Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2254613

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

01- ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ । ଆଜି ବିଜେଡି(BJD) ଛାଡିଥିଲେ ସମୀର ଦାଶ। ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ସଭାପତିଙ୍କୁ ଦେଇଥିଲେ ଇସ୍ତଫା ପତ୍ର । ପ୍ରାଥମିକ ସଦସ୍ୟ ପଦରୁ ଦେଇଥିଲେ ଇସ୍ତଫା । ଟିକେଟ ନମିଳିବା ନେଇ ଥିଲେ ଅସନ୍ତୁଷ୍ଟ । ଦଳ ଛାଡିବାର କାରଣ କହିବା ସହ ସୋସିଆଲ ମିଡିଆରେ ନିଜ ଇସ୍ତଫା ପତ୍ର ବାବଦରେ ସୂଚନା ଦେଇଥିଲେ ସମୀର ଦାଶ ।

02- ଆଜି ପୁଣି ଥରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ସନ୍ଧ୍ୟାରେ ସେ ଭୁବନେଶ୍ୱରରରେ ପହଞ୍ଚି ସିଧା ପାର୍ଟି ଅଫିସ୍ ଯିବେ। ସେଠାରେ ବରିଷ୍ଠ ନେତୃତ୍ୱଙ୍କ ସହ ନିର୍ବାଚନ ଷ୍ଟ୍ରାଟେଜି, ପ୍ରଚାର ଓ ପରିଚାଳନା ନେଇ ଆଲୋଚନା କରିବେ। ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ସେ ଏକ ରୋଡ୍‌ ଶୋ’ରେ ସାମିଲ ହେବେ। ସକାଳ ସାଢ଼େ ୯ଟାରେ ଅନୁଗୁଳ ଓ ସାଢ଼େ ୧୧ଟାରେ କଟକ ଜିଲ୍ଲା ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ। 

03- ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଜବାବ ଦେଲେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅପରାଜିତା କହିଛନ୍ତି ଯେ, ପାଣ୍ଡିଆନ ବାବୁ ନିଜ ସୀମା ମଧ୍ୟରେ ରହିବା ଆବଶ୍ୟକ । ସେ ଆଜି ପର୍ଯ୍ୟନ୍ତ ୱାର୍ଡ ମେମ୍ୱର ନିର୍ବାଚନ ଲଢି ନାହାନ୍ତି ଆଉ ପଚାରୁଛନ୍ତି ମୁଁ ୫ ବର୍ଷ ମଧ୍ୟରେ କି କାମ କରିଛି । ପାଣ୍ଡିଆନ ବାବୁ ମୋ ରିପୋର୍ଟ କାର୍ଡରେ ତାଙ୍କ ପ୍ରଶ୍ନର ଉତ୍ତର ପାଇଯିବେ । ଏଥି୍ସହ ଅପରାଜିତା ଏକଥା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ପାଇଁ ପର୍ଯ୍ୟଟକ ନୁହଁନ୍ତି । ପାଣ୍ଡିଆନ ବାବୁ ଜଣେ ଆଇଏସଏସ ଅଫିସର ହିସାବରେ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରିବା କଥା। ଏଥିସହ ଅପରାଜିତା ଏକଥା ମଧ୍ୟ ପଚାରିଛନ୍ତି ଯେ, ବିଜେଡିର ୧୨ ଜଣ ସାଂସଦଙ୍କ ରିପୋର୍ଟ କାର୍ଡ ସର୍ବସାଧାରଣରେ ଉପଲବ୍ଧ କରାନ୍ତୁ ।

04- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦ ମଇ (ସୋମବାର) ସନ୍ଧ୍ୟାରେ ଭୁବନେଶ୍ୱରରେ ରୋଡ୍ ଶୋ କାର୍ଯ୍ୟକ୍ରମ କରିବେ । ଏହା ପଳାଶପଲ୍ଲୀଠାରୁ ଆରମ୍ଭ ହୋଇ ବିଡିଓ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ପର୍ଯ୍ୟନ୍ତ ଚାଲିବ । ଉକ୍ତ ସମୟରେ ସେହି ରୁଟ ଗୁଡିକରେ ସାଧାରଣ ଯାନବାହନ ଯାଆସ କରିପାରିବ ନାହିଁ ବୋଲି ଟ୍ରାଫିକ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

05- ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପି ସୂଚନା ଦେଇଛନ୍ତି । ମୋଟ୍ ୯୧୬୨ଟି ପୋଲିଂ ଷ୍ଟେସନ ହୋଇଛି ଏବଂ ୨୦% କ୍ରିଟିକାଲ ସ୍ଥାନ ରହିଛି । ମୋଟ୍ ୩୩ ହଜାର ପୋଲିସ କର୍ମଚାରୀ ନିର୍ବାଚନ ସମୟରେ ମୁତୟନ ହେବେ । ଏଥିରେ ୧୦୨ କେନ୍ଦ୍ରୀୟ ଆର୍ମଡ ଫୋର୍ସ ସହ ୬୬ ପ୍ଲାଟୁନ ଓଡ଼ିଶା ପୋଲିସ, ୪୭ ଜଣ ଏସିପି ରାଙ୍କର ଅଫିସର, ୮୮ ଡିଏସ୍‌ପି, ୨୩୬ ଜଣ ଇନ୍ସପେକ୍ଟର, ୬୫୫ ଜଣ ମୋବାଇଲ୍ ପାର୍ଟି ନିୟୋଜିତ କରାଯିବ ବୋଲି କୁହାଯାଇଛି ।

06- କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନମଣ୍ଡଳୀରରେ ଆଜି ବିଜେପିର ବିଶାଳ ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଛି । ଡେରାବିଶ ଫକିରାବାଦ ବଜାରରୁ ଯାତ୍ରା ଆରମ୍ଭ ହୋଇଥିବାବେଳେ ଏହି ଜନ ସମ୍ପର୍କ ଯାତ୍ରାର ନେତୃତ୍ୱ ନେଇଥିଲେ କେନ୍ଦ୍ରାପଡ଼ାର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଏକ ମୋଟର ସାଇକେଲ ରାଲି ଅନୁଷ୍ଠିତ ହେବା ସହ ଜୋରଦାର ପ୍ରଚାର କରିଛନ୍ତି ବିଜେପି କର୍ମୀ । ଏହି ରାଲିରେ ପାଟକୁରାର ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ାଙ୍କ ସମେତ ଅନ୍ୟ ନେତା ଓ କର୍ମୀ ସାମିଲ ହୋଇଥିଲେ ।

07- ଜମ୍ମୁକଶ୍ମୀର ଶୋପିଆନ ଓ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଫଳରେ ଜଣେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହେବା ସହ ଦୁଇ ଜଣ ପର୍ଯ୍ୟଟକ ମଧ୍ୟ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୦ଟା ୩୦ ସମୟରେ ଶୋପିଆନର ହିରପୋରା ଅଞ୍ଚଳରେ ଏଜାଜ ଶେଖଙ୍କୁ କିଛି ଆତଙ୍କବାଦୀ ଗୁଳି କରିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । କିନ୍ତୁ ସେଠାରେ ତାଙ୍କପ ମୃତ୍ୟୁ ହୋଇଥିଲା । ସେହିପରି ୟାନ୍ନାରରେ ପର୍ଯ୍ୟଟକଙ୍କ କ୍ୟାମ୍ପ ଉପରେ ଗୁଳିମାଡ଼ ହୋଇଥିଲା । ଫଳରେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଉଭୟ ସ୍ଥାନରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

08- ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିକୋବର, ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଛୁଇଁଲା ମୌସୁମୀ । ସେହିପରି ଜୁନ ୧୫ ବେଳକୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି । ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । କାଁଭାଁ କାଳବୈଶାଖୀ ଦେଖିବାକୁ ମିଳୁଛି । ସେହିପରି ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପରେ ଏହା ଉତର ପୂର୍ବ ଦିଗରେ ଗତି କରିବ । ୨୪ ତାରିଖ ବେଳକୁ ଏହା ଘନିଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

09-  ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ତାପମାତ୍ରା ପାଖାପାଖି ୪୭ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବାବେଳେ ଦିଲ୍ଲୀ ଏନସିଆରର ଲୋକମାନେ ଗ୍ରାଷ୍ମ ପ୍ରବାହ ଫଳରେ ଆଉଟୁପାଉଟୁ ହେଉଛନ୍ତି। ହିଟ୍ ୱେଭକୁ ନେଇ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ (IMD) । ସେପଟେ ଦେଶର କିଛି ରାଜ୍ୟରେ ବର୍ଷା ହେଉଥିବା ଦେଖିବାକୁ ମିଳିଠି। ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ 'ଅରେଞ୍ଜ' ଆଲର୍ଟ ଜାରି ହୋଇଥିବା ବେଳେ ଆଇଏମଡି ରବିବାର ପାଇଁ ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଏକ ରେଡ୍ ଆଲର୍ଟ ଜାରି କରିଛି ବିଭାଗ। ଏହି ଅବଧି ମଧ୍ୟରେ, ଅନେକ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବାର ସମ୍ଭାବନା ରହିଛି। ଏହି ବିଷୟରେ, IMD ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି।

10- ଚଳିତ ମାସରେ ବାତ୍ୟା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବଙ୍ଗୋପସାଗରରେ ଏବେ ଗ୍ରୀଷ୍ମ କାଳିନୀ ବାତ୍ୟା ଲାଗି ପାଗ ଅନୁକୂଳ ରହିଥିବା ବେଳେ ଏହି ସିଷ୍ଟମଟି ଅଧିକ ଘନିଭୂତ ହେବା ନେଇ ଭାରତୀୟ  ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମା ଶଙ୍କର ଦାସ କହିଛନ୍ତି। ୨୨ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହୋଇପାରେ । ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରିବ। ୨୪ ତାରିଖ ସୁଦ୍ଧା  ଏହା ଲଘୁଚାପରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ( ଓ୍ବେଲ୍ ମାର୍କଡ୍ ଲୋପ୍ରସର) ଓ ପରେ ଅବପାତ ରୂପ ନେବ। ଲଘୁଚାପ ରୂପ ନେବା ପରେ ହିଁ ଏହା ଗତିପଥ ଓ ତିବ୍ରତା ନେଇ ଆକଳନ ପ୍ରକାଶ ପାଇବ। ଏହି ସିଷ୍ଟମ ଉପରେ ଆଇଏମଡି଼ ନଜର ରଖିଛି।  ଏ-ହାର ପରବର୍ତ୍ତୀ ସୂଚନା ଆସିଲେ ତୁରନ୍ତ ଏନେଇ ସୂଚନା ଦିଆଯିବ ବୋଲି ବିଶେଷଜ୍ଞ ବୋଲି ବିଶେଷଜ୍ଞ କହିଛନ୍ତି ।