Top 10 News Today: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2289375

Top 10 News Today: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 11 June 2024: ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝି। ତାଙ୍କ ନାଁକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସର୍ବସମ୍ମତିକ୍ରମେ ନେତା ଭାବେ ଘୋଷଣା କରାଯାଇଥିବା କହିଥିଲେ। ଏହାଙ୍କ ସହ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ଉପମୁଖ୍ୟମନ୍ତ୍ରୀ ହେବେ କନକବର୍ଦ୍ଦନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ବୋଲି ଶ୍ରୀ ସିଂହ କହିଥିଲେ। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

 

Top 10 News Headlines Odisha 11 June 2024

Top 10 News Today:  H1. Mohan Majhj declared CM of Odisha: ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝି। ବିଜେପି ବିଧାୟକ ଦଳ ତାଙ୍କୁ ନେତା ଭାବେ ଚୟନ କରିଛି। ଅନେକ କଳ୍ପନା ଓ ଆଲୋଚନାକୁ ପଛରେ ପକାଇ କେନ୍ଦୁଝରର ବିଧାୟକ ତଥା ଆଦିବାସୀ ନେତା ମୋହନଙ୍କୁ ବିଧାୟକ ଦଳର ନେତା ଭାବେ ବାଛିଛି ବିଜେପି। ତାଙ୍କ ନାଁକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସର୍ବସମ୍ମତିକ୍ରମେ ନେତା ଭାବେ ଘୋଷଣା କରାଯାଇଥିବା କହିଥିଲେ। ଏହାଙ୍କ ସହ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ଉପମୁଖ୍ୟମନ୍ତ୍ରୀ ହେବେ କନକବର୍ଦ୍ଦନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ବୋଲି ଶ୍ରୀ ସିଂହ କହିଥିଲେ। 

H2. Odisha New Govt: ମଙ୍ଗଳବାର ଦିନ ସଂଧ୍ୟାରେ ରାଜଭବନରେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବରିଷ୍ଠ ନେତୃମଣ୍ଡଳୀ ପହଞ୍ଚିଲେ ଓ ସରକାର ଗଠନ କରିବାକୁ ରାଜ୍ୟପାଳ ପାଖରେ ଦାବି ଜଣାଇଥିଲେ। ବୁଧବାର ଦିନ ନୂଆ ସରକାରର ଶପଥ ପାଠ ସମାରୋହ ଅନୁଷ୍ଠିତ ହେବ। ଏବଂ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟ ମନ୍ତ୍ରୀ ଶପଥ ନେବେ।

H3. BJP invited Naveen Patnaik: ରାଜ୍ୟରେ ଆସନ୍ତାକାଲି (୧୨ ଜୁନ୍) ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏଥିପାଇଁ ଭୁବନେଶ୍ୱରର ଜନତା ମଇଦାନରୋ ସମସ୍ତ ପ୍ରସ୍ତୁତ ସରିଛି। ୧୨ ଜୁନରେ ଶପଥ ସମାରୋହରେ ସାମିଲ ହେବା ଭୁବନେଶ୍ବର ବର୍ତ୍ତମାନ ଚଳଚଞ୍ଚଳ ହୋଇପଡ଼ିଛି। ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ବିଜେପି ତରଫରୁ ନିମନ୍ତ୍ରଣ କରାଯାଇଛି। ବିଜେପିର ୫ ଜଣ ବରିଷ୍ଠ ନେତା ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦେଇଛନ୍ତି । 

H4. First session of 18th Lok Sabha: ଆସନ୍ତା ୨୪ ତାରିଖରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯିବା ସମ୍ଭାବନା ରହିଛି। ଏହା ୮ ଦିନିଆ ସ୍ୱଳ୍ପକାଳୀନ ଅଧିବେଶନ ରହିବ। ଯେଉଁ ଅଧିବେଶନର ପ୍ରଥମ ଦୁଇଦିନ ସଦସ୍ୟଙ୍କ ଶପଥ ପାଠ କାର୍ଯ୍ୟକ୍ରମ ରହିଥିବା ବେଳେ ୨୬ ତାରିଖରେ- ବାଚସ୍ପତି ନିର୍ବାଚନ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।  ଜୁଲାଇ ୩ ତାରିଖ ଯାଏ ଏହି ଅଧିବେଶନ ଚାଲିବ। ଯେଉଁଥିରେ ବଜେଟ୍‍ ଉପସ୍ଥାପନ ହୋଇପାରେ।

