Top 10 News Today: କେଉଁଠି ମିଳୁଛି ଚାକିରି ? ପ୍ରଶ୍ନ କଲେ ପ୍ରମିଳା.. ଖବର ସହ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2548204

Top 10 News Today: କେଉଁଠି ମିଳୁଛି ଚାକିରି ? ପ୍ରଶ୍ନ କଲେ ପ୍ରମିଳା.. ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News Today: କେଉଁଠି ମିଳୁଛି ଚାକିରି ? ପ୍ରଶ୍ନ କଲେ ପ୍ରମିଳା.. ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ଭାରତୀୟ ଏବଂ ମାଲେସିଆ ସେନା ମଧ୍ୟରେ ଚାଲିଛି ମିଳିତ ସମରାଭ୍ୟାସ ହରିମୋ ଶକ୍ତି-୨୦୨୪ । ଏହା ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ବଢାଇବା ସହ ଆଞ୍ଚଳିକ ସୁରକ୍ଷା ସହଯୋଗକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ ଏହା ଦୁଇ ଦେଶର ସଂପର୍କକୁ ଆହୁରି ମଜବୁତ କରିବ ବୋଲି ମତ ପ୍ରକାଶ ପାଇଛି ।

Headlines 02- ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଶେଷ ଦିନ । ଦିଲ୍ଲୀ ଫେରିଯିବା ପୂର୍ବରୁ ଆଜି ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି । ସେଗୁଡିକ ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡ଼ାମରା-ନ୍ୟୁ ଜାମଶୋଳା ପ୍ରକଳ୍ପ ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନ । ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନରେ କହିଥିଲେ ଯେ, ଏଇମାଟିର ଝିଅ ଭାବେ ନିଜକୁ ଗୌରବାନ୍ବିତ ମନେ କରୁଛି’ ।  

Headlines 03- ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଫଳରେ ପ୍ରଥମେ ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି  ହୋଇଥିଲା ଏବଂ ପରେ ଅପରାହ୍ମ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ହୋଇଛି । କାଲି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । କାଲି ASO ଚାକିରି ବିକ୍ରି ହୋଇଥିବା ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ ତାପରେ ଏହାକୁ ନେଇ ବିଜେଡି ପକ୍ଷରୁ ହଙ୍ଗାମା କରାଯାଇଥିଲା । ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଚାକିରି କୋଉ ଦୋକାନରେ ବିକ୍ରି ହେଉଛି ଆମକୁ କୁହନ୍ତୁ ଆମେ କିଣିବୁ । ଯଦି ମୁଖ୍ୟମନ୍ତ୍ରୀ ସବୁ ଜାଣିଛନ୍ତି ତେବେ ପଦକ୍ଷେପ ଗ୍ରହଣ କରୁନାହାନ୍ତି କାହିଁକି 

Headlines 04- ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଚାଲିଛି । ନିର୍ବାଚନୀ ବିଫଳତା ପରେ ଏମଭିଏ ପୁଣି ସଂଗଠିତ ହେବାକୁ ପ୍ରୟାସ ଚଳାଇଛି । କିଛି ବିଧାୟକ ଶପଥ ଗ୍ରହଣକୁ ବର୍ଜନ କରିଥିବା ଦେଖିବାକୁ ମିଳିଛି । ଅନ୍ୟ କିଛି ବିଧାୟକଙ୍କୁ ଶପଥପାଠ କରାଇଛନ୍ତି କାମଚଳା ବାଚସ୍ପତି 

Headlines 05- ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି’ ଭାଷାରେ ନ୍ୟୁଜ୍‌ ପଢ଼ାଯିବ । ୬ରୁ ୭ ଦିନ ମଧ୍ୟରେ ଏହା କରାଯିବ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘ସାନ୍ତାଳି’ ଭାଷାରେ ନ୍ୟୁଜ୍‌ ପଢ଼ା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗ୍ରହ ରହିଥିଲା ବୋଲି ମନ୍ତ୍ରୀ କହିଥିଲେ ।

Headlines 06- ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACFରେବତୀ ରମଣ ଯୋଶୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ପରେ ଭିଜିଲାନ୍ସ ରେବତୀଙ୍କୁ ଗିରଫ କରିଛି । ସମ୍ବଲପୁର ଟାଉନରେ ଏକ ୩ ମହଲା ସମେତ ୩ କୋଠା ରହିଛି । କେବଳ ସେତିକି ନୁହେଁ, ସମ୍ବଲପୁର ଓ ବରଗଡ଼ରେ ୭ଟି ପ୍ଲଟ୍‌ ଓ ୪ ଫ୍ଲାଟ ମିଳିଛି । ରେଡ୍‌ ବେଳେ ୧୪.୭୧ ଲକ୍ଷ ଟଙ୍କା ନଗଦ ଆକାରରେ ମିଳିଥିବା ସୂଚନା ରହିଛି ।

Headlines 07- କୋଣାର୍କ ସୂର୍ଯ୍ୟମନ୍ଦିରରେ ASI କୋର କମିଟି ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ସୂର୍ଯ୍ୟମନ୍ଦିର ଗର୍ଭ ଗୃହରୁ ବାଲି କଢା ନେଇ ପ୍ରସ୍ତୁତିର ଅନୁଧ୍ୟାନ କରାଯାଇଥିବା ସୂଚନା ମିଳିଛି । ଦୁଇ ବର୍ଷ ହେବ ବାଲି କାଢିବା ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟା ବିଳମ୍ବ ହୋଇଛି । ଅନୁଧ୍ୟାନ ପରେ ଏଏସଆଇ ପକ୍ଷରୁ ଏନେଇ ସୂଚନା ମିଳିପାରେ ବୋଲି ଆଶା କରାଯାଉଛି ।

Headlines 08- ଜଗତସିଂହପୁର ଜିଲ୍ଲର ଏରସମା ବ୍ଲକ୍ ଅଞ୍ଚଳରେ ଚାଲିଥିଲା ହରିଣ ମାଂସ ବିକ୍ରି। ଖବର ପାଇ କୁଜଙ୍ଗ ଓ ହାଓ୍ବାଖାନା ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪୦ କିଲୋ ହରିଣ ମାଂସ ଜବତ କରାଯାଇଛି। ଦୁଇ ଜଣ ହରିଣ ମାଂସ ବ୍ୟବସାୟୀ ଓ ବ୍ୟବହୃତ ମଟରସାଇକେଲ ଜବତ କରାଯାଇଛି। ଗିରଫ ମାଂସ ବ୍ୟବସାୟୀ ରାମ କାମଲା ଓ ଗଣେଶ ମଣ୍ଡଳ ଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ତନ୍ତିପଡା ସାମୁଦ୍ରିକ ଥାନା ଅଞ୍ଚଳର ବୋଲି ବନ ବିଭାଗ ସୂଚନା ଦେଇଛି।

Headlines 09- ମାଓ ବନ୍ଧୁକ କାରଖାନା ଠାବ। ବିଏସଏଫ୍ ଏବଂ ଡିଆରଜି ଯବାନଙ୍କ ମିଳିତ ଅପରେସନକୁ ମିଳିଛି ସଫଳତା। ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ସୋନପୁର କୋହମେଟାଲା ଘଞ୍ଚ ଜଙ୍ଗଲରେ ଠାବ କରିଛନ୍ତି ଯବାନ। ମାଓବାଦୀ ତିଆରି ବନ୍ଧୁକ କାରଖାନା ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଯବାନକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଜଙ୍ଗଲ ଭିତରୁ ବନ୍ଧୁକ ତିଆରି ଲେଦ ମେସିନ ଓ ୱେଲଡିଂ ପାଇଁ ରଖାଯାଇଥିବା ଗ୍ୟାସ୍, ସୋଲାର ପ୍ୟାନେଲ, ଭଳି ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛି ସୁରକ୍ଷା କର୍ମୀ। ଘଞ୍ଚ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପରେ ବନ୍ଧୁକ ସହ ବିସ୍ପୋରକ ସାମଗ୍ରୀ ତିଆରି କରୁଥିଲେ।

Headlines 10- ଗୋପାଳପୁର-ସାତପଡ଼ା ରାସ୍ତା ସଂଯୋଗ ପ୍ରକଳ୍ପ ଲାଗି ପୁଣିଥରେ ତତ୍ପର ହୋଇଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଚିଲିକାର ଛାତି ଉପରେ ଏହି ରାଜପଥ ଯିବ।  ପ୍ରାୟ ୨୯୫ କିଲୋମିଟର ଏହି ରାଜପଥ ପାଇଁ ଚିଲିକା ଉପରେ ପୋଲ ନିର୍ମାଣ କେତେ ସମ୍ଭବ ତାହାକୁ ସର୍ବେକ୍ଷଣ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶର ଏକ ପ୍ରକଳ୍ପ କନ୍‍ସଲଟାନ୍ସୀ ସଂସ୍ଥାକୁ ଆଦେଶ ଦେଇଛନ୍ତି। ଏହି ଆଦେଶ ପତ୍ର ଅନୁସାରେ ସଂସ୍ଥାକୁ ୫୧୬ (କ) ଜାତୀୟ ରାଜପଥର ଏହି ଅଂଶକୁ ନିର୍ମାଣ ପାଇଁ  ଡିସେମ୍ବର ୧୧ ତାରିଖ ସୁଦ୍ଧା ଡ୍ରୋନ ସର୍ବେକ୍ଷଣ ଏବଂ ଏବଂ ଅନ୍ୟ ପସ୍ତାବ ପଠାଇବାକୁ କୁହାଯାଇଛି।