Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2462330

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines Today

1. Maldives PM Muizzu in India: ମାଲଡିଭ୍ସର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ  ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଲାଗି ଭାରତ ଗସ୍ତରେ ପହଞ୍ଚିଛନ୍ତି।  ଆଜି ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଭେଟିବେ। ଯଦିଓ ଏହା ପୂର୍ବରୁ ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ସରକାର ଗଠନ ସମୟରେ ଭାରତଗସ୍ତରେ ଥିଲେ କିନ୍ତୁ ସେ ସମୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ହୋଇ ନଥିଲା। ଗତକାଲି ସେ ପତ୍ନୀ ତଥା ମାଲଡିଭ୍ସର ପ୍ରଥମ ମହିଳା ସାଜିଦା ମହମ୍ମଦ ଏବଂ ଅନ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ ଓ ବରିଷ୍ଠ ଅଧିକାରୀଙ୍କ ସହ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ମାଲଡିଭ୍ସରେ ମୁତ୍ତୟନ ଭାରତୀୟ ସେନାକୁ ପ୍ରତ୍ୟାହାର ପାଇଁ ମୁଇଜ୍ଜୁ ନିର୍ଦ୍ଦେଶ ଦେବା ଏବଂ ଚୀନ ସହ ତାଙ୍କର ସମ୍ପର୍କ ବୃଦ୍ଧିକୁ କେନ୍ଦ୍ରକରି ଉଭୟ ଦେଶ ମଧ୍ୟରେ ବହିର୍ବ୍ୟାପାର ସମ୍ପର୍କ କ୍ଷୁର୍ଣ୍ଣ ହୋଇଥିଲା। ମୁଇଜ୍ଜୁଙ୍କ ଏ ଗସ୍ତରୁ ସମ୍ପର୍କ ପୁଣି ସୁଧାର ରାସ୍ତା ଆଡ଼କୁ ଗତି କରିବ ବୋଲି ଆଶା କରାଯାଉଛି। 

2. 4 Die after Chennai Air show: ଭାରତୀୟ ବାୟୁସେନାର ପ୍ରଦର୍ଶନୀ ଦେଖିବା ଲାଗି ଆସିଥିବା ଲୋକଙ୍କ ପ୍ରବଳ ଭୀଡ଼ ଯୋଗୁ ଚେନ୍ନାଇରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୯୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। ମାରିନା ବିଚ୍‍ରେ ଏହି ଶୋ ଆୟୋଜନ କରାଯାଇଥିଲା। ଏହାକୁ ଦେଖିବା ଲାଗି ସମମୁଦ୍ରକୂଳରେ ପ୍ରବଳ ଭୀଡ଼ ଦେଖିବାକୁ ମିଳିଥିଲା। ଏହି ଭିଡ଼ରେ ଡି ହାଇଡ୍ରେସନ୍‍ ଯୋଗୁ ଅନେକ ଲୋକଙ୍କ ସ୍‍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା। 

3. CM Mohun Majhi to attend anti Naxal Meet: ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଦିଲ୍ଲୀ ଗସ୍ତରେ ଅଛନ୍ତି। ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଆୟୋଜିତ ନକ୍ସଲ ମୁକାବିଲା ବୈଠକରେ ଯୋଗ ଦେବେ। ଏହାସହ ଓଡ଼ିଶାରେ ପୁଲିସ ପରିଚାଳନା ଓ ଆଇନ ଶୃଙ୍ଖଳା ପାଇଁ ଆବଶ୍ୟକ ଅର୍ଥ ଦାବି କରିବେ। ଏହି ବୈଠକ ବିଜ୍ଞାନ ଭବନଠାରେ ଆୟୋଜନ କରାଯାଇଛି। ଏଥିରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ,ତେଲେଙ୍ଗନା, ବିହାର, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ୫ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। 

