Top 10 News Today: ଲୁଙ୍ଗିର ଜବାବ ଧୋତିରେ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2220138

Top 10 News Today: ଲୁଙ୍ଗିର ଜବାବ ଧୋତିରେ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ଲୁଙ୍ଗିର ଜବାବ ଧୋତିରେ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
H1. ଆଜି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ
ଆଜି ଗୃହମନ୍ତ୍ରୀ ଅମିତ ଶାହା ବିଜେପି ପ୍ରାର୍ଥୀଙ୍କ ଲାଗି ଓଡ଼ିଶାରେ ପ୍ରଚାର ଆରମ୍ଭ କରିବେ। ରାଜ୍ୟର ପଶ୍ଚିମାଞ୍ଚଳ ତଥା ସୋନପୁରରୁ ସେ ନିର୍ବାଚନ ପ୍ରଚାର ଲାଗି ବିଗୁଲ୍‍ ଫୁଙ୍କିବେ। ଏଥିଲାଗି ରାଜ୍ୟ ବିଜେପି ନେତୃତ୍ୱ ଉତ୍ସାହିତ ରହିଛନ୍ତି। ଅପରାହ୍ଣ ୩ଟାରେ ଏଥିଲାଗି ରାମେଶ୍ୱର ଷ୍ଟାଡିୟମରେ ଆୟୋଜନ କରାଯାଇଛି। ଏଥିରେ ରାଜ୍ୟ୍ୟର ବରିଷ୍ଠ ନେତା ତଥା ପ୍ରାର୍ଥୀମାନେ ଯୋଗ ଦେବେ। ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ପ୍ରମୁଖ ଶ୍ରୀ ଶାହାଙ୍କ ସହ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। 
 
H2. ହିଞ୍ଜିଳିରୁ ବିଜେଡ଼ିର ନିର୍ବାଚନୀ ପ୍ରଚାର ଆରମ୍ଭ
ଗଞ୍ଜାମର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ବିଜେଡି ଏହାର ପ୍ରଚାର ଅଭିଯାନ ଆରମ୍ଭ କରିଛି। ଦଳୀୟ ସଭାପତି ନବୀନ ପଟ୍ଟନାୟକ ଏହି ସଭାରେ ଯୋଗ ଦେଇ ଲୋକଙ୍କୁ ଏଥର ଉଭୟ  ସାଂସଦ ଏବଂ ବିଧାନସଭା ପାଇଁ ବିଜେଡି ପ୍ରତିନିଧିଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।  ତାଙ୍କ ପ୍ରଚାର ସମୟରେ  ମୁଖ୍ୟ ବିରୋଧୀଦଳ ବିଜେପି ବିରୁଦ୍ଧରେ ଗୋଟିଏ ଶବ୍ଦବି ଶୁଣିବାକୁ ମିଳି ନାହିଁ। ଏଣୁ ଆଜି ପ୍ରଚାର ସମୟରେ ଶ୍ରୀ ଶାହା କିପରି  ରାଜ୍ୟରେ ଶାସନ କରୁଥିବା ବିଜେଡି ପାଇଁ ମତ ପୋଷଣ କରୁଛନ୍ତି ତାହାକୁ ରାଜ୍ୟ ଭୋଟର ଅପେକ୍ଷା କରିଛନ୍ତି। 
 
H3. ଅଶାନ୍ତ ମାହାଙ୍ଗା
ଅଶାନ୍ତ ହୋଇଛି କଟକ ଜିଲ୍ଲାର ମହାଙ୍ଗା ନିର୍ବାଚନ ମଣ୍ଡଳୀ। ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପୟାର୍ଥୀ ସୁମନ୍ତ ଘଡ଼ାଇଙ୍କ ରୋଡଶୋ’ରେ ଏପରି ହିଂସା ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀଙ୍କ ଭିତରେ ବଚସା ଯୋଗୁ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। 
 
