Top 10 News Today: କାଳବୈଶାଖି ବର୍ଷା ନେଇ ଆଲର୍ଟ ଜାରି, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2234347

Top 10 News Today: କାଳବୈଶାଖି ବର୍ଷା ନେଇ ଆଲର୍ଟ ଜାରି, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: କାଳବୈଶାଖି ବର୍ଷା ନେଇ ଆଲର୍ଟ ଜାରି, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: କାଳବୈଶାଖି ବର୍ଷା ନେଇ ଆଲର୍ଟ ଜାରି, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: 

01- ରାଜ୍ୟରେ ବିରୋଧୀ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। କୋରାପୁଟ ଓ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ତଥା ଭୋଟ ମାଗିବା ଅବସରରେ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। କୋରାପୁଟର ଓଏମ୍‍ପି ପଡ଼ିଆରେ ଆୟୋଜିତ ସଭାରେ ଶ୍ରୀ ପଟ୍ଟନାୟକ ସ୍ୱଳ୍ପ ସମୟ ପାଇଁ ମାଇକକୁ ଆସି ଭୋଟରଙ୍କୁ ବିଭିନ୍ନ ଯୋଜନା ବିଷୟରେ ପଚାରିଥିଲେ। ଉପସ୍ଥିତ ବିଶାଳ ଜନସମୁଦ୍ରର ହର୍ଷ ଉଲ୍ଲାସ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ୭ଟି ପ୍ରଶ୍ନ। ଆମର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ ଶକ୍ତି, ନୂଆ-ଓ ସ୍କଲାରସିପ୍‌, କାଳିଆ ଯୋଜନା, ପୁରୀ ପରିକ୍ରମା ପ୍ରକଳ୍ପ ଆଦି ସବୁ କାମ ଭଲ ଚାଲିଛି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ ଏହାପରେ ଶ୍ରୀ ପାଣ୍ଡିଆନ୍‍ ମାଇକକୁ ଆସି ପ୍ରଚାର ଆରମ୍ଭ କରିଥିଲେ।

02- ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଦେବାଶୀଷ ନାୟକ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ବରି ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ। ଗତକାଲି ବିଜେପି ପ୍ରାର୍ଥୀ ତାଲିକାରେ ବରି ପାଇଁ ତାଙ୍କୁ ଉଚିତ ମଣି ନଥିଲା। ଏଣୁ ସେ ସ୍ୱାଧୀନ ଲଢ଼ିବେ ବୋଲି ଗଣମାଧ୍ୟମକୁ କହିଥିଲେ। ଆଜି ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

03- ଆଜି କର୍ଣ୍ଣାଟକ ସେକ୍ସ କ୍ଲିପ୍ ମାମଲାରେ ଜଡିତ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ଘରେ ଏକ ସ୍ୱତନ୍ତ୍ର ଯାଞ୍ଚକାରୀ ଦଳ ପହଞ୍ଚିଛନ୍ତି। ଏହାପୂର୍ବରୁ ଆଜି ତାଙ୍କ ବିରୋଧରେ ଏକ ନୂଆ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି। ରାଜ୍ୟ ଗୃହମନ୍ତ୍ରୀ ଗଙ୍ଗାଧରାୟା ପରମେଶ୍ୱର ପ୍ରଜ୍ୱଳ ରେଭାନ୍ନା ଓ ତାଙ୍କ ପିତା ଏଚଡି ରେଭାନ୍ନାଙ୍କ ବିରୋଧରେ ଦ୍ୱିତୀୟ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛନ୍ତି।

04- ୬ କୁଇଣ୍ଟାଲରୁ ଅଧିକ ଗଂଜେଇ ଧରିଲା ସମ୍ବଲପୁର ସଦର ଥାନା ପୋଲିସ।ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସମ୍ବଲପୁର ଟାଉନକୁ ଗଂଜେଇ ସପ୍ଲାଇ ସମୟରେ ତିନି ଜଣଙ୍କୁ ଧରିଲା ସଦର ଥାନା ପୋଲିସ। ସେମାନେ ୬ କୁଇଣ୍ଟାଲ ତିରିଶ କେଜି ଗଂଜେଇ ସହ ତିନୋଟି ମୋବାଇଲ ଓ ଗୋଟିଏ ହୋଣ୍ଡା କାର ଜବତ କରିଥିଲେ। ସେମାନେ ହେଲେ କବରା ପାଲିର ଲଳିତ ଭୋଇ, କୁଞ୍ଜେଲ ପଡାର ସତୀଶ କୁମାର ପ୍ରଧାନ ଓ ସୋନା ପାଲିର ଏମ,ଡି ଇସ୍ରାର। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

05-  ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୯ଟା ୩୦ ମିନିଟରେ ସେ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଭୁବନେଶ୍ୱର ପହଞ୍ଚିବେ। ସୋମବାର ସକାଳ ୧୦ଟାରେ ପ୍ରଥମେ ବ୍ରହ୍ମପୁର ଏବଂ ପରେ ନବରଙ୍ଗପୁରରେ ନିର୍ବାଚନ ସଭାକୁ ଉଦବୋଧନ କରିବା କାର୍ଯ୍ୟକ୍ରମ ରହିଛି । ୬ ତାରିଖ ଦିନ ସେ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଚଲାଇବା ନେଇ ମୋଦି ନିର୍ବାଚନ ପ୍ରଚାର କରିବେ ବୋଲି ଜଣାପଡିଛି । ତେବେ କାଲିର ପ୍ରଚାର ପରେ ପ୍ରଧାନମନ୍ତ୍ରୀ ପୁଣିଥରେ ୧୧ ତାରିଖରେ ଓଡ଼ିଶାକୁ ଆସିବାର କାର୍ଯ୍ୟକ୍ରମ ରହିଛି ।

06- ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକଟ ଫେରାଇଛନ୍ତି। ଏଆଇସିସି ସଂଗଠନ ସମ୍ପାଦକ କେସି ଭେନୁ ଗୋପାଳଙ୍କୁ ଚିଠି ଲେଖି ଏ ବିଷୟ ସ୍ପଷ୍ଟ କରିଛନ୍ତି ସୁଚରିତା। ବିନା ପାର୍ଟି ପାଣ୍ଠିରେ ସେ ନିର୍ବାଚନ ପ୍ରଚାର କରିବାରେ ସମର୍ଥ ହେଉ ନାହାନ୍ତି ଏଣୁ ଟିକଟ ଫେରାଉଛନ୍ତି ବୋଲି ସେ କହିଛନ୍ତି । ଏହାସହ ପୁରୀ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭାରରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଦେଇଛି ଓ ସେମାନଙ୍କଠାରୁ ସେ କିଛି ଆଶା କରିପାରୁ ନାହାନ୍ତି ବୋଲି କହିଛନ୍ତି। 

07- ପ୍ରବଳ ବର୍ଷା କାରଣରୁ ମାଟି ଅତଡା ଖସିବା ସହ ଡ୍ୟାମ୍ ଭୁଶୁଡିବା କାରଣରୁ ବ୍ରାଜିଲରେ ବନ୍ୟା ସ୍ଥିତି ଉପୁଜିଛି । ଏଥିରେ ସମୁଦାୟ ୩୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ବନ୍ୟାଜଳରେ ଭାସି ଯାଇଥିବା କାରଣରୁ ଉଦ୍ଧାରକାରୀ ଟିମ୍ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଚାଲିଛି । ଅନ୍ୟପଟେ ରିଓ ଗ୍ରାନ୍ଦେ ଡୁ ସୁଲ ଅଞ୍ଚଳରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳଇଛି । ଶନିବାରଦିନଠାରୁ ପ୍ରବଳ ବର୍ଷା ହେବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରିଓ ଗ୍ରାନ୍ଦେ ଡୁ ସୁଲ ଅଞ୍ଚଳରେ ପାଖାପାଖି ୬୦ରୁ ଉର୍ଦ୍ଧ ଲୋକ ନିଖୋଜ ଥିବା ସୂଚନା ମିଳିଛି । 

08- ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିଛି । ୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି । ଅସନ କାଠ ଗୁଡିକ ରଥର ଗୟଳ ଓ ଦଣ୍ଡା ଏବଂ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ । ଗତବର୍ଷ ଠାରୁ ୫୩ ଖଣ୍ଡ କାଠ ବଳକା ହୋଇ ରହିଥିବା ବେଳେ ଚଳିତ ବର୍ଷ ଆଉ ୮ ଶହ ୧୨ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ୧୫୨ କାଠ ରଥଖଳାରେ ଏବଂ ୩୩ ଟି କାଠ କରତ କଳରେ ପହଞ୍ଚି ସାରିଛି ।

09- ଆଜି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ସେନା ହେଲିକପ୍ଟର । ମହାରାଷ୍ଟ୍ରର ଏରଣ୍ଡୋଲି ଗାଁରେ ଚାଷ ଜମିରେ ଏମରଜେନ୍ସି ଲ୍ୟାଣ୍ଡିଂ କରିବା କାରଣରୁ ଅଳ୍ପକେ ବର୍ତ୍ତିଛନ୍ତି ୪ଜଣ ଯବାନ।  ଯାନ୍ତ୍ରିକ ତୃଟି କାରଣରୁ ହେଲିକପ୍ଟରରେ ସମସ୍ୟା ଦେଖାଯାଇଥିବା ସୂଚନା ମିଳିଛି । ଆଜି ସକାଳ ୧୧ଟା୩୦ ମିନିଟ ସମୟରେ ଏହି ଘଟଣା ଘଟିଛି । ହେଲିକପ୍ଟର ଗାଁ ଚାଷ ଜମିରେ ଓହ୍ଲାଉଥିବା ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ ।

10- ତାତିରୁ ମିଳିବ ଆଶ୍ବସ୍ତି ! ଦିନ ସମୟର ତାତି କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ଦୁଇଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତାପମାତ୍ରାରେ ହ୍ରାସ ଘଟିବା ସମ୍ଭାବନା ରହିଛି । ଅନ୍ୟପଟେ ଆଗାମୀ ୨୪ଘଣ୍ଟାରେ ଉପକୂଳ ସମେତ କିଛି ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି ।

Also Read- Chaturgrahi Yog Meen: ଆଜି ମୀନ ରାଶିରେ ଚତୁଃଗ୍ରାହୀ ଯୋଗ, ଏହି ରାଶିଙ୍କୁ ମିଳିବ ବଡ଼ ଲାଭ