Top 10 News: ରାଜ୍ୟରେ ଖୋଲିବ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ କଟକଣା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2547270

Top 10 News: ରାଜ୍ୟରେ ଖୋଲିବ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ କଟକଣା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

H1.

Top 10 News Headlines 5 December 2024

Top 10 News Headlines 5 December 2024: H1. Odisha to get 8 new Kendriya Vidyalayas: ଦେଶରେ ନୂଆ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ ଖୋଲାଯିବା ନେଇ ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ କରିଛି। ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକ ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଦେଶରେ ୮୫ ଟି ନୂତନ କେନ୍ଦ୍ରୀୟ ବିଦ୍ୟା ଖୋଲାଯିବ। ଏଥିରୁ ଓଡି଼ଶାରେ ୮ଟି ସ୍ଥାନର କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା।

H2. Odisha govt to issue guidelines to restrict obscenity: ରାଜ୍ୟରେ ଯାତ୍ରା ସମୟରେ କରାଯାଉଥିବା ଅଶ୍ଳୀଳ ନୃତ୍ୟକୁ ରୋକିବା ପାଇଁ ଓଡ଼ିଶା ସରକାର ଏକ ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି ବୋଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁକ୍ରବାର ଦିନ ବିଧାନସଭାକୁ କହିଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଯାତ୍ରା ପାର୍ଟି ଦ୍ୱାରା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବନ୍ଦ କରିବାକୁ ରାଜ୍ୟ ସରକାର ଗୁରୁତର ସହ ଚିନ୍ତା କରୁଛନ୍ତି। ଏଥିପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି।

H3. Odisha Vigilance Raid: ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍‍ର ସହକାରୀ ବନ୍ୟପ୍ରାଣୀ ସଂରକ୍ଷକ ରେବତୀ ରମଣ ଯୋଶୀଙ୍କ ବାସସ୍ଥାନ ଓ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଚଢ଼ଉ ଆରମ୍ଭ କରିଛି। ତାଙ୍କର ସମ୍ବଲପୁର ଏବଂ ବରଗଡ଼ରେ ଥିବା ତାଙ୍କ ଘରେ ଚଢ଼ଉ କରାଯାଇଛି। ସମୁଦାୟ ୯ଟି ସ୍ଥାନକୁ ତାଙ୍କର ଆସ୍ଥାନ ଭାବେ ଚିହ୍ନିତ କରିଛି ଭିଜିଲାନ୍ସ। ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହୋଇଛି। ତାଙ୍କ ସମ୍ପତ୍ତି ତାଲିକାରେ ୩ଟି କୋଠା, ୪ ଫ୍ଲାଟ, ୭ଟି ପ୍ଲଟ ସହ ୧୪ ଲକ୍ଷ ୭୧ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ।

H4. Odisha Weather update: ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ଅବସ୍ଥାରେ ନାହିଁ ଏଂବଂ ଆଗାମୀ ଦୁଇ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହା ସମେତ ପାଣିପାଗ ବିଭାଗ ଆସନ୍ତା ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। 

H5. Lucknow Cylinder Blast: ଲକ୍ଷ୍ନୌର ଏକ ଗ୍ୟାସ ଗୋଦାମରେ ୱେଲଡିଂ ସମୟରେ ଏକ ସିଲିଣ୍ଡର ବିସ୍ଫୋରଣ ହେବା ପରେ ୬ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଗୋଦାମରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଲିଭାଇବା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ଗ୍ୟାସ ଗୋଦାମରେ ୱେଲଡିଂ ସମୟରେ ଏହି ଦୁର୍ଘଟଣା ଘଟିଛି।