H4. ନାମାଙ୍କର ଶେଷ ଦିନ
ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ପରି ୪ ସଂସଦୀୟ ନିର୍ବାଚନ ମଣ୍ଡଳୀ ଏବଂ ଏହି ଅଧୀନରେ ଥିବା ୨୮ ଲୋକସଭା ମଣ୍ଡଳୀ ଲାଗି ଆଜି ଅବଶିଷ୍ଟ ପ୍ରାର୍ଥୀ ନିଜର ପ୍ରାର୍ଥପତ୍ର ଦେଖଲ କରିବେ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତକାଲି ଯାଏ ସମୁଦାୟ ୫୫ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ପ୍ରାର୍ଥୀଙ୍କ ଭିତରୁ ସର୍ବାଧିକ କଳାହାଣ୍ଡି ଜିଲ୍ଲାରେ ୧୭ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ କୋରାପୁଟରେ ୧୬ଜଣ ବ୍ରହ୍ମପୁରରେ ୧୫ଜଣ ଏବଂ ନବରଙ୍ଗପୁରରେ ୭ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି।
 
H5. ଏନଟିଏ ପକ୍ଷରୁ ଜେଇଇ ପରୀକ୍ଷା ଫଳ ପ୍ରକାଶ
ନ୍ୟାସନାଲ୍‍ ଟେଷ୍ଟିଂ ଏଜେନ୍ସୀ ( ଏନ୍‍ଟିଏ) ପକ୍ଷରୁ ଜେଇଇ ମେନ୍‍ ପରୀକ୍ଷାଫଳ ପ୍ରକାଶ ପାଇଛି। ସମସ୍ତ ରେକର୍ଡକୁ ଭାଙ୍ଗି ଏଥର ୫୬ଜଣ ପ୍ରାର୍ଥୀ ୧୦୦ ପର୍ସେଣ୍ଟାଇଲ୍‍ ଅର୍ଜନ କରିଛନ୍ତି। ଏହି ୧୦୦ ଜଣଙ୍କ ଭିତରେ ୨ ଜଣ ଝିଅ ରହିଛନ୍ତି। ପାଞ୍ଚବର୍ଷରେ ସବୁଠାରୁ ଅଧିକ ପର୍ସେଣ୍ଟାଇଲ୍‍ ରଖିଛନନ୍ତି ଚଳିତ ବର୍ଷ ପରୀକ୍ଷା ଦେଇଥିବା ପ୍ରାର୍ଥୀ। 
 
H6. କଟକ ବାରବାଟୀରୁ ପ୍ରାର୍ଥୀ ହେବେ ସୋଫିଆ
କଟକ-ବାରବାଟୀରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‍। ଗତକାଲି କଟକ ନଗର କଂଗ୍ରେସ କମିଟି ପକ୍ଷରୁ ଏ ବାବଦରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ଏ ବିଷୟରେ ଏଆଇସିସି ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଭିଜିଲ୍ଲାନ୍ସ ଦ୍ୱାରା ୩ ବର୍ଷ ଜେଲ୍‍ ଦଣ୍ଡାଦେଶ ପାଇବା ପରେ ଏବଂ ଏହି ରାୟ ହାଇକୋର୍ଟରେ କାଏମ ରହିବା ତଥା ସୁପ୍ରିମ୍‍କୋର୍ଟରୁ କୌଣସି ମୁକ୍ତି ନମିଳିବା ଦ୍ୱାରା ଶ୍ରୀ ମୋକିମ୍‍ଙ୍କ ନିର୍ବାଚନ ଲଢ଼ିବା ଉପରେ କଟକଣା ଲାଗିଛି। 
 
H7. ବିମାନ ବିଳମ୍ବ ହେଲେ ଫେରସ୍ତ ହେବ ଭଡ଼ା
ଏଣିକି ବିମାନ ବିଳମ୍ବ ହେଲେ ବା ବାତିଲ ହେଲେ ଭଡ଼ା ଫେରସ୍ତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ପରିବହନ ନୀତିରେ ପରିବର୍ତ୍ତନ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଏୟାରଲାଇନ ଏବଂ ସବୁ ପ୍ରକାର ଯାତ୍ରା ପାଇଁ ଏହି ନୀତି ଉଦ୍ଦିଷ୍ଟ ହେବ। ଆମେରିକା ଭିତରେ ଓ ଆମେରିକାରୁ ବିଦେଶ ଯାଉଥିବା ବିମାନ ସେବା ପାଇଁ ଏହି ନିୟମ ଲାଗୁ ରହିବ। 
 
H8. ଆହୁରି ୫ ଦିନ ତାତି
ରାଜ୍ୟରେ ଆସନ୍ତା ୫ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ। ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୬ରୁ ୨୮ ତାରିଖ ଯାଏ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଗତକାଲିର ରେକର୍ଡ ଅନୁସାରେ ଭୁବନେଶ୍ୱର ଏବଂ ନୂଆପଡ଼ା ସବୁଠାରୁ ଉତ୍ତପ୍ତ ସହର ଭାବେ ଗଣତି ହୋଇଛି। 
 
H9. ଆଜି ବିଶ୍ୱ ମ୍ୟାଲେରିଆ ଦିବସ
ଆଜି ବିଶ୍ୱ ମ୍ୟାଲେରିଆ ଦିବସ। ଦିନକୁ ଦିନ ରାଜ୍ୟରେ ମ୍ୟାଲେରିଆ ସଂକ୍ରମଣ ଯେପରି ବଢ଼ୁଛି ତାହା ଆଗକୁ ଉଗ୍ର ରୂପ ନେବ ବୋଲି ଆଶଙ୍କା କରାଯାଉଛି। ୨୦୨୧ ମସିହାରୁ ରାଜ୍ୟରେ ମ୍ୟାଲେରିଆ ସାମାନ୍ୟ କମ୍‍ ଥିଲା। କିନ୍ତୁ ଗତବର୍ଷ ରାଜ୍ୟରେ ୪୨ ହଜାର ରୋଗୀ ମ୍ୟାରିଆ ଆକ୍ରାନ୍ତ ହୋଇଥିଲେ। ଦକ୍ଷିଣ ଓଡ଼ିଶାରେ ଏହାର ମାତ୍ରା ଅଧିକ ରହିଛି। ଏଭଳି ପରିସ୍ଥିତିରେ ଆବଶ୍ୟକ ଗବେଷଣା, ସଚେତନତା ଏବଂ ନୀରିକ୍ଷଣ ଓ ଚିକିତ୍ସା ଉପରେ ଗୁରୁତ୍ୱ ଦେବା ଆବଶ୍ୟକତା ଆସିଛି। 
 
H10. ଲୁଙ୍ଗିର ଜବାବ ଧୋତିରେ
ଲୁଙ୍ଗିର ଜବାବ ଧୋତିରେ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡି ପକ୍ଷରୁ ଏହାର ଦୁଇ ମୁଖପାତ୍ରଙ୍କୁ ଲୁଙ୍ଗି ପିନ୍ଧାଇ ଗଣମାଧ୍ୟମ ସାମ୍ନାକୁ ଅଣାଯାଇ ଏହା ଆମ ସଂସ୍କୃତି ଓ ବୁଣାକାରଙ୍କ ପରିଚୟ ବୋଲି କହିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିର୍ବାଚନ ପ୍ରଚାର ସମୟରେ ଧୋତି ପିନ୍ଧି ଲୋକଙ୍କ ସମ୍ମୁଖକୁ ଯାଇଥିଲେ। ଏହି ଫଟୋକୁ ନେଇ କେଉଁଟି ଓଡ଼ିଶାର ପରିଚୟ ବୋଲି ପ୍ରଶ୍ନ ପଚାରିଛନ୍ତି ସାମାଜିକ ଗଣମାଧ୍ୟମପ୍ରେମୀ।