Top 10 News Headlines: ଦୁର୍ଘଟଣାରେ ୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ସଂକ୍ଷେପରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2218287

Top 10 News Headlines: ଦୁର୍ଘଟଣାରେ ୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ସଂକ୍ଷେପରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ଦିନତମାମର ୧୦ ବଡ଼ ଖବର

Top 10 News Headlines: ଦୁର୍ଘଟଣାରେ ୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ସଂକ୍ଷେପରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର

H1. ବିଜେପିରେ ମିଶିଲେ ବିଧାୟିକା
ଗତକାଲି ବିଜେଡି କାଟିଥିଲା ଟିକେଟ। ଆଜି ବିଜେଡିରେ ଯୋଗ ଦେଲେ ବିଧାୟିକା ସୀମାରାଣୀ ନାୟକ। ଲଗାତାର ଦୁଇ ଥର ହିନ୍ଦୋଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସୀମାରାଣୀଙ୍କୁ ଏଥର ଟିକେଟ ଦେଇନି ବିଜେଡି। ତାଙ୍କ ବଦଳରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ହିନ୍ଦୋଳରୁ ପ୍ରାର୍ଥୀ କରିଛି ଦଳ। ଏଥିରେ କ୍ଷୁବ୍ଧ ହୋଇ ବିଜେଡି ଛାଡ଼ି ଆଜି ବିଜେପିରେ ମିଶିଛନ୍ତି ବିଧାୟିକା ସୀମାରାଣୀ ନାୟକ। ବିଜେପି ସୀମାରାଣୀଙ୍କୁ ହିନ୍ଦୋଳରୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ବିଜେଡି ଓ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ବି ବିଜେପି କରି ନାହିଁ। ତେଣୁ ଦଳ ସୀମାରାଣୀଙ୍କୁ ଟିକେଟ ଦେବାର ଅଧିକ ସମ୍ଭାବନା ଥିବା କୁହାଯାଉଛି। 

H2. ବିଜେଡ଼ି ଛାଡ଼ିଲେ ପୂର୍ବତନ ବିଧାୟିକା
ସମ୍ବଲପୁର ବିଜେଡିରେ ଅସନ୍ତୋଷ ବିସ୍ଫୋରଣ ରୂପ ନେଇଛି। ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ତାଙ୍କର କିଛି ସମର୍ଥକ ମଧ୍ୟ ଦଳର ବିଭିନ୍ନ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନସଭା ଆସନ ଲାଗି ଘୋଷଣା କରାଯାଇଥିବା ପ୍ରାର୍ଥୀ ସମ୍ବଲପୁର ପାଇଁ ଅପମାନ ବୋଲି ସେ ଅଭିହିତ କରିଛନ୍ତି। ଶ୍ରୀମତୀ ପାଣିଗ୍ରାହୀ ଏଣିକି ରାଜନୀତିକ କାର୍ଯ୍ୟରେ ନୁହେଁ ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ ବୋଲି କହିଛନ୍ତି। 

H3. ଶୁକ୍ର ଓ ଶନିବାର ଅସମ୍ଭାଳ ତାତି 
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯେଉଁଥିପାଇଁ ପୂରା ରାଜ୍ୟ ଆଉଟୁପାଉଟୁ ହେଉଛି। ତେବେ ଆଗାମୀ ଶୁକ୍ରବାର ଓ ଶନିବାର ସ୍ଥିତି ଆହୁରି ଭୟଙ୍କର ହେବ। ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଭୟଙ୍କର ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ଯେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ତାପମାତ୍ର ୪୪ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି।

H4. ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ
ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ଆସନ୍ତାକାଲି (ଏପ୍ରିଲ ୨୪) ଦିନିକିଆ ଗସ୍ତରେ ଗଂଜାମ ଯିବେ। ସେଠାରେ ଦୁଇଟି ସଭାକୁ ସମ୍ବୋଧିତ କରିବେ। ହିଞ୍ଜିଳି ଓ ଶେରଗଡ଼ରେ ସେ ପୂର୍ବାହ୍‌ଣରେ ୨ଟି ସଭାକୁ ସମ୍ବୋଧିତ କରିବେ।

H5. କାଂକେର ଏନକାଉଣ୍ଟର ଘଟଣା: ୨୯ ମାଓବାଦୀଙ୍କ ଶବ ଚିହ୍ନଟ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଗତ ୧୬ ତାରିଖରେ ପୁଲିସ ଓ ନକ୍ସଲ ଗୁଳିବିନିମୟରେ ୨୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ସେମାନଙ୍କର ଚିହ୍ନଟ ସରିଛି। ସମସ୍ତ ମୃତ ନକ୍ସଲଙ୍କ ନାମରେ ଘୋଷିତ ପୁରସ୍କାର ଟଂକା ଏବଂ ବନ୍ଧୁକର ମୂଲ୍ୟ ହେଉଛି ୧ କୋଟି ୮୫ ଲକ୍ଷ ୫୫ ହଜାର ଟଂକା ବୋଲି ପୁଲିସ କହିଛି।

