Top 10 News Headlines: ଗୋଟିଏଦିନ ପୂର୍ବରୁ ଲୋକସଭା ମୁଲତବୀ, ହାଥରସ୍‍ରେ ଦଳାଚକଟା ଏବଂ ଅନ୍ୟ ଖବର
Advertisement
Article Detail0/zeeodisha/odisha2318671

Top 10 News Headlines: ଗୋଟିଏଦିନ ପୂର୍ବରୁ ଲୋକସଭା ମୁଲତବୀ, ହାଥରସ୍‍ରେ ଦଳାଚକଟା ଏବଂ ଅନ୍ୟ ଖବର

Top 10 Headlines from 2nd July 2024: ଉତ୍ତରପ୍ରଦେଶର ହାଥରସ୍‍ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଥିରେ ୧୧୬ଜଣଙ୍କ ପ୍ରାଣ ଯାଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

 

Top 10 News Headlines
Top 10 News Headlines: H1. ନିର୍ଦ୍ଧାରିତ ତାରିଖଠାରୁ ଗୋଟିଏଦିନ ଆଗୁଆ ଶେଷ ହୋଇଛି ଲୋକସଭାର ସ୍ୱତନ୍ତ୍ର ଅଧିବେଶନ।  ଜୁନ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ସମୁଦାୟ ୭ଟି କାର୍ଯ୍ୟଦିବସ ଥିଲା। ପ୍ରଥମ ଦୁଇଦିନ ଧରି ୫୩୯ ଜଣ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ ସାମୟିକ ବାଚସ୍ପତି ଭର୍ତ୍ତୃହରି ମହତାବ। ଏହାପରେ ବାଚସ୍ପତି ନିର୍ବାଚନ ଏବଂ ସଦସ୍ୟମାନଙ୍କ ଅଭିନନ୍ଦନରେ ଗୋଟିଏ ଦିନ ବିତିଥିଲା। ଚତୁର୍ଥ ଦିନରେ ରାଷ୍ଟ୍ରପତି ଦୁଇ ସଦନକୁ ସମ୍ବୋଧିତ କରିଥିଲା। ପଞ୍ଚମ ଦିନରେ ବିରୋଧି ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ବଦଳରେ ନିଟ୍‍ ପରୀକ୍ଷାରେ ତ୍ରୁଟିକୁ ନେଇ ମୁଲତବୀ ପ୍ରସ୍ତାବ ଆଗତ କରିବାକୁ ପ୍ରସ୍ତାବ କରାଯାଇଥିଲା। ହେଲେ ଗ୍ୟୃହର ପରମ୍ପରା ଏହାକୁ ଅନୁମତି ଦେଉ ନଥିବାରୁ ହୋ ହଲ୍ଲାରେ ଗୃହ ହୋଇଥିଲା ମୁଲତବୀ। ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଣିଥିଲେ ବରିଷ୍ଠ ବିଜେପି ନେତା ଅନୁରାଗ ଠାକୁର। ସୋମବାର ମଧ୍ୟ ରାତ୍ରିଯାଏ ଏ ପ୍ରସ୍ତାବ ବିଷୟରେ ଆଲୋଚନା ହେବା ପରେ ମଙ୍ଗଳବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ରହିଥିଲା। ସମୁଦାୟ ୬୮ ସାଂସଦ ପ୍ରାୟ ୧୮ ଘଣ୍ଟା ଧରି ପ୍ରସ୍ତାବ ଉପରେ ନିଜର ମତାମତ ରଖିଥିଲେ। ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି।
 
H2. ଅଷ୍ଟାଦଶ ବିଧାନସଭାର ପ୍ରଥମ ଅଧିବେଶନରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବିରୋଧି ଦଳ ନେତା ଭାବେ ଘୋଷଣା କରାଯାଇଛି। ଦୀର୍ଘ ଏକ ଦଶନ୍ଧି ପରେ ଲୋକସଭାରେ ଜଣେ ନେତାଙ୍କୁ ବିରୋଧି ଦଳ ନେତାର ମାନ୍ୟତା ମିଳିଛି। ଏହାବାଦ୍‍ ସ୍ୱତନ୍ତ୍ର ଉପସ୍ଥାପନ ଭାବେ ୪୧ଜଣ ସଦସ୍ୟ ବିଭିନ୍ନ ପ୍ରସଙ୍ଗରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ୩ ଜଣ ମନ୍ତ୍ରୀ ମଧ୍ୟ ସେମାନଙ୍କ ମନ୍ତବ୍ୟ ରଖିଥିଲେ। ୩୩୮ଟି ଦସ୍ତାବିଜ ଏହି ଗୃହରେ ଉପସ୍ଥାପନ କରାଯାଇଥିଲା। 
 
H3. ଲୋକସଭାର ଏହି ଅଧିବେଶନରେ ବିରୋଧି ସରକାରୀ ଦଳକୁ ଏକ ସ୍ଥିର ସରକାର ବଦଳରେ ଅସ୍ଥିର ବୋଲି ଦର୍ଶାଇବା ସହ ଏହା ଏକ ସହଯୋଗୀଙ୍କ ଉପରେ ନିର୍ଭରକରୁଥିବା ସରକାର ବୋଲି କହିଥିଲେ। ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀ  ବିରୋଧୀ ଦଳକୁ ପରଜୀବୀ କହି ନିଜ ଭାଷଣରେ ସମାଲୋଚନା କରିଥିଲେ। 
 
