Top 10 News: ବାତ୍ୟା 'ଦାନା' କୁ ନେଇ ତତ୍ପର ସରକାର ଓ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...
Advertisement
Article Detail0/zeeodisha/odisha2483458

Top 10 News: ବାତ୍ୟା 'ଦାନା' କୁ ନେଇ ତତ୍ପର ସରକାର ଓ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...

Top 10 News: ବାତ୍ୟା 'ଦାନା' କୁ ନେଇ ତତ୍ପର ସରକାର ଓ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...

Top 10 News: ବାତ୍ୟା 'ଦାନା' କୁ ନେଇ ତତ୍ପର ସରକାର ଓ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...

1.Cyclone: ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର। ଅତିରିକ୍ତ ୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ଟିମ୍ ମୁତୟନ ଆଇନଶୃଙ୍ଖଳା ଏଡ଼ିଜିଙ୍କୁ ଚିଠି ଲେଖି ଅଵଗତ କରିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା।

2.Cyclone Update: କଟକ ମହାନଗର ନିଗମ ତାର ବାତ୍ୟା ସୁରକ୍ଷା ବ୍ୟବସ୍ଥା  ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲା। ଏହି ବୈଠକରେ ସମସ୍ତ ୱାର୍ଡର କର୍ପୋରେଟର, ସିଏମ୍ ସି ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ ।ପ୍ରସ୍ତୁତି ନେଇ ତଥ୍ୟ ରଖିଲେ  CMC ମେୟର ଶ୍ରୀଯୁକ୍ତ ସୁବାସ ସିଂ ଓ କମିଶନର ଅନାମ ଚରଣ ପାତ୍ର। କଟକର ତଳିଆ ଅଞ୍ଚଳ ତଥା ଜଳବନ୍ଦୀ ସମ୍ଭାବନା ଥିବା ପଏଣ୍ଟ ଗୁଡ଼ିକୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ୱାର୍ଡ ର କର୍ପୋରେଟରମାନଙ୍କୁ କୁହାଯାଇଛି। ସେହିଭଳି ୮୧ ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି। 

3.Cyclone News: ସମ୍ଭାବ୍ୟ ବାତ୍ୟାକୁ ନେଇ ଶଙ୍କାରେ ପର୍ଯ୍ୟଟକ। ବାତ୍ୟା ଭୟ ପାଇଁ ଆଗୁଆ ପୁରୀ ଛାଡ଼ିଲେ ଶହ ଶହ ସଂଖ୍ୟକ ପର୍ଯ୍ୟଟକ। ପୂଜା ଛୁଟି କାଟିବାକୁ ପୁରୀ ଆସିଥିବା ହଜାର ହଜାର ଭକ୍ତ ,ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏବେ ସମ୍ଭାବ୍ୟ ବାତ୍ୟା କୁ ନେଇ ଭୟଭୀତ।ବିଭିନ୍ନ ହୋଟେଲ , ଲଜ୍ ଓ ଧର୍ମଶାଳାରେ ରହି ପୁରୀରେ ଛୁଟି କାଟୁଥିବା ଏହି ପର୍ଯ୍ୟଟକମାନଙ୍କ ମନରେ ବାତ୍ୟା ଖବର ଶୁଣି ଛନକା ପଶିଛି। 

4.Cyclone Dana Update: ଆସୁଛି ବଡ଼ ବାତ୍ୟା 'ଦାନା'। କେନ୍ଦ୍ରାପଡା ଜିଲ୍ଲା ରାଜନଗର ଓ ଭିତରକନିକାରେ ମାଡ଼ ହେବ ବାତ୍ୟା ଦାନା। ୨୪ ତାରିଖ ଅର୍ଥାତ୍ ଗୁରୁବାର  ରାତିରେ ଛୁଇଁବ।  ସ୍ଥଳଭାଗରେ ପ୍ରବେଶ କଲା ବେଳେ ବାତ୍ୟା ଭୀଷଣ ରୂପରେ ଥିବା ଘଣ୍ଟା ପ୍ରତି ୧୧୦ ରୁ  ୧୨୦ କିମି ବେଗରେ ପବନ ଧକ୍କା ଦେବ। ଭିତରକନିକାରେ ତାଣ୍ତବ ରଚାଇ ଭଦ୍ରକ ଜିଲ୍ଲାରେ ପଶିବ। ଯାଜପୁର , କେନ୍ଦୁଝର ଦେଇ ମୟୂରଭଂଜ ଦିଗରେ ମୁହାଁଇବ।

5.Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଆୟ ବହିଃଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିପ ଇଞ୍ଜିନିୟର ଏଣ୍ଡ ବେସିନ ମେନେଜର (ବୈତରଣୀ ବେସିନ)ର କୈଳାସ ଚନ୍ଦ୍ର ସାହୁ । କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟିତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନତୀର ଅନେକ ଅଭିଯୋଗ ହୋଇ ଆସୁଥିଲା ।

6.Kolkata RG Kar Case:   ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନେ ରାଜ୍ୟର ସମସ୍ତ ଡାକ୍ତରଖାନାରେ ଧର୍ମଘଟ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବୈଠକର କିଛି ଘଣ୍ଟା ପରେ ସୋମବାର ସନ୍ଧ୍ୟାରେ ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନେ ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଅଭିଯୋଗକୁ ନେଇ ଏକ ସପ୍ତାହ ଧରି ଚାଲିଥିବା ଭୋକ ଉପାସକୁ ବନ୍ଦ କରି ଦେଇଛନ୍ତି। ମଙ୍ଗଳବାର ଠାରୁ ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଡାକ୍ତରମାନେ ସେମାନଙ୍କ ପ୍ରସ୍ତାବିତ ଧର୍ମଘଟକୁ ବନ୍ଦ କରି ଦେଇଛନ୍ତି। 

7.BJD MLA: ଭୁବନେଶ୍ୱର: ବାପା ଥିଲେ ମହାରଥୀ। ପୁଅମାନେ ବାପାଙ୍କ ରାଜନୀତିକ ରାସ୍ତାକୁ ଆପଣାଇ ଶରଣ ପଶିଥିଲେ କଟୁଆଳଙ୍କର। ଏବେ ନା କଟୁଆଳ ଅଛନ୍ତି ନା ବାପା।  ନା କ୍ଷମତା ଅଛି ନା ସମ୍ମାନ।  ଏଣୁ କେଉଁ କୂଳର ହେବେ, କୁଆଡ଼କୁ ଯିବେ ସେ  ଚିନ୍ତାରେ। ବିଜେଡିରେ ଏକଦା କ୍ଷମତାଶାଳୀ ଥିବା ମନ୍ତ୍ରୀ ବାପାଙ୍କ ପୁଅମାନଙ୍କ ଅବସ୍ଥା ଠିକ୍‍ ଏମିତି ହୋଇଛି। ଏଣୁ ଏକାଠି ବସି ଦାୟାଦ ବଞ୍ଚାଇବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି। ଏହିକ୍ରମରେ ଏକ ଫଟୋ ସୋଶାଲ୍‍ ମିଡିଆରେ ଭାଇରାଲ ହେଉଛି, ଯାହା ସୂଚନା ଦେଉଛି ଯେ ଏହି ବାପା ଛେଉଣ୍ଡ ନେତାମାନେ ନିଜ ଓଜନ ବଢ଼ାଇବାକୁ ଏକାଠି ହୋଇଛନ୍ତି।

