ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Trending Photos
1-Hemant Soren Oath :ଝାଡଖଣ୍ତ ବିଧାନସଭା ଫଳାଫଳ ସାମ୍ନାକୁ ଆସିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଝାଡଖଣ୍ତ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନ୍ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଅପରାହ୍ନରେ ରାଞ୍ଚିକ ମୋରହାବାଦୀ ମୌଦାନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
2-DG-IGP meet in Bhubaneswar: ଆସନ୍ତାକାଲିଠୁ ଡିସେମ୍ବର ୧ ପର୍ଯ୍ୟନ୍ତ ତିନି ଦିନ ଧରି ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ଉଦଘାଟନ କରିବେ ଅମିତ ଶାହ । ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ । ମୋଟ ୯୦ ଜଣ ଡିଜିପି ଓ ଆଇଜିପି ଯୋଗ ଦେବେ । ଆସନ୍ତାକାଲି ପହଞ୍ଚିବେ ଅମିତ ଶାହ ଓ ନରେନ୍ଦ୍ର ମୋଦି। ସମ୍ମିଳନୀ ପାଇଁ ପୂରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
3- CM Mohan Charan Majhi: ରାଜ୍ୟ ଅଗ୍ନିଶମ ବିଭାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବର୍ଷ ପୁରୁଣା ପରମ୍ପରାକୁ ଭଙ୍ଗ କରିବାକୁ ଯୋଜନା କରିଛି ବିଜେପି ସରକାର। ମହାଳାଙ୍କୁ ସଶକ୍ତ କରିବା ତଥା ସାହସୀ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏହା ଏକ ଯୁଗାନ୍ତକାରୀପଦକ୍ଷେପ ହେବ ବୋଲି ଆଶା କରାଯାଇଛି। ଏହିକ୍ରମରେ ଆଗ୍ନିକ ଭାବେ ଏଣିକି ମହିଳାଙ୍କୁ ନିଯୁକ୍ତି ମିଳିବ। ଏଥିଲାଗି ଏହି ପଦବୀର ନାଁ ‘ଫାୟାର ମେନ୍’ ବଦଳରେ ‘ଫାୟାର ଫାଇଟର’ ରଖିବାକୁ ଉପମୁଖ୍ୟମନ୍ତ୍ରୀ ସୂଚନର ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଘୋଷଣା କରିବେ ବୋଲି ସେ କହିଛନ୍ତି।
4-Paddy Procurement: ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅବ୍ୟବସ୍ଥା ରୋକିବା ପାଇଁ ଅନେକ ପ୍ରକାର ପଦକ୍ଷେପ ନେଉଛନ୍ତି ସରକାର । ବର୍ତ୍ତମାନ ଧାନମଣ୍ଡି ପାଇଁ ଚୋଲ ଫ୍ରି ନମ୍ବର ଜାରି କରାଯାଇଛି । 1967 ରହିଛି ଟୋଲ ଫ୍ରି ନମ୍ବର । ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବା ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କରାଯାଇଛି । କଣ୍ଟ୍ରୋଲ ରୁମର ଉଦଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
5Ration Card:ପୂର୍ବ ସରକାରରେ ଭୂତ ପାଉଥିଲେ ରାସନ। ମୃତ୍ୟୁ ପରେ ବି ହିତାଧିକାରୀଙ୍କ ନାଁରେ ଦିଆ ହୋଇଆସୁଛି ରାସନ। ଜଣେ କି ଦୁଇ ଜଣ ମୃତ ହିତାଧିକାରୀ ନୁହେଁ ମୋଟ ୧ ଲକ୍ଷ ୭୭ ହଜାର ୬୮ ଭୂତ ହିତାଧିକାରୀ ରାସନ ପାଉଛନ୍ତି। ଇ-କେୱାଇସି ପ୍ରକ୍ରିୟାରୁ ମୃତ ହିତାଧିକାରୀଙ୍କ ବାବଦରେ ଜଣା ପଡ଼ିଥିବା ଗୃହରେ ମନ୍ତବ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
6-Attack On Jajpur MLA Case Update: ଯାଜପୁର ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ ମାମଲା। ଜିଲ୍ଲା ଦୌରାଜଜ୍ ୧୦ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ସ୍ଥଗିତ ରଖିଛନ୍ତି ଏବଂ ଇନଜୁରି ଏବଂ ସିଡି ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଛନ୍ତି। ସେପଟେ ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଯାଜପୁର ଟାଉନ ଥାନାରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିବାପରେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ପହଞ୍ଚିଛନ୍ତି ଟିମ୍। ବିଧାୟକଙ୍କୁ ଆକ୍ରମଣରେ ଗିରଫ ହୋଇଥିବା ୧୪ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହା ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ମଧ୍ୟ ଉପସ୍ଥିତ ଥିଲେ।
7-Maharastra Politics: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ଚାରି ଦିନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ହୋଇ ପାରିନାହିଁ। ଏକନାଥ ସିନ୍ଦେ ମଙ୍ଗଳବାର ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି, କିନ୍ତୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ କିଏ ହେବେ ସେନେଇ ସନ୍ଦେହ ଘେରରେ ରହିଛି। ଏହି ସମୟରେ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ପଦବୀ ନେଇ ଯାହା ନିଷ୍ପତ୍ତି ନିଅନ୍ତି ତାହା ତାଙ୍କୁ ଏବଂ ସମଗ୍ର ଶିବସେନା ଦଳ ଗ୍ରହଣ କରିବ।
8- Bajrang Punia :ଚର୍ଚ୍ଚାରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ନ୍ୟାସନାଲ ଆଣ୍ଟିଂ ଡୋପିଂ ଏଜେନ୍ସି (ନାଡା) ପକ୍ଷରୁ ଆୟୋଜିତ ଟେଷ୍ଟ ପାଇଁ ନମୁନା ଦେବାକୁ ଅଗ୍ରାହ୍ୟ କରିବା ପରେ ଆକ୍ସନ ନେଇଛି ନଡା । ବଜରଙ୍ଗ ପୁନିଆଙ୍କ ଉପରେ ବର୍ତ୍ତମାନ ୪ ବର୍ଷର ନିଲମ୍ବନାଦେଶ ଲାଗିଛି । ଆଣ୍ଟି-ଡୋପିଂ ନିୟମ ଧାରା 10.3.1 ଅନୁଯାୟୀ ପୁନିଆଙ୍କୁ ନିଲମ୍ବନାଦେଶ ହୋଇଛି ।
9- silver medal: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪’ରେ ‘ଓଡ଼ିଶା ମଣ୍ଡପ’କୁ ରୌପ୍ୟ ପଦକ ମିଳିଛି। ଏହି ବିଶାଳ ବାଣିଜ୍ୟ ମେଳାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’କୁ ଏହି ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ଶ୍ରୀଯୁକ୍ତ ବିଶାଲ ଗଗନ ଓଡ଼ିଶା ସରକାରଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।
10- National Education Policy:ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି(ଏନଇପି) ୨୦୨୦ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଥିଲା। ୨୦୨୪-୨୫ ଶିକ୍ଷା ବର୍ଷରୁ ସ୍ନାତକ (ୟୁଜି)ରେ ଏହା ଲାଗୁ ହେବା ନେଇ ବିଜ୍ଞପ୍ତିରେ କୁହାଯାଇଥିଲା। ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ରାଜ୍ୟର ଶିକ୍ଷାନୁଷ୍ଠାନମାନଙ୍କରେ ୪ ବର୍ଷିଆ ସ୍ନାତକ ପାଠପଢ଼ା ହେବ।