H6. ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ ଆସିଲା ବିଜେପିର ୪୦ ଜଣିଆ ତାଲିକା
ଭାରତୀୟ ଜନତା ପାର୍ଟି(ବିଜେପି) ମଙ୍ଗଳବାର ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଯେଉଁମାନେ ସ୍ଥାନ ପାଇଛନ୍ତି, ସେମାନେ ଓଡ଼ିଶାର ୨୧ ଲୋକସଭା ଓ ୧୪୭ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବେ। ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଛନ୍ତି।

H7. PCR ସହ ଟ୍ରଲର ଧକ୍କା, ୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ
ରାଜସ୍ଥାନର ନିମକାଥାନା ଅଞ୍ଚଳର ପାଟନ ପୋଲିସ ଷ୍ଟେସନ ଅଧୀନରେ ରାମପୁରା ଉପତ୍ୟକାରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ ଓଭରଲୋଡ୍ ଟ୍ରଲର ସହିତ ପୋଲିସ ଗାଡି ଧକ୍କା ହେବା ଫଳରେ ପୋଲିସ ଗାଡି ଉପରେ ଓଲଟି ପଡିଥିଲା ଟ୍ରଲର । ଏହି ଦୁର୍ଘଟଣାରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

H8. ପ୍ରଦୀପ ପାଣିଗ୍ରାହୀଙ୍କୁ ଲାଗିଲା ଶକ୍ତ ଝଟକା
ଟାଟା ମୋଟର୍ସରେ ନିଯୁକ୍ତି ପ୍ରଲୋଭନ ତଥା ଠକେଇ ମାମଲାରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରହୀଙ୍କୁ ଧକ୍କା ମିଳିଛି। ଏହି ମାମଲାରେ ଥିବା ସ୍ଥଗିତାଦେଶକୁ କୋର୍ଟ ଉଠାଇଦେଇଛନ୍ତି। ଏହାଫଳରେ ଅଦାଲତରେ ଶୁଣାଣି ବେଳେ ଆବଶ୍ୟକ ଅନୁସାରେ ତାଙ୍କୁ ନିୟମିତ ହାଜର ହେବାକୁ ହେବ । ଖାଲି ପ୍ରଦୀପ ନୁହଁନ୍ତି ଏ ମାମଲାରେ ସମ୍ପୃକ୍ତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟରେ ହାଜର ହେବାକୁ ପଡ଼ିବ। 

H9. ଗୁମର ଖୋଲିଦେଲେ ପର୍ଯ୍ୟବେକ୍ଷକ
ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ନାମରେ ମିଳିଥିବା ଅଭିଯୋଗ ନଥିସବୁ ତାଙ୍କ ପ୍ରାର୍ଥୀତ୍ୱ କଟିବାର ମୁଖ୍ୟ କାରଣ। ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଏକ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି। ଦଳ ଘୋଷଣା କରିଥିବା ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ସମର୍ଥନ ଜଣାଇବା ପାଇଁ ଜିଲ୍ଲା ପରିଷଦ ସଦସ୍ୟ ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କୁ ସେ ଏହି ବାର୍ତ୍ତା ଦେଇଛନ୍ତି। ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ଦଳ ପ୍ରାର୍ଥୀ ଘୋଷଣା ପରେ ସମୀରର ନିଜର ଶକ୍ତି ପ୍ରଦର୍ଶନ କରିବା ସହ ପ୍ରାର୍ଥୀ ଘୋଷଣାକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି। 

H10. ଲକ୍ଷ୍ନୌ ଆଗରେ ୨୧୧ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ
ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସ ଆଗରେ ୨୧୧ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପକିଙ୍ଗସ୍। ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ଆରମ୍ଭରୁ ଅଜିଙ୍କ୍ୟ ରାହାଣେଙ୍କ ଓ୍ବିକେଟ ହରାଇ ଝଟକା ପାଇଥିଲେ ବି ଋତୁରାଜ ଗାଏକ୍ବାଡ୍ ଅଧିନାୟକ ଇନିଂସ ଖେଳିବା ସହ ଏକ ଆକର୍ଷଣୀୟ ଶତକ ମାରିଥିଲେ। ସେ ମାତ୍ର ୬୦ଟି ବଲ ଖେଳି ୧୦୮ ରନ କରି ଦଳୀୟ ସ୍କୋରକୁ ୨୦୦ ସେପଟକୁ ନେଇଯାଇଥିଲେ। ଏ କ୍ଷେତ୍ରରେ ତାଙ୍କୁ ସହାୟତା କରିଥିଲେ ଶିବମ ଦୁବେ। ସେ ମାତ୍ର ୨୭ଟି ବଲ ଖେଳି ୬୬ ରନ କରିଥିଲେ। ରବୀନ୍ଦ୍ର ଜାଦେଜା ୧୬ ରନ ଓ ଡାରିଲ ମିଚେଲ ୧୧ ରନ କରିଥିଲେ। ମହେନ୍ଦ୍ର ସିଂ ଧୋନୀ ଶେଷ ବଲରେ ଚୌକା ମାରିଥିଲେ। ଲକ୍ଷ୍ନୌ ପକ୍ଷରୁ ମହସିନ ଖାଁ, ୟଶ ଠାକୁର ଓ ମାଟ୍ ହେନରୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।