Top 10 News: ଗୋପାଳପୁର ବନ୍ଦର କିଣିବ ଆଦାନୀ, ୭୨ ବର୍ଷ ବୟସରେ ସୀତାରାମ ୟେଚୁରୀ ଦେହାନ୍ତ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2427413

Top 10 News: ଗୋପାଳପୁର ବନ୍ଦର କିଣିବ ଆଦାନୀ, ୭୨ ବର୍ଷ ବୟସରେ ସୀତାରାମ ୟେଚୁରୀ ଦେହାନ୍ତ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ବାର୍ଷିକ ୨୫ ମେଟ୍ରିକ୍‍ ଟନ୍‍  କାର୍ଗୋ ପରିଚାଳନା କ୍ଷମତା ରଖିଥିବା ଗୋପାଳପୁର ବନ୍ଦରକୁ ଆଦାନୀ ପୋର୍ଟର୍ସ କିଣିବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 12 September 2024

Top 10 News Headlines 12 September 2024: H1. Odisha govt clamps restriction on reengagement: ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି କ୍ଷାତ୍ରରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏଣିକି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣିଥରେ ନିଯୁକ୍ତି ଦେବାକୁ ହେଲେ ତିନିସ୍ତରୀୟ ବ୍ୟବସ୍ଥା ପାଳନ କରିବାକୁ ହେବ। ରାଜ୍ୟସରକାର ଏନେଇ ବିସ୍ତୃତ ବିଜ୍ଞପ୍ତି ପ୍ରକାଶ ସହିତ ୨୦୧୪ ମସିହାରେ ପୁନଃ ନିଯୁକ୍ତି ସମ୍ବନ୍ଧରେ ପ୍ରକାଶିତ ବିଜ୍ଞପ୍ତିକୁ ଖାରିଜ କରିଛନ୍ତି।

H2. Adani to buy Gopalpur port: ବାର୍ଷିକ ୨୫ ମେଟ୍ରିକ୍‍ ଟନ୍‍  କାର୍ଗୋ ପରିଚାଳନା କ୍ଷମତା ରଖିଥିବା ଗୋପାଳପୁର ବନ୍ଦରକୁ ଆଦାନୀ ପୋର୍ଟର୍ସ କିଣିବ। ଏହାଦ୍ୱାରା ବନ୍ଦରର ପୂର୍ଣ୍ଣ କ୍ଷମତା ଉପଯୋଗ ହୋଇପାରିବା ସହ ରାଜ୍ୟର ଅର୍ଥନୀତିକ ବିକାଶ ହୋଇପାରିବ ବୋଲି ଆଶା କରିଛନ୍ତି ରାଜ୍ୟ ସରକାର। ଆଜିର ମନ୍ତ୍ରିମଣ୍ଡଳର ବୈଠକ ଏହି ସରକାର ଗଠନର ସପ୍ତମ ବୈଠକ ଥିଲା। ଏଥିରେ ୩ଟି  ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ପ୍ରଥମ ପ୍ରସ୍ତାବରେ ଗୋପାଳପୁର ବନ୍ଦରରେ ଅଂଶୀଦାର ପରିବର୍ତ୍ତନକୁ ସରକାର ଅନୁମୋଦନ କରିଥିବା ବେଳେ  ଦ୍ୱିତୀୟ ପ୍ରସ୍ତାବରେ ସରକାରୀ କର୍ମଚାରୀଙ୍କୁ ବିଶେଷ ଆଶ୍ୱାସନା ଦେଇଛନ୍ତି ସରକାର।

H3. 476 officers and employees are appointed: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ ନିଯୁକ୍ତି ମେଳା ମାଧ୍ୟମରେ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।

H4. CM Majhi has visited Malkangiri district: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ସାତ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭାଙ୍ଗି ଯାଇଥିବା ସମସ୍ତ କଚ୍ଚା ଘର ନିମନ୍ତେ ତୁରନ୍ତ ସହାୟତା ପ୍ରଦାନ ଉପରେ ଗୁରୁତ୍ବ ଆରୋପ କରିଛନ୍ତି।

H5. ASI to inspect Ratna Bhandar on September 18: ୧୮ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ। ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧକ୍ରମେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ) ପକ୍ଷରୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ ହେବ। ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ଏଏସ୍‍ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଯାଞ୍ଚ ଅନୁଷ୍ଠିତ ହେବ। ଏଥିରେ ଟେକ୍ନିକାଲ୍‍ ଯାଞ୍ଚ ବି ସାମିଲ ହେବ। ଏହି ଯାଞ୍ଚ ସମୟରେ ଉଭ ଭିତର ଏବଂ ବାହାର ରତ୍ନ ଭଣ୍ଡାରର ସ୍ଥିତି ବାବଦରେ ଏଏସ୍‍ଆଇ ଶ୍ରୀମନ୍ଦିର ପ୍ରଶଲାସନକୁ ଜଣାଇବ।

