେତ ବସ୍ତ୍ର ପରିହିତା ଦେବୀ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥିବା ବେଳେ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି। ଏହି ସ୍ୱରୂପରେ ମା’ ନନ୍ଦୀ ଉପରେ ବିରାଜମାନ। ପୌରାଣିକ ମତ ଅନୁଯାୟୀ, ଭଗବାନ ଶିବଙ୍କୁ ସ୍ବାମୀ ରୂପେ ପାଇବା ପାଇଁ ମାଆ କଠୋର ତପସ୍ୟା କରିଥିଲେ । 

3-Chatar jatra 2023: ଆଜି ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ସହର ଉପକଣ୍ଠରେ ଥିବା ଜେନାଖାଲରୁ ସକାଳ ସାଢ଼େ ୫ଟାରେ ମା’ ଙ୍କ ବିଜୟ ଛତର ବାହାରିଛି । ମଧ୍ୟ ରାତ୍ରରେ ଜେନାଖାଲରେ ରୀତି ନୀତି ଅନୁଯାୟୀ ଗୁପ୍ତ ପୂଜା ପରେ ପରେ ମହାନବମୀର ପ୍ରାତଃ କାଳରେ ମାଆଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୂଖେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।

4-Weather Update: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର (Bay of Bengal) ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ (low pressure) କ୍ଷେତ୍ର । ଏହାପରେ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ନେଇ ସମ୍ଭାବନା ରହିଥିବା ବେଳେ ରବିବାର ଦିନ ଅର୍ଥାତ୍ ଆଜି ଏହା ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି ।

5-Digital Booking Started in Nandankanan: ଆଉ କିଛି ଦିନ ପରେ ରାଜ୍ୟରେ ଆରମ୍ଭ ହେବ ଶୀତର ଲହରୀ । ତେବେ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ନନ୍ଦନକାନନ (Nandankanan) ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ଟିକେଟ୍ ପାଇଁ ଆଉ ଲାଗିବନି ଲମ୍ବା ଲାଇନ । ହ୍ବାର୍ଟସଆପ (whatsapp) ଜରିଆରେ ବୁକ ହେବ ଟିକେଟ୍ ।

6-Murder In Ganjam: ଗଞ୍ଜାମ ଖଲ୍ଲିକୋଟ ବ୍ଲକ ବଡରାମପଲ୍ଲୀ ଗାଁ ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକ ଜଣକ ହେଉଛନ୍ତି କୋମଣ୍ଡ ଗାଁର କେ ପଦ୍ମ ରେଡି ବୋଲି ଜଣାପଡିଛି । ସେହିପରି ଗୁରୁତର ଯୁବକ ଜଣଙ୍କ ଗୁଡିଝର ଗାଁର ନୃସିଂହ ନାଥ ପଣ୍ଡା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

7- Odisha News: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୨୯ଟି ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ଓଏଏସ୍ ଅଫିସରମାନଙ୍କୁ ରାଜ୍ୟ ସରକାର  ରିଲିଭ୍ କରିବା ସହ ୨୫ ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଚଳିତବର୍ଷ ଜାନୁୟାରୀରୁ ଅକ୍ଟୋବର ମାସ ମଧ୍ୟରେ ୮ଟି ବଦଳି ନିର୍ଦ୍ଦେଶକୁ ପାଳନ ନକରି ଯେଉଁ ଓଏଏସ୍ ଅଫିସରମାନେ ଏପର୍ଯ୍ୟନ୍ତ ରିଲିଭ୍ ହୋଇନାହାନ୍ତି, ସେମାନଙ୍କୁ ବିଭାଗ ପକ୍ଷରୁ ରିଲିଭ୍ କରାଯାଇଛି । ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

8- Asian Para Games: ଆଜିଠୁ ଚୀନରେ ଆରମ୍ଭ ହେବ ଏସିଆନ୍ ପାରା ଗେମ୍ସ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏସିଆନ ପାରା ଗେମ୍ସ । ଭାରତରୁ ମୋଟ ୩୦୯ ଜଣ ଆଥଲେଟ ଏଥିରେ ଭାଗ ନେଉଛନ୍ତି । 

9-IND vs NZ: ଚତ୍ମକାର ପ୍ରଦର୍ଶନ ଫଳରେ ଦିନିକିଆ ବିଶ୍ୱକପ ୨୦୨୩ର (World Cup 2023) ୪ଟି ମ୍ୟାଚ୍ ରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ତିଆ । ଆଜି ଦଳ ନ୍ୟୁଜିଲାଣ୍ଡ (IND vs NZ) ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ । ଏହି ମ୍ୟାଚ୍ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ (Dharamshala HPCA Stadium) ଖେଳାଯିବ। କିନ୍ତୁ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ (Team India) ଲାଗିଛି ଦୁଇଟି ବଡ଼ ଝଟକା । ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (Hardik Pandya) ପରେ ଏବେ ଆହତ କାରଣରୁ ଦଳରୁ ବାଦ ପଡି଼ଛନ୍ତି ଦୁଇ ଖେଳାଳି।

10-IND vs NZ Match:  ଚଳିତ ବିଶ୍ବକପ୍ ମହାସମରର ମୋଷ୍ଟ ହାଇଭୋଲଟେଜ ମ୍ୟାଚରେ ଆଜି ପରସ୍ପରକୁ ଟକ୍କର ଦେବେ ଭାରତ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ ନିଜ ନିଜର ସମସ୍ତ ୪ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଉଭୟ ଦଳ ଟପ୍ ଫର୍ମରେ ଅଛନ୍ତି ।