Top 10 news Headlines : ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1957308

Top 10 news Headlines : ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

ଭୁବନେଶ୍ୱର, କଟକ ପ୍ରଦୂଷିତ: ଦୀପାବଳିରେ ବିଷାକ୍ତ ହେଲା ଟ୍ୱିନ ସିଟି। ସାଂଘାତିକ ହେଲା କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ସ୍ଥିତି। ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ରେକର୍ଡ ଛୁଇଁଥିଲା। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ୯୯୯ ଥିଲା ବେଳେ ପଟିଆ ଅଞ୍ଚଳରେ ୬୭୬ ରେକର୍ଡ କରାଯାଇଛି। ସେହିଭଳି କ

Top 10 news Headlines : ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
  1. Top 10 news Headlines : ଭୁବନେଶ୍ୱର, କଟକ ପ୍ରଦୂଷିତ: ଦୀପାବଳିରେ ବିଷାକ୍ତ ହେଲା ଟ୍ୱିନ ସିଟି। ସାଂଘାତିକ ହେଲା କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ସ୍ଥିତି। ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ରେକର୍ଡ ଛୁଇଁଥିଲା। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ୯୯୯ ଥିଲା ବେଳେ ପଟିଆ ଅଞ୍ଚଳରେ ୬୭୬ ରେକର୍ଡ କରାଯାଇଛି। ସେହିଭଳି କଟକରେ ରାତି ଗୋଟାଏରେ ପ୍ରଦୂଷଣ ସ୍ତର ୮୮୨ ରେକର୍ଡ ହୋଇଥିଲା।
  2. ନିଜ ଜମି ଦାନ କରିଦେଲେ ଡାକ୍ତର ଚନ୍ଦାନୀ: ପୁଣି ଥରେ ଚର୍ଚ୍ଚାରେ ଟଙ୍କିକିଆ କ୍ଲିନିକର ମାଲିକ ଡାକ୍ତର ଶଙ୍କର ରାମ ଚନ୍ଦାନୀ । ନିଃସ୍ବାର୍ଥ ରୋଗୀ ସେବା ଓ ଗରିବଙ୍କ ସେବା ପାଇଁ ସବୁବେଳେ ତତ୍ପର ଥିବା ଏହି ଡାକ୍ତର ପୁଣି ଥରେ ରାଜ୍ୟବାସୀଙ୍କ ହୃଦୟ ଜିତିଛନ୍ତି । କାହିଁକିନା, ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଥିବା ଏହି ଡାକ୍ତର ବରଗଡ଼ ସ୍ଥିତ ପଦ୍ମପୁରରେ ଥିବା  ନିଜ ପାଞ୍ଚ ଡିସିମିଲ୍ ଜମିକୁ ବୃଦ୍ଧାଶ୍ରମକୁ ଦାନ କରିବାକୁ ନିଷ୍ପତି ନେଇଛନ୍ତି । ଏହି ୫ ଡିସିମିଲ୍ ଜମି ତାଙ୍କର ଶେଷ ସମ୍ପତ୍ତି। ଏନେଇ ସେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।  ତେବେ, ଡାକ୍ତରଙ୍କ ଏହି ମହାନ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୁରି ଭୁରି ପ୍ରଂଶାସ କରୁଛନ୍ତି। 
  3. ଦୀପାବଳିରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଗୋରୁ ଜୀବନ୍ତ ଦଗ୍ଧ: ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା। ପୁରୀ କୃଷ୍ଣପ୍ରସାଦ ବାଲିପାଟପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ପୋଡିଗଲା ୬ ବଖରା। ଏହା ସହ ଅମଳ ହୋଇ ରଖା ଯାଇଥିବା ୪୦ ବସ୍ତା ଧାନ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଖାଲି ସେତିକି ନୁହେଁ, ଅଗ୍ନିକାଣ୍ଡରେ ୬ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥି ସହ ଘରର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। କାଲି ପୟାଶ୍ରାଦ୍ଧ ଥିବାରୁ ଘରର ସମସ୍ତ ଲୋକେ ପୟା ଡାକି ରାତି ୧୧ଟା ସମୟରେ ଶୋଇ ପଡ଼ିଥିଲେ। ଏହି ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା।
  4. କଂଗ୍ରେସର ତୁଳସୀ ଯାତ୍ରା: ଡିସେମ୍ବର ୧ରେ କଂଗ୍ରେସ ସାରା ରାଜ୍ୟରେ କରିବ ‘ତୁଳସୀ ଯାତ୍ରା’ । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲିବା ଦାବିରେ ସବୁ ପଞ୍ଚାୟତରୁ ତୁଳସୀ ଆସି ପୁରୀ ବଡଦାଣ୍ଡରେ ପହଞ୍ଚିବ । ଏନେଇ ପ୍ରେସମିଟରେ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
  5. ଟନେଲ ଭିତରେ ୫ ଓଡ଼ିଆ: ଉତ୍ତରକାଶୀରେ ଭୁଶୁଡ଼ିଥିବା ଟନେଲ ମଧ୍ୟରେ ୪୦ ଶ୍ରମିକଙ୍କ ମଧ୍ୟରେ ୫ ଓଡ଼ିଆ ଶ୍ରମିକ ରହିଥିବା ସୂଚନା ରହିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଓଡ଼ିଶାରେ ବର୍ତ୍ତମାନ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଛି। ଫସି ରହିଥିବା ଶ୍ରମିକ ମାନେ ସୁରକ୍ଷିତ ରହିଥିବା ଖବର ସାମ୍ନାକୁ ଆସିଛି। ତେବେ ଫସି ରହିଥିବା ଶ୍ରମିକଙ୍କ ପରିଚୟ ମିଳିଛି। ସେମାନେ ହେଲେ ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଂଜର ବିଶ୍ବେଶ୍ବର ନାୟକ, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ। ସେପଟେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି ସେନା। 
  6. ତୃତୀୟ ବିଶାଳ ଅର୍ଥନୀତି: ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବିଶାଳ ଅର୍ଥନୀତି ହେବାକୁ ଯାଉଛି। ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ସହ ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ ସେମାନଙ୍କ ରିପୋର୍ଟରେ ଏହା ଦର୍ଶାଇଛନ୍ତି। ୨୦୨୭ ସୁଦ୍ଧା ୫ ଟ୍ରିଲିୟନ ଆମେରିକୀୟ ଡଲାରର ଜିଡିପି ଭାରତକୁ ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ୍ଟରେ ଏକ ପ୍ରମୁଖ ଅର୍ଥନୀତି ଭାବରେ ସ୍ଥାନିତ କରିଛି।