H5. Darshan Thoogudeepa arrested: ଜଣାଶୁଣା କନ୍ନଡ ଚଳଚ୍ଚିତ୍ର ଅଭିନେତା ଦର୍ଶନ ତୋଗୁଦୀପଙ୍କୁ ହତ୍ୟା ମାମଲାରେ ଗିରଫ କରାଯାଇଛି। ଦର୍ଶନଙ୍କ ସହ ତାଙ୍କର ଅନ୍ୟ ୯ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କୁ ମାଇସୋରର ଫାର୍ମ ହାଉସରୁ ଗିରଫ କରାଯାଇଛି। କନ୍ନଡ ସିନେମାର ଏ-ଲିଷ୍ଟ ଅଭିନେତାମାନଙ୍କ ମଧ୍ୟରେ ଅଭିନେତା ଦର୍ଶନ ନାମ ଆସିଥାଏ।

H6. VK Pandian may return to IAS: ଦୀର୍ଘଦିନ ଧରି ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ତାମିଲ ମୁହଁ ତଥା ବିଜେଡି ନେତା ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ପୁଣିଥରେ ଭାରତୀୟ ପ୍ରଶାସନିକ ସେବା ( ଆଇଏଏସ୍‍)କୁ ଫେରିବେ। ଏପରି ଚର୍ଚ୍ଚା ଏବେ ରାଜ୍ୟର ବିଜ୍ଞ ମହଲରେ ଶୁଣିବାକୁ ମିଳୁଛି। ଏପରିକି ମନ୍ତ୍ରଣାଳୟ ସ୍ତରରେ ଆବଶ୍ୟକ ଉଦ୍ୟମ ହେଉଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି। 

H7. India China Conflict: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ତୃତୀୟ ଥର ପାଇଁ ଭାରତରେ ଏନଡିଏ ସରକାର ଗଠନ କରାଯାଇଛି। ଏହି ସମୟରେ ଅରୁଣାଚଳ ପ୍ରଦେଶରେ ଚୀନ୍‌ର କାର୍ଯ୍ୟକଳାପକୁ ନେଇ ସରକାର ଏହାର ଭାଷାରେ ଜବାବ ଦେବାକୁ ଯାଉଛନ୍ତି ବୋଲି ଖବର ଆସିଛି। ଭାରତ ତିବ୍ଦତର ଅନେକ ସ୍ଥାନର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।

H8. 7th Pay Commission: ଶପଥ ଗ୍ରହଣ କରିବାର ପରଦିନ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ସରକାର ନିଜର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପ୍ରିୟତା ଭତ୍ତାକୁ ଚାରି ପ୍ରତିଶତ ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତି ୧ ଜୁଲାଇ ୨୦୨୩ ରୁ କାର୍ଯ୍ୟକାରୀ ହେବ।

H9. Malawi Vice President: ମଲାୱିର ଉପରାଷ୍ଟ୍ରପତି ସୌଲୌସ କ୍ଲସ୍‌ ଚିଲିମାଙ୍କର ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣା କାରଣରୁ ମୃତ୍ୟୁ ହୋଇଥିବା ଖବର ଆସିଛି । ତାଙ୍କ ସମେତ ବିମାନରେ ଥିବା ଅନ୍ୟ ୧୦ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।

H10. T20 WC PAK vs CAN: ଆଜି ଟି-୨୦ ବିଶ୍ୱକପ ୨୦୨୪ ର ୨୨ତମ ମ୍ୟାଚରେ ପାକିସ୍ତାନ ଦଳ କାନାଡାକୁ ଭେଟିଛି। ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦଳର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ନିରାଶାଜନକ ରହିଛି। ଦଳକୁ ପ୍ରଥମ ଦୁଇଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ଅନ୍ୟପକ୍ଷରେ କାନାଡା ଏପର୍ଯ୍ୟନ୍ତ ୨ ଟି ମ୍ୟାଚ ମଧ୍ୟରୁ ଗୋଟିଏ ଜିତିଛି ଓ ଅନ୍ୟଟିରେ ହାରିଛି। ଆଜି ବାବର ଆଜମ ଦଳ ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବେ।