Top 10 News: ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ଏକ ନୂଆ ଅତିଥି, ଦୁର୍ଘଟଣାଗ୍ରସ୍ତ ହେଲା ଉପବାଚସ୍ପତିଙ୍କ ଗାଡ଼ି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2491224

Top 10 News: ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ଏକ ନୂଆ ଅତିଥି, ଦୁର୍ଘଟଣାଗ୍ରସ୍ତ ହେଲା ଉପବାଚସ୍ପତିଙ୍କ ଗାଡ଼ି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ଭୁବନେଶ୍ୱର-କଟକର ସବୁ ଥାନାର ରିସେପସନ୍ ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 27 October 2024

Top 10 News Headlines 27 October 2024: H1. CM Majhi Conducts Aerial Survey: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର  ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମ୍ପୃକ୍ତ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

H2. Similipal gets a tigress from Maharashtra: ଶିମିଳିପାଳ ଅଭୟାରଣ୍ୟକୁ ଏକ ନୂଆ ଅତିଥି ଆସିଛି। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ଏକ ବାଘୁଣୀକୁ ଅଣାଯାଇଛି। ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର ଦିଗରେ ଏହି ବଡ଼ ପଦକ୍ଷେପ ନିଆଯାଇଛି। ତେବେ ଏହି ବାଘୁଣୀକୁ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ିବା ପାଇଁ ପୂର୍ବରୁ ସବୁକିଛି ଧାର୍ଯ୍ୟ କରଯାଇଥିଲା । ସେହି ଅନୁଯାୟୀ ପ୍ରକ୍ରିୟ ଆରମ୍ଭ ହୋଇଥିଲା।

H3. Deputy Speaker Bhavani Bhoi's vehicle accident: ବିଧାନସଭା ଉପବାଚସ୍ପତି ଭବାନୀ ଭୋଇଙ୍କ ସରକାରୀ ଗାଡ଼ି ରବିବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ସମ୍ବଲପୁର ରେଙ୍ଗାଲି ବାଇପାସ୍‌ ସାଲେପଡ଼ା ନିକଟରେ ହୋଇଥିଲା। ଖବର ଅନୁସାରେ ଉପବାଚସ୍ପତିଙ୍କ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣା ସମୟରେ ଗାଡ଼ି ଭିତରେ ଉପବାଚସ୍ପତି ନଥିବା ସୂଚନା ମିଳିଛି।

H4. Body Cameras For Police Officers: ଭୁବନେଶ୍ୱର-କଟକର ସବୁ ଥାନାର ରିସେପସନ୍ ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା। କ୍ୟାମେରାରେ ଥିବା ସ୍ବତନ୍ତ୍ର ବଟନ ଚିପିଲେ ରେକର୍ଡ ସମସ୍ତ ଦୃଶ୍ୟକୁ ଫୋନ୍ ମାଧ୍ୟମରେ ସିପି ଓ ଡିସିପି ଦେଖି ପାରିବେ। 

H5. 115th episode of Mann Ki Baat: ମନ କି ବାତ କାର୍ଯ୍ୟକ୍ରମର ୧୧୫ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଏକ ବିଶେଷ ନିବେଦନ କରିଥିଲେ। ଫେଷ୍ଟିଭାଲ ପୂର୍ବରୁ ସେ ଲୋକଙ୍କୁ ବିଭିନ୍ନ ଅଭ୍ୟାସ ଆପଣାଇବାକୁ କହିଥିଲେ, ଯେଉଁଥିରେ ସେ ଭୋକାଲ ଫର୍ ଲୋକାଲ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ।

H6. Foreign Minister Press Conference: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ମୋଦୀ ସରକାରଙ୍କ ଦର୍ଶନ ଉପସ୍ଥାପନ କରିଥିଲେ। ଅନେକ ପ୍ରସଙ୍ଗରେ ଖୋଲାଖୋଲି କଥା ହୋଇଥିଲେ। ଇରାନ-ଇସ୍ରାଏଲ ଯୁଦ୍ଧ ସମ୍ପର୍କରେ ସେ ଏକ ବୟାନ ଦେଇ କହିଛନ୍ତି ଯେ ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ମୋଦି ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ସାରା ବିଶ୍ୱରେ ଚାଲିଥିବା ଯୁଦ୍ଧ ଉପରେ ମଧ୍ୟ ମୋଦି ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। 

H7. 9 Injured In Stampede At Bandra Railway Station In Mumbai: ରବିବାର ଦିନ ସକାଳେ ଗୋରଖପୁର ଅଭିମୁଖେ ଯାଉଥିବା ଟ୍ରେନରେ ଚଢ଼ିବା ସମୟରେ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଏକ ଦଳାଚକଟା  ହୋଇଥିଲା। ଏଥିରେ ୯ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

H8. PM Netanyahu on Israeli attacks: ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଇରାନ ଉପରେ ହୋଇଥିବା ଆକ୍ରମଣକୁ ସଫଳ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ ସେନା ଦ୍ୱାରା ହୋଇଥିବା ଆକ୍ରମଣ ଯୋଗୁଁ ଇରାନକୁ ବହୁତ କ୍ଷତି ହୋଇଛି। ଇରାନ ଉପରେ ଆମର ଆକ୍ରମଣ ସହିତ ଆମେ ଆମର ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛୁ। ଆମ ସେନା ଦ୍ୱାରା ହୋଇଥିବା ଆକ୍ରମଣ ଅତ୍ୟନ୍ତ ସଠିକ୍ ଏବଂ ଶକ୍ତିଶାଳୀ ଥିଲା। ନେତାନ୍ୟାହୁ କହିଛନ୍ତି ଯେ ଏହି ଆକ୍ରମଣରେ ଆମେ ଇରାନର କ୍ଷେପଣାସ୍ତ୍ର ଉତ୍ପାଦନ କେନ୍ଦ୍ରକୁ ଟାର୍ଗେଟ କରି ଏହାକୁ ନଷ୍ଟ କରିଛୁ। 

H9. India vs New Zealand 2nd WODI: ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ଭାରତୀୟ ମହିଳା ଦଳକୁ ୭୬ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଦଳ ସିମତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୫୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୪୭.୧ ଓଭରରେ ମାତ୍ର ୧୮୩ ରନ୍ ସ୍କୋର କରିପାରିଥିଲା।

H10. Pakistan Cricket Team New Captain: ପାକିସ୍ତାନ ODI ଏବଂ ଟି-20 ଦଳ ନୂଆ ଅଧିନାୟକ ପାଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ୍ ନାକଭି ଏହି ଘୋଷଣା କରିଛନ୍ତି। ପିସିବିର ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ମହମ୍ମଦ ରିଜୱାନ ପାକିସ୍ତାନର ODI ଓ ଟି-୨୦ ଦଳର ଅଧିନାୟକ ହେବେ ଏବଂ ଉପ-ଅଧିନାୟକଙ୍କ ଦାୟିତ୍ୱ ସଲମାନ ଅଲି ଆଗାଙ୍କୁ ଦିଆଯାଇଛି।