Top 10 News Today: ସନ୍ଦେଶଖାଲି ଅଭିଯୋଗର ତଦନ୍ତ କରିବ ସିବିଆଇ, ମହାରାଷ୍ଟ୍ରରେ ବନ୍ୟା ଏବଂ ଅନ୍ୟ ଖବର
Advertisement
Article Detail0/zeeodisha/odisha2327019

Top 10 News Today: ସନ୍ଦେଶଖାଲି ଅଭିଯୋଗର ତଦନ୍ତ କରିବ ସିବିଆଇ, ମହାରାଷ୍ଟ୍ରରେ ବନ୍ୟା ଏବଂ ଅନ୍ୟ ଖବର

ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର

Top 10 News Today: ସନ୍ଦେଶଖାଲି ଅଭିଯୋଗର ତଦନ୍ତ କରିବ ସିବିଆଇ, ମହାରାଷ୍ଟ୍ରରେ ବନ୍ୟା ଏବଂ ଅନ୍ୟ ଖବର

1. NEET-UG ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‍ ଘଟଣାରେ ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‍ଟିଏ)ଠାରୁ ବିସ୍ତୃତ ତଥ୍ୟ ମାଗିଛନ୍ତି ସୁପ୍ରିମ କୋର୍ଟ। ପ୍ରଶ୍ନପତ୍ର ଲିକ୍‍ ହୋଇଥିବା ନିଶ୍ଚିତ ଜାଣିବା ପରେ ଏହି ମାମଲାରେ କେତେଜଣ ଲାଭାର୍ଥୀ ହୋଇଛନ୍ତି ତାହା ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହ୍ୱାଟ୍ସଆପ, ଟେଲିଗ୍ରାମ୍‍ ଭଳି ମାଧ୍ୟମରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲେ ତାହା ନିଆଁ ଭଳି ବ୍ୟାପିଥାଇପାରେ ବୋଲି ଆଶଙ୍କା କରିଛନ୍ତି କୋର୍ଟ। ସୁପ୍ରିମ୍‍କୋର୍ଟଙ୍କ ପ୍ରଧାନ ବିଚାରପତି ଆଜି ଏହି ବିଷୟକୁ ଶୁଣାଣି କରିଥିଲେ। ମାମଲାର ଆବେଦନକାରୀ ପରୀକ୍ଷାକୁ ପୁଣିଥରେ କରାଇବାକୁ ଦାବି କରିଛନ୍ତି। 

2. Maharastra Flood: ଆଜି ପ୍ରତଃ ସମୟରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜୁଆର ଏବଂ ପ୍ରବଳ ବର୍ଷା ଏକ ସମୟରେ ହେବାରୁ ପାଣି ନିଷ୍କାସନ ସମସ୍ୟା ସୃଷତ୍ଟି ହୋଇଥିବା ସରକାରୀ ଭାବେ କୁହାଯାଇଛି। ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀର ବରିଷ୍ଠ ଅଧିକାରୀଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ଆଦେଶ ଦେଇଛନ୍ତି। ସହରତଳି ଅଞ୍ଚଳରେ ବନ୍ୟା ହେବାରୁ ମୁମ୍ବାଇ ମହାନଗରରେ ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ ହୋଇଛି। ଲୋକାଲ୍‍ ଟ୍ରେନ୍‍ ଯାତାୟାତ ବି ବାଧାପ୍ରାପ୍ତ ହୋଇଛି। 

3. Rathyatra: ଆଜି ଶ୍ରୀଗୁଣ୍ଡିଚା ଯାତର ଦ୍ବିତୀୟ ଦିନରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ଆସନ୍ତା କାଲି ପହଣ୍ଡି ବିଜେ   ହେବ। ଗତକାଲି ପ୍ରଥମ ଦିନରେ ନବଯୌବନ ବେଶ, ନେତ୍ରଉତ୍ସବ ଏବଂ ଶ୍ରୀ ଗୁଣ୍ଡିଚା ଗୋଟିଏ ଦିନରେ ପହଞ୍ଚିବା ହେତୁ ନୀତି ବିଳମ୍ବ ହୋଇଥିଲା। ଅପରାହ୍ଣରେ ରଥ ଟଣାଯାଇ ଅଳ୍ପ ସମୟ ପରେ ବନ୍ଦ କରାଯାଇଥିଲା। ଆଜି ଅବଶିଷ୍ଟ ବାଟ ଟଣାଯାଇ ଶରଧା ବାଲିର ନିର୍ଦ୍ଧିଷ୍ଟ ସ୍ଥଳରେ ତିନି ଠାକୁରଙ୍କ ରଥକୁ ପହଞ୍ଚାଯାଇଛି। ଆଜି ରଥ ଉପରେ ରହିବେ ଶ୍ରୀ ଜିଉ। 

4. Sandesh Khali:  ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ଲାଗିଛି ବଡ଼ ଧରଣର ଝଟ୍‍କା, ପୁଣି ସୁପ୍ରିମ୍‍ କୋର୍ଟଙ୍କ ପକ୍ଷରୁ।  ଆଜି କୋର୍ଟ ମମତା ସରକାରଙ୍କ ସମସ୍ତ ଯୁକ୍ତିକୁ ଏଡ଼ାଇ ସନ୍ଦେଶଖାଲିରେ ମହିଳାଙ୍କ ଉପରେ ଅତ୍ୟାଚାର, ଛଳନାପୂର୍ଣ୍ଣ ଭାବେ ଜମି କିସମ ପରିବର୍ତ୍ତନ ଆଦି ବିଷୟକୁ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖି ‘ଏକ ରାଜ୍ୟ କାହିଁକି କୌଣସି ଜଣେ ବ୍ୟକ୍ତିର ସ୍ୱାର୍ଥ ପାଇଁ ଏତେ ଚିନ୍ତିତ’ ବୋଲି ପ୍ରଶ୍ନ କରିଛନ୍ତି।

5. Para Olympics 2024: ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଏହା ସେମାନଙ୍କୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି`

6. CM orders for Removing Encroachments: ଦୀର୍ଘଦିନ ଧରି ସରକାରୀ ଜମି ଉପରେ ଗଢ଼ିଉଠିଥିବା ବାଣିଜ୍ୟିକ ପ୍ରତିଷ୍ଠାନ, ଦେବ ପ୍ରତିଷ୍ଠାନ, ଘର   ତଥା ସବୁ ପ୍ରକାରର ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଜିଲ୍ଲାପାଳମାନେ ଏନେଇ ରିପୋର୍ଟ ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ଲାଗି ଆଦେଶ ଦେବେ। ଦରକାର ପଡ଼ିଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେବାକୁ ମଧ୍ୟ କୁହାଯାଇଛି। ପ୍ରଚଳିତ ନିୟମ ଅନୁଯାୟୀ, ଜବର ଦଖଲ ହଟିବା ପରେ ଏହାକୁ ବାଡ଼ ବସାଇ ଓ ଏଥିରେ ସମସ୍ତଙ୍କ ଦୃଷ୍ଟି ଗୋଚର ହେବା ଭଳି ସାଇନ୍ ବୋର୍ଡ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି।

7. President’s Morning walk: ପୁରୀରେ ପ୍ରାତଃ ଭ୍ରମଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ଶ୍ରୀମତୀ ମୁର୍ମୁ ସକାଳୁ ବାଲିରେ ଚାଲିବା ଆରମ୍ଭ କରିଥିଲେ। ପରେ କିଛି ସମୟ ଅଟକି ସମୁଦ୍ରରୁ ଦିଗ୍‍ବଳୟକୁ ଦେଖିବା ସହ କୂଳରେ ବସି ପବନ ଉପଭୋଗ କରିଥିଲେ। ପରେ ସେ ରାଜଭବନକୁ ଫେରି ଯାଇଥିଲେ।

8. Rahul could have been the PM: ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧିଙ୍କ ପଦ ପଦବୀ ପ୍ରତି ଲାଳସା ନାହିଁ। ଥିଲେ ସେ ୨୦୦୪ରୁ ୨୦୧୪ ଭିତରେ କେବେବି ପ୍ରଧାନମନ୍ତ୍ରୀ ହୋଇପାରିଥାଆନ୍ତେ ବୋଲି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡି। ତାଙ୍କରି ପଦଯାତ୍ରା ଯୋଗୁ କଂଗ୍ରେସ ତେଲେଙ୍ଗାନା ସମେତ କର୍ଣ୍ଣାଟକ ଏବଂ ହିମାଚଳରେ ସରକାର ଗଢ଼ିପାରିଛି ବୋଲି ସେ କହିଛନ୍ତି। 

9. Concern over Microfinancing: ଉତ୍ତର ପ୍ରଦେଶ ଓ ବିହାରରେ ସ୍ୱଳ୍ପ ଋଣ ବା ମାଇକ୍ରୋ ଫାଇନାନ୍ସିଂ ବ୍ୟବସ୍ଥା ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି। ଏପରିକି ରିଜର୍ଭ ବ୍ୟାଙ୍କ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ୨୦୧୯ଠାରୁ ଏଠାରେ ମହିଳାମାନଙ୍କୁ ସମ୍ପୃକ୍ତ କମ୍ପାନୀମାନେ ଅଧିକ ଋଣ ଦେଉଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, କମ୍ପାନୀଗୁଡ଼ିକ ସେମାନଙ୍କ ସମୁଦାୟ ଋଣର ଏକ ଚତୁର୍ଥାଂଶରୁ ଅଧିକ ପରିମାଣ ଏହି ଦୁଇ ରାଜ୍ୟରେ ପ୍ରଦାନ କରିଛନ୍ତି। 

10. World’s Smart City: ଆନ୍ତର୍ଜାତିକ ମ୍ୟାନେଜ୍‍ମେଣ୍ଟ ଡେଭେଲେପମେଣ୍ଟ ପ୍ରତିଷ୍ଠାନ ( ଆଇଏମ୍‍ଡି) ପକ୍ଷରୁ ବିଶ୍ୱର ୧୪୨ ସ୍ମାର୍ଟ ସିଟି ତାଲିକା ପ୍ରକାଶ କରାଯାଇଛି। ଏଥିରେ ଭାରତର ୪ ସହର ସାମିଲ୍‍ ହୋଇଛି। ଭିତ୍ତିଭୂମି, ସହରବାସୀଙ୍କ ପ୍ରତି ଉପଲବ୍ଧ ହେଉଥିବା ସେବା, ସରକାରଙ୍କ ସହ ସମ୍ପର୍କ ଇତ୍ୟାଦି ବିଭିନ୍ନ ଗୁଣବତ୍ତା ମାନକୁଭିତ୍ତି କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି। ୨୦୧୯ ତାଲିକା ପରେ ଏଥର ମଧ୍ୟ ସ୍ୱିଜରଲ୍ୟାଣ୍ଡର ଜୁରିକ୍‍ ସବୁଠାରୁ ଆଗରେ ରହିଛି। ଭାରତର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏଂବ ହାଇଦ୍ରାବାଦ ପ୍ରଭୃତି ସହର ଏହି ତାଲିକାରେ ରହିଛନ୍ତି।