Top 10 News Today: ତାପମାତ୍ରା ପୁଣି ଛୁଇଁଲା ୪୦, ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2203898

Top 10 News Today: ତାପମାତ୍ରା ପୁଣି ଛୁଇଁଲା ୪୦, ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ତାପମାତ୍ରା ପୁଣି ଛୁଇଁଲା ୪୦, ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ତାପମାତ୍ରା ପୁଣି ଛୁଇଁଲା ୪୦, ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today:

01- ପବିତ୍ର ଚଇତି ପର୍ବ ପାଇଁ କେନ୍ଦୁଝର ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଆଜି ପ୍ରବଳ ଜନ ସମାଙ୍ଗମ ଦେଖିବାକୁ ମିଳିଛି । ଏପ୍ରିଲ ୯ ତାରିଖ (ମଙ୍ଗଳବାର) ଦିନରୁ ମାଆଙ୍କ ପୀଠରେ ଚଇତି ପର୍ବ ପାଳନ ହୋଇ ଆସୁଥିବା ସମୟରେ ଆଜି ତାହା ଉଦଯାପନୀ ହେବ । ତେଣୁ ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ଭଳି ପବିତ୍ର ଦିବସରେ ମାଆଙ୍କ ଦର୍ଶନ କରି ଆଶିଷ ଲଭିବାକୁ ଦୂରଦୂରାନ୍ତରୁ ଭକ୍ତମାନେ ଘଟଗାଁରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି ।

02- ଲୋକସଭା ନିର୍ବାଚନ ପାଇଁ ରବିବାର ବିଜେପି ମୁଖ୍ୟାଳୟରେ ‘ସଂକଳ୍ପ ପତ୍ର’ ନାଁରେ ଦଳର ଇସ୍ତାହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 'ମୋଦି କୀ ଗ୍ୟାରେଣ୍ଟି ୨୦୨୪' ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଥିବା ବେଳେ ଏଥର ଦେଶର ଯୁବଗୋଷ୍ଠୀ, ମହିଳା ବିଶେଷ କରି ଗରୀବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଖାସ୍ ଘୋଷଣା କରିଛନ୍ତି ।

03- ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରକୁ ଇରାନ ମିଶାଇଲ ମାଡ଼ କରିଛି ।  ଯାହାଫଳରେ ମଧ୍ୟ ପ୍ରାଚ୍ୟରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ପ୍ରାୟ ୨୦ ବର୍ଷ ହେବ ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ବିବାଦ ବର୍ତ୍ତମାନ ଉଗ୍ର ରୂପ ଧାରଣ କରିଥିବା ଦେଖିବାକୁ ମିଳିଛି । ଫଳରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଗତ କାଲି ଇରାନ ଇସ୍ରାଏଲ ଉପରକୁ ପ୍ରାୟ ୨ଶହରୁ ଅଧିକ ଡ୍ରୋନ ଏବଂ ମିଶାଇଲ ମାଡ଼ କରିଥିବା ଜଣାପଡିଛି। ଏଥିସହ ଇସ୍ରାଏଲ ସେନାର ଡିଫେନ୍ସ ସିଷ୍ଟମ ଅଧିକାଂଶ ମିଶାଇଲ ଓ ଡ୍ରୋନକୁ ଅକାମୀ କରି ଦେଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ପରେ ଇସ୍ରାଏଲ ପକ୍ଷରୁ ସମସ୍ତ ଏୟାର ସ୍ପେଶକୁ ବନ୍ଦ କରାଯାଇଛି । ଏଥିସହିତ ଇସ୍ରାଏଲ ବର୍ତ୍ତମାନ ନୋ ଫ୍ଲାଇଂ ଜୋନ୍‌ରେ ପରିଣତ ହୋଇଯାଇଛି।

04- ବରଗଡ଼ ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବସରେ ଥିବା ଯାତ୍ରୀ ମାନେ ପୁରୀରୁ ଦର୍ଶନ ସାରି ଛତିଶଗଡ଼ ବରୋଦା ଫେରିବା ନେଇ କାର୍ଯ୍ୟକ୍ରମ ରହିଥିଲା ।

05- ବଲିଉଡ୍ ଅଭିନେତା ସଲମାନ ଖାନ୍‌ଙ୍କ ଘର ବାହାରେ ଫୁଟିଲା ଗୁଳି। ରବିବାର ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଅଭିନେତାଙ୍କ ଘର ବାହାରେ ପ୍ରାୟ ୩ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି। ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳି ଚଳାଇଥିବା ଜଣାପଡ଼ିଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

06- ପଣାସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ ବିଭିନ୍ନ ଜାଗା ଆଖଡ଼ା ମାନଙ୍କରେ ପୂଜା ପାଠ କରାଯିବାର ଵିଧି ରହିଛି l ଜାଗା ଅଖାଡାରେ ନୂଆ କୌପନି ପରିଧାନ କରି ମହାବୀରଙ୍କ ପୂଜା କରିବା ସହ କୁସ୍ତି ଓ ମଲ୍ଲ ଯୋଦ୍ଧା ଅଭ୍ୟାସ କରିଥାନ୍ତି । ସେହିପରି ଶ୍ରୀମନ୍ଦିରରୁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମହାବୀର ମନ୍ଦିରକୁ ଆଜ୍ଞାମାଳ ବିଜେର ପରମ୍ପରା ରହିଥିବାବେଳେ ନୂତନ ଓଡ଼ିଆ କ୍ୟାଲେଣ୍ଡର ସହିତ ନୂତନ ପାଞ୍ଜି ପ୍ରଚଳନ ଆରମ୍ଭ ମଧ୍ୟ ହୋଇଥାଏ ।

07- ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାରେ ପ୍ରଶାସନ ଫେଲ ମାରିବା ପରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପଣା ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ୨ ଜଣ ପ୍ରତିହାରୀ ସେବକ ଶ୍ରୀମନ୍ଦିର ସିଂହଦ୍ବାରଠାରେ ନିୟୋଜିତ ହେବେ ବୋଲି ପ୍ରତିହାରୀ ନିଯୋଗ ନିଷ୍ପତ୍ତି ନେଇଛି ।

08- ସମ୍ବଲପୁରରେ ଓଡିଶା ଅଗ୍ନିଶମ ସହୀଦ ସପ୍ତାହ ପାଳନ । ଅଗ୍ନିଶମ ବିଭାଗ ତରଫରୁ ସମ୍ବଲପୁର ରିଜର୍ଭ ପୋଲିସ ଲାଇନ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଧାରଣ ନାଗରିକ ଙ୍କୁ ଫାୟାର ସେଫଟି କିଭଳି ଆହୁରି ସଚେତନ ହୋଇ ଜାଗାରୁକ ହେବେ ସେ ଦିଗରେ ସମସ୍ତଙ୍କୁ ସଚେତନତା କରାଯାଇଥିଲା । ମୁଖ୍ୟ ଅତିଥିଭାବେ ଉତ୍ତରାଞ୍ଚଳ IG ହିମାଂଶୁ ଲାଲ ଯୋଗ ଦେଇ ଏହି ଦିବସ ର ମହତ୍ୱ ଉପରେ ଆଲୋକପାତ କରିଥିଲେ ।

09- କାଳୁପଡା ଘାଟ ଜେଟି ନିକଟରେ ନଳ ବଣରେ ଅଗ୍ନିକାଣ୍ଡ। ନଳ ବଣରେ ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ଜଳଜୀବଙ୍କ ଜୀବନ। ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ କାଳୁପଡାଘାଟ ଜେଟିରେ ବାଲୁଗାଁ ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ପହଞ୍ଚିଛନ୍ତି। ସେଠାରୁ ଡ଼ଙ୍ଗାରେ ଚିଲିକା ଭିତରକୁ ଯାଇ ଡ଼ିଏଫଓ ଅମ୍ଲାନ ଅନୁଧ୍ୟାନ କରୁଛନ୍ତି। ସିଡିଏ ପକ୍ଷରୁ ମୋଟର ପମ୍ପ ଦ୍ଵାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ଡିଏଫଓ କହିଛନ୍ତି। ନଳବଣରେ ନିଆଁ ଲାଗିବ ଦ୍ୱାରା ବିରଳ ଫିସିଂ କ୍ୟାଟ ସହ ବହୁ ଜଳଜୀବ ବିପଦରେ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅମ୍ଲାନ ନାୟକ କହିଛନ୍ତି।

10-ରବିବାର ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ଦୁଇଟି ସହରର ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ହୋଇଥିବା ସମୟରେ ଚାନ୍ଦବାଲିରେ ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଝାରସୁଗୁଡାରେ   ୩୮.୮°C, ରାଉରକେଲା ୩୭.୮°C, କେନ୍ଦୁଝର ୩୭.୪°C, ସମ୍ବଲପୁର ୩୭.୨°C, ହୀରାକୁଦ ୩୭.୨°C, ବାଲେଶ୍ୱର ୩୭°C, ପାରାଦୀପ ୩୫.୫°C, ପୁରୀ ୩୪.୬°C ଏବଂ ଗୋପାଳପୁରରେ ତାପମାତ୍ରା ୩୪.୫°C ରହିଛି ।