8.Odisha News:ଓଡିଶାରେ ପ୍ରଥମ କରି ପାରାଦୀପରେ ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଛି ''କାଇଟ୍ ସର୍ଫିଂ''। ପାରାଦୀପ ଲାଇଟହାଉସ୍ ନିକଟସ୍ଥ ସମୁଦ୍ର ବେଳାଭୂମିରେ ଏହି କାଇଟ୍ ସଫିଂ ପରୀକ୍ଷା ମୁଳକ ଭାବରେ ଆରମ୍ଭ କରିଛନ୍ତି ଓଡ଼ିଶାର ସ୍କୁବା ଡାଇଭର୍ ସବିର ବକ୍ସ। ଏହି କାଇଟ୍ ସଫିଂ ଓଡ଼ିଶାର ପ୍ରଥମ କରି ପାରାଦୀପ ସମୁଦ୍ର ବେଳାଭୂମି ରେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଉଛି। ଏହି କ୍ରୀଡା ଦେଶ ବିଦେଶରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ବେଳେ ଏହି କାଇଟ୍ ସଫିଂ ଖେଳ ଅଲମ୍ପିକ୍ସ ଖେଳ ତାଲିକା ରେ ସ୍ଥାନ ପାଇଛି।

9.Crime News: (ପ୍ରେମାନନ୍ଦ ପୂଜାରୀ) ଗତ କିଛି ଦିନ ହେବ ଗଜପତି ଜିଲାବାସୀଙ୍କ ନିଦ ହଜାଇବା ସହ ପୁଲିସ ଆଖିକୁ ଚଖମା ଦେଇଆସୁଥିବା ଏକ ଲୁଟେରା ଦଳ କୁ ଗିରଫ କରିଛି ପୋଲିସ । ଗୋଟିଏ ଦଳରେ ଥିବା ଜଣକୁ ପୋଲିସ ଗିରଫ କରିଥିବା ବେଳେ ଗିରଫ ଅଭିଯୁକ୍ତ ମାନେ ହେଲେ ନବରଙ୍ଗପୁର ଜିଲା ପାପଡହାଣ୍ଡି ଥାନା ତୁରୁମୁଲା ଗାଁର ପ୍ରତାପ ଜାନୀ (୨୦), ତାଙ୍କ ସ୍ତ୍ରୀ ସରସ୍ବତୀ ଜାନୀ(୨୧) ଏବଂ ବାବାଜୀଗୁଡା ଗାଁର ଦେବରାଜ ମାଝୀ ଓରଫ ଶିବୁ(୨୦) ଏବଂ ତାଙ୍କ ସ୍ତ୍ରୀ ଗୌରୀ ଜାନୀ (୨୦) । 

10. Parineeti Chopra: ଅକ୍ଟୋବର ୨୨ ତଥା ଆଜି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଜନ୍ମଦିନ। ଆଜି ସେ ୩୬ ବର୍ଷ ବୟସରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନକୁ ସ୍ପେଶାଲ କରିବା ପାଇଁ ତାଙ୍କ ସ୍ୱାମୀ ତଥା ରାଜନେତା ରାଘବ ଚଡ୍ଡା ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ କ୍ୟାପସନ୍ ସହ ପରିଣୀତିଙ୍କ ସହ ଫଟୋ ସେୟାର କରିଛନ୍ତି। ରାଘବ କ୍ୟାପସନରେ ଲେଖିଛନ୍ତି, "ଆପଣଙ୍କ ହସ, ଆପଣଙ୍କ ସ୍ୱର, ଆପଣଙ୍କ ସୌନ୍ଦର୍ଯ୍ୟ, ଆପଣଙ୍କ ଅନୁଗ୍ରହ - ବେଳେବେଳେ ମୁଁ ଆଶ୍ଚର୍ଯ୍ୟ ହୋଇଯାଏ ଯେ ଭଗବାନ କିପରି ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଏତେ ଯାଦୁକୁ ଫିଟ୍ କରନ୍ତି। ମୁଁ ଆଶା କରୁଛି ଆପଣଙ୍କ ସମସ୍ତ ସ୍ୱପ୍ନ ସାକାର ହେବ। ପାରୁ, ମୋର ସବୁଠାରୁ ମୂଲ୍ୟବାନ ଉପହାର, ଏବଂ ମୁଁ ତୁମକୁ ଆହୁରି ଅଧିକ ହସାଇବା ପାଇଁ ମୁଁ ସବୁକିଛି କରିବି, ମୋର ରାଜକୁମାରୀ।