H6. Bhubaneswar Corporator dances waving Gun: ଗଣେଶ ପୂଜା ଭସାଣିରେ ବନ୍ଧୁକ ଧରି ନାଚିଲେ କର୍ପୋରେଟରେ ଜୀବନ ରାଉତ । ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ ଗଣେଶ ପୂଜା ବେଳେ ବନ୍ଧୁକ ଧରି ନାଚିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବୁଧବାର ଦିନ ରାତିରେ ୟୁନିଟ ୯ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

Also Read: Abhinav Arora: କିଏ ଏହି ୯ ବର୍ଷୀୟ 'ବାଲ୍ୟ ସାଧୁ', ଗଣପତି ବିସର୍ଜନରେ ଖୁବ୍ କାନ୍ଦିଲେ; ନିଜକୁ କୁହନ୍ତି ବଳରାମଙ୍କ ଅବତାର

H7. VL-SRSAM missile successfully test fires: ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ୧୨ ସେପ୍ଟେମ୍ବରରେ ଓଡି଼ଶାର ଚାନ୍ଦିପୁର ଉପକୂଳରୁ ସର୍ଟ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲକୁ (VL-SRSAM) ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ସ୍ୱଦେଶୀ ଅଟେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ନୌବାହିନୀ ଯୁଦ୍ଧ ଜାହାଜରେ ଭୂଲମ୍ବ ଲଞ୍ଚ ସିଷ୍ଟମରେ ସ୍ଥାପିତ ହୋଇଛି। ତେଣୁ ଏହାକୁ ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ ସର୍ଫେସ୍-ଟୁ-ଏୟାର ମିସାଇଲ୍ ମଧ୍ୟ କୁହାଯାଏ।

H8. Mamata Banerjee says ready to resign: କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଲେଜ ଛାତ୍ର ତଥା ହସ୍ପିଟାଲର ଜୁନିଅର ଡାକ୍ତରଙ୍କ ବିରୋଧ ଜାରି ରହିଛି। ବେଙ୍ଗଲ ସରକାର ଆଜି ପୁଣି ଥରେ ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କ ସିଏମ୍ ସହିତ ସାକ୍ଷାତ ପାଇଁ ଡାକିଥିଲେ, କିନ୍ତୁ ବାର୍ତ୍ତାଳାପର ସିଧା ପ୍ରସାରଣ ଦାବିରେ ଡାକ୍ତରମାନେ ଜିଦ୍ ଧରିଥିଲେ। ସିଏମ ମମତା ବାନାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ସେ ନିଜ ଇସ୍ତଫା ମଧ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି। କୋଲକାତା ଘଟଣା ସମ୍ପର୍କରେ ସେ ରାଜ୍ୟବାସୀଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି।

Also Read: Illia Golem Dies: ୬୧ ଇଞ୍ଚ ଛାତି...୨୫ ଇଞ୍ଚର ବାହୁ, ଦୈନିକ ଖାଉଥିଲେ ୧୦ ଲୋକଙ୍କ ଖାଦ୍ୟ, ୩୬ ବର୍ଷରେ ହୃଦଘାତରେ ପ୍ରାଣ ହରାଇଲେ ଏହି ବଡି ବିଲ୍ଡର

H9. Sitaram Yechury Passes Away: ବରିଷ୍ଠ ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀଙ୍କର ଆଜି ୭୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା। ଡାକ୍ତରଙ୍କ ଏକ ଦଳ ତାଙ୍କ ଅବସ୍ଥା ଉପରେ ନଜର ରଖିଥିଲେ।

H10. Bangladesh Hindu Durga Puja: ବାଂଲାଦେଶର ନୂତନ ଆନ୍ତରିଣ ସରକାର ଦେଶର ହିନ୍ଦୁମାନଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ନମାଜ ଏବଂ ଆଜାନ ସମୟରେ ହିନ୍ଦୁମାନଙ୍କୁ ଦୁର୍ଗା ପୂଜା କାର୍ଯ୍ୟକଳାପ ବନ୍ଦ କରିବାକୁ କୁହାଯାଇଛି। ବିଶେଷକରି ଆଜାନ ଓ ନମାଜ ସମୟରେ ଦୁର୍ଗା ପୂଜା ସହ ଜଡିତ କାର୍ଯ୍ୟକଳାପ ବନ୍ଦ କରିବାକୁ ସରକାର ହିନ୍ଦୁ ସମ୍ପ୍ରଦାୟକୁ କୁହାଯାଇଛି।

Also Read: Horoscope 13 September 2024: ୧୩ ସେପ୍ଟେମ୍ବରରେ ମା ଲକ୍ଷ୍ମୀ ଚମିକିବାକୁ ଯାଉଛି ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ରାଶିଫଳ