  7. ଭାରତ ବିରୁଦ୍ଧରେ କହିଲେ ଟ୍ରୁଡ୍ୟୁ: ପୁଣିଥରେ ଭାରତ ବିରୁଦ୍ଧରେ ଉଗାରିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ। ତାଙ୍କ ଦେଶ କାନାଡ଼ା, ଭାରତ ବିରୁଦ୍ଧରେ ‘ଯୁଦ୍ଧ’ ଚାହୁଁନାହିଁ ବୋଲି କହିବା ସହ ସେମାନେ  ବିଭିନ୍ନ୍ ଗମ୍ଭୀର ମାମଲାରେ ଏକାଠି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।  ୪୦ ଜଣ କାନାଡ଼ା ରାଷ୍ଟ୍ରଦୂତଙ୍କୁ ଭାରତ ଛାଡ଼ିବାକୁ କହିବା ଭିଏନା ଘୋଷଣାନାମା ବିରୁଦ୍ଧାଚାରଣ କରୁଛି ବୋଲି ସେ କହିଛନ୍ତି। ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ଘଟଣାରେ ଭାରତର ହାତ ଥିବା ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନରତିକ ତିକ୍ତତା ଲାଗି ରହିଛି। 
  8. ଅଲମ୍ପିକ ପାଇଁ ଧୀରଜ ଯୋଗ୍ୟ:  ଭାରତୀୟ ତୀରନ୍ଦାଜ ଧୀରଜ ବୋମ୍ବଦେବରା ପ୍ୟାରିସ୍‍ ଅଲମ୍ପିକ୍‍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବ୍ୟାଙ୍କକ୍‌ରେ ଆୟୋଜିତ ଏସିଆନ୍‌ କଣ୍ଟିନେଣ୍ଟାଲ ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟରେ ୨୨ ବର୍ଷୀୟ ଧୀରଜ ରୌପ୍ୟ ପଦକ ଜିତିବା ସହ ପ୍ୟାରିସ୍‌ ଅଲିମ୍ପିକ୍‌ସରେ ଭାଗ ନେବାକୁ ଯୋଗ୍ୟତା ହାସଲ କରିଛନ୍ତି। 
  9. ଦୀପାବଳି ପରେ ଆହୁରି ବିଗିଡ଼ିଲା ଦିଲ୍ଲୀ ବାୟୁ: ଦିଲ୍ଲୀ ବାୟୁ ମାନକୁ ଆହୁରି ଖରାପ ହୋଇଛି। ସୁପ୍ରିମ୍‍ କୋର୍ଟଙ୍କ ନିଷିଦ୍ଧାଦେଶ ପରେ ବି ଦିଲ୍ଲୀ ଓ ଏନ୍‍ସିଆରର ବିଭିନ୍ନ ଅଞ୍ଚଳରେ ବାଣ ଫୁଟାଯିବା ହେତୁ ବାୟୁ ମାନକ ୯୬୯ରେ ପହଞ୍ଚିଛି। ଏହା ଦ୍ୱାରା ଘର ବାହାରେ ଏକ ଦୂଷିତ ବାୟୁ ବଳୟ ଘେରି ରହିଛି। କିଛି ମିଟର ପରେ ରାସ୍ତା ଦୃଶ୍ୟମାନ ହେଉନାହିଁ।
  10. କଂଗ୍ରେସ ଜିତିଲେ ୧୫ ହଜାର ଟଙ୍କା: ଛତିଶଗଡ଼ରେ କଂଗ୍ରେସ ଏହାର ଘୋଷଣାପତ୍ରରେ ଆଉ ଏକ ବିନ୍ଦୁ ସଂଯୋଗ କରିଛି। ଏଥିରେ କୁହାଯାଇଛି ଯେ, ଯଦି ପୁଣିଥରେ ଛତିଶଗଡ଼ରେ କଂଗ୍ରେସ ସରକାର ଆସେ ତେବେ ମହିଳାମାନଙ୍କୁ ବର୍ଷକୁ ୧୫ ହଜାର ଟଙ୍କର ସହାୟତା ରାଶି ମିଳିବ। ଏହାକୁ ଛତିଶଗଡ଼ ଗୃହଲକ୍ଷ୍ମୀ ଯୋଜନା ନାମରେ ନାମିତ କରାଯାଇଛି। ପୂର୍ବରୁ ଏହି  ପ୍ରତିଶୃତି ଉଲ୍ଲେଖ ନଥିଲା। କିନ୍ତୁ ବିଜେପି ଏହାର ଘୋଷଣାପତ୍ରରେ ବିବାହିତା ମହିଳାମାନଙ୍କୁ ବର୍ଷକୁ ୧୨ ହଜାର ଟଙ୍କା ଦେବାକୁ ଘୋଷଣା କରିବା ପରେ କଂଗ୍ରେସ ଏହାର ଜବାବରେ ଏପରି ଯୋଜନା ଘୋଷଣା କରିଛି।