Top 10 News Today: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଝଟକା, ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2205337

Top 10 News Today: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଝଟକା, ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଝଟକା, ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଝଟକା, ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: 

01-  ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆସିଛି ବଡ଼ ଖବର। ଅପ୍ରେଲ ୧୫ ତାରିଖ ସୋମବାର ଅପ୍ରେଲ ଦିଲ୍ଲୀ ସ୍ଥିତ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ସ୍ୱତନ୍ତ୍ର ଜଜ୍ (ପିସି ଆକ୍ଟ) କାଭେରୀ ବାୱେଜା ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୩ ତାରିଖରେ ଭିଡିଓ କନଫରେନ୍ସ ଯୋଗେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଦାଲତରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

02- ବିଜେଡିରୁ ଇସ୍ତଫା ଦେଇଛନ୍ତି ଚିତ୍ତରଞ୍ଜନ ମଣ୍ଡଳ । ସେ ବିଜେଡିର ରାଜ୍ୟ ସମ୍ପାଦକ ଏବଂ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ଭାବେ କାର୍ଯ୍ୟ କରୁଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ନିଜର ଇସ୍ତଫା ପଠାଇଥିବା ସୂଚନା ମିଳିଛି । ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ଚିତ୍ତରଞ୍ଜନ । କିନ୍ତୁ ଦଳ ତାଙ୍କୁ ସୁଯୋଗ ନଦେବାରୁ ସେ ଦଳ ଛାଡିଛନ୍ତି ବୋଲି ସୂଚନା ମିଳିଛି ।

03- ରୁଷ୍‌ ଅଧିକୃତ ଏକ ସହର ଉପରେ ଆଜି ସକାଳେ ୟୁକ୍ରେନ୍‌ ଆକ୍ରମଣ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ରୁଷ୍‌ ସେନାର ବରିଷ୍ଠ ଅଧିକାରୀ ୟେଭେଗ୍ନି ବାଲ୍‌ଟ୍‌ସ୍କି ଏନେଇ‌ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ୍‌ରେ ସୂଚିତ କରିଛନ୍ତି। ସେ କହିଛନ୍ତି, ଶୁକ୍ରବାର ରାତିରୁ ‌ରୁଷ୍‌ ସେନାବାହିନୀ ଅବସ୍ଥିତ ଥିବା ଟୋକ୍‌ମାକ୍‌ ସହର ଓ ୟୁକ୍ରେନ୍‌ର ଦକ୍ଷିଣପ୍ରାନ୍ତର ଅଧିକୃତ ଜାପୋରି ଝିଆରେ ୟୁକ୍ରେନ୍‌ ପକ୍ଷରୁ ବୋମାମାଡ଼ ହୋଇଛି। ଏଥିରେ ୨୦ଜଣ ଆହତ‌ ହୋଇଥିବା ବେଳେ ୧୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରବିବାର ଜାପୋରିଝାଝିଆରେ ହୋଇଥିବା ‌ବୋମାମାଡ଼ରେ ୧୬ଜଣଙ୍କ ମୃତ୍ୟୁ ଘଟିଛି।

04- ଓଡିଶା ଉପକୂଳରେ ଆଜିଠାରୁ ମାଛଧରା ନିଷେଧ। ଏମିତି କି, ନଦୀ ମୁହାଣ ଗୁଡିକରେ ମଧ୍ଯ ମାଛ ଧରା ଉପରେ ଲାଗିଲା ଅଙ୍କୁଶ। ଜୁନ୍ ୧୪ ଯାଏଁ ଅର୍ଥାତ ୬୧ ଦିନ ପାଇଁ ଏହି କଟକଣା ଲାଗୁ କରାଯାଇଛି । ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଛନ୍ତି। କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ବର,  ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି ଦିଆଯାଇଛି । ଓମ୍ଫ୍ରା ଆକ୍ଟ ବା ଓଡିଶା ମେରାଇନ ଫିସିଂ ରେଗୁଲେସନ ଆକ୍ଟର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

05- ବିଜେପିରେ ମିଶିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ  । ବିଜେଡିରୁ ଟିକେଟ୍ ନମିଳିବା ପରେ ସେ କିଛି ଦିନ ତଳେ ଦଳରୁ ଇସ୍ତଫା ଦେଇଥିଲେ । ତାଙ୍କ ସହ ତାଙ୍କ ସ୍ବାମୀ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡ଼ିର ଜଣେ ଦକ୍ଷ ନେତ୍ରୀ ଭାବେ ବେଶ ଜଣାସୁଣା ଥିଲେ ଜ୍ୟୋତି ପାଣିଗ୍ରାହୀ । ଦଳ ତାଙ୍କୁ ସୁନ୍ଦରଗଡ଼ର ପର୍ଯ୍ୟବେକ୍ଷକ ଦାୟିତ୍ବ ମଧ୍ଯ ଦେଇଥିଲା । ହେଲେ ଗତ ଗୁରୁବାର ଅର୍ଥାତ୍ ଏପ୍ରିଲ ୧୧ରେ ଜ୍ୟୋତି ଦଳରୁ ଇସ୍ତଫା ଦେଇଥିଲେ ।

06- ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ବିଆରଏସ ନେତ୍ରୀ କେ. କବିତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ସୋମବାର ଦିଲ୍ଲୀ କୋର୍ଟ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନିକଟରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଥିଲା ସିବିଆଇ ।

07- କୋରାପୁଟ ଜିଲ୍ଲା ପାଡୁଆ ପୋଲିସକୁ ସଫଳତା। ଚୋରା ଚାଲାଣ ପାଇଁ ରଖା ଯାଇଥିବା ସମୟରେ ୬୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ। ଗତକାଲି ପେଟ୍ରୋଲିଙ୍ଗ ସମୟରେ ଏସଆଇ ବେନିଆ, ଏଏସଆଇ ଆର. ଏଚ୍ ମାଡକାମି ଏବଂ ପିଏସ୍ କର୍ମଚାରୀମାନେ ବାଡେଲ ଜିପି ଅଧୀନରେ ଥିବା ଗୋଡିପୁଟ ଜଙ୍ଗଲ ଉପରେ ଚଢାଉ କରିଥିଲେ । ଏବଂ ୬୦୨  କିଲୋ ଗଞ୍ଜା ଜବତ କରିବାରେ ସଫଳ ହୋଇଥିଲେ। ୨୬ ଟି ଜରି ପ୍ୟାକରେ ରଖାଯାଇଥିଲା ଚୋରା ଚାଲାଣ ପାଇଁ। ଅଭିଯୁକ୍ତମାନେ ସେହି ଗଞ୍ଜେଇ ଜରି ବସ୍ତାକୁ ରଖିଥିଲେ। ପରବର୍ତ୍ତୀ ସମୟରେ ଏହା ବିକ୍ରୟ ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଚୋରା ଚାଲାଣ କରି ଥାଆନ୍ତେ। ସମସ୍ତ ଗଞ୍ଜେଇକୁ ଜବତ କରିଥିଲେ। ଜବତ ପରେ ପୋଲିସ ପକ୍ଷରୁ ପାଡୁଆ ଥାନା ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

08- ବୌଦ୍ଧ ଜିଲ୍ଲା ରାଣୀପଦର ଘାଟିରେ ଘଟି ଯାଇଛି ଭୟଙ୍କର ଦୁର୍ଘଟଣା। ଘାଟିରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଉ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି। 

09-  ରବିବାର ଭୋରରୁ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରକୁ ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ନେଇ ଖବର ସମ୍ନାକୁ ଆସିଥିଲା । ଏ ଘଟଣାରେ ମୁମ୍ବାଇ ପୋଲିସ ଛାନଭିନ୍ କରୁଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି ୨ ଦୁର୍ବୃତ୍ତଙ୍କ ଫଟୋ । ଦୁଇ ଜଣ ଗୁଳିମାଡ଼କାରୀଙ୍କ ମଧ୍ୟରୁ ଜଣେ ହରିଆଣାର ଗୁରୁଗ୍ରାମର ଗ୍ୟାଙ୍ଗଷ୍ଟର ବିଶାଳ ରାହୁଲ ଓରଫ କାଳୁ ବୋଲି ଜଣାପଡ଼ିଛି । ସେପଟେ ପୋଲିସ ବାଇକ୍‌କୁ  ଜବତ କରିଥିବା ବେଳେ ଦୁଇ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।

10- ରାଜ୍ୟରେ ଧିରେ ଧିରେ ତାତି ଭୀଷଣ ହେବାରେ ଲାଗିଛି । ଆଜି ଅପରାହ୍ଣ ୨ଟା ୩୦ ସୁଦ୍ଧା ୪୧ ଡିଗ୍ରୀ ପାର କରିଛି ରାଜ୍ୟର ହେଲା ୪ଟି ପ୍ରମୁଖ ସ୍ଥାନ । ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିବାବେଳେ ତାପମାତ୍ରା ରହିଛିୃ ୪୧.୨°C । ସେହିପରି ଚାନ୍ଦବାଲିରେ ୪୧.୧°C, ଝାରସୁଗୁଡାରେ ୪୧°C, ବାଲେଶ୍ୱରରେ ୪୦°C ରେକର୍ଡ କରାଯାଇଛି । ୪୦ ଡିଗ୍ରୀ ତଳକୁ ହୀରାକୁଦରେ ୩୯.୫°C, ସମ୍ବଲପୁରରେ ୩୯.୪°C, ରାଉରକେଲାରେ ୩୯.୨°C, କେନ୍ଦୁଝରରେ ୩୮.୯°C, ଗୋପାଳପୁରରେ ୩୫.୫°C, ପାରାଦୀପରେ ୩୫.୨°C, ପୁରୀରେ ୩୫°C ତାପମାତ୍ରା ରହିଛି । ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି । ତଥା ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡ଼ିଗ୍ରୀ ଯାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।

Also Read- Ayushman Bharat Yojana: ଏହି ଲୋକଙ୍କୁ ମିଳିବ ବିଶେଷ ଲାଭ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା