Top 10 News: ରାତି ପାହିଲେ ରତ୍ନଭଣ୍ଡାର କାମ, କଂଗ୍ରେସକୁ ମହୁମାଛି ଆକ୍ରମଣ ଖବର ସହ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2561378

Top 10 News: ରାତି ପାହିଲେ ରତ୍ନଭଣ୍ଡାର କାମ, କଂଗ୍ରେସକୁ ମହୁମାଛି ଆକ୍ରମଣ ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ରାତି ପାହିଲେ ରତ୍ନଭଣ୍ଡାର କାମ, କଂଗ୍ରେସକୁ ମହୁମାଛି ଆକ୍ରମଣ ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଦୈନିକ ପ୍ରାୟ ୫ ଘଣ୍ଟା ଧରି ମରାମତି କାମ ହେବା ନେଇ ସୂଚନା ମିଳିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। NGRI ଏବଂ ASI ପକ୍ଷରୁ ହୋଇଥିବା ଜିପିଆର ସର୍ଭେ ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ମରାମତି କରାଯିବ ।

Headlines 02- ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ପୁଣି ଥରେ ଖରାପ ବର୍ଗରେ ପହଞ୍ଚିଛି । ଯାହା ପରେ GRAP III କାର୍ଯ୍ୟକାରୀ ହୋଇଛି । ସୋମବାର ରାଜଧାନୀ ଦିଲ୍ଲୀରେ AQI 450 ରେ ପହଞ୍ଚିଛି। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ସୋମବାର ଅପରାହ୍ନରେ କହିଛି ଯେ, ଅତ୍ୟଧିକ ପ୍ରତିକୂଳ ପାଣିପାଗ ପରିସ୍ଥିତି ପରେ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ GRAP-III ସୁପାରିଶକୁ ପୁଣିଥରେ ଲାଗୁ କରାଯାଇଛି।

Headlines 03- ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଝାରସୁଗୁଡ଼ା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼ । ୨ ଦିନ ଘନ କୁହୁଡ଼ି ହେବା ନେଇ କୋରାପୁଟ ଓ କନ୍ଧମାଳ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ମଙ୍ଗଳବାର ପରଠାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

Headlines 04- ୨୦୨୫ ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନବେଳେ ଭୁବନେଶ୍ବରସ୍ଥିତ ଗାନ୍ଧୀ ମାର୍ଗରେ ପ୍ରଜ୍ଞାପନ ମେଢ଼ ଗଡ଼ିବ । ଏଥିରେ ରାଜ୍ଯର ଐତିହ୍ଯ, ପରମ୍ପରା, ଅସ୍ମିତା ଏବଂ ବିକାଶକୁ ନେଇ ଏହି ପ୍ରଜ୍ଞାପନ ମେଢ଼ ଗୁଡ଼ିକ ପ୍ରଦଶିର୍ତ ହେବ । ପ୍ଯାରେଡ୍ ପ୍ରଦର୍ଶନ ସହ ପ୍ରଜ୍ଞାପନ ମେଢ଼ ଉକ୍ତ ଉତ୍ସବର ସ୍ବତନ୍ତ୍ର ଆକର୍ଷଣ ହେବ ।

Headlines 05- ବିଶ୍ବପ୍ରସିଦ୍ଧ ରଥଯାତ୍ରା ୨୦୨୫ ପାଇଁ ପ୍ରକ୍ରିୟା  ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି।

Headlines 06-  ଡିସେମ୍ବର ମାସରେ ଆସିବନି ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ପରେ ସୁଭଦ୍ରା ଟଙ୍କା ମିଳିବ। ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ଆଜି ସେ କହିଛନ୍ତି ଯେ, ୪ର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ସବୁ ପ୍ରକାରର ଯାଞ୍ଚ ପରେ ଏହି କିସ୍ତି ପ୍ରଦାନ କରାଯିବ।

Headlines 07- ମହିଳା ବିରୋଧୀ ଅପରାଧ ଓ ସାଇବର କ୍ରାଇମ ଉପରେ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଇନର ପରିଧି ଭିତରେ ରହି ଯୋଜନାବଦ୍ଧ ଭାବେ ଅପରାଧ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ କହିଛନ୍ତି । ଏଥିସହ ପୋଲିସ ବାହିନୀକୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ପୁରୀ ଜିଲ୍ଲାର ଅସ୍ତରଙ୍ଗ, ବଳଙ୍ଗା ଏବଂ ଡେଲାଙ୍ଗ ପୋଲିସ ଷ୍ଟେସନର ନୂତନ ଗୃହର ଉଦ୍‌ଘାଟନ କରାଯାଇଛି ।

Headlines 08- ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML) ।

Headlines 09- ଭୁବନେଶ୍ୱରରେ ଯୁବ କଂଗ୍ରେସର ବିକ୍ଷୋଭ ସମୟରେ ଅପ୍ରୀତିକର ସ୍ଥିତି ଘଟିଛି । IAS ବିଷ୍ଣୁପଦ ସେଠୀଙ୍କ ବାସଭବନ ସାମ୍ନାରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ସମୟରେ ମହୁମାଛି ଆକ୍ରମଣ କରିଛନ୍ତି । ଫଳରେ ଛତ୍ରଭଙ୍ଗ ଦେଇଥିଲେ ଯୁବ କଂଗ୍ରେସ କର୍ମୀ ।

Headlines 10- ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଡିସେମ୍ୱର ୧୭ (ମଙ୍ଗଳବାର)ରୁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି। ସେହିଭଳି ଡିସେମ୍ୱର ୧୮ ବୁଧବାର ଦିନ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ସକ୍ରିୟ ଥିବା କାରଣରୁ ପାଣିପାଗରେ ପରିବର୍ତ୍ତନ ହୋଇଛି ।

Also Read- Aadhaar Update Last Date: ମାଗଣାରେ ସଂଶୋଧନ କରନ୍ତୁ ଆଧାର କାର୍ଡ, ଏହି ତାରିଖ ପର୍ଯ୍ୟନ୍ତ ସମୟ

Also Read- Chandra Grahan 2025: ନୂଆ ବର୍ଷରେ ଏହି ଦିନ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ତାରିଖ ସହ ସମୟ