4. Bus Strike from this evening: ଆଜିଠାରୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବସ୍‍ ଚଳାଚଳ ବାଧାପ୍ରାପ୍ତ ହେବ। ଘରୋଇ ବସ୍‍ ମାଲିକ ସଂଘ ଏହି ଅଞ୍ଚଳରେ ବସ୍‍ ଚଳାଚଳ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିବାରୁ ଏହି ସମସ୍ୟା ଉପୁଜିପାରେ। ୨ରାଜ୍ୟ ସରକାର ପୂର୍ବ ସରକାର ଭଳି ପୁଣିଥରେ ବ୍ଲକ୍‍ରୁ ଜିଲ୍ଲା ସଦର ମହକୁମାକୁ ଯୋଡ଼ିବା ପାଇ: ସରକାରୀ ବସ୍‍ ଚଳାଚଳ କରିବାକୁ ଥିବାରୁ ଏହି ପ୍ରତିବାଦ ନିଷ୍ପତ୍ତି ନେଇଛି ଘରୋଇ ବସ୍‍ ମାଲିକ ସଂଘ। ଏହିକ୍ରମରେ ଆଜି ସନ୍ଧ୍ୟାରୁ ୮ ତାରିଖ ଯାଏ ଘରୋଇ ବସ୍‍ ଚଳାଚଳ ବନ୍ଦ ପାଇଁ ସଂଘ ନିଷ୍ପତ୍ତି ନେଇଛି। 

5. Def Minister to inaugurate Def show: ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଓ ଆତ୍ମ ନିର୍ମରତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଆଜି ନୂଆଦିଲ୍ଲୀଠାରେ ଆରମ୍ଭ ହେବାକୁ ଯାଉଛି ଡିଫକନେକ୍ଟ-୪.୦। ଏହାକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଉଦ୍‍ଘାଟନ କରିବେ। ଭାରତରେ ଯେଉଁଭଳି ଭାବେ ସ୍ୱଦେଶୀ ପ୍ରତିରକ୍ଷା ନିର୍ମାଣ ଅଭିବୃଦ୍ଧି ପଥରେ ରହିଛି ତାହାକୁ ଏଠାରେ ପ୍ରଦର୍ଶନ କରାଯିବ। ପ୍ରତିରକ୍ଷା କ୍ଷେତ୍ରରେ ନବସୃଜନ, ଟେକ୍ନୋଲୋଜିଏବଂ କ୍ଷମତାକୁ ଏଠାରେ ପ୍ରଦର୍ଶନ କରାଯିବ। 

6. Tomato Price rise in Odisha: ବର୍ଷା କାରଣରୁ ରାଜ୍ୟରେ ପନିପରିବା ଦର ଆକାଶ ଛୁଆଁ ହୋଇଚି ।୬୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏବେ ୧୦୦ ଟଙ୍କାରେ ପହଞ୍ଚିଛି। ସବୁଜ ପନିପରିବାର ଅବସ୍ଥାବି ସେଇଆ ହୋଇଛି। ବିନ୍‍, ଝୁଡ଼ଙ୍ଗ, ପୋଟଳ, ବାଇଗଣ ୮୦ରୁ ୧୦୦ ଟଙ୍କାକୁ ପହଞ୍ଚିଛି। ପିଆଜି ୬୦ ଟଙ୍କା ହୋଇଥିବା ବେଳା ଆଳୁ ୩୦, ଅଦା ୧୪୦ ଟଙ୍କାରେ ବିକ୍ରି ହେଉଛି। 

7. 1 Year to Hamas-Isrel War: ଆଜି ୧ ବର୍ଷରେ ପହଞ୍ଚିଛି ଇସ୍ରାଏଲ୍‍-ହଭାସ ଯୁଦ୍ଧ। ଏହାକୁ ଆଖିରେ ରଖି ଉଭୟ ପକ୍ଷରୁ ଗାଜା ଉପରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜୋରଦାର ହୋଇଛି। ଅତିକମ୍‍ରେରେ ଏହି ଆକ୍ରମଣ ହେତୁ ଗତ ରାତିରେ ୨୬ ଜଣଙ୍କ ପ୍ରାଣ ଯାଇଥିବା ଖବର ମିଳିଛି। ମସ୍‍ଜିଦ୍‍ ଓ ସ୍କୁଲ୍‍ ଉପରେ ଏହି ଆକ୍ରମଣ ହୋଇଥିବା କୁହାଯାଉଥିବା ବେଳେ ଇସ୍ରାଏଲ୍‍ କହିଛି ହମାସ ଆତଙ୍କୀଙ୍କ ଉପରେ ଏହି ଆକ୍ରମଣ ହୋଇଛି। ସାରା ବିଶ୍ୱରେ ଏହି ଯୁଦ୍ଧକୁ ନିନ୍ଦା କରି  ପ୍ରତିବାଦ ଜୋରଦାର ହୋଇଛି।

8. Student dispute in VIMSAAR: ରବିବାର ଦିନ ବୁର୍ଲା ମେଡିକାଲ୍‍ କଲେଜ୍‍ ଓ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ ହୋଇଛି। ପିଜି ଛାତ୍ର ଓ ହାଉସ୍‍ ସର୍ଜନଙ୍କ ଭିତରେ ଏହି ଗଣ୍ଡଗୋକୁ ନେଇ ଥାନାରେ ଏତଲା ମଧ୍ୟ କରାଯାଇଛି। ହାଉସ୍‍ ସର୍ଜନମାନେ ଏହି ଗଣ୍ଡଗୋଳରେ ପ୍ରଭାବିତ ହୋଇଥିବା ଦର୍ଶାଇ କାର୍ଯ୍ୟବନ୍ଦ ଆନ୍ଦୋଳନର ଧମକ ଦେଇଛନ୍ତି। ତେବେ ଏନେଇ ଦୁଇ ଗୋଷ୍ଠୀ ଭିତରେ ଆଲଷାଚନା ଚାଲିଛି ବୋଲି ସମାଧାନ ପାଇଁ ଉଦ୍ୟମ ହେଉଛି ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟକ କର୍ତ୍ତୃପକ୍ଷ। 

9. Road Accident in Sambalpur: ସମ୍ବଲପୁର ଜିଲ୍ଲା ଜମନକେରା ଥାନା ଅନ୍ତର୍ଗତ ଜତୀୟ ରାଜପଥ-୫୩ ର   କାଦଲିପାଲା ଅଞ୍ଚଳ ନିକଟରେ ଏକ ଟ୍ରକ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଗାଡ଼ି ଘଟଣାସ୍ଥଳରେ ଜଳି ଉଠିଥିଲା। ଆଉ ସେଥିରେ ପୋଡ଼ି ଯାଇଥିଲା ଦୁଇ ଡ୍ରାଇଭର।

10. T20: ଚଳିତ ଆଇସିସି ମହିଳା‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍‌ଠାରୁ ନିଜ ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ହର୍ମନପ୍ରୀତ୍ କୌରଙ୍କ ଭାରତୀୟ ଦଳ ରବିବାର ପାକିସ୍ତାନକୁ ୬ ୱିକେଟ୍‌ରେ ମାତ୍ ଦେଇ ବିଜୟଧାରାକୁ ଫେରିଛି। ଅରୁନ୍ଧତି ରେଡ୍ଡୀ, ଶ୍ରେୟଙ୍କା ପାଟିଲ୍‌ଙ୍କ ଚମତ୍କାର ବୋଲିଂ ପରେ ଜେମିମା ରଡ୍ରିଗ୍ବେଜ୍ ଓ ହର୍ମନପ୍ରୀତ୍ କୌରଙ୍କ ଉପଯୋଗୀ ପାଳି ବଳରେ ଭାରତ ଏହି ବିଜୟ ପାଇଛି। ଫଳରେ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତର ପ୍ରାଧାନ୍ୟ ଜାରି ରହିଛି।

Also Read- Weekly Family Horoscope: ଏହି ସପ୍ତାହରେ ୫ ରାଶିକୁ ମିଳିବ ପାରିବାରିକ ସୁଖ

Also Read- Gold Price Today: ନବରାତ୍ରୀର ପଞ୍ଚମ ଦିନରେ କମିଲା ସୁନା ରୂପା ଦର, ଜାଣନ୍ତୁ କେତେ ହେଲା ଶସ୍ତା