H6. Khan Sir in police custody: ପାଟନାରେ ନର୍ମାଲାଇଜେସନ ବିରୋଧରେ ଛାତ୍ରଛାତ୍ରୀ ମାନଙ୍କ ସହ ବିରୋଧ କରୁଥିବା ଖାନ ସାରଙ୍କୁ ପୋଲିସ ହେଫାଜତକୁ ନେଇଛି। ଖାନ ସାର୍ ଗାର୍ଦନିବାଗ ପୋଲିସ ଷ୍ଟେସନରେ ରଖାଯାଇଛି। ଯେଉଁଠାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ପହଞ୍ଚିଛନ୍ତି। ସେମାନେ ସରକାର ଏବଂ ବିପିଏସପି ବିରୋଧରେ ସ୍ଲୋଗାନ ଦେଇଥିଲେ। କହିରଖୁଛୁ ଯେ ଖାନ ସାର୍ ଆଜି ବିପିଏସସି କାର୍ଯ୍ୟାଳୟ ବାହାରେ ନର୍ମାଲାଇଜେସନ ବିରୋଧରେ ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କ ସମର୍ଥନରେ ସାମିଲ ହୋଇଥିଲେ।

H7. Bengal BJP MP writes to Nobel Prize committee: ପଶ୍ଚିମବଙ୍ଗର ପୁରୂଲିଆରୁ ବିଜେପି ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ଶୁକ୍ରବାର ଦିନ ନରୱେର ନୋବେଲ କମିଟିକୁ ଚିଠି ଲେଖି ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ପୁନଃ ସମୀକ୍ଷା କରିବାକୁ ଦାବି କରିଛନ୍ତି। ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ବିଶେଷକରି ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଭୟଙ୍କର ଅତ୍ୟାଚାର ଉପରେ ସେ ଆଲୋକପାତ କରିଛନ୍ତି। ନୋବେଲ କମିଟିକୁ ଲେଖାଯାଇଥିବା ଚିଠିରେ ମହତୋ ମହମ୍ମଦ ୟୁନୁସଙ୍କୁ ହିନ୍ଦୁମାନଙ୍କର ଜଣେ କଂସାଇ ବୋଲି ବର୍ଣ୍ଣନା କରିଛନ୍ତି।

H8. Pushpa 2 Box Office Collection Day 1: ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ ପାଇଁ ସିନେ ପ୍ରେମୀ ମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଥିଲେ। ତିନି ବର୍ଷ ପରେ ଯେତେବେଳେ ଏହି ଚଳଚ୍ଚିତ୍ର ଆସିଲା, ସେତେବେଳେ ଏହା ଏକ ହଇଚଇ ସୃଷ୍ଟି କରିଥିଲା। ବର୍ତ୍ତମାନ ଏହାର ଦ୍ୱୀତିୟ ଭାଗକୁ ଏତେ ମାତ୍ରାରେ ପସନ୍ଦ କରାଯାଉଛି ଯେ ପ୍ରଶଂସକମାନେ ପ୍ରଥମ ଦିନରେ ବିଳମ୍ବିତ ରାତିର ଶୋ ଦେଖିଥିଲେ। ସାକନିଲ୍କର ରିପୋର୍ଟ ଅନୁଯାୟୀ ପୁଷ୍ପା ୨ ପ୍ରଥମ ଦିନରେ ୧୭୫ କୋଟି ଟଙ୍କା ସଂଗ୍ରହ କରିଛି। ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୧୭୫ କୋଟି ଟଙ୍କା ରୋଜଗାର କରି ଆଜି ପର୍ଯ୍ୟନ୍ତ ଭାରତର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। 

H9. India Under-19 beat Sri Lanka Under-19 by 7 wickets: ଅଣ୍ଡର-୧୯ ଏସିଆ କପ୍ ୨୦୨୪ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ସାତ ୱିକେଟ୍ ହରାଇ ଫାଇନାଲରେ ପ୍ରବେଶ କରିଛି।

H10. IND vs AUS 2nd Test Day 1: ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଆୟୋଜକ ଅଷ୍ଟ୍ରେଲିଆ ଗୋଟିଏ ୱିକେଟ୍ ହରାଇ ୮୬ ରନ୍ ସ୍କୋର କରିଥିଲା। ଏହି ଗୋଲାପୀ-ବଲ୍ ଟେଷ୍ଟ ମ୍ୟାଚ୍ ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନଇଥିଲା, କିନ୍ତୁ ଟିମ୍ ଇଣ୍ଡିଆ ମାତ୍ର ୧୮୦ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା। ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ କଙ୍ଗାରୁ ଦଳ ୩୩ ଓଭର ଖେଳି ୯୪ରନ୍ ପଛରେ ରହିଛି।