H4. ରାହୁଲ ଗାନ୍ଧିଙ୍କ ‘ହିନ୍ଦୁ’ ସମ୍ବନ୍ଧୀୟ ମତକୁ ନେଇ ଲୋକସଭାରେ ହଟ୍ଟଗୋଳ ହୋଇଥିଲା।  ଶ୍ରୀ ଗାନ୍ଧି ଗୃହରେ ଭଗବାନ ଶିବଙ୍କ ଫଟୋକୁ ଦେଖାଇ ଶାସକ ଦଳକୁ ହିନ୍ଦୁ ବିରୋଧି ବୋଲି କହିଥିଲେ। ଏହାକୁ ନେଇ ଉତ୍ତେଜନା ହୋଇଥିଲା। ପରବର୍ତ୍ତୀ ସମୟରେ ସେ ଦେଇଥିବା ମତକୁ ଗ୍ୟହ କାର୍ଯ୍ୟରୁ ବାଦ୍‍ ଦିଆଯାଇଛି ।
 
H5. ଉତ୍ତରପ୍ରଦେଶର ହାଥରସ୍‍ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଥିରେ ୧୧୬ଜଣଙ୍କ ପ୍ରାଣ ଯାଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଏକ ସତ୍‍ସଙ୍ଗରେ ଯୋଗ ଦେଇଥିବାବେଳେ ଦଳା ଚକଟା ଘଟି ଏପରି ଅବସ୍ଥା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି। 
 
H6. ଏଥର ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି ଘୋଷଣା କରାଯାଇଛି।  ଦୁଇଦିନ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଜୁଲାଇ ୮ ତାରିଖକୁ ଛୁଟି ଘୋଷଣା କରବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଆଜିର ରଥଯାତ୍ରା ସମନ୍ବୟ ବୈଠକ ମଞ୍ଚରୁ ନିର୍ଦ୍ଦେଶ ଦେଇଛନ୍ତି। ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
 
H7. ବିଭିନ୍ନ ବର୍ଗରେ ଲୋକଙ୍କୁ ମିଳୁଥିବା ସରକାରୀ ଭତ୍ତା ପରିମାଣକୁ ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି  ନେଇ ସରକାର ଚିନ୍ତା କରୁଛନ୍ତି।   ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ସେ ନେଇ ପ୍ରସ୍ତୁତି ଚାଲିଛି ଏବଂ ଅର୍ଥ ବିଭାଗ ସହ ବିସ୍ତୃତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 
 
H8. ବନ୍ଦ କରାଯାଇଥିବା ସ୍କୁଲ୍‍ ପାଖରେ ଯଦି ବିକଳ୍ପ କୌଣସି ସ୍କୁଲ୍‍ ନଥିବା ଏବଂ ସ୍ଥାନୀୟ ଲୋକଙ୍କ ଚାହିଦା ଥିବ ତେବେ ସେ ସ୍କୁଲ୍‍ଗୁଡ଼ିକୁ ପୁଣିଥରେ ଚାଲୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।  ଏଥିନେଇ ସ୍କୁଲ୍‍ ଓ ଗଣଶିକ୍ଷା ବିଭାଗକୁ ଆବଶ୍ୟକ ସର୍ବେକ୍ଷଣ କରିବା ଏବଂ ସ୍ଥାନୀୟ ଲୋକଙ୍କ ମତାମତ ସଂଗ୍ରହ କରିବାକୁ କୁହାଯାଇଛି। 
 
H9. କୋଲକାତାର ଏକ ଘରୋଇ ଫାର୍ମକୁ ଚାଉଳ ପରିବହନ ଠିକା ଦେବାକୁ ୧ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଜଣେ ମହାପ୍ରବନ୍ଧକ ଓ ଏକାଉଣ୍ଟସ୍ ମ୍ୟାନେଜରଙ୍କ ସମେତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରସ୍ଥିତ ଏଫସିଆଇ, ଓଡ଼ିଶା କ୍ଷେତ୍ର ମହାପ୍ରବନ୍ଧକ ପ୍ରେମ ସିଂ ଭନୋତ୍, ଏଫସିଆଇ ଏକାଉଣ୍ଟସ୍ ମ୍ୟାନେଜର ସଞ୍ଜୟ ଦେ, କୋଲକାତାର ମେସର୍ସ ଏସପି ଟ୍ରେଡର୍ସ ଏଣ୍ଡ ସପ୍ଲାୟର୍ସ ପ୍ରାଇଭେଟ୍ ଲିମିଟେଡ୍ର ମାଲିନା ଦେ ଆଲିଆସ୍ ସୌମୀ ଭଟ୍ଟାଚାର୍ଯ୍ୟ ଏବଂ କୋଲକାତାର ଜଣେ ମଧ୍ୟସ୍ଥ ସୟେଦ ହସନେନ୍ ଅହମ୍ମଦ। ଏହି ଚାରି ଜଣଙ୍କ ସମେତ କୋଲାକାତାର ଆଉ ଜଣେ ମଧ୍ୟସ୍ଥ ସ୍ୱପନ କୁମାର ଘୋଷାଲ ଏବଂ କେତେକ ଅପରିଚିତ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ସିବିଆଇ ମାମଲା ରୁଜୁ କରିଛି । 
 
H10. ଛତିଶଗଡ଼ ନାରାୟଣପୁରରେ ପୋଲିସ ସହ ଗୁଳି ବିନିମୟରେ ମଙ୍ଗଳବାର ୫ ମାଓବାଦୀ ନିହତ ହୋଇଛନ୍ତି।  ପୁଲିସର ଏହି ଅଭିଯାନ ୨ ଦିନ ଧରି ଜାରି ରହିଥିବା ବେଳେ ମଙ୍ଗଳବାର ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ଚାଳନା କରିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା।